ବିବିଧ କବିତା
ଚିନ୍ତାମଣି ମହାନ୍ତି · ଭାଗ ୨ / ୨
ସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ଯୁବାଅଭିଧାନ ଖୋଜ ତୁହାଇ,ଭୀରୁତା ଶବଦ ପାଇବ ନାହିଁ ।ଯୁବା ହୃଦେ ନାହିଁ ଶୀତଳ ଜଳ,ଜଳେ ତହିଁ ସଦା ରୁଦ୍ର ଅନଳ ।ତରୁଣ ପକ୍ଷରେ ଅସାଧ୍ୟ କାହିଁ,ନାହିଁ ପଦ ତାହା କୋଷ୍ଠୀରେ ନାହିଁ ।ଯୁବକ ଭୟର ଗୁରୁ ଗୋସାଇଁ,ହସି ହସି ପଡ଼େ ନିଆଁକୁ ଡେଇଁ ।ତରଳ ବିଜୁଳି ଯୁବକ ରକ୍ତ,ହାଡ଼ଖଣ୍ଡି ତାର ବଜ୍ରରୁ ଶକ୍ତ ।ସବୁ ଧକା ସହେ ଯୁବକ ଛାତି,ଯୁବକଟି ଏକା ବାଇଆ ହାତୀ ।ଅଳ୍ପରେ ଯୁବକ ନୁହେଁ ସନ୍ତୁଷ୍ଟ,ନିଜ ହାତେ ଗଢ଼େ ନିଜ ଅଦୃଷ୍ଟ ।ମହାବଳ ବାଘ ଯୁବକ ଏକା,କାହା ଭ୍ରୂକୁଟିକୁ ନ କରେ ଲେଖା ।ତରୁଣ ନ କରେ କାହାକୁ ଶଙ୍କା,ଭାଙ୍ଗିଯିବ ପଛେ ନ ହୁଏ ବଙ୍କା ।ଯୁବକ ଜାତିର ଦଧୀଚି ଋଷି,ଜାତି ଲାଗି ମରେ ହୋଇ ସେ ଖୁସି ।
(୨)
ଉନ୍ନତି-ଉଷାର ଦୀପ୍ତିଅରୁଣ,ଆଣିପାରେ ଦେଶେ ଏକା ତରୁଣ ।ଯୁବକ ଅସୀମ ସାହସୀ ତ୍ୟାଗୀ,ଦେଶ ଲାଗି ପାରେ ହୋଇ ବୈରାଗୀ ।ନ ଗଣେ ଯୁବକ ଶୋଷେ ବା ଭୋକେ,ଦେଶଭାଲ ମଣ୍ଡେ ନବ ଅଲୋକେ ।ଯୁବକ ନିଶ୍ଚୟ ଶକ୍ତିର ଶିଷ୍ୟ,ଇଚ୍ଛା କଲେ କରି ନ ପାରେ କିସ ।ବନାଇପାରେ ସେ ସୁନାର ଘର,କରିପାରେ ନିଜ ଭାଗ୍ୟ ଭାସ୍ୱରମରୁଭୂମେ ପାରେ କରି ଫସଲ,ଗଢ଼ିପାରେ ଶତ ତାଜମହଲ ।ବନସ୍ତରେ କରିପାରେ ସ୍ଥାପନ,ରମ୍ୟ ମଣିମୟ ମୟୂରାସନ ।ସାର୍ଥ କରେ ଯୁବା ନାମ ତାହାର,ବିଷରୁ ଅମୃତ କରି ବାହାର ।ନ ଡରେ ତରୁଣ ଦେଖି କୃତାନ୍ତ,ବ୍ୟାଘ୍ରମୁଖୁଁ ଆଣେ ଉପାଡ଼ି ଦାନ୍ତ ।ସଙ୍କଟେ ଅଟଳ ଯୁବକ ହିଆ,ବୀର ତେଜେ ବିଶ୍ୱେ ହୁଏ ସେ ଠିଆ ।
(୩)
ଯୁବା ଧରେ ଗ୍ରାଷ୍ମ-ମାର୍ତ୍ତଣ୍ଡ-ତେଜ,କଣ୍ଟାବଣେ ମଣେ କୁସୁମ ଶେଯ ।ଯୁବକ ଦେଶର ଦୁର୍ଜୟ ଶକ୍ତି,ଦେଶକାର୍ଯ୍ୟେ ତାର ନୀହିଁ ବିରକ୍ତି ।ଯୁବକ ହୋଇ ଯେ କୋଣରେ ପଶେ,ନାରୀଠାରୁ ହୀନ ଭୀରୁ କ୍ଳୀବ ସେ ।ତେଜ ବୀର୍ଯ୍ୟ ନାହିଁ ଯେଉଁ ଯୁବାର,ଶାଢ଼ୀ ପିନ୍ଧିବା ତ ଉଚିତ ତା’ର ।ନୈରାଶ୍ୟ ବକ୍ଷ ଯେ ନ ପାରେ ଫାଡ଼ି,ଯୁବା ନୁହେଁ ସେଟା ମାଇ ବିରାଡ଼ି ।ନ ମାରେ ଯେ ଦୁଷ୍ଟ ଗାଲେ ଚାପଡ଼,ଯୁବକ ନୁହେଁ ସେ ବିନିମାଙ୍କଡ଼ ।ଯୁବକଟି ଏକା ଜଗତଜିଣା,ବୀର ହନୁମନ୍ତ ଯୁବକ ସିନା ।ସବୁ ବାଧା ଜିଣେ ଯୁବା ହୃଦୟ,ମରଣକୁ ତା’ର ନ ଥାଏ ଭୟ ।ଗୁରୁତର ଦଣ୍ଡ, କାନ୍ଦ ବୋବାଳି,ନ ପାରେ ଯୁବକେ ବାଟେ ଓଗାଳି ।ଖଣ୍ଡାଧାରେ ଯୁବା ଦେଖାଇ ବକ୍ଷ,ସାଧିନିଏ ନିଜ ଉଦ୍ଦେଶ୍ୟ, ଲକ୍ଷ୍ୟ ।ଯୁବକ ଜୀବନେ ଖେଳେ ବିଜୁଳି,ଯୁବକଟି ଏକା ଅଗ୍ନି-ପିତୁଳି ।
(୪)
ସହି ନ ପାରେ ଯେ ଆଘାତ ମାଡ଼,ଯୁବକ ନୁହେଁ ସେ ବୃଦ୍ଧ ଅସାଢ଼ ।ସାଡ଼ାଦିଏ ଶକ୍ତି ଯୁବକ ଡାକେ,ଡେଇଁ ଯାଏ ସିନ୍ଧୁ ଏକା ହୁମ୍ପାକେ ।ଅସାଧ୍ୟ ପାଠକୁ ଯୁବକ ପଢ଼େ,ସ୍ୱଦେଶର ଶୁଭ ଅଦୃଷ୍ଟ ଗଢ଼େ ।ଯୁବକ ପ୍ରଭାବ ଯେ ଦେଶେ ନାହିଁ,ସେ ଦେଶର ପୁଣି ଜୀବନ କାହିଁ ।ଯୁବକ ନ ହୁଏ ବିଳାସୀ ଭୋଗୀ,ଦେଶ ଲାଗି ହୁଏ ଯୌବନେ ଯୋଗୀ ।ତୀକ୍ଷ୍ଣ ଖଣ୍ଡଧାର ସତ୍ୟର ରାହା,ପୁଷ୍ପାସ୍ତୃତ ମଣେ ଯପବକ ତାହା ।ସଦା ଊର୍ଦ୍ଧ୍ୱଗାମୀ ଯୁବକ ଚିତ୍ତ,ବହେ ତା ଦେହରେ ସିଂହ ଶୋଣିତ ।ଯୁବକ କାହିଁରେ ନ ହୁଏ ପଛ,ଯୁବକ ଜାତିର ବଜ୍ରକବଚ ।ଦେଶ ଯେତେବେଳେ ପଡ଼େ ବିପାକେ,ଉଦ୍ଧାର ନିମନ୍ତେ ଯୁବକେ ଡାକେ ।ତୁଚ୍ଛ ମଣେ ନାହିଁ ଯୁବା କୁଟାକୁ,ସୁନା ମୁଠା କରେ ମାଟି ମୁଠାକୁ ।ଅବନତ ନୁହେଁ ଯୁବକ ଶିର,ଯୁବା ହୋଇପାରେ ଶିବାଜି ବୀର ।ଅଭିଷେକୋତ୍ସବ
-୧-
ଆଜି ସମ୍ରାଟଙ୍କ ରାଜ୍ୟାଭିଷେକ,ହସୁଛି ଉଲ୍ଲାସେ ମହୀ ଅର୍ଦ୍ଧେକ,ପ୍ରତି ପୁରପଲ୍ଲୀ ପ୍ରତି ନଗରେ,ଲାଗିଛି ଉତ୍ସବ ସୁ-ଆଡ଼ମ୍ବରେ,ଦେବେ ଦୁନ୍ଦୁଭି ବଜାନ୍ତି ଯେ,ପ୍ରତି ହୃଦେ ପ୍ରାଣେ ଖେଳି ବୁଲୁଅଛିଉତ୍ସାହ ଆନନ୍ଦ ଶାନ୍ତି ଯେ ।
-୨-
ବାସି ଫୁଲେ ତେଜି ସୁଷମା ଯଥା,ଆଶ୍ରାକରେ ସଜ ଫୁଲେ ସର୍ବଥା,ରାଜଲକ୍ଷ୍ମୀ ତଥା ତେଜି ପ୍ରାଚୀନେ,ଆଶ୍ରିଲେ ନବୀନେ ଏ ଶୁଭ ଦିନେ,ପୂର୍ଣ୍ଣିମା ଦିନାନ୍ତ ଛବି ଯେ,ଧରିଛି ଧରଣୀ ଉଦେ ପୂର୍ଣ୍ଣଚନ୍ଦ୍ରଅସ୍ତ ହୋଇଗଲେ ରବି ଯେ ।
-୩-
ରାଜଭକ୍ତ ପ୍ରଜା ଉତ୍କଳବାସୀ,ନବ ସମ୍ରାଟଙ୍କ ଶୁଭ ମନାସି,ଇଷ୍ଟଦେବେ କରି ପୁଷ୍ପେ ମଣ୍ଡନ,କରନ୍ତି ହରଷେ ପାଦ ପୂଜନ,ହୋଇ ଏକପ୍ରାଣମନ ଯେ,କରନ୍ତି ଜଣାଣ ନବୀନ ସମ୍ରାଟଦୀର୍ଘ ଜୀବନ ଯେ ।
-୪-
ପ୍ରତିଦ୍ୱାରେ ଥୁଆ ସଲିଳେ ମତ୍ସ୍ୟ,ଶୋଭେ ରମ୍ଭାତରୁ ପୂର୍ଣ୍ଣ କଳସ,ଦେହଳୀରେ ଝୁଲେ ଫୁଲତୋରଣା,ଝୁଟିରେ ସୁନ୍ଦର ପୁର ଅଗଣା,ଦାଣ୍ଡେ ମିଳି ଶିଶୁଚୟ ଯେ,ଇଚ୍ଚାରନ୍ତି ଉଚ୍ଚେ ଭାରତ ସମ୍ରାଟଜୟ ଷଷ୍ଠ ଜର୍ଜ ଜୟ ଯେ ।
-୫-
ଗୁହାମୁଖେ ହର୍ଷେ ଗିରିକଳାପ,କରୁଛନ୍ତି ଜୟଗୀତି ଆଳାପ,ବିହଙ୍ଗ କାକଳୀ ଛଳେ ବନାଳି,ଧରୁଅଛି ସେହି ଗୀତର ପାଳି,ଲତା-ମାତା କୋଳେ ବସି ଯେଭ୍ରମର-ଗୁଞ୍ଜନ- ବ୍ୟାଜେ ବାଇ ବୀଣାଗାଏ କୁସୁମ ରୂପସୀ ଯେ ।
-୬-
ହୁଳାହୁଳୀ ଦେଇ ସର୍ବ ତଟିନୀସିନ୍ଧୁ ରାଜରାଣୀ ଗିରି-ନନ୍ଦିନୀ,ରଜତ ଶଫରୀ ରଶନା ଚାଳି,ବାଇ ଘନ ଘନ ଲହରୀ-ତାଳି,ଆନନ୍ଦେ ହୋଇ ତନ୍ମୟ ଯେ,ନୀରବ ଛନ୍ଦରେ ଗାଉଛନ୍ତି ସର୍ବେଜୟ ଷଷ୍ଠ ଜର୍ଜ ଜୟ ଯେ ।
-୭-
ଅଭିଷେକୋତ୍ସବେ ମହା ଉତ୍ସୁକେ,ମାତିଛନ୍ତି ସର୍ବେ କ୍ରୀଡ଼ାକୌତୁକେ,ବଜ୍ର ନିର୍ଘୋଷରେ ଫୁଟିଣ ବାଣ,କରେ ସମ୍ରାଟଙ୍କ ଯଶଶ୍ରୀ ଗାନ,ଗଗନେ ହେମ ହାବେଳି ଯେ,ସ୍ୱର୍ଣ୍ଣ ମୀନ ପ୍ରାୟେ ବିବିଧ ଭଙ୍ଗୀରେବୁଲୁଛି ଚଞ୍ଚଳ ଖେଳି ଯେ ।
-୮-
ଅବସନ୍ତ କାଳେ ପୂର୍ଣ୍ଣବସନ୍ତ,ବିରାଜେ ହୋଇଣ ଆକାରବନ୍ତ,ବହିଛି ସୁଷୁମା ମଧୁର ମୂର୍ତ୍ତି,ମର୍ତ୍ତ୍ୟେ ଅବତୀର୍ଣ୍ଣ ସ୍ୱର୍ଗ ବିଭୂତି,ମଧୁମୟ ଚରାଚର ଯେ,ହସୁଛି ଗଗନ ହସୁଛି ପବନହସୁଛି ମହାସାଗର ଯେ ।
-୯-
ହେ ନବସମ୍ରାଟ ବ୍ରିଟନଶକ୍ତି,ଘେନ ଉତ୍କଳର ନିର୍ମଳ ଭକ୍ତି,କୋଟିସୁତେ ତାର ଆନନ୍ଦେ ଅତି,ଜଗନ୍ନାଥ ପଦେ କରି ପ୍ରଣତି,କରୁଛନ୍ତି ନିବେଦନ ଯେ,କରନ୍ତୁ ସମ୍ରାଟ ଷଷ୍ଠ ଜର୍ଜ ସୁଖେବହୁବର୍ଷ ରାଜପଣ ଯେ ।
-୧୦-
ନଭେ ଘନରଥେ ଅମରୀଗଣ,ଗାଉଛନ୍ତି ତୁମ୍ଭ ଅଭିନନ୍ଦନ,ପାରିଜାତ ଫୁଲ ତୋଳି ଅପ୍ ସରୀ,ବର୍ଷୁଛନ୍ତି ତବ ମସ୍ତକୋପରି,ଆନନ୍ଦେ ହୋଇ ଅଥୟ ଯେ,ଉଚ୍ଚାରୁଅଛନ୍ତି ଭାରତ-ସମ୍ରାଟଜୟ ଷଷ୍ଠ ଜର୍ଜ ଜୟ ଯେ ।
-୧୧-
ପଡ଼ୁ ତବ ରାଜ୍ୟେ ସୁଗ୍ରହ ଦୃଷ୍ଟି,କରନ୍ତୁ ବାରିଦେ ସୁବର୍ଣ୍ଣ ବୃଷ୍ଚି,ବହୁ ଚିରକାଳ ମଳୟବାୟୁ,ବଢ଼ୁ ତବ ଯଶ ପ୍ରତିଷ୍ଠା ଆୟୁଶସ୍ୟଲକ୍ଷ୍ମୀ ନିରନ୍ତରେ ଯେ,ବିସ୍ତାରୁ ସୁହାସ୍ୟ ପରିପୂର୍ଣ୍ଣ ହୋଇପ୍ରତି କେଦାରେ ପ୍ରାନ୍ତରେ ଯେ ।
-୧୨-
ରାଜରାଜେଶ୍ୱରୀ ଏଲିଜାବେଥ,ଉଡ଼ୁ ବିଶ୍ୱେ ତବ ବିଜୟନେତ,ଯୋଗ୍ୟ ପତିଙ୍କର ଯୋଗ୍ୟ ବନିତା,କ୍ରେତାରେ ଯେସନ ଶ୍ରୀରାମ ସୀତା,ସୁଖେ ପତିପତ୍ନୀ ବେନି ଯେ,ଶତାଧିକ ବର୍ଷ ସାମ୍ରାଜ୍ୟ ପାଳନକର ପୁତ୍ର ପୌତ୍ର ଘେନି ଯେ ।ପୂର୍ଣ୍ଣଚନ୍ଦ୍ର ଭାଷାକୋଷବହି ବକ୍ଷେ ବେନି ଲକ୍ଷ ଶବ୍ଦ ସୁସମ୍ପଦପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଶବ୍ଦ-ପକ୍ଷପତି,ବାସନ୍ତୀ ପୂର୍ଣ୍ଣିମାନିଶା ପୂର୍ଣ୍ଣଚନ୍ଦ୍ର ପ୍ରାୟଉତ୍କଳ-ସାହିତ୍ୟ-ନଭ କରେ ଆଲୋକିତ ।ଉତ୍କଳୀୟ ଶବ୍ଦ-ବୃନ୍ତେ ଫୁଟିଛି ତ୍ରିବିଧପୁଷ୍ପ, ବଙ୍ଗ ହିନ୍ଦୀ ପୁଣି ସମୃଦ୍ଧ ଇଂରାଜୀ,ଫୁଟେ ଯଥା କାବ୍ୟ-ବୃନ୍ତେ ରସ, ଭାବ, ଅର୍ଥ,ଚହଟେ ସୌରଭ ତାର ଦିଗଦିଗନ୍ତରେ ।ଆଘ୍ରାଣି ତା’ ସ୍ତବ୍ଧ ମୁଗ୍ଧ ପାଶ୍ଚାତ୍ୟ ମଣ୍ଡଳ,(ସମୁନ୍ନତ ଶୁଭାଦର୍ଶେ ଶିକ୍ଷା ସଭ୍ୟତାରେ)ସମାପ୍ତ ସେ ସପ୍ତଖଣ୍ଡେ, ସପ୍ତ ସିନ୍ଧୁ ସମବିରାଟ ବିଶାଳକାୟ, ବହିଛି ଉଦରେବିବିଧ ରତନ ମୁକ୍ତା, ମାଣିକ୍ୟ ପ୍ରବାଳ,ମହାର୍ହ ବିଭବ ତାହା ଦିବ୍ୟ ଜ୍ୟୋତିର୍ମୟ ।ଦେବଭୂମି ଏ ଉତ୍କଳ, ସୁତୀର୍ଥମାଳିନୀ,-ହେଉ ପଛେ ଦୀନା, ମାତ୍ର ଗୁଣେ ଗରୀୟସୀ,ତାର ସାରସ୍ୱତ ଶକ୍ତି, ସୂକ୍ଷ୍ମ ପ୍ରତିଭାରମାନଦଣ୍ଡ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗ୍ରନ୍ଥ ।ଦେବୀ ବିଶ୍ୱ-ଭାରତୀଙ୍କ ମହାଦରବାରେଲଭିଛି ଉତ୍କଳ ଭାଷା ଗୌରବ ଆସନ,ନିରେଖି ଏ ଦୃଶ୍ୟ, ଗର୍ବେ ସ୍ଫୀତ ବକ୍ଷ ଆଜିଉତ୍କଳ କୋବିଦକୁଳ ଉଲ୍ଲାସେ ଅଧୀର ।ଉଠୁଅଛି ଧନ୍ୟବାଦ ଭାଷାକୋଷ ନାମେଜୟଧ୍ୱନି ସହ, ତାର ପୂଣ୍ୟ ପ୍ରତିଧ୍ୱନିମିଶି ସେ ଧ୍ୱନିରେ, କରେ ପୃଥୁଳ ତାହାକୁ;ଅମର ଦୁନ୍ଦୁଭି ବାଜେ ତ୍ରିଦିବେ ତା ନାମେ ।ପ୍ରହରାଜ ଉପାଧିକ ହେ ଗୋପାଳଚନ୍ଦ୍ର,କର୍ମଯୋଗୀ ତୁମ୍ଭେ, ଚିର କର୍ମ ଉପାସକ,ପଞ୍ଚବିଂଶ ବର୍ଷବ୍ୟାପୀ ତୀବ୍ର ଯୋଗବଳେସୃଜିଲ ଯେ ସୁବିରାଟ ଶବ୍ଦ-ହିମାଳୟ,ହେରି ତାର ତୁଙ୍ଗ ଶୃଙ୍ଗ ବହୁଦୂରୁ ଜନେନମିବେ ସମ୍ଭ୍ରମେ ତାକୁ ଯୋଡ଼ି ବେନି କର ।ରଚିଗଲ ତୁମ୍ଭେ ନିଜେ ସ୍ମୃତିସ୍ତମ୍ଭ ତବ,ରହିଲା ତୁମ୍ଭର ମୂର୍ତ୍ତି ତୁମ୍ଭ କର୍ମ ମଧ୍ୟେନେତ୍ରଧାରୀ ଉପମୂର୍ତ୍ତି ନେତ୍ର ମଧ୍ୟେ ଯଥା,ତୁମ୍ଭର ଏ ଗ୍ରନ୍ଥପୁତ୍ର ରଖିବ ତୁମ୍ଭଙ୍କୁଯୁଗେ ଯୁଗେ କୃତିବର, କରିଣ ଅମର ।ଉତ୍କଳର ଭବିଷ୍ୟତ ବଂଶଧରଗଣନିର୍ମାଣି ସୁବର୍ଣ୍ଣେ ତବ ସୌମ୍ୟ ଦେବମୂର୍ତ୍ତି,ପୂଜିବେ ଭକ୍ତିରେ ସ୍ଥାପି ସୁବର୍ଣ୍ଣ ଦେଉଳେ ।ନ ଚାହିଁ ଶରୀରେ, ପ୍ରାଣେ ଯାହାଙ୍କ ସକାଶେକଲ ତୁମ୍ଭେ ଆୟୁକ୍ଷୟ, ସେ କୃତଜ୍ଞ ଜନେବୁଝିବେ ତୁମ୍ଭର ମୂଲ୍ୟ, ମହତ୍ତ୍ୱ ନିଶ୍ଚୟ ।ତୁମ୍ଭର ଅଦ୍ଭୁତ ଧୈର୍ଯ୍ୟ, ଅସୀମ ସାହସତ୍ୟାଗ, ଦାନ, ସହିଷ୍ଣୁତା, ସଙ୍କଳ୍ପ ଦୃଢ଼ତା,ଏ ଆଦି ବିଶିଷ୍ଟ ଶୁଭ ସୁଗୁଣନିଚୟେକରିଣ ଆଦର୍ଶ, ଧରି ଉଚ୍ଚ ଲକ୍ଷ୍ୟ ତବହେବେ ସର୍ବେ କର୍ମଯୋଗେ ନିରତ ସତତ ।ଢାଳିବେ ପୟରେ ତବ ଭକ୍ତିପୁଷ୍ପାଞ୍ଜଳି,ବରେଣ୍ୟ ଅମର ଜ୍ଞାନେ, ଅର୍ପିବେ ଆରତିଜାଳି ଶ୍ରଦ୍ଧା ଦୀପାବଳୀ ପ୍ରୀତି ଜ୍ୟୋତିର୍ମୟ,ଅମର ଯାହାର କୀର୍ତ୍ତି ସେହି ତ ଅମର ।ମାହେନ୍ଦ୍ର ମୁହୂର୍ତ୍ତେ ଦେବୀ ଉତ୍କଳ ଭାରତୀତୁମ୍ଭ ଭଳି ପୁତ୍ରରତ୍ନ ଲଭିଥିଲେ ଅଙ୍କେ,ଉଜ୍ଜ୍ୱଳିଲ ମାତୃମୁଖ ତୁମ୍ଭେ ନିଜ ଗୁଣେ ।ଧରିଥିଲ ଶୁଭକ୍ଷଣେ ହେ ଭାରତୀଶିଷ୍ୟମାତୃପୂଜା ବ୍ରତ, ତାହା ନିର୍ବାହ ନିମନ୍ତେବନ୍ଧା ଦେଲ ବାସଗୃହେ, କି ଅଦ୍ଭୁତ ତ୍ୟାଗ,ମାତୃପୂଜା ସହ କଲ ତ୍ୟାଗ ପୂଜା ଦେବ,ଏହା ସିନା ବିଶେଷତ୍ୱ ଉଚ୍ଚ ଆଦର୍ଶର ।ସାରସ୍ୱତ ପ୍ରତିଭାରେ ମୁଗ୍ଧ ହୋଇ ତବରାଜରାଜେଶ୍ୱର-ମହାମହିମାଭୂଷଣ,ଅର୍ପିଲେ ତୁମ୍ଭଙ୍କୁ ଉଚ୍ଚ ଗୌରବ ଉପାଧି-ରାୟବାହାଦୁର, ରତ୍ନ ଜଡ଼ିତ କାଞ୍ଚନେ ।ଆବର ପିନ୍ଧାଇ ଦେଲେ ମସ୍ତକେ ତୁମ୍ଭରଆନ୍ଧ୍ର ଭାରତୀତୀର୍ଥର ବରେଣ୍ୟ ପଣ୍ଡିତେସାହିତ୍ୟ-ବିଶାରଦାଖ୍ୟ ଉପାଧି-ମୁକୁଟ,ବୁଝନ୍ତି ଗୁଣିକେ ସିନା ଗୁଣର ଗୌରବ ।ହେ ମହାସାଧକ, କୀର୍ତ୍ତି କି ବର୍ଣ୍ଣିବି ତବ,ସ୍ମରି ତବ ସୁକଠୋର ଅଖଣ୍ଡ ତପସ୍ୟାନତ ହୁଏ ସ୍ୱତଃ ଶିର ପାଦମୂଳେ ତବ,ଘେନ ମୋର କୃତଜ୍ଞତା, ଭକ୍ତ୍ୟଭିନନ୍ଦନ ।ବର୍ଷନିମନ୍ତ୍ରଣଆସ ନବରାଜା ନବୀନ ପ୍ରବାସୀନବବନ୍ଧୁ ନବବର୍ଷବହି ଆଣ ଦେବ ନବବର୍ଷ ସହନବୀନ ଶୁଭ ଆଦର୍ଶ ।ମଣ୍ଡିଯାଇଅଛି ଋତୁ-ଅଧିରାଜତବ ବିଶ୍ୱ-ରାଜସଭା,ରଖିଯାଇଅଛି ପଲ୍ଲବେ କୁସୁମେସ୍ୱର୍ଗୀୟ ସୁଷମା ପ୍ରଭା ।ମାତୃକୋଳେ ବସି ଝୁଲୁଅଛି ବନେବନସ୍ପତି ଜେମା ଫୁଲ,ସୁନ୍ଦରୀ ସାମ୍ରାଜ୍ୟ- ଚକ୍ରବର୍ତ୍ତିନୀ ସେସେହି ଏକା ତାହା ତୁଲ ।ବସାଇଅଛନ୍ତି ବିହଙ୍ଗମେ ତବଆଗମନୀ ନହବତ,ଗୁଣୁ ଗୁଣୁ ସ୍ୱରେ ଗାଉଛି ଭ୍ରମରସ୍ୱାଗତ ଗୀତ ଶାଶ୍ୱତ ।ବିଜେ ହୁଅ ଦେବ, ଘେନି ଏ ବିଶ୍ୱରପ୍ରଥମ ଶ୍ରଦ୍ଧା ସମ୍ମାନ,ତବ ରାଜପଣ କରୁ ଜଗତକୁନବୀନ ସମ୍ପଦ ଦାନ ।ହେ କାଳ-ଦାୟାଦ, ଖୋଲିଦିଅ ନବ-ଉନ୍ନତି-ମଣି ମଞ୍ଜୁଷା,କର ଆନୟନ ହେ ନବ ହାୟନ,ମଙ୍ଗଳର ନବ ଉଷା ।ପ୍ରାଣେ ନବ ଆଶା ତୁଣ୍ଡେ ନବ ଭାଷାଅର୍ପ ନବ ଭାଗ୍ୟବିଧି,ହୃଦୟରେ ଦିଅ ସଜୀବ ବିଶ୍ୱାସସାଧନାରେ ଦିଅ ସିଦ୍ଧି ।ଅତୀତର ବ୍ୟଥା ଅତୀତର କଥାନିଅ ମାନସରୁ ହରି,ଅତୀତ ସାଗରେ ମିଶିଯାଉ ସବୁଅତୀତ ଦୁଃଖ-ଲହରୀ ।ରଖିଯାଅ କୀର୍ତ୍ତି ଆଜୀବନ ରହିନିରତ ମଙ୍ଗଳୋତ୍ସବେ,କୀର୍ତ୍ତି ହିଁ ଅମୃତ କୀର୍ତ୍ତିବନ୍ତ ଜନଅମର ନିଶ୍ଚେ ଏ ଭବେ ।ପ୍ରକୃତି ନହବତ(ବର୍ଷା ରଜନୀରେ ଭେକ ପ୍ରଭୃତିଙ୍କର ଆନନ୍ଦକୋଳାହଳ ଉପଲକ୍ଷେ ଲିଖିତ)ଲାଗିଛି ପ୍ରକୃତି ଗୃହେ କି ଉତ୍ସବ ଆଜି,ବସିଅଛି ନହବତ ଶତ ଶତ ଲକ୍ଷ,ବାଜୁଛି ବିବିଧ ବାଦ୍ୟ ବିଶୃଙ୍ଖଳ ତାଳେ,ମାତ୍ର ସେହି ବିଶୃଙ୍ଖଳା, ବେତାଳ ମଧ୍ୟରେମୂର୍ତ୍ତିମତୀ, ପ୍ରାଣବତୀ, ମୁଗ୍ଧ ମଧୁରିମା ।ସମଧିକ ପ୍ରୀତିପ୍ରଦ, ଆବର ସୁନ୍ଦରପଙ୍କ୍ତିବଦ୍ଧ ଉପବନୁ ମୁକ୍ତ ଅରଣ୍ୟାନୀ,ନୁହେଁ କି କୃତ୍ରିମ ବଳି ନିସର୍ଗ ସୁନ୍ଦର ।ଭେକ ଶମ୍ବୁକାଦି ସ୍ୱର, ଆହା କି ମଧୁର,ନାହିଁ ସେ ମାଧୁର୍ଯ୍ୟ ମୋହ ପ୍ରାକୃତ ବାଦିତ୍ରେ,ପୁଷ୍ପର ଲାଳିମା, ଗନ୍ଧ, ମଧୁ ମକରନ୍ଦ,ମିଳିବ କାକତରଚୀ ଫୁଲରେ ବା କାହୁଁ ।ବିବାହ ମଙ୍ଗଳ ଲଗ୍ନ ପରା ଆଜି ରାତ୍ରେ--ସୁକୁମାରୀ ଶେଫାଳିକା-ପ୍ରକୃତି କନ୍ୟାର,ଦିବାକୀର୍ତ୍ତି ନାରୀ ପ୍ରାୟ ପ୍ରାତେ କାଦମ୍ବିନୀଦେଇଛି କୋଇଲିବୁଡ଼ ଗଳାଇ ତାହାକୁ,ଶୁଭୁଅଛି ଘନ ଘନ ଭେକ ହୁଳାହୁଳୀ,ବାଉଛି ମଙ୍ଗଳ ଶଙ୍ଖ ଊର୍ଦ୍ଧ୍ୱେ ଘଡ଼ଘଡ଼ି ।ଶ୍ୟାମ ସୁଲଳିତ ତନୁ ଶରତ ସହିତେ,ରକ୍ତବୃନ୍ତ ଶେଫାଳୀର ଲାଗିଛି ବିବାହ,ଭାରାକ୍ରାନ୍ତ କନ୍ୟାଅଙ୍ଗ ଅଳଙ୍କାର ଭାରେ,ସଧବା ମଣ୍ଡଳୀ ତୁଲ୍ୟ ଦିଗ୍ବଧୂ ନିକରବନ୍ଦାନ୍ତି ସେ କନ୍ୟାବରେ ବିଦ୍ୟୁ-ସ୍ୱର୍ଣ୍ଣଦୀପେ,ଦେଉଛନ୍ତି କନ୍ୟାମାତା କାନନ ପ୍ରକୃତି,ନବୀନ ଜାମାତା କରେ ସ୍ୱକନ୍ୟା ସଅଁପି,ବିହଙ୍ଗ କାକଳି ଛଳେ ନେଉଛନ୍ତି ମାଗିଅଲେଳ କନ୍ୟାର ଭାବୀ ଦଶଦୋଷ କ୍ଷମା ।ଉତ୍ସବ-ମୁଖରା ଆଜି ବର୍ଷା ତମସ୍ୱିନୀ,ଜାଳୁଛନ୍ତି ଜ୍ୟୋତିରିଙ୍ଗେ ରୁଷୁନି ଆଲୋକ,ପ୍ରକୃତି ଉତ୍ସବେ ମତ୍ତ, ତେଜି କ୍ଷୁଧା ତୃଷା ।ମହାପୂଜାଦେଖ ଦେଖ ଊର୍ଦ୍ଧ୍ୱୁ ଜଗଦମ୍ବା ଦୁର୍ଗାହେଉଛନ୍ତି ଅବତୀର୍ଣ୍ଣ,ବିଦାୟ ବାଜଣା ଶୁଭୁଛି ତ୍ରିଦିବୁଗଗନ କରି ବିଦୀର୍ଣ୍ଣ ।ଭକ୍ତି ଆକର୍ଷିଣୀ ଦଶଭୁଜା ମୂର୍ତ୍ତିସୁବର୍ଣ୍ଣ ହୁର୍ଯ୍ୟକ୍ଷେ ବିଜେ,ଉଛୁଳି ଉଠୁଛି ମହିମା-ମୟୂଖଚାରୁ ଆସ୍ୟ-ସରସିଜେ ।କରାଉଅଛନ୍ତି ସାଡ଼ମ୍ବରେ ବିଜେଶାରଦୀ ସୁଷମା-ଟିକା,ବିଞ୍ଚି ବିଞ୍ଚି ପଥେ ଅଞ୍ଜଳି ଅଞ୍ଜଳିରଙ୍ଗବୃନ୍ତ ଶେଫାଳିକା ।ସିଞ୍ଚିଦେଇ ଘନ ଘନ ଘନ ପୁଣ୍ୟଦେବ ତୀର୍ଥବାରି ଶିରେ,କରେ ଅଭିଷିକ୍ତ ରାଜରାଜେଶ୍ୱରୀଗୌରବିତ ପଦବୀରେ ।ଗଗନ-ସୁନ୍ଦରୀ- କାଞ୍ଚନ ପ୍ରଦୀପେକରୁଛି ମଙ୍ଗଳାଳତି,ବିହଗ କାକଳି- ଛଳେ ହୁଳାହୁଳୀବିହନ୍ତି ଦିଗାଳି ସତୀ ।ଅଗାଧ ସଲିଳ ମଧ୍ୟେ କମଳିନୀଆଚରେ କଠୋର ତପ,ବହିବାକୁ ଶିରେ ବିଶ୍ୱରାଣୀ ପାଦବାନ୍ଧିଛି ଦୃଢ଼ ସଙ୍କଳ୍ପ ।ଖଟଣୀ ଆଶାରେ ଚାହିଁଛି ଆତୁରେଶ୍ୟାମାଙ୍ଗୀ ଅପରାଜିତା,ପିଠଉ ପାଣିରେ ଶ୍ୱେତ ଦୂର୍ବାରାଶିଲେଖୁଛି ମହୀରେ ଚିତା ।ମାତୃ ଆଗମନେ ମଧୁର ମାତୃତ୍ୱଫୁଟି ଉଠିଅଛି ଭବେ,ତଟିନୀ ବକ୍ଷରେ ତରୁଲତା ଦେହେକୁସୁମେ ନବପଲ୍ଲବେ ।ଆସ ମା ଭାରତେ ଭାରତବତ୍ସଳାଗିରୀନ୍ଦ୍ର ପ୍ରାଣ ତନୁଜା,ସଦୟେ ସସ୍ନେହେ କର ମା ଗ୍ରହଣଭକ୍ତଜନ ପ୍ରୀତିପୂଜା ।ଦାନବଦଳିନୀ ଭାରତର ଦୈନ୍ୟ-ଅଜ୍ଞାନ-ଦାନବ କଳେ,ସଂହାର ସମୂଳେ କାଳ ରୂପ ତବ-କରଶୋଭୀ ମହାଶୂଳେ ।ଯମୁନା ନଦୀଏହି କି କଳିନ୍ଦ କନ୍ୟା ସେ କାଳିନ୍ଦୀ ନଦୀ,ଯା ସ୍ମରଣେ ସ୍ମୃତି-ସିନ୍ଧୁ ହୋଇ ବିମନ୍ଥିତଭାସିଉଠେ କୋଟି କୋଟି ଅତୀତ ଗିରିମା ।ଏହି କି ସେ ଯମୁନା, ଯା ତୀର କୁଞ୍ଜବନେବିରଚିଲେ ରାସଲୀଳା ସଙ୍ଗିନୀ ଗହଣେରାଈ ରାଜଜେମାଦେଈ, ନନ୍ଦରାଜ ସୁତରସରାଜ କୃଷ୍ଣସହ, ପ୍ରେମରସେ ମାତି ।ଯମୁନେ, ସେକାଳେ ତୀରେ ବସିଥିଲା ତୋରଅନନ୍ତ ଆନନ୍ଦମେଳା ମହାମହୋତ୍ସବ,ବାଜି ଉଠୁଥିଲା ପ୍ରେମ ମୋହନ ମୁରଲୀ,ଶୁଣି ସେହି ଚିତ୍ତୋନ୍ମାଦୀ ଇଚ୍ଚାଟ ସୁସ୍ୱରବହୁଥିଲୁ ଉଜାଣି ତୁ ଆତ୍ମହରା ପ୍ରେମେ ।ଶୁକମୁଖନିଗଦିତ ପୁଣ୍ୟ ପ୍ରେମଶ୍ଳୋକେହେଉଥିଲା ମୁଖରିତ ତୀରବନ ତୋର,ସେ ଶ୍ଳୋକର ଭାବରସ ଗଭୀର ମଧୁର,କି ଉଦାର ଅପ୍ରାକୃତ ସେ ପ୍ରେମ ସଙ୍ଗୀତ ।ସେକାଳେ ଯମୁନେ, ଧରା ହୋଇଥିଲା ସ୍ୱର୍ଗ,ସ୍ୱର୍ଗ ହୋଇଥିଲା ଧରା, କିମ୍ବା ହୋଇଥିଲାଧରା ସ୍ୱର୍ଗ ମିଶି ଏକ, ପ୍ରେମର ମିଳନେ ।କଲାବେଳେ ଗୋପବାଳା ତୋ ନୀରେ ସିନାନ,ନିନ୍ଦୁଥିଲା ସେ ସୁଷମା ଘନେ ବିଜଡ଼ିତସ୍ୱର୍ଣ୍ଣାଙ୍ଗୀ ଆଲୋକରାଣୀ ବିଜୁଳି ଉପମା,ତାଙ୍କ ଦେହ ସଂଲେପିତ କସ୍ତୁରିକା ପଙ୍କେଅବଧି ସୌରଭମୟ କୃଷ୍ଣାଭ ତୋ ନୀର ।କହ ଲୋ ଯମୁନେ, ଭଲା କହ ସତ୍ୟ କରି,ବାଜୁଛି ତ ତୋ ପୁଲିନେ ଅଦ୍ୟାପି ମୁରଲୀ,କରୁଛି ତୋ କର୍ଣ୍ଣେ ଆର୍ଦ୍ର, ମାତ୍ର ଋଷିକନ୍ୟେ,ହେଉଛି କି ଦୂର ତୋର ଅନ୍ତର ଶୁଷ୍କତାତହିଁ ପୂର୍ବ ପରି ? ଏବେ ଅଭାବ ତୋ ପ୍ରାଣେସେ ସମ୍ପଦ, ସେ ଗୌରବ, ସେ ମହାସୌଭାଗ୍ୟ ।କାହିଁରେ ବା ତଟେଶ୍ୱରି, ନାହିଁ ଲୋ ଅଭାବ ?ସ୍ୱପ୍ନର ସତ୍ୟତା ନାହିଁ-ସଙ୍ଗୀତର ରୂପ,ସ୍ୱାଦ ନାହିଁ ସୁଗନ୍ଧର, ଅପୂର୍ଣ୍ଣ ଏ ବିଶ୍ୱ,ସୌଭାଗ୍ୟ-ଭାସ୍କର ତୋର ଅସ୍ତାଚଳେ ଏବେ ।ନାହାନ୍ତି ତ କାହ୍ନୁ ଆଉ, ହାୟ ହତଭାଗି,କି ଗରଜ କାହାର ଲୋ ଦେଖିବ ସେ ତୋତେ,କାହ୍ନୁ ବିନା ଗୋପଶିରୀ ଯାଇଅଛି ତୁଟି,କିନ୍ତୁ ତୋ ଅତୀତ ସ୍ମୃତି ଚିର ଅନଶ୍ୱର ।ଜୀଇବୁ ତୁ ଯେତେ କାଳ, ତେତେ କାଳ ଯାଏଁସେହି ସ୍ମୃତି ହେବ ତୋର ଆଶାର ସଙ୍ଖାଳି ।ସଫଳ ତରୁକି ସୁନ୍ଦର ତରୁବର ଦିଶୁଛୁ ତୁ ଏବେହୋଇ ଫଳେ ଆନମିତ ଚିନ୍ତାଶୀଳ ଯଥାବହୁ ଚିନ୍ତାଭାରାକ୍ରାନ୍ତ ଆଦିବାଶର୍ବରୀ ।କେତେ ଚିନ୍ତା ପରିପକ୍ୱ, ପିଙ୍ଗଳ, ସୁସ୍ୱାଦ,କେତେ ଦରପକ୍ୱ, ଅମ୍ଳ, ବର୍ଣ୍ଣେ ଆପିଙ୍ଗଳ,କେତେ ଅବା ଶୁଷ୍କ ହୋଇ ଲାଗିଥାଏ ବୃନ୍ତେ,କସିବେଳୁ କେତେ ଝଡ଼ି ହୋଇଯାଏ ମାଟି ।ନତୁବା ତୁ ବହୁପୋଷୀ, ସ୍ୱୀୟ ରକ୍ତଦାନେପୋଷିଅଛୁ ପୋଷ୍ୟବର୍ଗେ, ଉଦାର ଅନ୍ତରେ,ସହି ଖରା, ବର୍ଷା, ଶୀତ, ବିବିଧ କଷଣ ।ବହୁ ସନ୍ତାନର ପିତା ତୁହି ତରୁରାଜ,ସନ୍ତାନେ ତୋହର କେହି ଦୁଷ୍ଟ, ଅର୍ଦ୍ଧଶିଷ୍ଟ,କେହି ଚିର ଅକର୍ମଣ୍ୟ, ଆବର କେହିବାମଙ୍ଗଳୁ ମଙ୍ଗଳ ଜାତ ପ୍ରାୟ, ତୋହୋପରି,ଧରନ୍ତି ସେ ପରହିତେ ଜୀବନ, ଶରୀର,ପୋଷନ୍ତି ସେ ପରପ୍ରାଣ ଆତ୍ମବଳି ଦାନେ ।କି ଆନନ୍ଦ କି ସନ୍ତୋଷ ଖେଳେ ତୋ ହୃଦୟେଜାଣୁ ତୁ ତା ଏକା ଯେଣୁ ସୁପୁତ୍ର ଜନକ,ପୁତ୍ର ଯଶେ, ପୁତ୍ର ଜ୍ଞାନେ, ପୁତ୍ରର ଗୌରବେନ ମଣେ ଆତ୍ମପ୍ରସାଦ କେବଣ ଜନକ ?କଳ୍ପତରୁ ସମ ଦାତା ତୁହି ତରୁମଣି,ନାହିଁ ଶବ୍ଦ ନାହିଁ ତୋର ଦାନ-ଅଭିଧାନେ,କରୁ ତୁ ସନ୍ତାନ ଦାନ ନିର୍ବିକାର ଚିତ୍ତେଯାଚକ ଅତିଥି ପ୍ରତି, ଦାତାକର୍ଣ୍ଣ ପ୍ରାୟ ।ହୃଦୟୀ ତୁ ଅଛି ତୋର ପୁଣ୍ୟ ଦେବ ହୃଦ,ଆତ୍ମଦାନେ ଅକୁଣ୍ଠିତ ଦଧୀଚି ସଙ୍କାଶବିଶ୍ୱହିତେ, ଦୟାକ୍ଷମା ପିଣ୍ଡପ୍ରାଣ ତୋର,ବିଶ୍ୱରେ ଆଦର୍ଶ ଗୃହୀ, ଆଦର୍ଶ ଯୋଗୀ ତୁ ।ସ୍ୱାର୍ଥବିଷେ ଆତ୍ମା ଯାର ନୁହେଁ ବିସର୍ପିତ,ସେବା ଯାର ଏକମାତ୍ର ପ୍ରିୟତମ ବ୍ରତପାତ୍ରାପାତ୍ର ନିର୍ବିଶେଷେ ସେ ସମଦର୍ଶୀରପବିତ୍ର ଜୀବନ ଧନ୍ୟ, ଶରୀର ସାର୍ଥକ ।ପାଦପ, ତୁ ରୂପାନ୍ତର ଦେବତା କି ଋଷି,ଅଥବା ଏ ବେନିଙ୍କର ମହତ୍ତ୍ୱର ମୂର୍ତ୍ତି,ପୁଚ୍ଛିବି କାହାକୁ ଏହା, କେ ଦେବ ଉତ୍ତର,କିଏ ଅବା ଦେଖାଇବ ଅନ୍ଧାରେ ଆଲୋକ,ପାରୁ ନାହିଁ ଜାଣି ଖାଲି ଉପକାରୀ ଜ୍ଞାନେପ୍ରକାଶୁଛି ହୃଦୟର କୋଟି କୃତଜ୍ଞତା,ମୌନ ଯତି, ଶିର ଚାଳି କଲେ ତା ଗ୍ରହଣ,ହେବି ମୁଁ ସାଫଲ୍ୟସିକ୍ତ ଗୌରବେ ଗର୍ବିତ ।ଅର୍ଥଭୂତଳେ ଅତୁଳ ଏକା ଅର୍ଥର କ୍ଷମତା,ଅର୍ଥବଳେ କିଣିହୁଏ ପ୍ରତିଭା ଯୋଗ୍ୟତା ।କୁରୂପର ରୂପ ଅର୍ଥ, ନିର୍ଗୁଣର ଗୁଣ,ଗଣାହୁଏ ଅର୍ଥ ହେତୁ ମହାଦ୍ରୁମେ ତୃଣ ।ଜନ୍ମହୁଣ୍ଡା କାଣ୍ଡଜ୍ଞାନ ଚିରବିବର୍ଜିତ,କରିଦିଏ ଅର୍ଥ ତାକୁ ଦିଗ୍ଗଜ ପଣ୍ଡିତ ।ଧନ୍ୟ ତୁ ରେ ଅର୍ଥ, ତୋର ଅଦ୍ଭୁତ କରଣୀ,ଅଙ୍ଗାରକୁ ସୁନା କରୁ ଛାଇ ଦେଇ ପନି ।ତୋ କୃପାରେ ପରିଣତ ବ୍ରାହ୍ମଣେ ଶ୍ୱପଚ,ଦୁର୍ଜନ ଶରୀରେ ତୁହି କୁଳିଶ କବଚ ।ତୋହର ଯେ କୃପାପାତ୍ର ନାହିଁ ତାର ଭୟ,ମିଛେ, ପାପେ, ଦୁରାଚାରେ ସର୍ବତ୍ର ତା ଜୟ ।ଆନୃପଭିକ୍ଷୁକ, ଅର୍ଥ ! କେ ନୁହେଁ ତୋ ବଶ,ମାତ୍ର ଏକା ଚିତ୍ରପୁପ୍ତ ନ ଗଣେ ତୋ ଯଶ ।ବଡ଼ ରାଢ଼, ଜଳିଉଠେ ଲାଞ୍ଚ ନାମ ଶୁଣି,ଯାଚେ ଯେ ତା ପୃଷ୍ଠେ ହାଣେ ନିର୍ଘାତ କହୁଣି ।ଶୁଣେ ନାହିଁ କାହାର ସେ ସ୍ତୁତି କିମ୍ବା କାକୁ,ନ କରେ ସେ ଜୁଇଁ ପରି ଆଦର କାହାକୁ ।ଅର୍ଥୀ କିମ୍ବା ଅର୍ଥହୀନେ ଦଣ୍ଡେ ଦୋଷ ଜାଣିକାହାକୁ ସେ ନ ସଙ୍ଖୋଳେ ଦେଇ ପିଢ଼ାପାଣି ।ଚଢ଼ା ପଛେ ଯେତେ ପୁଟ, ଅର୍ଥ ! ପାପି ଦେହେ,ବାରିଦେବ ପାପୀ ବୋଲି ତାକୁ ସେ ତେବେହେଁ ।କାର ସାଧ୍ୟ, ଦେବ ଭଲା ଧୂଳି ତାହା ନେତ୍ରେ,ଭାଙ୍ଗିଦେବ ବାଲିଙ୍ଗି ସେ ପିଟି ଲୌହ ବେତ୍ରେ ।ନ ଚଳିବ ତାହା କତି କାହାରି ଚାତୁରୀ,ପଣ୍ଡ ହେବ ଭଣ୍ଡପଣ, ବ୍ୟର୍ଥ ବାହାଦୁରୀ ।ଚାଟୁକାର ଭୃତ୍ୟେ ତହିଁ ଥିବେ ନାହିଁ ପାଖେ,କହିବେ ମଣିମା ଛାମୁ କଥାକେ କଥାକେ ।ଏକା ସେହି ଚିତ୍ରଗୁପ୍ତ ପୟରେ ତୁ ଅର୍ଥ,ପରାଜିତ ନତଶିର ଅବଜ୍ଞାତ ବ୍ୟର୍ଥ ।ଯୋଗ ବିଦ୍ୟାଅସାଧ୍ୟ ସାଧନଦକ୍ଷା ଦେବୀ ଯୋଗବିଦ୍ୟେ,ତୁମ୍ଭେ ଏକା ବିଶ୍ୱସ୍ତୁତା ଶକ୍ତି ଭାରତର ।ସାର ମହାବିଦ୍ୟା ତୁମ୍ଭେ, ଅମର-ନମସ୍ୟା,ବିଧିଦତ୍ତ ଆଶାତୀତ କୃପା ମହାଦାନଭାରତ ଭାଗ୍ୟରେ ତାର ସୌଭାଗ୍ୟ-ଦେଉଳଜ୍ୟୋତିର୍ମୟ ତବ ହୈମ ଅମୃତଜ୍ୟୋତିରେ ।ଥିଲା ଯେବେ ଦିନ, ତେବେ ଏ ପୁଣ୍ୟ ଭାରତେ(ଯୋଗବିଦ୍ୟା, ଯୋଗପ୍ରାଣ-ଯୋଗି-ପ୍ରିୟବାସ)ଲାଗିଥିଲା ଅହର୍ଯାମୀ ମହାପୂଜା ତବନୀରବ ଉତ୍ସବେ, ବନେ, ପ୍ରାସାଦେ, କୁଟୀରେ ।ସେ ପୂଜାରୁ ଜନ୍ମୁଥିଲା ଯେଉଁ ମହାଶକ୍ତିଦେଖୁଥିଲା ବିଶ୍ୱ ତାକୁ ବିସ୍ମୟ ନେତ୍ରରେ,ସେହି ଶକ୍ତି ଭାରତର ସବଳ ଜୀବନ,ସେହି ଶକ୍ତି ଭାରତତ୍ୱ ଥିଲା ଭାରତର ।ଯୋଗବିଦ୍ୟେ, ଆଧ୍ୟାତ୍ମିକ ରାଜ୍ୟ ଏ ଭାରତ,ମହିମିତ ଆଧ୍ୟାତ୍ମିକୀ ମହାଶକ୍ତି ବଳେ,କରିଥିଲା ସେହି ଶକ୍ତି, ସେ ଅଦ୍ଭୁତ ଶକ୍ତିଦେବତୀର୍ଥେ ପରିଣତ ଦେବସ୍ତୁତ ତା’କୁ ।କିନ୍ତୁ ହାୟ, ନାହିଁ ଦେବି, ସେ ଅଦୃଷ୍ଟ ଆଉଭାରତର, ଏବେ ସେହୁ ହତଶ୍ରୀ ଅଶକ୍ତ ।ହେରି ତା ମହିମା ଆଉ ଚକିତ ନୟନେହେଉ ନାହିଁ ସ୍ତବ୍ଧ ମୁଗ୍ଧ ଏବେ ଏ ଜଗତ,ଗଲ ତୁମ୍ଭେ ଉପଯୁକ୍ତ ପୂଜକ ଅଭାବେଛାଡ଼ି ଏ ଭାରତେ, ଦେବି, ତବ ସଙ୍ଗେ ସଙ୍ଗେଗଲା ଚାଲି ଭାରତର ଆଧ୍ୟାତ୍ମିକ ଶକ୍ତି,ହୋଇଗଲା ରୁଦ୍ଧ ତାର ଉନ୍ନତି ପ୍ରବାହ ।ଆସିବ କି ଫେରି, ଦେବି, ଆସିବ କି ସତେସେ ଅତୀତ ଆର୍ଷଯୁଗ ପରମ-ପାବନ,ଆସିବ ସେ, ଫେରି ତୁମ୍ଭେ ଆସିଲେ ଜନନୀ,ଆସ ତେବେ କୃପାମୟି, ଆସ ଆସ ତ୍ୱରାଘେନି ଭାରତର ପୁଣ୍ୟ ଅତୀତ ବିଭବ,ଉନ୍ନତି-ଅମୃତଧାରା ବହୁ କୋଟିମୁଖେ ।ଗଞ୍ଜାମ ଚିତ୍ର[ଭଦ୍ରଖ ହାଇସ୍କୁଲର ୧୯୩୬ ସାଲ ପୁରସ୍କାର ବିତରଣୀସଭାରେ ଅଭିନୀତ](ଆସନୋପରି ଗୁରୁ ଉପବିଷ୍ଟ, ଶିଷ୍ୟର ପ୍ରବେଶ)ଶିଷ୍ୟ—ଗୁରୁଦେବ, ଘେନା ହେଉ ସଭକ୍ତି ପ୍ରଣତିଅଧମ ଶିଷ୍ୟର, ପଦେ ଏତିକି ମାଗୁଣି ।ଗୁରୁ---ହୁଅ ବତ୍ସ ଦୀର୍ଘଜୀବୀ, ଅର୍ଜ ସୁପ୍ରତିଷ୍ଠାଧର୍ମେ ଥାଉ ମତି, ଏହି ଆଶୀର୍ବାଦ ମୋର ।ଶିଷ୍ୟ---କୃତାର୍ଥ ହେଲି ମୁଁ ଗୁରୋ, ତବ ଆଶୀର୍ବାଦେ,ଦେବ ଆଶୀର୍ବାଦ ତାହା, ଅତି ମୂଲ୍ୟବାନ ।ବିହିଲେ ଯେ ଆଶୀର୍ବାଦ ଅତ୍ୟଳ୍ପ କଥାରେ,ଅଛି ତହିଁ ସର୍ବଶୁଭ ମାନବ-ବାଞ୍ଛିତ,କ୍ଷୁଦ୍ର ବଟ ବୀଜ ମଧ୍ୟେ ମହାତରୁ ଯଥାଥାଏ ଲୁକ୍କାୟିତ, ତଥା ଆଶୀର୍ବାଦ ତବ ।ପଚାରିବି କିଛି ଆଜି, ଦୟା ବହି ଦେବବିହିବେ ଉତ୍ତର, ମୋର ଏତିକି ମାଗୁଣି ।ଗୁରୁ---କହ ବତ୍ସ ପ୍ରଶ୍ନ ତୋର, ଘେନିବୁ କି ସନ୍ଥ,ପୂର୍ଣ୍ଣ ହେବ ନିଶ୍ଚେ ତୋର ସାଧୁ ମନୋରଥ ।ଶିଷ୍ୟ---ବହୁବର୍ଷ ତପଫଳେ ମୋର ମାତୃମହୀଏ ଉତ୍କଳ, ହୋଇଅଛି ସ୍ୱତନ୍ତ୍ର ପ୍ରଦେଶ,ମିଶିଛି ଗଞ୍ଜାମ ତହିଁ ସୁକବି-ଜନନୀ,ଦୟା ବହି ବଖାଣନ୍ତୁ ଗଞ୍ଜାମ ବୃତ୍ତାନ୍ତ,ବଳବତୀ ଇଚ୍ଛା ମୋର ଶୁଣିବାକୁ ତାହା ।ଗୁରୁ—ଗଞ୍ଜାମ ମାହାତ୍ମ୍ୟ ବତ୍ସ ଅସୀମ ଅପାର,ବର୍ଣ୍ଣୁଥିଲେ ନ ସରିବ ସପ୍ତ ଦିବାନିଶି ।ଘନବନକୁନ୍ତଳିନୀ, ଗିରି-ଗଭାମୟୀଗଞ୍ଜାମ ଧରଣୀ, ମହା ସାରସ୍ୱତ ତୀର୍ଥ,ଦେଖିବାକୁ ଇଚ୍ଛୁ ଯେବେ ଚାରୁ ଚିତ୍ର ତାର,ଆଣ ତେବେ ମାନଚିତ୍ର, ଦେଖାଇବି ତୋତେ ।ଉତ୍କଳ ସଂକ୍ଷିପ୍ତସାର ସେ ଗଞ୍ଜାମ ମହୀ,ନାହି ଯାହା ତହିଁ, ତାହା ନାହିଁ ଏ ଉତ୍କଳେ ।(ଶିଷ୍ୟର ମାନଚିତ୍ର ଆନୟନ)ଦେଖ ବତ୍ସ ଏହିଠାରେ ଛତ୍ରଗଡ଼ ଘାଟୀ,ଅନ୍ୟ ଏକ ନାମ ତାର ନାରାୟଣୀ ଖୋଲ,ନାରାୟଣୀ ଦେବୀଙ୍କର ଅଧିଷ୍ଠିତ ସ୍ଥଳୀ ।ଅଛନ୍ତି ଏଠାରେ ବହୁ ଅହିରାଜ ସର୍ପଭୀଷଣଦର୍ଶନ, ତାଙ୍କ ବିଷ ନିଃଶ୍ୱାସରେବିଷମୟ ଏ ସ୍ଥାନର ସମୀରମଣ୍ଡଳ ।ଏହିଠାରୁ ଯାମ୍ୟ ଦିଗେ ବିସ୍ତୃତ ଗଞ୍ଜାମ,ଯାମ୍ୟେତରେ ପୁରୀ ଜିଲ୍ଲା, ଦେଖ ବତ୍ସ ଏହିଖଲ୍ଲିକୋଟ ରାଜ୍ୟ, ତହିଁ ରାଜର୍ଷିପ୍ରତିମନାରାୟଣ ମର୍ଦ୍ଦରାଜ ନାମେ ଏକ ରାଜାକରୁଥିଲେ ରାଜପଣ, ଧାର୍ମିକ, ପଣ୍ଡିତ,ଏକାଦଶୀ ରାତ୍ରେ ରାଏ ନିଜ ଶରୀରେବସାଇ ଦ୍ୱାଦଶ ସ୍ଥାନେ ଦ୍ୱାଦଶ ପ୍ରଦୀପ,ଉଜାଗରେ ଉପବାସେ କରୁଥିଲେ ଜପ ।ସେ ରାଜ୍ୟକୁ ଲାଗି ଦେଖ ଅଷ୍ଟଦୁର୍ଗ ରାଜ୍ୟଗଞ୍ଜାମର ଅନ୍ୟତମ ସାରସ୍ୱତ ପୀଠରହିଛି ବିସ୍ତୃତ, ତହିଁ ଲଭିଥିଲେ ଜନ୍ମଚମ୍ପୂକବି କବିସୂର୍ଯ୍ୟ ବଳଦେବ ରଥ ।ତହିଁପରେ ଦେଖ ବତ୍ସ, ସୁପ୍ରସିଦ୍ଧ ରାଜ୍ୟନିବିଡ଼ ନୀରନ୍ଧ୍ର ଶାଳବନ-ଶ୍ୟାମାୟିତଘୂମୁଷର ରାଜ୍ୟ, ତାର ବିଶାଳ ବିସ୍ତୃତିଯୋଜନ ଯୋଜନ ବ୍ୟାପୀ, ଉତ୍କଳରେ ତାହାଉଜ୍ଜୟିନୀ କ୍ଷେତ୍ର, ମହା ସାରସ୍ୱତ ତୀର୍ଥ ।ଜନ୍ମି ତହିଁ ମହାକବି ଶ୍ରୀ ଉପେନ୍ଦ୍ର ଭଞ୍ଜଉତ୍କଳର କାଳିଦାସ, କଲେ ପ୍ରାଣଦାନପୁଣି ଶକ୍ତି ଦାନ ଆମ୍ଭ ଉତ୍କଳ ଭାଷାକୁ ।ଦେଖାଇଲେ ସାହିତ୍ୟରେ ଯେ ଶିଳ୍ପଚାତୁରୀ,ବୈଶିଷ୍ଟ୍ୟ, ବୈଚିତ୍ର୍ୟ, ତାହା ଦୁର୍ଲଭରେ ବତ୍ସଅନ୍ୟ ଦେଶ ପୁଣି ଅନ୍ୟ ଭାଷା ସାହିତ୍ୟରେ ।ନମ ବତ୍ସ ଭକ୍ତିଭରେ ଯୁକ୍ତକରେ ତାଙ୍କୁ ।ଶିଷ୍ୟ- (ନମସ୍କାରାନ୍ତେ)---ଏ ଭଳି ବରେଣ୍ୟ କବି ଅଛନ୍ତି ଆମ୍ଭରଶୁଣି ଗର୍ବେ ଛାତି ମୋର ଉଠୁଅଛି ଫୁଲି,ଧନ୍ୟ ମୋର ମାତୃଭୂମି, ମୋର ମାତୃଭାଷା,ଧନ୍ୟ ଏ ଗଞ୍ଜାମ ଭୂମି କବିମଣିଖଣି ।କହନ୍ତୁ କହନ୍ତୁ ଗୁରୋ ଗଞ୍ଜାମ ମହତ୍ତ୍ୱ,ବହୁଛି ମୋ ଶରୀରରେ ମହାଉଲ୍ଲାସରବିଦ୍ୟୁତ ପ୍ରବାହ, ଦେବ, ଶୁଣିବାକୁ ତାହା ।ଗୁରୁ---କି ବର୍ଣ୍ଣିବ ଶିଷ୍ୟମଣି, ଗଞ୍ଜାମ ମହିମାବର୍ଣ୍ଣନେ ଅକ୍ଷମ ତାହା ମୋ କ୍ଷୁଦ୍ର ରସନା,କହୁଛି ସଂକ୍ଷେପେ କିଛି, ଶୁଣ ଅବହିତେ ।ଏହି ଘୁମୁଷରେ ଜନ୍ମି ସୂର୍ଯ୍ୟମଣି ଚ୍ୟାଉଲେଖିଛନ୍ତି ଆଧ୍ୟାତ୍ମିକ ରାମାୟଣ ଗ୍ରନ୍ଥ,ବହୁ କବି-ଜନନୀ ଏ ଘୁମୁଷର ମହୀ,କବିତା ଦେବୀଙ୍କ ଏହା ରତ୍ନ ଗନ୍ତାଘର ।ତହିଁ ପରେ ଦେଖ ଏହି ଧରାକୋଟ ରାଜ୍ୟନଳବଂଶୀ ନୃପତିଙ୍କ ପାଳିତ ଭୂଖଣ୍ଡ,ରାଜକବି କୃଷ୍ଣସିଂହ ଜନ୍ମ ଲଭି ଏଥିରଚିଲେ ଅଠରପର୍ବ ଶ୍ରୀ ମହାଭାରତନବଛନ୍ଦେ, ହୋଇ ସେହୁ ଲକ୍ଷ୍ମୀ ବରପୁତ୍ରପୂଜିଲେ ଭାରତୀ ପାଦ, ତନ୍ମୟ ମାନସେତାଙ୍କ ପୁଣ୍ୟ ଚିତାନଳ ସ୍ଥାୟୀ ସ୍ମୃତିରୂପେହୋଇଛି ରକ୍ଷିତ ଏଥି ଋଷିକୁଲ୍ୟା ତୀରେ ।ଶିଷ୍ୟ—ଧନ୍ୟ ହେଲି ଶୁଣି ଦେବ ! କୃଷ୍ଣସିଂହ କଥା,କହନ୍ତୁ ହେ ଗୁରୋ ! ଏବେ, ଏହି ଯେ ଦିଶୁଛିନୀଳୋତ୍ପଳ ପତ୍ରସମ ଶ୍ୟାମଳ-ସୁନ୍ଦରକି ନାମ ତାହାର ?.........ଗୁରୁ-* * ବତ୍ସ, ଚିଲିକା ହ୍ରଦ ସେ,ମହୋଦଧି ରାଜଜେମା, ଶୋଭେ ଯେହ୍ନେ ଆହାଉତ୍କଳ କମଳା ବକ୍ଷେ ମାରାଗ ପଦକ,କିମ୍ବା ଦିଗଦେବୀଙ୍କ ନୀଳ ବିଶାଳ ଦର୍ପଣବିରାଟ ଦୀର୍ଘିକା, ପାଣ୍ଡୁ ଜଳାରଣ୍ୟ ତାରରହିଛି ବିସ୍ତୃତ ଦୂର ଚକ୍ରବାଳ ଯାଏ ।ଜଟିଆ, ଚଢ଼େଇଗୁହା,କାଙ୍କଣଶିଖରୀ,ଘଣ୍ଟଶିଳା ଆଦି କେତେ ଗିରିପୁଞ୍ଜ, ଶୋଭେଚିଲିକାବକ୍ଷେ, ପ୍ରତେ ହୁଏ ଯେହ୍ନେ କରିଯୂଥଅର୍ଦ୍ଧାଙ୍ଗ ନିମଜ୍ଜି ଜଳେ, ରତ ସିନ୍ଧୁ ସ୍ନାନେ ।ଚିଲିକା ଦର୍ଶନେ ବତ୍ସ, ଉଦିତ ମାନସେକେତେ ପୁରାତନ ସ୍ମୃତି, କେତେ ଭାବ ଆଜି,ଆକ୍ରମିଲା ଯେବେ ଅହୋ ଦୂରନ୍ତ ଦାନବରକ୍ତବାହୁ, ଦେବଦେଶ ଏ ଉତ୍କଳେ, ଲୁଣ୍ଠିବହୁ ଧନରତ୍ନରାଜି ଅମୂଲ୍ୟ ଦୂର୍ଲ୍ଲଭ,ପୂରାଇ ବୋଇତେ ତାହା ଦୁର୍ଦ୍ଦାନ୍ତ ମତ୍ସରୀଫେରିଲା ଚିଲିକା ପଥେ, ସୈନ୍ୟବ୍ୟୂହ ସହ,ଗର୍ଜିଲା ବିଜୟ ଦର୍ପେ, ମାତ୍ର କେତେ କ୍ଷଣତିଷ୍ଠିପାରେ ଡୁଣ୍ଡଭର ବ୍ୟର୍ଥ ଆସ୍ଫାଳନନାଗୁଣୀ ସମୀପେ, କିମ୍ବା କେତେ କ୍ଷଣ ଅବାସହିପାରେ ସିଂହୀ ଛାର ଫେରୁର ଗର୍ଜନ ?ରୁଷିଲା ଚିଲିକା, ଦେଖି ସୁତୀର୍ଥମାଳିନୀଉତ୍କଳର ଅପମାନ, ଉଠିଲା ଗରଜିପ୍ରଚଣ୍ଡ ଭୈରବ ନାଦେ, ସେ ରୁଦ୍ର ଗର୍ଜନେଥରିଲା ପୃଥିବୀ, ପୁଣି ଥରିଲା ଗଗନ,ଉତ୍ତୁଙ୍ଗ ଲହରୀ-ସେନା ପେଷିଣ ଚିଲିକାଦେଲା ଦୈତ୍ୟତରୀ ସହ ସେ ଦୁଷ୍ଟେ ବୁଡ଼ାଇଅତଳ ସଲିଳ ଗର୍ଭେ, ଲଭିଲା ପାମରସମୃତ୍କଟ ପ୍ରତିଫଳ ସ୍ୱୀୟ ଦୁଷ୍କାର୍ଯ୍ୟର ।ପରରାଷ୍ଟ୍ର ଗ୍ରାସିବାକୁ ଆସିଥିଲା ଖଣ୍ଟ,ମାତ୍ର ନିଜେ କାଳଗ୍ରାସେ ଭଜିଲା ବିଲୟ,ନ ମେଣ୍ଟିଲା ପାଷଣ୍ଡର ଦୁର୍ବାର ପିପାସା,ହେଲା ସେ କୁଣିଆ ଯାଇ ଚିତ୍ରଗୁପ୍ତ ପୁରେ ।ଉତ୍କଳ ଲୁଣ୍ଠିତ ଧନ ରହିଲା ଉତ୍କଳେ,ନେଇ ନ ପାରିଲା ତହୁଁ କଡ଼ାଏ ପାପିଷ୍ଠ ।ଶିଷ୍ୟ—ବୁଝିଲି, ବୁଝିଲି ଦେବ ! ଚିଲିକା ମାହାତ୍ମ୍ୟ,ପୂତ ହେଲା କର୍ଣ୍ଣ ମୋର, ଜାଣିଲି ନିକରପାପର ପ୍ରକୃତ ଶାସ୍ତି ଅଛି ମହୀତଳେ ।ଗୁରୁ—ଦେଖ ବତ୍ସ, ଗଞ୍ଜାମର ପୂର୍ବ ରାଜଧାନୀଗଞ୍ଜା ନଗରୀର ଜୀର୍ଣ୍ଣଶୀର୍ଣ୍ଣ ଦୂରବସ୍ଥା,ମହାମାରୀ କବଳରେ ପଡ଼ି ସେ ନଗରୀହୋଇଗଲା ଛାରଖାର, ତହୁଁ ଛତ୍ରପୁରେଉଠିଗଲା ରାଜଧାନୀ, ହେଲା ଅସ୍ତମିତଗଞ୍ଜା ଭାଗ୍ୟରବି ହାୟ, ନିୟତି ଶାସନେ ।ଏହି ଯେ କୁଟିଳ ରେଖା ଦେଖୁଛୁରେ ବତ୍ସମାନଚିତ୍ରେ, ଶିଖିଭୀତ ଭୁଜଙ୍ଗୀ ପରାୟେଋଷିକୂଲ୍ୟା ନଦୀ ତାହା ଋଷିମାଳ-ସୁତା,ପୌରାଣିକ ତୀର୍ଥ ଏହା, ସ୍ନାନ କଲେ ତହିଁଧୋଇଯାଏ ପାପ ତାପ କଳ୍ମଷ ଶରୀରୁ ।ସିନ୍ଧୁ ଉପକଣ୍ଠେ ରାଜେ ରମ୍ୟ ଛତ୍ରପୁରଗଞ୍ଜାମ ଜିଲାର ଏହା ନବ ରାଜଧାନୀଝାଉଁ-ଝଙ୍କାରିତ ସ୍ଥଳୀ, ଗାଉଅଛି ସିନ୍ଧୁଅଦୂରେ ଭୈରବ ରାଗେ ଅବୋଧ୍ୟ ସଙ୍ଗୀତ,ବିସ୍ତାରିଛି ଝାଉଁ ଏଣେ ମଧୁର ରାଗିଣୀ,ମିଶାମିଶି ଏଥି ବତ୍ସ କୋମଳ କଠୋର ।ସିନ୍ଧୁବାୟୁ ସହ ଏଥି ପାର୍ବତୀୟ ବାୟୁମିଶାମିଶି ହୋଇ ହୁଏ ସୁଖସ୍ୱାସ୍ଥ୍ୟପ୍ରଦ ।ଦେଖ ଏବେ ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାରଉପ-ରାଜଧାନୀ, ଉଚ୍ଚେ ଟେକିଛି ସେ ଶିରଧନେ ମାନେ ଜ୍ଞାନେ ପୁଣି ଶିକ୍ଷା ସଭ୍ୟତାରେ ।ନାଗରିକ ଉପାଦାନେ ପୂର୍ଣ୍ଣ ଏ ନଗରୀରାଜକୀୟ ଛୋଟବଡ଼ ସର୍ବ କାର୍ଯ୍ୟାଳୟସୁସଜ୍ଜିତ, ଅବସ୍ଥିତ ଏଥି ଏକାଧାରେ,ଏହିଠାରେ ଖଲ୍ଲିକୋଟ କଲେଜ ସ୍ଥାପିତ ।ଖଲ୍ଲିକୋଟ ପୂର୍ବରାଜା ସ୍ୱନାମପ୍ରସିଦ୍ଧଯଶୋଧନ ହରିହର ମର୍ଦ୍ଦରାଜ ଦେବସ୍ଥାପିଲେ ଏ ବିଦ୍ୟାକୀର୍ତ୍ତି ଲକ୍ଷମୁଦ୍ରା ଦାନେତାହାଙ୍କ ଅମରସ୍ମୃତି ବହିଛି କଲେଜ,ଏ ସ୍ଥାନର ପାଟଲୁଗା ଭାରତ ବିଖ୍ୟାତ ।ଦକ୍ଷିଣରେ ଇଚ୍ଛାପୁର, ଶୋଭେ ଯା ବକ୍ଷରେସ୍ୱଚ୍ଛୋଦା ବାହୁଦ ନଦୀ ହୀରାହାର ପ୍ରାୟ ।ମିଶି ନାହିଁ ଉତ୍କଳରେ ଏ ଓଡ଼ିଆ ରାଜ୍ୟ,ନ ମିଶୁ ପଛକେ ଏବେ, ମିଶିବ ଭବିଷ୍ୟେ,ନ ହେବ ବିଫଳ ବତ୍ସ, ଜାତୀୟ ଅଣୁରଆକର୍ଷଣୀ-ଶକ୍ତି, ତାହା ମିଶାଇବ ଦିନେ ।ଶିଷ୍ୟ--ସତ୍ୟ ହେଉ ବାଣୀ ତବ, ଅଦୂର ଭବିଷ୍ୟେମିଶୁ ଏ ଭୂଖଣ୍ଡ ଆସି ଉତ୍କଳ ସହିତେ,କରନ୍ତୁ ଏ ଆଶୀର୍ବାଦ ପ୍ରଭୁ ବିଶ୍ୱପତି ।ଗୁରୁ--ପୂର୍ବରେ ସୁମାଣ୍ଡି ଗ୍ରାମ ଲୁଣ କାରଖାନା,ଗନ୍ତାଘର ତାହା ବତ୍ସ ସିନ୍ଧୁ ସମ୍ପଦର ।ଦେଖ ଏ ଉଦ୍ୟାନଖଣ୍ଡ, ଗଞ୍ଜାମ ଜିଲାରସୁରମ୍ୟ ନନ୍ଦନ ବନ, ସୁଦୂର ବିସ୍ତୃତି ।ସିନ୍ଧୁବାୟୁ-ବିଧୁନିତ ସଦା ଏ ଉଦ୍ୟାନଅସମୟେ ଫୁଲେ ଫଳେ ହୁଏ ସୁଶୋଭିତ ।କ୍ରୋଶ କ୍ରୋଶ ବ୍ୟାପି ରମ୍ଭା ନାରିକେଳ ବନତୋଷେ ଫଳଦାନେ ସଦା ସମଗ୍ର ଭାରତେ ।ପଶ୍ଚିମେ ମହେନ୍ଦ୍ରଗିରି ମହେନ୍ଦ୍ର-ବାଞ୍ଛିତ,ଉତ୍କଳର ହିମାଳୟ, ଲିଖିତ ତା’ ଦେହେବହୁ ଇତିହାସ, ତା’ର ଶିଳାଖଣ୍ଡ ତଳେରହିଅଛି ଲୁଚି ବହୁ ଇତିହାସ ଅଧ୍ୟା ।ପୁରାଣପ୍ରସିଦ୍ଧ ଗିରି, ତୁଙ୍ଗ ସପ୍ତଚୂଡ଼,ରବିକୁଳରବି ରଘୁ ଦିଗ୍ବିଜୟ କାଳେକରିଥିଲେ ଏ ପର୍ବତେ ତ୍ରିଦିନ ବସତି ।କଳିଙ୍ଗ ସହିତେ ଯୁଝି, ପରାଜୟି ତାକୁଲଭିଥିଲେ ନବଲକ୍ଷ ହସ୍ତୀ ଉପହାର ।କୁନ୍ତୀ, ଯୁଧିଷ୍ଠିର, ଭୀମ, ପାର୍ଥଙ୍କ ଦେଉଳବହିଅଛି ତାଙ୍କ ସ୍ମୃତି ଅକଳିତ କାଳୁ ।ବନବାସ କାଳେ ରାମ ଅଯୋଧ୍ୟା-ଭୂଷଣ,କରିଥିଲେ ବାସ ଏଥି ପତ୍ନୀଭ୍ରାତାସହ ।କ୍ଷତ୍ରହନ୍ତା ପର୍ଶୁରାମ ଏ ଗିରି ଶିଖରେକରୁଥିଲେ ସୁକଠୋର ତପସ୍ୟା ସାଧନ,ବହିଛି ତାଙ୍କର ସ୍ମୃତି ପର୍ଶୁରାମ କୁଣ୍ଡ ।ମହାଯୋଗୀ ଗିରିବର, ସମାଧି ନିମଗ୍ନ,ଝରେ ତାଙ୍କ ନେତ୍ରୁ ଦୁଇ ପ୍ରେମାଶ୍ରୁ ପ୍ରବାହ,ବହିଯାଏ ନଦୀରୂପେ ମହେନ୍ଦ୍ର-ତନୟାପୁଣି ସ୍ୱର୍ଣ୍ଣମୁଦ୍ରା ନାମେ, ଧରେ ଗିରି ବକ୍ଷେନୀରନ୍ଧ୍ର କାନନଶ୍ରେଣୀ, ନିଶୀଥ ସମୟେଗର୍ଜେ ତହିଁ ମହାବଳ-ପଶୁ-ଅଧିରାଜ,ଶୁଣି ସେ ଗର୍ଜନ, ଭୟେ ଦିଗଙ୍ଗନାକୁଳପ୍ରତିଧ୍ୱନି ଛଳେ ଉଚ୍ଚେ ଛାଡ଼ନ୍ତି ଚିତ୍କାର,କମ୍ପିଉଠେ ବନଭୂମି, କମ୍ପେ ଗିରିଚୂଡ଼ା ।ମଞ୍ଜୁଷା ରାଜ୍ୟର ଗିରି ମାରାଗ-ମହୁଡ଼,ପ୍ରତିଦିନ ହୁଏ ତହିଁ ତିନି ଋତୁ ଭୋଗ—ଗ୍ରୀଷ୍ମ ବର୍ଷା ସହିତରେ ଶୀତ ଭୟଙ୍କର,ବାର ମାସଯାକ ତହିଁ ହୁଏ ମାଘ ମାସ ।ମଞ୍ଜୁଷା ଓଡ଼ିଆ ରାଜ୍ୟ, କିନ୍ତୁ ମିଶି ନାହିଁସ୍ୱତନ୍ତ୍ର ପ୍ରଦେଶେ, ଅହୋ କି ଦାରୁଣ କ୍ଷୋଭ ।ଦିଅ ଦୃଷ୍ଟି ଏଣେ ବତ୍ସ, ଏ ଟିକିଲି ରାଜ୍ୟମହୀମହିଳାର ରମ୍ୟ ମର୍କତ ଟିକିଲି ।ଅଧିଷ୍ଠିତା ଏଥି ଦେବୀ ନୀଳ ସରସ୍ୱତୀକାନନ-ନିକୁଞ୍ଜେ, ଏହା ସାରସ୍ୱତ-ପୀଠ ।ଅଦୂରେ ବିସ୍ତୃତ ଚାରୁ ସୁଦୀର୍ଘ ଦୀର୍ଘିକାପୂର୍ଣ୍ଣ ଶ୍ୱେତ-ଶତଦଳେ, ବିହାର ସର ସେଦେବୀଙ୍କର, ଯୋଗାଏ ସେ ସଜଫୁଲ ସଦାଖଟଣୀ ସେବିକା ପ୍ରାୟ ଦେବୀପୂଜା ଅର୍ଥେ ।ନିବସନ୍ତି ଶୂଳପାଣି ବୁଢ଼ା ଶିବ ନାମେ,ତୁଙ୍ଗ ଗିରିଚୂଡ଼ା ସମ ଆକୃତି ତାଙ୍କର;ନିଶୁଣୀ ସାହାଯ୍ୟେ ତାଙ୍କୁ ପୂଜକ ବ୍ରାହ୍ମଣପୂଜାକରେ ବିଲ୍ୱପତ୍ର ପୁଷ୍ପାକ୍ଷତ ଫିଙ୍ଗି ।ଏ ଓଡ଼ିଆ ରାଜ୍ୟ ସୁଦ୍ଧା ମ ମିଶି ଉତ୍କଳେଭୁଞ୍ଜୁଅଛି ଅସୁବିଧା ମାନ୍ଦ୍ରାଜ ଅଧୀନେ ।ଶିଷ୍ୟ—ହାୟ ରେ କପାଳ ! କିପାଁ ଦେବ ଦିଗମ୍ବରରହିଛନ୍ତି ଭୁଲି ଆଜି ଉତ୍କଳ ଭୂଖଣ୍ଡେ,ନ ପାରେଁ ତା ବୁଝି, ଗୁରୋ ମନେହୁଏ ମୋରବେଶି ଦିନ ପାଇଁ ଆଉ ଦେବ ଭୋଳାନାଥନ ରହିବେ ପାସୋରି ଏ ପବିତ୍ର ପ୍ରଦେଶେ ।ଆସିବ ଟିକିଲି ଦିନେ, ଉତ୍କଳ ମାତାରଭାସ୍ୱର ଲଲାଟ ପଟ କରିବ ମଣ୍ଡନ ।କହନ୍ତୁ ହେ ଗୁରୋ ଏବେ, ଏ କେଉଁ ଭୂଖଣ୍ଡ,ଦିଶୁଛି ଆକାଶ ଯାର ଏଡ଼େ ସମୁଜ୍ଜ୍ୱଳ,ଶୁଣିବାକୁ ତା ମାହାତ୍ମ୍ୟ ବଳୁଛି ମାନସ ।ଗୁରୁ--ଏହି ଯେ ଦେଖୁଛ ବତ୍ସ, ଦର-ବିକସିତପଦ୍ମପତ୍ର ପ୍ରାୟେ ଯାମ୍ୟେ ରହିଛି ବିସ୍ତୃତ,ପାରଳାଖେମୁଣ୍ଡୀ ତାହା ଗଜପତି ରାଜ୍ୟ,ସାହିତ୍ୟ, ସଂଗୀତ, ଶିଳ୍ପ, ଜ୍ୟୋତିଷ-କୁଷଳାକରନ୍ତି ରାଜତ୍ୱ ତହିଁ ରାଜର୍ଷି ପ୍ରତିମ,କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ,ଧନେ, ମାନେ କୁଳେ ଶୀଳେ ଜ୍ଞାନେ ଦାନେ ଯଶେଦୟା ଦାକ୍ଷିଣ୍ୟରେ ପୁଣି ରାଜନ୍ୟ-ବାଞ୍ଛିତସକଳ ସଦ୍ଗୁଣେ ସେହୁ ଆଦର୍ଶ ନୃପତିସମଗ୍ର ଉତ୍କଳଖଣ୍ଡେ କି କହିବି ବତ୍ସ,ତାଙ୍କରି ଅଦମ୍ୟ ଚେଷ୍ଟା ବହୁ ଅର୍ଥ ବ୍ୟୟେହୋଇଛି ଉତ୍କଳ ଏବେ ସ୍ୱତନ୍ତ୍ର ପ୍ରଦେଶ,ମିଶିଛି ତା ସହ କେତେ ଛିନ୍ନ ଅଂଶ ତାର ।ପ୍ରଧାନ ସଚିବ ରାଏ ନବ ଉତ୍କଳରକୋଟିଏ ଲୋକଙ୍କ ଭାଗ୍ୟ ନ୍ୟସ୍ତ ତାଙ୍କ ହସ୍ତେ ।କି ବର୍ଣ୍ଣବି ବତ୍ସମଣି ତାହାଙ୍କ ପ୍ରତିଭାଉଡ଼ନ୍ତା ପକ୍ଷୀର ପକ୍ଷ ପାରନ୍ତି ସେ ଗଣି,ତାଙ୍କ ଭଳି ମହାରାଜା ଉତ୍କଳଭାଗ୍ୟରେବିଧାତାଙ୍କ ଅତିରିକ୍ତ ମହାଦାନ ନିଶ୍ଚେ ।ଆସୁଥିଲେ ପ୍ରଚ୍ଛନ୍ନରେ ଆଳସ୍ୟ, ବିଳାସ,ଆକ୍ରମିବେ ବୋଲି ତାଙ୍କୁ, ମାତ୍ର ତାହାଙ୍କରଦୃଷ୍ଟିର ପ୍ରଖର ତେଜେ ଅନ୍ଧ ହୋଇ ଦୁଷ୍ଟେପଳାଇଲେ ପଡ଼ିଉଠି ଅସମ୍ଭାଳ ଭୟେ ।ସ୍ଥାପିଛନ୍ତି ରାଜ୍ୟେ ରାଏ ପ୍ରଥମ ଶ୍ରେଣୀରଉଚ୍ଚ ଶିକ୍ଷାଳୟ ପ୍ରଜାପୁଞ୍ଜ ଶିକ୍ଷା ଅର୍ଥେଲଭୁଛନ୍ତି ଶିକ୍ଷା ତହି ସ୍ୱଦେଶୀ ବିଦେଶୀବହୁ ଛାତ୍ର ଭୁଞ୍ଜି ନାନା ସୁଯୋଗ ସୁବିଧା ।ଆବର ସଂସ୍ଥାପି ରାଏ ସଂସ୍କୃତ କଲେଜପ୍ରଦର୍ଶିଲେ ରାଜହୃଦ ମହତ୍ତ୍ୱ ସହିତସୁପ୍ରାଚୀନ ସୁସମୃଦ୍ଧ ଭାଷାର ମହତ୍ତ୍ୱ ।ବହୁ ଉଚ୍ଚଶିକ୍ଷିତଙ୍କ ନିବାସ ଏ ରାଜ୍ୟେ ।ଜନ୍ମ ଲଭି ଏହି ରାଜ୍ୟେ ଶ୍ରୀଗୋପାଳକୃଷ୍ଣଭକ୍ତକବି ଭକ୍ତିରସେ ଗାଇଲେ ସଂଗୀତବଂଶଧାରା ନଦୀକୂଳେ ବାଇ କଣ୍ଠବଂଶୀ,ଲଳିତ ମଧୁର କାନ୍ତ ପଦାବଳୀ ତାଙ୍କଭକ୍ତପ୍ରାଣେ ଢାଳିଦିଏ ଅମୃତ ପ୍ରବାହ ।ଉତ୍କଳର ଅନ୍ୟତମ ପ୍ରବୀଣ ସଚିବକରଣ କୁଳର ଚନ୍ଦ୍ର ସ୍ୱଦେଶ-ବତ୍ସଳ,ମାନଧାତା ଗୋରାଚାନ୍ଦ ଜନ୍ମ ଲଭି ଏଥିଉଜ୍ଜ୍ୱଳିଲେ ଉତ୍କଳର ଶ୍ରୀମୁଖ-କମଳ ।ଦେଶପାଇଁ ମାନଧାତା ଯୌବନରେ ଯୋଗୀନ ଚାହିଁ ସ୍ୱକାର୍ଯ୍ୟେ ପୁଣି ନ ଚାହିଁ ଶରୀରେଦେଶପାଇଁ ଦିବାନିଶି କର୍ମେ ରତ ସଦା ।ସାଧୁଛନ୍ତି ଦୁଇହସ୍ତେଶତହସ୍ତ କାର୍ଯ୍ୟ ।ଦେଶପାଇଁ ଉତ୍ସର୍ଗେ ଯେ ଦେହପ୍ରାଣ ମନପୁଣି ଭୁଲେ କ୍ଷୁଧାତୃଷ୍ଣା ଦେଶମାତା ସିନାଚାହିଁଥାନ୍ତି ତାହା ମୁଖେ ଉତ୍ପକ୍ଷ୍ମ ନୟନେ ।ଚିରଶସ୍ୟସୁଶ୍ୟାମଳା ଏ ପାରଳା ରାଜ୍ୟସୁପ୍ରଶସ୍ତ ଜଳାଧାର ସ୍ଥାନେ ସ୍ଥାନେ ଏଥିରାଜେ ଯଥା ନଗରୀର ବହୁ ଦୀପ୍ତ ନେତ୍ରତାହାଯୋଗୁଁ ଘଟେ ନାହିଁ ଶସ୍ୟହାନି କେବେ,ଅନାବୃଷ୍ଟି କାଳେ ଫଳେ ସ୍ୱର୍ଣ୍ଣ ଶସ୍ୟକ୍ଷେତ୍ରେ ।ଅଛି ରାଜ୍ୟେ ପୁଣ୍ୟତୀର୍ଥ ମଖଲିଙ୍ଗ ନାମେସର୍ବଧର୍ମ ସମନ୍ୱୟ ସ୍ଥଳୀ, ଯଜ୍ଞପୂତ,ଅନେକ ପ୍ରାଚୀନ କୀର୍ତ୍ତି ବହିଛି ସେ ବକ୍ଷେ,ହୋଇଥିଲା ସ୍ୱର୍ଣ୍ଣବୃଷ୍ଟି ତହିଁ ପୁରାକାଳେ,ଅଦ୍ୟାପି ସୁବର୍ଣ୍ଣ ଖଣ୍ଡ ମିଳେ ସେ ସ୍ଥାନରୁ ।କି ବର୍ଣ୍ଣିବି ବାଳୁତରେ ପାରଳା ମହତ୍ତ୍ୱବର୍ଣ୍ଣିଲେ ତା ହେବ ବତ୍ସ, ସାତଖଣ୍ଡ ପୋଥିଗଞ୍ଜାମ ଜିଲାର ସୀମା ଶେଷ ଏହିଠାରୁବିସ୍ତୃତ ତେଣିକି ବତ୍ସ, ବିଶାଖପାଟଣା ।ଏତିକିରେ ଥାଉ ଆଜି ବୁଡ଼ିଲାଣି ବେଳଦେଖାଇବି କାଲି ପୁଣି ଅବଶିଷ୍ଟ ଚିତ୍ର ।ଶିଷ୍ୟ--ଯେ ଆଜ୍ଞା, ଘେନନ୍ତୁ ଦେବ ଭୃତ୍ୟରପ୍ରଣାମ,କୃତାର୍ଥ ମୁଁ, ଲଭି ଭାଗ୍ୟେ ତବଭଳି ଗୁରୁ ।ଆବାହନଦୁର୍ଗେ-ଆସ ମା ଆସ ମା ହୃଦୟ-ମନ୍ଦିରେ,ସୁରେଶ-ମହେଶ-ସଙ୍ଗିନୀ,ଦିଅ-ଚରଣ-ତରଣୀ ଆଲୋକ-ବରଣୀଆସ ଆସ ରଣରଙ୍ଗିନୀ । ଘୋଷା ।ତୁମ୍ଭ ଲାଗି ଆଜି ଶାରଦା ନୀରଦ,ବାନ୍ଧିଛି ରଜତ ପାବଚ୍ଛ ବିଶଦ,ହର୍ଷେ ଆକଣ୍ଠ ଜଳରେ ତପ ଆଚରୁଛିସର-ରାଜଜେମା ପଦ୍ମିନୀ ।୧।ମାଳତୀ ଟଗର ଦିବସନିଶାରେ,ଉଭା ଦେବି ତୁମ୍ଭ ଖଟଣୀ ଆଶାରେ,ପୁଣି ଗହଣରେ ଘେନି ପ୍ରିୟ ସହଚରୀ-ଫୁଲକୁଳରାଣୀ ରଙ୍ଗିଣୀ ।୨।ହରଗଉରା ଯେ ଅଲ୍ୟଳ ବାଳିକା,ହେରି ହର୍ଷ ତାର ହସେ ଶେଫାଳିକା,ଆହା ତବ ଆଗମନେ ମଣୁଛନ୍ତି ବେନିଉତ୍ସବର ଯୋଗ ବାରିଣୀ ।୩।ଦୟାକର ଦୁର୍ଗେ ଅଧମ ସନ୍ତାନେ,ବାଜି ଉଠୁ ତାହା ପ୍ରାଣେ ନବତାନେ,ମାଗୋ ତୁମ୍ଭରି ମହିମା- ସଂଗିତ ରାଗିଣୀମଧୁର ମୂର୍ଚ୍ଛନା, ତାରିଣି ।୪।କହେ ଚିନ୍ତାମଣି ଚିତ୍ତେ ଭୟ ଗଣି,ଭାଙ୍ଗି ଦିଅ ମାତଃ ଏ ମାୟା ବିପଣି;ଦେବୀ ଦେଖାଅ ସମ୍ମୁଖେ ସତ୍ୟର ସରଣୀରାକ୍ଷାସ ମହିଷମର୍ଦ୍ଦିନୀ ।୫।ପୁରଣା ପାଠବିତିଯାଏ ଜୀବନଟା ଘୋଷି ଘୋଷି ନିତିକେବଳ ପୁରୁଣା ପାଠ, ବିଶ୍ୱ-ଚାହାଳୀରେ,ପାସୋରିଲେ ତାକୁ, ସେହୁ ନ ଯାଏ ପାସୋରି,ତଥାପି ଲାଗିଛି ଘୋଷା, ଅହୋ, କି ଆଶ୍ଚର୍ଯ୍ୟ !ସେହି ଖିଆ, ପିଆ, ଶୁଆ, ସେହି ନିତ୍ୟକର୍ମଘୂରୁଅଛି ଅବିରତ କାଳଚକ୍ର ସହ,ସବୁ ତ ପୁରୁଣା ପାଠ, ଘୋଷି ଘୋଷି ତାହାସରିଯାଏ ଦିନ ରାତି, କାହିଁଛି ବା ଆଉଅବସର ଶିଖିବାକୁ ନୂଆ ନୂଆ ପାଠ ।ପାରିବ ଏ ଘୋଷା ଛାଡ଼ି, କିଏ ଅଛି ଭଲା-ସେ ଭଳି ଲକ୍ଷଣବନ୍ତ ସୌମିତ୍ରି ଲକ୍ଷ୍ମଣ,ତେଜିଥିଲେ ଏ ଘୋଷା ସେ ଚଉଦ ବରଷ,ଶିଖିଥିଲେ ନୂଆପାଠ ସେହି ଅବସରେ,ଭ୍ରାତୃପ୍ରେମ ପାଠ ତାହା ତ୍ରିଦିବ-ଦୁର୍ଲଭ ।ପାରନ୍ତି ଯୋଗୀଏ ପୁଣି ଛାଡ଼ି ଯୋଗବଳେ,ଅର୍ଜନ୍ତି ସେ ମହାବିଦ୍ୟା ଅଧ୍ୟାତ୍ମ ସମ୍ପଦ ।ରହିଥାଏ ପଡ଼ି ତାଙ୍କ ପିଣ୍ଡ ଏ ମାଟିରେ,ମାତ୍ର ଆତ୍ମା ଭୁଞ୍ଜୁଥାଏ ପୁଣ୍ୟାମୃତ ଧାରାଅଖଣ୍ଡ ଆନନ୍ଦ ସୁଖ ଶାନ୍ତିମୟ ରାଜ୍ୟେ-ଅନାମୟ ପ୍ରେମମୟ ବିଶ୍ୱାତ୍ମା ପୟରେ,ଧୃତ ଗଜବର ଯଥା, ଥାଏ ବନ୍ଦିଶାଳେମାତ୍ର ମନଆତ୍ମା ତା’ର ସନ୍ତରୁଣ ଥାଏନିଜ ଗିରି-ପିତା-ପଦ-ନିଃସୃତ ଝରରଶୀତଳ ସଲିଳେ, ପିଏ ଆକଣ୍ଠ ସେ ତାହା ।ପାର୍ଥିବ ଆହାର, ପାନ, ବିଷ ମଣେ ସେହୁ,ଖାଏ ଯାହା ଅଜ୍ଞାତରେ, ପ୍ରକୃତି ତାଡ଼ନେ,ସେ ତାହାର ମୃତାବସ୍ଥା-ଅଦ୍ଭୁତ, ବିଚିତ୍ରଚାଲିଥାଏ ଶ୍ୱାସ, ମାତ୍ର ଅଛି କି ନା ପ୍ରାଣପିଣ୍ଡେ ତାର, ପାରେ ନାହିଁ ସେହି ତାହା ଜାଣି,ସାଧାରଣ ନର ଭାଗ୍ୟେ କାହିଁ ସେ ଅବସ୍ଥା ।ମୃତ୍ୟୁ ସିନା ଜୀବନର ଚରମ ବିଶ୍ରାମ,ଖଟି ଖଟି ଏ ଜୀବନ ଜୀବନ-ରାଜ୍ୟରେଚାଲିଯାଏ ମୃତ୍ୟୁରାଜ୍ୟେ, ବିଶ୍ରାମ ଆଶାରେ,ହୋଇ ତହିଁ ଶ୍ରାନ୍ତ କାନ୍ତ କି ଅଜ୍ଞାତ ଦୁଃଖେ ।ବିଶ୍ରାମାର୍ଥେ ଆସେ ପୁଣି ଜୀବନ ରାଇଜେ,କାହିଁଛି ବିଶ୍ରାମ, ଖାଲି ଘୂରିବାହିଁ ସାର ।ମାନବର ଦୁଇବନ୍ଧୁ-ଜୀବନ, ମରଣ,ନାହିଁ ତାର ଘର, ଥାଏ ବନ୍ଧୁ ଘରେ ସେହୁ ।କେବେ ବା ଜୀବନ ଘରେ, ମୃତ୍ୟୁ ଘରେ କେବେଲୁଣ୍ଡିକଢ଼ା ତନ୍ତୀ ପ୍ରାୟ ଦେଉଥାଏ ଧାଡ଼ି ।ଯେଉଁଠାରେ ଥାଉ, ମାତ୍ର ନ ଲଭେ ନିସ୍ତାର,ସେ ପୁରୁଣା ଘୋଷା ପାଠୁ କେବେ, ଧ୍ରୁବ ଏହା,ସତ୍ୟ ଏହା, ନିୟତିର ଅଲଙ୍ଘ୍ୟ ନିୟମ,ସୁଖଦିନ, ଦୁଃଖଦିନ, ଦୁହେଁ ଯାନ୍ତି ମରି ।ମାତ୍ର ସେ ପୁରୁଣା ପାଠ ନ ମରେ କଦାପିଚିର ଅମର ସେ, ରିଷ୍ଟ ନାହିଁ ତା କୋଷ୍ଠିରେ ।ଉତ୍କଳନାରୀନାରୀ ସମାଜର କଳପଲତା,ନାରୀ ଯୋଗୁଁ ନର ହୁଏ ଦେବତା ।ନାରୀ ମାତୃଜାତି ଦେବୀ ସମାନ,ଉଚ୍ଚରେ ନିର୍ଦ୍ଧିଷ୍ଟ ନାରୀର ସ୍ଥାନ ।ନୀରୀ ଆଦ୍ୟାଶକ୍ତି ଦେବୀଙ୍କ କନ୍ୟା,ବହେ ନାରୀଦେହେ ଶକ୍ତିର ବନ୍ୟା ।ଯେଉଁ ଦେଶେ ନାରୀଶକ୍ତି ନିର୍ଜୀବ,ପୁରୁଷ ପୌରୁଷ ସେ ଦେଶେ କ୍ଳୀବ ।ନାରୀର ପ୍ରଭାବ ଦେବଦୁର୍ଲ୍ଲଭ,ଅସମ୍ଭବ କରିପାରେ ସମ୍ଭବ ।ପ୍ରମାଣ ତାହାର ସାବିତ୍ରୀ ସତୀ,ଜୀଆଇ ଆଣିଲା ମୃତ ସ୍ୱପତି ।ଉତ୍କଳର ମହା ସୌଭାଗ୍ୟ ଆଜ,ଉତ୍ଥିତ ଜାଗ୍ରତ ନାରୀସମାଜ ।ମାତା, ଭଗ୍ନୀ, କନ୍ୟା ଉଠି ସରବେ,ଶକ୍ତିର ପ୍ରଭାବ ଦେଖାନ୍ତି ଭବେ ।ବୀରବାଳା ଦେବୀ ଉତ୍କଳ-କନ୍ୟା,ନିଜ ଗୁଣେ ହେଲେ ଜଗତେ ଧନ୍ୟା ।କୋଟି ଧନ୍ୟ ତବ ଶକ୍ତି ସାହାସ,ଦେଖାଇଲ କେଡ଼େ ଉଚ୍ଚ ଆଦର୍ଶ ।ଧନ୍ଦା ଲଗାଇଣ ଜଗତ ନେତ୍ରେ,ଯୁଝିଲ ଶକ୍ତିର ସମର କ୍ଷେତ୍ରେ ।ତେଜସ୍ୱିନୀ ତୁମ୍ଭେ ଚଣ୍ଡିକା ପରି,କେଉଁ ପୁରୁଷ ମା ତୁମ୍ଭଙ୍କୁ ସରି ।ଛଡ଼ାଇ ପୁରୁଷ ମନୁ ଜଡ଼ତା,ଶିଖାଇଲ ତା’କୁ ଦେଶ ମମତା ।ଜୟଶ୍ରୀମଣ୍ଡିତ ହୋଇ ସମରେ,ସ୍ଥାପିଲ ଅମର କୀର୍ତ୍ତି ମଞ୍ଚରେ ।ଶକ୍ତି ସୁତା ତୁମ୍ଭେ ପ୍ରତ୍ୟକ୍ଷେ ଶକ୍ତି,ଘେନ ମା ପ୍ରାଣର ପବିତ୍ର ଭକ୍ତି ।ଯାବତ ଥିବ ଏ ଓଡ଼ିଆ ଜାତି,ତାବତ ଅକ୍ଷୟ ତୁମ୍ଭ ସୁଖ୍ୟାତି ।ଆତ୍ମକଥାମାଟି, ଇଟା ଭେଦ ଜ୍ଞାନ କରୁଥିଲି ଦିନେ,କିନ୍ତୁ ସେହି ଦିନ ମୋର ଗଲାଣି ତ ମରିବହୁଦିନୁ, ସମାନ ସେ ଏବେ ମୋ ବିଚାରେ ।ଥିଲା ଦିନ ଭକ୍ଷ୍ୟ ଦ୍ରବ୍ୟେ କରୁଥିଲି ଲୋଭ,ଏବେ ସେହି ଭକ୍ଷ୍ୟ ମୋତେ କରୁଛି ଭକ୍ଷଣ,ମଣୁଥିଲି ଯା ଅମୃତ, ଏବେ ତାହା ବିଷ ।ଖୋଜି ବୁଲୁଥିଲି ଯେଉଁ ସୁଖକୁ ସଂସାରେ,ଆସିଲେ ସେ ସୁଖ ତାକୁ ଦିଏ ଏବେ ତଡ଼ିବାଡ଼ି ଘେନି, କରେଁ ପୁଣି ଘୃଣାରେ ଭର୍ତ୍ସନା ।କିସ ବା ଖୋଜୁଛି ଆତ୍ମା, କିସ ତାର ଲକ୍ଷ୍ୟଜାଣେ ନାହିଁ ସେହି ତାହା, ବାତୁଳ ଯେସନ ।ଥିଲା ଦିନେ ପ୍ରାଣପ୍ରିୟ ଯେଉଁ ଚିନ୍ତା ମୋରଏବେ ତାହା ଚିତା ପରି ଉଷ୍ଣ ଲାଗେ ମୋତେ ।ମାଟିଗଢ଼ା ଦେହ, ଶେଷେ ମିଶିବ ମାଟିରେସେ ମିଶିବା ଦିନ ଆସି ହେଲାଣି ନିକଟ,ତେଣୁ ମାଟି ମୋ ଦୃଷ୍ଟିରେ ମହା ମୂଲ୍ୟବାନ,ସେହି ମୋର ଚିରପ୍ରିୟ, ଅନ୍ତିମ ସମ୍ବଳ,ମାଟି ମୋର ବନ୍ଧୁ, ମୋର ରକ୍ତ ମାଂସ ଅସ୍ଥି ।ଜୀର୍ଣ୍ଣ, ଭଗ୍ନ ଶତଛିଦ୍ର କର୍ଦ୍ଦମ କୁଟୀରେକରୁଥିଲି ମାତୃପୂଜା, ନିର୍ବିକାର ମନେ,ତାହା ବିନା ପ୍ରୀତିପ୍ରଦ ହେବ ନାହିଁ ମୋରସ୍ୱର୍ଣ୍ଣହର୍ମ୍ୟ, ଜ୍ୟୋତିର୍ମୟ ମଣିରତ୍ନଖଚୀ ।ହେଉ ପଛେ ଅସୁନ୍ଦର ତାହା, ମାତ୍ର ସେହିଅସୁନ୍ଦର ମଧ୍ୟେ ଅଛି ଯେ ଗୁପ୍ତ ସୌନ୍ଦର୍ଯ୍ୟସ୍ୱପ୍ନ ପୁରୀ ପ୍ରାୟ, କିମ୍ବା ଅଳକା ସଦୃଶ,ମୋହିଛି ସେ ପ୍ରାଣେ ମୋର ମନ ଆତ୍ମା ସହ,ତାର ସ୍ନେହ ଆକର୍ଷଣ ନ ପାରିବି ତୁଟି,ନ ପାରିବି ମୂର୍ଚ୍ଛିତାର ଅଣଛିଣ୍ଡା ମାୟା ।କି ମୋହନ ବଶମନ୍ତ୍ର ଜାଣେ ସେ କେଜାଣି,ଅକ୍ଷମ ମୁଁ ଏଡ଼ିବାକୁ ସେ ମନ୍ତ୍ର ପ୍ରଭାବ ।କି ଦିବ୍ୟ ସୁଷମାବୋଳା ମୋ ଦୀନ କୁଟୀରକେ ବୁଝିବ ତାହା ଅବା ମୋହୋ ବିନା ଆନ,ମୋର ଚକ୍ଷୁଦ୍ୱୟେ ରଚି ପ୍ରତିଚକ୍ଷୁ ଯେହୁଦେଖିବ ତାହାକୁ, ସେହି ହୃଦୟୀ କେବଳବୁଝିବ ସେ ଅଶୋଭାର ଶୋଭାର ମହତ୍ତ୍ୱ,ଅପରେ ମଣିବେ ତୁଚ୍ଛ, ରଙ୍ଗଦିଆ କଥା,ଦୀନର ସୌନ୍ଦର୍ଯ୍ୟ ସିନା ଦିଶେ ଦୀନନେତ୍ରେ ।ବାସନା ଯେ କାଳେ ବିଷ, କିଏ ବା ସେକାଳେଇଚ୍ଛାକରେ ଖେଳିବାକୁ ବିଳାସ-କ୍ରୋଡ଼ରେ,ଶ୍ମଶାନ ନିକଟବର୍ତ୍ତୀ ହେଲାଣି ଯେ ଆସି,ଉଇଁବ କି ତା ମନରେ ଯାତ୍ରାଦେଖା ଶାଧ,ଇଚ୍ଛିବ କି ବୃଦ୍ଧ, ମଧୁ ଯୌବନ ଉତ୍ସବ,ସେ ତାହାର ବୟୋଧର୍ମ ପ୍ରକୃତି ନିଷିଦ୍ଧ ।ହୁଏ ନାହିଁ ଶାନ୍ତ କେବେ ଭୋଗତୃଷ୍ଣା ଭୋଗେ,ଭଜେ ତାହା ଶାନ୍ତି ସିନା ତ୍ୟାଗ ଗଙ୍ଗାଜଳେ ।ସୁଖକୁ ଯେ ନିଜେ ଭୁଞ୍ଜେ ସେହି ସ୍ୱାର୍ଥପରଜାଣେ ନାହିଁ ସୁଖ ଭୁଞ୍ଜି, ଭୁଞ୍ଜାଏ ଯେ ସୁଖଆନେ, ସେହି ଏକା ଜାଣେ ସୁଖର ଆସ୍ୱାଦ,ଭୁଞ୍ଜେ ସେ ଅମୃତମୟ ଅନାବିଳ ସୁଖ ।ନୁହେଁ ସୁଖପଦବାଚ୍ୟ ଇନ୍ଦ୍ରିୟର ସୁଖ,ଯେଉଁ ସୁଖ ଉପଭୋଗ କରାଯାଏ ପ୍ରାଣେସେ ଏକା ପ୍ରକୃତ ସୁଖ ପ୍ରଦାନେ ଆନନ୍ଦ,ସେ ସୁଖେ ଯେ ଭୁଞ୍ଜେ ସେହି ସୁଖୀ ଭାଗ୍ୟଧରଭୁଞ୍ଜାଇପାରେ ଯେ ସୁଖ ଜ୍ଞାତି ପରିବାରେ,ଅଥବା ଅସୁଖୀ ଜନେ, ସୁଖ ଭୁଞ୍ଜେ ସେହି,ଅନ୍ୟଥା ଯେ ଭୁଞ୍ଜେ ସୁଖ, ସୁଖ ଭୁ଼୍ଞ୍ଜେ ତାକୁ ।ଆଜୀବନ ଭକ୍ତ ମୁହିଁ ବାଳଗୋପାଳରତାଙ୍କ ସୁଖେ ସୁଖ ମୋର, ସନ୍ତୋଷେ ସନ୍ତୋଷ,ଦେଖି ତାଙ୍କ ଲୀଳାଖେଳା, ଭୁଲେ ମୁଁ ନିଜକୁସେହି ମୋର ସୁଖଭୋଗ ବାଞ୍ଛିତ ଆନନ୍ଦ ।ସ୍ୱର୍ଗୀୟ ପଣ୍ଡିତନୀଳମଣି ତର୍କାଳଙ୍କାରଅହୋ, କି ଦୁର୍ଦ୍ଦିନ ଆଜି ଉତ୍କଳଭାଗ୍ୟରେ,ସୁପଣ୍ଡିତ ନୀଳମଣି ନୀରବ ତାପସ,କରିଛନ୍ତି ହାୟ ମହାପ୍ରୟାଣ ତ୍ରିଦିବେହସି ହସି, କିନ୍ତୁ ଦେଶେ କନ୍ଦାଇ ଆକୁଳେ ।ସେ ଭୀଷଣ ମୃତ୍ୟୁଚ୍ଛାୟା ଅନ୍ଧକାର ରୂପେବ୍ୟାପିଛି ଉତ୍କଳେ, ଦିବା ପ୍ରତେ ରାତ୍ରି ପ୍ରାୟ,କାନ୍ଦୁଅଛି ଯଜ୍ଞପୁର-ନାଭିଗୟା କ୍ଷେତ୍ର,ମହାଶୋକେ, କାନ୍ଦୁଅଛି ସମଗ୍ର ଉତ୍କଳ,କାନ୍ଦୁଛନ୍ତି ତରୁଲତା, ଶିଶିରାଶ୍ରୁଧାରାବହାଇଣ ପତ୍ର-ନେତ୍ରୁ, ଅସମ୍ଭାଳ ବେଗେ ।ନ ଫୁଟିଣ ଫୁଲ, ରହି ଅର୍ଦ୍ଧସ୍ଫୁଟ ଭାବେକାନ୍ଦୁଛି ନୀରବେ ବସି, ଗୁରୁଶୋକତାପେଯାଇଅଛି ଶୁଖି ତା’ର ନେତ୍ରୁ ଅଶ୍ରୁଝର ।କାନ୍ଦନ୍ତି ବିରୋଜା, ତାଙ୍କ ଚିରାରାଧ୍ୟା ଦେବୀଦେବଯଜ୍ଞ ସମୁଦ୍ଭୂତା, ଆଦ୍ୟା ସ୍ୱରୂପିଣୀ,ବ୍ୟଥା ଲଭି ପ୍ରିୟ ଭକ୍ତ ଶୋକେ, ଦେବୀଙ୍କରପାଷାଣ ପ୍ରତିମା ନେତ୍ରୁ ବହୁଛି ଲୋତକ,କାନ୍ଦନ୍ତି ବରାହଦେବ, କାନ୍ଦେ ବୈତରଣୀ-ତୀର୍ଥରାଣୀ, ଶୋକବୋଳା କୁଳୁ କୁଳୁ ସ୍ୱରେ,ଉତ୍କଳେ ମଳିନ ଦେଖି ପଣ୍ଡିତ ପ୍ରତିଭା ।ମରି ନାହଁ ତୁମ୍ଭେ ଦେବ, ହେ ତର୍କାଳଙ୍କାରପଣ୍ଡିତଭୂଷଣମଣି, ପଣ୍ଡିତ-ଗୌରବ,ବିଶ୍ୱପ୍ରେମୀ ସଜ୍ଜନର ନାହିଁ ତ ମରଣ,ଛୁଇଁବ ସେ ପୁଣ୍ୟତନୁ କି ଚାରା ମୃତ୍ୟୁର,ଭୀତ ସେ ତହିଁକି, ଚିର ଜୀବଘାତୀ ବ୍ୟାଘ୍ରଛୁଏଁ କି ଅନଳେ, ଦୈବେ ଛୁଇଁଲେ ସେ ଭ୍ରମେମୁହୂର୍ତ୍ତକେ ଦଗ୍ଧ ହୋଇ ହୁଏ ଭସ୍ମୀଭୂତ ।ଆଣିଥିଲ ତୁମ୍ଭେ ଯେଉଁ ଅମର ବିଭବଆସିବା ସମୟେ ସଙ୍ଗେ, ବାଣ୍ଟିଦେଇ ତାହାଚାଲିଗଲ ଯଥାକାଳେ, ଥିଲ ତୁମ୍ଭେ ଏକ,ହେବ ହେ ଅନେକ ଏବେ, ତବ ଶୁଭାଦର୍ଶକୋଟିଏ ପ୍ରାଣରେ ହେବ ସୁପ୍ରତିଫଳିତ,ବିହରିବ ତୁମ୍ଭେ ଏବେ କୋଟି ମୂର୍ତ୍ତିଧରି ।ତୁମ୍ଭର ମାନସୀ କନ୍ୟା-“ଚିନ୍ତାତରଙ୍ଗିଣୀ,”“ଭକ୍ତିଧାରା,” ଯୁଗେ ଯୁଗେ ରଖିବେ ବଞ୍ଚାଇସ୍ମୃତି ସହ ମୂର୍ତ୍ତି ତବ, କି ବର୍ଣ୍ଣିବି ଦେବଭକ୍ତିଧାରାର ମାହାତ୍ମ୍ୟ, ପବିତ୍ର ନିର୍ମଳସ୍ୱଚ୍ଛ ତାହା ଯଥା ତବ ସ୍ନାନ-ତରଙ୍ଗିଣୀପୁଣ୍ୟ ବୈତରଣୀ ଧାରା, କରୁଛି ସେ ଯଥାସମୁର୍ବର ତୀରବର୍ତ୍ତୀ ଶସ୍ୟକ୍ଷେତ୍ରେ ତା’ର,ତଥା ‘ଭକ୍ତିଧାରା’, ତବ ହେ ଋଷିପ୍ରବର,କରିବ ଉର୍ବର ସଦା ଜନ-ହୃଦକ୍ଷେତ୍ରେ,ହେବ ସେହି କ୍ଷେତ୍ର ପୂର୍ଣ୍ଣ ପୁଣ୍ୟପ୍ରେମଶସ୍ୟେ ।ମହତୀ ପ୍ରତିଭା ତବ ବୁଲୁଅଛି ଉଡ଼ି,ଯୋଗାଶ୍ରମ ସମ ତବ ବାସଗୃହ ଊର୍ଦ୍ଧ୍ୱେ,ଅବତୀର୍ଣ୍ଣ ହେଲେ ତୁମ୍ଭେ ପୁଣି ଏ ଉତ୍କଳେଆଶ୍ରିବ ତୁମ୍ଭଙ୍କୁ ସେହୁ, ତୁମ୍ଭ ବ୍ୟତିରେକେନାହିଁ କେହି ଯୋଗ୍ୟପାତ୍ର ସେହି ପ୍ରତିଭାର,ତୁମ୍ଭ ଦେଶପ୍ରୀତି ନିଶ୍ଚେ ଆଣିବ ତୁମ୍ଭଙ୍କୁଆକର୍ଷି ଉତ୍କଳେ-ତବ ପୂର୍ବ କର୍ମକ୍ଷେତ୍ରେଧରି ସେ ତୁମ୍ଭଙ୍କୁ ଅଙ୍କେ ହେବ ଗୌରବିତ ।ହେ ଆଦର୍ଶଗୃହି, ତ୍ୟାଗୀ, ଆଦର୍ଶ ସାଧକ,ଆଦର୍ଶ ପଣ୍ଡିତ, ଗୁରୁ, ଆଦର୍ଶ ମାନବ,ଯାଅ ଦେବ ପୁଣ୍ୟାର୍ଜିତ ମହାଧାମେ ତବ,ଭୁଞ୍ଜ ଦେବ ମେଳେ ବସି ଶାନ୍ତିସୁଖ-ସୁଧାଘେନ ମୋର ଶ୍ରଦ୍ଧାଭକ୍ତି ବିଦାୟ ପ୍ରଣାମ ।କବିଚିରଦୁଃଖୀ କବି ସଂସାରେ ସର୍ବଥା,କବି ଏକା ବୁଝେ କବି ହୃଦବ୍ୟଥା ।ପର ଦୁଃଖ ଚିତ୍ର ଅଙ୍କନ ସମୟେ,ଦେଖି ତା ଯନ୍ତ୍ରଣା ଭୟ ଥରେ ଭୟେ ।ସେ କାଳେ ତା ଦଶା ବର୍ଣ୍ଣି ନୁହେଁ ଆହା,ଯାହା ଚିତ୍ରୁଥାଏ ଭୁଞ୍ଜୁଥାଏ ତାହା ।ଦୁଃଖୀ ଦୁଃଖବ୍ୟଥା ଅଙ୍ଗେ ଅନୁଭବି,ବାରି ହୁଏ ନାହିଁ କେ ଦୁଃଖୀ କେ କବି ।ଉଡ଼ି ଆସି କାହୁଁ ଦୁଃଖୀ ଦୁଃଖଭାର,କରେ ତା ଉପରେ ପ୍ରଭାବ ବିସ୍ତାର ।କିଏ ଚିତ୍ର ଅବା କିଏ ଚିତ୍ରକର,ଦୁହେଁ ଏକ ମୂର୍ତ୍ତି ବାରିବା ଦୁଷ୍କର ।ପର ମନୋଭାବ ଆଣେ ନିଜ ପ୍ରାଣେ,ଚିତ୍ରଶିଳ୍ପୀ ସେହି, ଚିତ୍ର କରି ଜାଣେ ।ମହାଚୋର କବି ଚୌର୍ଯ୍ୟରେ ପଣ୍ଡିତ,ଅଲକ୍ଷ୍ୟରେ ଚୋରି କରେ ପରବିତ୍ତ ।ହରେ ଫୁଲଶୋଭା ନ ଛୁଇଁ ସେ ଫୁଲେ,କେ ଅଛି ଅଦ୍ଭୁତ ଚୋର ତାହା ତୁଲେ ।ବିରହୀ ଦମ୍ପତି ଗୁପ୍ତ ମନୋବୃତ୍ତି,ଚୋରି କରିବାରେ କବି ଏକା କୃତୀ ।ପ୍ରମାଣ ତାହାର ଲବ୍ଧ ଅନାୟାସ,ମେଘଦୂତ କାବ୍ୟ, କବି କାଳିଦାସ ।ମିଥ୍ୟାବାଦୀ ପଣେ କବି କଳ୍ପଦ୍ରୁମ,କଳ୍ପନାରେ ତୋଳେ ଆକାଶ-କୁସୁମ ।ଅତ୍ୟୁକ୍ତିରେ ଗଢ଼ା ତାହାର ଉପମାମୁଖ ସହ ଯୋଖେ ବାସନ୍ତୀ ଚନ୍ଦ୍ରମା ।ମିଥ୍ୟାଗୁରୁର ସେ ଗୁଣବନ୍ତ ଚାଟ,ତୁଚ୍ଛା ହାତରେ ବି କରିପାରେ ହାଟ ।କଳ୍ପନା-ପ୍ରସୂତ ରଙ୍ଗବୋଳା ବାଣୀ,ଛଣାସତ୍ୟରୂପେ ଥୋଇଦିଏ ଆଣି ।ପକ୍ଷାନ୍ତରେ କବି ଚିରକାଳ ଯୋଗୀ,ଯୋଗଧ୍ୟାନେ ଥାଏ ମାନସେ ନିୟୋଗି ।ବକ ପରି ଧ୍ୟାନେ ରତ ସେ ନିରତେ,ଭାବରୂପୀ ମତ୍ସ୍ୟ ଭୁଞ୍ଜିବା ନିମନ୍ତେ ।କବି ପରି ଭୋଗା ଦୁର୍ଲଭ ଭୁବନେ,କଳ୍ପନାରେ ବସେ ଇନ୍ଦ୍ର-ସିଂହାସନେ ।କଳ୍ପନା-ବିଳାସୀ, କଳ୍ପନା ତା ସୁଖ,ଦେଖେ ନାହିଁ କେବେ ବାସ୍ତବର ମୁଖ ।କଳ୍ପନାରେ ଚାଲେ, ବସେ, ହୁଏ ଛିଡ଼ା,କଳ୍ପନାରେ ରଚେ ବିଦ୍ୟୁ ସଙ୍ଗେ କ୍ରୀଡ଼ା ।ବୁଲାଇ କଳ୍ପନା ତାକୁ ଚରାଚରେ,ଅର୍ପେ ନବଭୋଗ ପ୍ରତି ମୁହୂର୍ତ୍ତରେ ।କବି ବହୁରୂପୀ ବିଦ୍ୟାରେ ପ୍ରବୀଣ,କେବେ ସେ ପ୍ରାଚୀନ କେବେ ସେ ନବୀନ ।କେବେ ବା ରସିକ କେବେ ବା ପ୍ରେମିକ,କେତେବେଳେ କାକ, କେତେବେଳେ ପିକ ।କେବେ ବା ହାକିମ କେବେ କର୍ମଚାରୀ,କେବେ ଗୁରୁ କେବେ ଶିଷ୍ୟ-ଭାବଧାରୀ ।କବି ବୈଦ୍ୟ, ବହେ ଅଶେଷ ଉପାଧି,ରସଦାନେ ହରେ ଚିତ୍ତ ଗୁପ୍ତ ବ୍ୟାଧି ।ଅଦ୍ଭୁତ ଜୀବଟି କବି ଏ ମହୀରେ,କବି ଗୁଣଗାଥା ବର୍ଣ୍ଣି ନୁହେଁ ଗୀରେ ।