ଚନ୍ଦ୍ରଭାଗା
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୬୬୮
- ସ୍ଥିତି
- ସାର୍ବଜନୀନ (Public domain)
ଅଭିଷେକୋତ୍ସବ ଦର୍ଶନଆଶେ ସିଂହ ଦୁଆରେବିଜେ ଆଉ ଦେବ-ଦେବୀଏଯେଝା ପୂଜା ସମ୍ଭାରେ ।କେତକ-କାନନ-ସଙ୍କୁଳରମ୍ୟ ସିକତାସ୍ଥଳ,ଛାଡ଼ି ହରଚଣ୍ଡୀ ଆଗତଆଜି ଶ୍ରୀନିଳାଚଳ ।ଭଗବତୀ ବାଣପୁରରୁଉପନୀତ ସ୍ୱଗଣେ,ଶୋଲରୀ ଦେଖଇ ସ୍ୱମୁଖଯହିଁ ହ୍ରଦ ଦର୍ପଣେ ।ପ୍ରଭା ମଣ୍ଡଳରେ ମଣ୍ଡିତତନୁ କନକ ଗୋରା,ତୈଲଙ୍ଗୀ ବସନ ଭୁଷଣେପୁଣି ଦିଶଇ ତୋରେ ।ଉଭା ସେ ଭୁବନ-ଈଶ୍ୱରୀହେମଗିରିବାସିନୀ,ଏକାମ୍ର କାନନ ଦେବତାବନ ପୁଷ୍ପ ଶୋଭିନୀ ।ନରେନ୍ଦ୍ର ମଉଳି-କୁସୁମ-ରେଣୁ ରକ୍ତଚରଣା,ମୈନାକ ଶିଖର-ବାସିନୀରଣପୁର ମଣ୍ଡନା ।ନାବିକ-ଅର୍ଚ୍ଚିତ ଚର୍ଚ୍ଚିକା-ଦେବୀ ବାଙ୍କୀ ଈଶ୍ୱରୀ,ମହାନଦୀକୂଳେ ଯାହାଙ୍କଅଧିଷ୍ଠାନ ଶିଖରୀ ।ମଣ୍ଡନ୍ତି ବଦନ ମଣ୍ଡଳଯେହୁ ସଦା ସୁହାଗେ,ସରଣ୍ଡା ଦର୍ପଣ ଅଂଶୁପାଶତଦଳ ପରାଗେ ।ବରୁଣୀ -ଶଇଳ-ଶିଖରେପୁଣି ଯେହୁ ବସନ୍ତି,ଧୂଅନ୍ତି ଯାହାଙ୍କ ଚରଣଝର-ଲହରୀପନ୍ତି ।ଏକାନ୍ତେ ସୁକାନ୍ତି-ତନୁଜା-ତୀର-ଶୈଳବିହାର,ଛାଡ଼ି ଦେବୀଦ୍ୱାର-ଚଣ୍ଡିକାବିଜେ ସିଂହଦୁଆର ।ହାଟକଗଉରୀ କଟକ-ଚଣ୍ଡୀ ନାଗରୀବେଶେ,ଅମଳ ରଜତ କୁସୁମଶୋଭେ ଶ୍ୟାମଳ କେଶେ ।ସଙ୍କଟତାରିଣୀ ଝଙ୍କଡ଼-ଦେବୀ ସିଂହ ସାରଳା,ଭଲ୍ଲୁକ-ବିକଟ କାକଟ-ପୁର ମହାମଙ୍ଗଳା ।ଚିଲିକା ଲହରୀ ମାଳିକାଭେଦି ଗିରି ଉତ୍ଥିତ,ଚଉଦିଗେ ନୀଳ ଚିଲିକା-ବକ୍ଷ ତରଙ୍ଗାୟିତ ।ଚନ୍ଦ୍ରାଲୋକେ ଯହିଁ ନିଶୀଥେଜଳଦେବୀ ସଙ୍ଗୀତ,ଶୁଣନ୍ତି ଚକିତେ ନାବିକେଦୂରେ ବାହୁଁ ବୋଇତ ।କାଳିଜାଈ ଦେବୀ ଆଗତ