ଭାରତବର୍ଷରେ ଶିକ୍ଷାବିସ୍ତାର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୨୪
- ସ୍ଥିତି
- ସାର୍ବଜନୀନ (Public domain)
ଆଜିକାଲି ଭାରତବର୍ଷରେ ଶିକ୍ଷାସ୍ରୋତ କି ପ୍ରକାର ପ୍ରବାହିତ ହେଉଅଛି ତାହା ଅବଶ୍ୟ ପ୍ରତ୍ୟେକ ଭାରତ ସନ୍ତାନଙ୍କର ଆଲୋଚନାର ବିଷୟ ଏବଂ ଲକ୍ଷ୍ୟସ୍ଥଳ ଅଟଇ । ଆଧୁନିକ ଶିକ୍ଷାପ୍ରଣାଳୀର କଥା ମନରେ ଉଦିତ ହେଲାମାତ୍ରକେ ଭାରତବର୍ଷର ଅତୀତକାଳର ସ୍ମୃତି—ଅତୀତକାଳରେ ଶିକ୍ଷାଗୈାରବ କଥା ସହସା ମାନସ କ୍ଷେତ୍ରରେ ଉଦିତ ହୁଏ । ଆମ୍ଭେମାନେ କଣ ଥିଲୁଁ, ମଧ୍ୟରେ କଣ ହୋଇଥିଲୁଁ, ପୁଣି ବର୍ତ୍ତମାନ କଣ ହୋଇମଛୁଁ ଏବଂ ଭବିଷ୍ୟତରେ କଣ ହେବୁଁ— ଏହି ଚାରିଗୋଟି ବିଷୟକୁ କିଛିକାଳ ନିମନ୍ତେ ମନରେ ସ୍ଥାନଦାନ କଲେ ଏକ ଅବ୍ୟକ୍ତ ଆନନ୍ଦ ଉପଲବ୍ଧି ହୁଏ । ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ ଆଲୋଚନାରେ ‘ହର୍ଷବିଷାଦ’ ଜନିତ ଯେଉଁ ସୁଖ ମିଳଇ ତାହାର ମୂଲ୍ୟ ଜଗତରେ ନାହିଁ । ଇତିହାସ କହିଦେଉଅଛି— ସଭ୍ୟତା ପ୍ରଥମରେ ଭାରତକ୍ଷେତ୍ରରେ ଅଙ୍କୁରିତ ହୋଇଥିଲା, ବିଜ୍ଞାନଚର୍ଚ୍ଚାରେ, ସାହିତ୍ୟର ଅନ୍ୟାନ୍ୟଦେଶର ଅଗ୍ରଗାମୀ । ବୀରତ୍ୱ ଏବଂ ପୁରୁଷକାରର ଅଭିନୟ ମଧ୍ୟ ଭାରତ କ୍ଷେତ୍ରରେ ମନ୍ଦ ହୋଇ ନଥିଲା । କିନ୍ତୁ ହାୟ ! ସେହି ସୁନ୍ଦର କମନୀୟ ଚିତ୍ର ବିଧିଙ୍କ ଇଚ୍ଛାରେ କାଳିମାମୟ ହୋଇଗଲା— ପୂର୍ଣ୍ଣ ଶଶଧର ଅକାଳରେ ରାହୁଗ୍ରାସରେ ପତିତ ହେଲା; ଅନ୍ଧକାର ଚତୁର୍ଦ୍ଦିଗ ଘୋଟିଗଲା । ଏହି, ଅନ୍ଧକାରାବୃତ ସମୟ-ସମୁଦ୍ର ମଧ୍ୟରେ ପଡ଼ି ଭାରତବାସୀମାନେ ଜ୍ଞାନ ହଜାଇଲେ; ବୃଦ୍ଧି, ଉତ୍ସାହ, ବଳ, ବୀର୍ଯ୍ୟ ଓ ପ୍ରତିଭା କାଉଁଆଡ଼େ ରହିଲା ତାହା ନିର୍ଣ୍ଣୟ କରିପାରିଲେ ନାହିଁ; ଅତୀତର ସ୍କୃତି ବିସ୍କୃତି ହେଲେ; କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିଲେ । ଘୋର ଦୁର୍ଦ୍ଦିନ ଉପସ୍ଥିତ ହେଲା— ଭାରତ ସନ୍ତାନମାନେ ପଙ୍କମଗ୍ନ କୁଞ୍ଜକବତ୍ ବଳବୁଦ୍ଧି ବିରହିତ ହୋଇପଡିଲେ । ସୁଖସୂର୍ଯ୍ୟ ଭାରତର ଗୈାରବକୁ ସଙ୍ଗେ ଘେନି ଅସ୍ତଗଲା— ଅନ୍ଧକାରମୟ ଯବନିକା ପଡିଲା । କିନ୍ତୁ ଚିରସ୍ଥାୟୀ ନୁହେ— ସୁଖଉତ୍ତାର ଦୁଃଖ, ଦୁଃଖଉତ୍ତାର ସୁଖ ଜଗତର ନୁହେଁ । ଦିବସର ପର ରାତ୍ର ଏବଂ ରାତ୍ରି ଉତ୍ତାରୁ ଦିବସ ସୃଷ୍ଟିର ନିୟମ । ଉତ୍ଥାନ-ପତନ, ଜନ୍ମ-ମୃତ୍ୟୁ ଜଗତର ନିତ୍ୟ ସହଚର । ଭାରତର ଦୁଃଖ ନିଶାର ଅବସାନ ହେଲା—ସୈାଭାଗ୍ୟ-ତପନ ଉଦୟାଚଳରେ ଧୀରେ ଧରେ ଦେଖାଦେଲେ । ସୁସମୟରେ ଇଂରେଜରେଜ ଭାରତବର୍ଷରେ ପଦାର୍ପଣ କଲେ— ଭାରତର ଜୀବନ୍ମୃତ ପ୍ରାୟ ମୁଦ୍ରିତ ନୟନରେ ପଡ଼ି ରହିଥିଲେ; କିନ୍ତୁ ସୂର୍ଯ୍ୟାଲୋକ ପ୍ରାପ୍ତ ହୋଇ ନେତ୍ରୋନ୍ମୀଳନ କରି ଦେଖିଲେ ଭୀଷଣ ରଜନୀ ଆଉ ନାହିଁ— ବାଳାର୍କରଞ୍ଜିତ ପ୍ରଭାତ ବିରାଜୁମଛି । କ୍ରମେ କ୍ରମେ ସମସ୍ତ ପୂର୍ବବଳ ଉପଚୟ କରିବାକୁ ଆରମ୍ଭ କଲେ । ବର୍ତ୍ତମାନ ଅତୀତର ଉଜ୍ଜଳ ସ୍ମୃତି ପଶ୍ଚାତରେ ରହିଅଛି । ଉଜ୍ଜଳ ଭବିଷ୍ୟତର ଚିତ୍ର ସମ୍ମୁଖରେ ରହିଅଛି; ଏକ ପଶ୍ଚାତରେ ଥାଇ ଉତ୍ସାହିତ କରୁଅଛୁ । ଅପର ସମ୍ମୁଖଆଡ଼କୁ ଆକର୍ଷଣ କରୁଅଛି ; ଭାରତବାସୀମାନେ ମଧ୍ୟରେ ପଡ଼ି ଆଶାମୁଗ୍ଧ ଏବଂ ଉତ୍ସାହୋନ୍ମତ୍ତ ହୋଇ ନିଜ ଗନ୍ତବ୍ୟ ପଥରେ ଅଗ୍ରସର ହେଉଅଛନ୍ତି ।
ଏତେଦୂର ଆସି ଆଉ ପଶ୍ଚାତ ଆଡ଼କୁ ଅନାଇବାକୁ ମନ ବଳୁନାହିଁ । ଇଂରେଜମାନେ ଆଗମନ କଲା ପୂର୍ବରେ ଆମ୍ଭମାନଙ୍କ ଦେଶରେ କି ପ୍ରକାର ଶିକ୍ଷା ପ୍ରଚଳିତ ଥିଲା ତାହା ଦେଖିବାକୁ ଇଚ୍ଛା ହେଉନାହିଁ । କିନ୍ତୁ କି କରିବା— କର୍ତ୍ତବ୍ୟ ଅନୁରୋଧ ଫେରିବାକୁ ହେଉଅଛି । ଯେଉଁ ସମୟରେ ଇଂରେଜମାନେ ଏ ଦେଶକୁ ଆସିଲେ ସେହି ସମୟରେ ପୁରାକାଳୀନ ବିଦ୍ୟାଚର୍ଚ୍ଚାରେ ଅନୁରୂପ କୈାଣସି ଚର୍ଚ୍ଚା ନଥିଲେ ହେଁ, ଭାରତ ଶିକ୍ଷା ବିଷୟରେ ଏକାବେଳକେ ଉଦାସୀନ ନଥିଲା-। ବ୍ରାହ୍ମଣ ସନ୍ତାନମାନେ ବେଦାଦି ଶାସ୍ତ୍ର କେତେକ ପରିମାଣରେ ଅଧ୍ୟୟନ କରୁଥିଲେ । କେତେଗୁଡ଼ିଏ ସଂସ୍କୃତ ପାଠଶାଳା ଜାହ୍ନବୀ ଉପକୂଳରେ ଠାବେ ଠାବେ ଥିଲା । ମୁସଲମାନମାନେ ଏ ଦେଶରେ ବାସକରି ସ୍ୱଜାତୀୟ ବାଳକମାନଙ୍କ ଶିକ୍ଷା ନିମନ୍ତେ ମଦ୍ରସା ଓ ମକ୍ତବମାନ ସଂସ୍ଥାପନ କରିଥିଲେ । ଏତଦ୍ବ୍ୟତୀତ କେତେଗୁଡ଼ିଏ ପାଠଶାଳା ମଧ୍ୟ ଥିଲା । ସଂସ୍କୃତ ବିଦ୍ୟାଳୟମାନଙ୍କରେ ଯାହା ଅଧୀତ ହେଉଥିଲା ତାହା ବଡ଼ ଅକିଞ୍ଚିତ୍କର ଥିଲା । ବୃଥାରେ ଅନେକ ସମୟ ଅପବ୍ୟୟିତ ହେଉଥିଲା । ମୁସଲମାନମାନଙ୍କର ମକ୍ତବସମୂହରେ କୋରାଣ ଏବଂ ପାରସିକ-କବିତା ପଠିତ ହେଉଥିଲା ଏବଂ ସାଧାରଣ ହିନ୍ଦୁ-ପାଠାଶାଳାମରନଙ୍କରେ ବାଳକମାନେ ଲେଖିବାକୁ ଶିକ୍ଷା କରୁଥିଲେ; ଅଙ୍କ ବା ଗଣିତ ଶିକ୍ଷା ମଧ୍ୟ ପାଠଶାଳାରେ କେତେକ ପରିମାଣରେ ଘଟୁଥିଲା । ଭାରତର ଉକ୍ତ ସମୟକୁ ଅନ୍ଧକାର-ଯୁଗ (Dark Ages) ବୋଲାଯାଇପାରେ । କିନ୍ତୁ ସେଦିନ ଗତ ହୋଇଅଛି—ଇଂରାଜରାଜତ୍ୱର ସହିତ ଶିକ୍ଷାଜଗତରେ ନୂତନ ଯୁଗ ପ୍ରବର୍ତ୍ତିତ ହୋଇଅଛି । ଆଜିକାଲି ଶିକ୍ଷାସ୍ରୋତ ଯେଉଁ ବେଗରେ ଭାରତବର୍ଷ ଭେଦ କରି ଭାରତ ସନ୍ତାନମାନଙ୍କୁ ଆକର୍ଷଣ କରି ଉନ୍ନତି ଆଡ଼କୁ ଘେନି ଯାଉଅଛି, ତାହା ଦେଖିଲେ ମନରେ ପ୍ରଭୂତ ଆନନ୍ଦ ଉପଜାତ ହୁଏ । ଯେଉଁମାନେ ଅତୀତ ଗୈାରବର ସ୍ମୃତିରେ ବିମୋହିତ ହୋଇ ଆଧୁନିକ ବିଦ୍ୟାଚର୍ଚ୍ଚାକୁ ଉପେକ୍ଷା କରନ୍ତି ସେମାନେ ମୂଢ । ଭାରତ ଯେ ଉନ୍ନତ ଆସନରେ ଅଧିରୂଢ ହୋଇଥିଲା ତାହା ଦିନକର ପରିଶ୍ରମ ଫଳ ନୁହେଁ । ଯେଉଁ ଇଂଲଣ୍ଡ ଆଜି ଭାରତର ଶିକ୍ଷାଗୁରୁ ହୋଇଅଛି ତାହାର ଇତିହାସ ଆଲୋଚନା କର ଦେଖିବ ଇଂଲଣ୍ଡ ମଧ୍ୟ ଏକ ଲମ୍ପରେ ତୁଙ୍ଗ ସିଂହାସନାରୋହଣ କରିନାହିଁ । ଆମେରିକା, ଜର୍ମାନୀ ପ୍ରଭୃତି ଦେଶ ଆଜିକାଲି ଭବ୍ୟଜଗତରେ ଆଦର୍ଶସ୍ଥୀନୀୟ, ମାତ୍ର ଏମାନଙ୍କର ପ୍ରଚୀନ ଇତିବୃତ୍ତ ତାଦୃଶ ଉଜ୍ଜଳ ନୁହେଁ । ପୁଣି ମିଶର, ଗ୍ରାସ୍ ଏବଂ ଉତାଲୀର ଆଧୁନିକ ଓ ପ୍ରଚୀନ ଅବସ୍ଥାର ତୁଳନା କରିବାକୁ ଗଲେ ନୟନରୁ ଅଶ୍ରୁ ନିର୍ଗତ ହୁଏ । ପ୍ରଚୀନ ଭାରତ ସର୍ବତୋଭାବରେ ଭଲ ଏବଂ ଆଧୁନିକ ଭାରତ ସର୍ବପ୍ରକାରରେ ମନ୍ଦ ଏହା ଏକଦେଶଦର୍ଶୀଙ୍କର ମତ । ଏହି ସମ୍ପ୍ରଦାୟର ଲୋକ, କିନ୍ତୁ ନବ୍ୟଭାରତର ଚିତ୍ର ଏମାନଙ୍କ ଚକ୍ଷୁର କଣ୍ଟକ ଅଟେ । ପ୍ରାଚିନଭାରତର ଚିତ୍ରକୁ ସୁବର୍ଣ୍ଣ ଛାଡ଼ି ହୀରକ ଦେଖି ଆପତ୍ତି ନାହିଁ— ବରଂ ତାହା ମଙ୍ଗଳର ଚିହ୍ନ; କିନ୍ତୁ ଜିଜ୍ଞାସ୍ୟ ଏହି ଯେ ନବ୍ୟ ଭାରତରେ କି କିଛି ଆଧୁନିକ ଭାରତରେ ନାହିଁ ? ପ୍ରାଚୀନ ଭାରତରେ ଯାହା ଥିଲା ତାହା ଆଜିକାଲି ନାହିଁ ସତ୍ୟ; କିନ୍ତୁ ଆଜିକାଲି ଯାହା ଅଛି ପୁରାକାଳରେ କି ତତ୍ସମୁଦାୟ ବର୍ତ୍ତମାନ ଥିଲା ? ପ୍ରତ୍ୟେକ ଯୁଗର ‘ଭଲ ମନ୍ଦ’ ଅଛି । ଏ ଯୁଗରେ ମନ୍ଦ ଅଛି ସ୍ୱିକାର କରୁମଛୁଁ କିନ୍ତୁ କିଛି ଭଲ ବିଷୟ କି ଏ ଯୁଗରେ ନାହିଁ ? ପ୍ରଚୀନ ଇତିହାସରେ ନିମଗ୍ନ ଥାଇ ଅନୁତପ୍ତ ହେବା ବାଞ୍ଛନୀୟ ମାତ୍ର ଅନୁତପ୍ତ ହୋଇ ବାତୁଳସଦୃଶ୍ୟ ହିତାହିତ ଜ୍ଞାନଶୂନ୍ୟ ହେବା କଦାପି ବାଞ୍ଛନୀୟ ନୁହେଁ । ଜ୍ଞାନବୀର ସଲମନ କହିଅଛନ୍ତି, ‘‘ପୁରମାଳକୁ ଏ କାଳଠାରୁ ଉତ୍ତମ ବୋଲି ଭାବିବ ନାହିଁ ଯେହେତୁ ତୁମ୍ଭେ ଏ କେଳରେ ବିଷୟ ତେତେ ଅନୁସନ୍ଧାନ କରି ଦେଖନାହିଁ ।’’
ପ୍ରାଚୀନ ଭାରତରେ ଶିକ୍ଷାର ଗଭୀରତା ଥିଲା କିନ୍ତୁ ବିସ୍ତାର ନ ଥିଲା; ଏ ଯୁଗରେ ତାହାର ବିପରୀତ ଦେଖାଯାଏ । ଗଭୀରତା ଅଳ୍ପ ହେଲେ ହେଁ ଏ ଯୁଗରେ ଶିକ୍ଷା ବିସ୍ତାରଲାଭ କରୁଅଛି । ଶିକ୍ଷାସମ୍ୱନ୍ଧରେ ଗଭୀରତା ଏକାନ୍ତ ବାଞ୍ଛନୀୟ ସତ୍ୟ; କିନ୍ତୁ ବିସ୍ତାର ମଧ୍ୟ କମ୍ ବାଞ୍ଛନୀୟ ନୁହେଁ । ସାହାରା କ୍ଷେତ୍ର ମଧ୍ୟରେ ଦୁଇ ଚାରେଗୋଟି ବଟବୃକ୍ଷ ସଦୃଶ କୋଟି କୋଟି ନିରକ୍ଷର ମୂର୍ଖ ମଧ୍ୟରେ ଦୁଇ ଚାରିଜଣ ଜ୍ଞାନୀ ଚିନ୍ତାଶୀଳ ଲୋକ ଥିଲେ କଣ ହେବ ? ଶିକ୍ଷିତ ଲୋକ ନ ଥିଲେ ଶିକ୍ଷାର ଆଦର କେଉଁଠାରେ ? ଯେଉଁ ଦେଶରେ ସହସ୍ର ମୁର୍ଖଲୋକଙ୍କ ମଧ୍ୟରେ ଗଣେମାତ୍ର ହେବ ତାହା ଆମ୍ଭମାନଙ୍କୁ ଜଣାନାହିଁ ।
ଏହା ବୋଲାଯାଉ ନାହିଁ ଯେ ନବ୍ୟଭାରତ ପ୍ରାଚୀନ ଭାରତଠାରୁ ଅଧିକ ଉନ୍ନତି ଲାଭ କରିଅଛି । ଅନ୍ୟ ଲୋକ ଯେ ଯାହା କହନ୍ତୁ ଆମ୍ଭମାନେ ଏତିକି ବୋଲିବୁଁ ଯେ ଭାରତବର୍ଷରେ ଆଉ କିଛି ହେଉ ନ ହେଉ ଶିକ୍ଷାପ୍ରତି ଲୋକଙ୍କର ଅନୁାରଗ ଜନ୍ମିଅଛି— ଶିକ୍ଷା-ସୁଧାର ଆସ୍ୱାଦନ ନ ହେଉ ସୁଗନ୍ଧ ଲୋକେ ପାଇଅଛନ୍ତି । ଉକ୍ତ ଅନୁରାଗ ଜନ୍ମାଇଦେଇ ଇଂରାଜ ଗବର୍ଣ୍ଣମେଣ୍ଟ ଭାରତବାସୀଙ୍କ କୃତଜ୍ଞତା ପାଶରେ ଆବଦ୍ଧ କରିଅଛନ୍ତି । ଦୁଇ ଚାରିଖଣ୍ଡ ଇଂରାଜୀ ପୁସ୍ତକର ପଠନକୁ ଶିକ୍ଷାରୂପ ତୀର୍ଥସ୍ଥଳର ବହୁଦୂରରେ ଅବସ୍ଥାନ କଲେ ହେଁ ଯଥାର୍ଥ ମାର୍ଗ ପ୍ରାପ୍ତ ହୋଇଅଛି, ବର୍ତ୍ତମାନ ଯେଉଁ ସୂତ୍ର ସମ୍ମୁଖରେ ରହିଅଛି ତାହା ଅମଲମ୍ୱନ କରି ଅଗ୍ରସର ହେଲେ, ସମୟରେ ଶିକ୍ଷାତୀର୍ଥରେ ଅବଗାହନ କରି ଭାରତର ସନ୍ତାନମାନେ ତାପିତପ୍ରାଣ ଶୀତଳ କରିପରିବେ । ବର୍ତ୍ତମାନ ଆଶା, ଉତ୍ସାହ, ଉଦ୍ୟମ ଏବଂ ଯତ୍ନ ଏକାନ୍ତ ଆବଶ୍ୟକ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ