ବନମାଳୀ ପଦ୍ୟାବଳୀ
ବନମାଳୀ ଦାସ · ଭାଗ ୩ / ୩ · ଭାଗ ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଭ୍ରମୁଛୁ ସଂସାରବନେ କାଳକୁ ନ ଡରି ।ସଙ୍ଗେ ଘେନି ଜାୟା ଭ୍ରାନ୍ତି- ମଧୂକାରୀ ॥
କାମନା କେତକୀ ଫୁଲ ସୌରଭରେ ଭୁଲୁ ।ଗୁଣୁ ଗୁଣୁ ଗୁଞ୍ଜର ତୁ କେଉଁଗୁଣେ ଉଲୁ ॥
ମନଭୃଙ୍ଗ ! ଅନ୍ତରଙ୍ଗ ମୁଁ ବିବେକ ଭାଇ ।କଣ୍ଟକୀର ପାଶେ ନ ଯା ପକ୍ଷକୁ ଛିଣ୍ଡାଇ ॥
ଅତଏବ ମନଆଳି ଉପଦେଶ ଧର ।ପରମାର୍ଥ ପଦ୍ମଫୁଲ ମଧୁପାନ କର ॥
ସେ ଫୁଲର ସବିଶେଷ ଗୁଣ କେବା ଜାଣେ ?ଯିବ ଧନ୍ଦା ମହାନନ୍ଦେ ମକରନ୍ଦ ପାନେ ॥
ବନମାଳୀ ବୋଲେ ତୋତେ ଜାଣିରୁହ ବାବୁ ।ମୋ ହିତ କଥା ପାଳିଲେ ସାଧୁ ପାଲଟିବୁ ।ପ୍ରାର୍ଥନା(ସାଧକ ଭକ୍ତର ସ୍ୱାଭୀଷ୍ଟ ଲାଳସାମୟୀ ଆତ୍ମନିବେଦନ)*ଭୂଜ ତଳେ ମୋତେ ରଖ ମହାପ୍ରଭୁ !ବାହୁତଳେ ମୋତେ ରଖ ।ବିପୁଳ ଭୁଜ ବିସ୍ତାରି କେତେ ଛାରକି କରିପାରିବ ଦୁଃଖ । ଘୋଷା ।ସଜ ହୋଇଥିବ ନନ୍ଦିଘୋଷ ରଥେମୁଁ ଥିବି ତୁମ୍ଭ ସେବାରେତୁମ୍ଭେ ଦୀନବନ୍ଧୁ ନିର୍ଦ୍ଦୟ ହୋଇଲେକି ବୋଲିବେ ଏ ସଂସାରେ ? । ୧ ।ଏ ଗଜରାଜ ସମ୍ପତ୍ତି କ୍ଷିତି ପତି,ରତିଏ ରୁଚଇ ନାହିଁ ।ଭାଷ ଯାଉଅଛି ଏ ଭବ ସାଗରେରକ୍ଷାକର ଭାବଗ୍ରାହୀ । ୨ ।ଦିନକୁ ଦିନ ତ ଦୁଃଖ ଅତିରେକସୁଖ ତ ଦିଶଇ ନାହିଁ ।ଭୁବନ ମୋହନ ଚକା – ନୟନକୁଯେତେବେଳୁ ଦେଲି ଚାହିଁ । ୩ ।ମୁଁ ଅତି ପତିତ ଭରସା କରିଛିପ୍ରଭୁ ଶ୍ରୀଚରଣ ତଳେ ।ଶ୍ରୀ ବୀର କେଶରୀ ମହାରାଜା ଭଣେଦୟାକର ମୋତେ ବେଳେ । ୪ ।(ରାଗ – ବଙ୍ଗଳାଶ୍ରୀ । ତାଳ - ପହପଟ)ପ୍ରାର୍ଥନା(ଶ୍ରୀ ରାଧାଙ୍କ ପ୍ରତି ଦୈନ୍ୟାକ୍ତି)ଶ୍ରୀରାଧେ ! ମୋର ଦଇନି ଏତେସେବାପରିଚାରୀ ହେବି ଦେହାନ୍ତେ । ଘୋଷା ।କରୁଣାମୟୀ ଗୋ ଅରୁଣଧରି !ମଣିବ ସଖୀଙ୍କ କିଙ୍କରୀ କରି । ୧ ।କୁଞ୍ଜଅଭିସାରେ ଥିବି ଗହଣେ,ନ ହୋଇବ ଛାମୁଛଡ଼ା ମୁଁ କ୍ଷଣେ । ୨ ।ପହଣ୍ଡମଣା ନଉକରୀ ପଣେ,ଆଳିଚରଣ ମୋତେ ଗଣିବ ଜଣେ ।୩।ରବିପୂଜା କାଳେ ଘେନିବ ସଙ୍ଗେ ,ଅଙ୍ଗରାଗ ଲେପିବାକୁ ଶ୍ରୀଅଙ୍ଗେ । ୪ ।ରଚିବା ପାଇଁକି ବେଶବିଧାନ,ମୋ ପ୍ରତି ହେବ ଦିବ୍ୟ ଅବଧାନ । ୫ ।ନିଭୃତ ନିକୁଞ୍ଜେ ଯୁଗଳଠାଣି,ଦରଶନ ହେବି ମନ ଫୁଲାଣି । ୬ ।କାକୁସ୍ଥେ କହେ ବନମାଳୀ ଦାସ,ଏ ବିନୁ ନାହିଁ ଆନ ଅଭିଳାଷ । ୭ ।(ରାଗ – ଝିଂଝଟ । ତାଳ - ଝୁଲା)ଜଣାଣଅଶିତ ପଙ୍କଜମୁଖ ! ସସ୍ମିତ ହାସ – ମୟୁଖ,ବସି ତ ଦେଖୁଛ ଦୁଃଖ ଭକ୍ତଙ୍କ ସୁଖ ହେ । ୧ ।ଦୀନବତ୍ସଳ ସମ୍ବନ୍ଧୁ, ନାମ ପରା ଦୀନବନ୍ଧୁ ,ମୁଁ ଦୀନ ତୁମୋ ମୋ ବନ୍ଧୁ, କରୁଣାସିନ୍ଧୁ ହେ । ୨ ।ଶରଣାଗତ – ପାଳକ, ଚରଣାଶ୍ରିତ କାଳକ,ବତ୍ସ- ଗୋଧନ ଚାଳକ, ଶୁଣ ମୋ ଡାକ ହେ । ୩ ।ପାଦପଦ୍ମକୁ ସଙ୍ଖାଳି, କରିଛି ହେ ବନମାଳୀ !ଦରିଦ୍ର ମୁଁ ବନମାଳୀ, ଶ୍ରୀରାମ ଭାଳି ହେ । ୪ ।(ରାଗ – ମୁନିବର । ତାଳ - ଝୁଲା)ଜଣାଣଛାର ଏ ଉଦର ପାଇଁ ।କେତେ ଜନଙ୍କୁ ବୋଲିବି ମଣିମା ଗୋସାଇଁ । ପଦ ।ଜଳଦ ସୁନ୍ଦର ଆହେ ! ସିନ୍ଧୁସୁତା ବର,ଦିନୁ ଦିନ ଘୋର ଜର ଆସି ହେଲା ମୋର ।୧।ନ ଥିଲା ବିବେକ ହୋଇଥିଲି ମୁଁ ବାଳକ,ମତାସ୍ତନେ ଖଞ୍ଜିଥାନ୍ତି କ୍ଷୀରକୁ କାଳକ ।୨।ଅଜଗର ମହାଘୋର ଅରଣ୍ୟରେ ଥାଇ,ତାହାର ଆହାର ଖଞ୍ଜ, ସାବଧାନ ହୋଇ ।୩।ତୁମ୍ଭେ ପାଶୋରିବାକୁ ମୋ ନାହିଁ ଭୟ ଲେଶ ।ପାଶୋରନ ଗଲେ ତୁମ୍ଭେ ବନମାଳୀ ତୋଷ ।୪।(ରାଗ – ଶଙ୍କରାଭରଣ । ତାଳ – ଆଠତାଳି)ଜଣାଣମହାବାହୁ ! ମୋ ସମ ନାହିଁ କେ ଦୁଃଖୀଉଦର ଚିନ୍ତାରେ ଚିନ୍ତାଇ ନୟନଦି ନୁଦିନ ଗଲି ଶୁଖି । ଘୋଷା ।ଇତର ଜନରେ ଯାଚକ ହେବାକୁ ବିଶେଷେ ମାଡ଼ଇ ଲାଜ ।ଅନ୍ତର ବେଦନା କେ ଅବା ଜାଣିବ ତୁମ୍ଭ ଦିନୁ ଦେବରାଜ ।୨।ଗାଦୀଶ୍ୱରମାନେ ଯେତେ ସେ ଅଛନ୍ତି ସେ ସର୍ବେ ତ ଗର୍ବେ ମତ୍ତସଦବେଶ ଧରି ଆତ୍ମା ନ ଚିନ୍ତନ୍ତି ଉପାଧି କହି ମହାନ୍ତ ।୨।ପ୍ରଭୁ ତୁମ୍ଭ ଭଳି ଥାଉଁ ତାଙ୍କୁ ଅଳି କରିବି କି ସୁଖ ଲାଗି ।ଅଯାଚକ ପଣେ ରହି ଚିନ୍ତ ମଣେ ତବ ନାମ ଅନୁରାଗୀ ।୩।ହେ ଦୁଃଖ ନାଶନ ହେ ଗରୁଡ଼ାଶନ, ତୁମ୍ଭେ ସିନା ମୋର ଥାତି ।ଅକିଞ୍ଚନ ବନ୍ଧୁ ନୀଳାଚଳ- ଇନ୍ଦୁ କରୁଣା କିମ୍ପା ନିହାତି ।୪।ଶରଣ ରକ୍ଷଣ ହେ ପଦ୍ମଇକ୍ଷଣ, ମୋ ଦୁର୍ଦ୍ଦଶା ଦିଅ ଟାଳି ।ଚନ୍ଦନଅର୍ଗଳି ସମୀପରେ ଅଳି କରେ ଦାସ ବନମାଳୀ ।୫।(ରାଗ –ପରଜ । ତାଳ – ଆଦି)ଜଣାଣଖଗଆସନ ହେ ଜଗବନ୍ଧୁ ଦଇତ୍ୟାରି !ଖରେ କର୍ଣ୍ଣ ଡେରି ଶୁଣିମା ଏ ଦୀନ ଜନ ଗୁହାରି । ଘୋଷା ।ଖିଳ ବ୍ରହ୍ମାଣ୍ଡର ପରମ ଈଶ୍ୱର, ମହା ବଳୀୟାର ବାହୁ ।ଖଳ ଗର୍ବହାରୀ ନୀଳାଦ୍ରୀ ମୋତେ ଅକରୁଣା ନୋହୁଁ ।୧।ଖଟଣି ସେବକମାନଙ୍କ ମଧ୍ୟେ ମୁଁ ଜଣେ ଅପରାଧୀ ଭୃତ୍ୟ ।ଖସାଅ ମୋହର ଆଜନ୍ମ ଦୁଷ୍କୃତ ଅରଜିଅଛି ବହୁତ ।୨।ଖଡ଼ିକାର ଗଣେ ଗଣି ନ ପାରିବେ ଯେତେ ମୋ ପାତକରାଶି ।ଖିଆଲ ନ ମଣି ଜଗଚିନ୍ତାମଣି ହେଳେ ତା ପକାଅ ନାଶି ।୩।ଖେଦହରା ଛେଦ ତ୍ରିତାପ ଯନ୍ତ୍ରଣା –କରୁଣା କଟାକ୍ଷ ଢାଳି ।ଖମ୍ବ ଗରୁଡ଼ର ପଛେ ରହି ଦୁଃଖ ଜଣା କରେ ବନମାଳୀ ।୪।(ରାଗ – ଆଶାବରୀ । ତାଳ – ଝୁଲା)ଜଣାଣମହାବାହୁ ! କାହାକୁ କହିବି ଦୁଃଖ ?ତୁମ୍ଭେ ଥାଉଁ ଥାଉଁ ଦୁଃଖୀ ଜନବନ୍ଧୁ ଚିକ୍କଣ କଳାଶ୍ରୀମୁଖ । ଘୋଷା ।ପତିତପାବନ ଗତିଦାୟକ ହେ ଅତି ତ ଅରକ୍ଷ ମୁହିଁ ।କତିରେତୁମ୍ଭର ଏତିକି ଜଣାଣ ଛାମୁଛଡ଼ ହେବ ନାହିଁ ।୧।ଟେରା ବାଡ଼ ପଛେ ଉଭା ହୋଇଥିବି ଧୂପ ଅବକାଶ ବେଳେ,ଛେରାପହଁରା ନଉକରୀ ପଟରେ, ଖଟଣୀ ଖଟିବି ହେଳେ ।୨।ଛତ୍ରିଶ ନିଯୋଗୀ ମଧ୍ୟରେ ଗଣିବ ମଣିମା ହେ, ମୋତେ ନିତି ।ଢାଳୁଥିବି ଭାବେ ଚାକର ଆଲଟ ଗାଇ ତୁମ୍ଭ ଗୁଣ ଗୀତି ।୩।ସେବାରୁ ଅନ୍ତର ନ ହୋଇବି ପ୍ରଭୁ ଏହି ଅଳି ଶୀଚରଣେ ।ମରଣ ଅବଧି ଶ୍ରୀମୁଖ ଦର୍ଶନୁ ବଞ୍ଚିତ ନୋହିବ କ୍ଷଣେ ।୪।ଭୁକ୍ତିମୁକ୍ତି ମୋର ଲୋଡ଼ା ନାହିଁ କିଛି ନ ଲୋଡ଼ଇ ବଡ଼ପଣ ।କେବଳ ଶ୍ରୀପାଦପଦ୍ମରେ ଭକତି ରହିଥାଉ ଅନୁକ୍ଷଣ ।୫।କନ୍ଧେ ବହି ଝୁଲି ଶ୍ରୀକ୍ଷେତ୍ରରେ ବୁଲି ଜୟ ଜଗବନ୍ଧୁ ବୋଲି ।ଆନନ୍ଦେ କୀର୍ତ୍ତନ ନର୍ତ୍ତନରେ ଦିନ ହରୁଥାଉ ବନମାଳୀ ।୬।(ରାଗ- ଭାଟିଆରୀ । ତାଳ- ଆଠତାଳି)ଜଣାଣମଣିମା ହେ ! ଏତିକି ମାଗୁଣି ମୋର ।ମରଣ କାଳରେ ଦରଶନ ଦେବକଳାମୁଖ କଳାକର । ଘୋଷା ।ମଥାରେ ଥିବ ମୋ ତୁମ୍ଭ ଛଡ଼ାମାଳମୁଖରେ ଥିବ ତୁଳସୀ ।ମନେ ମନେ ଭାଳି ରଟି ହେଉଥିବିନୀଳାଦ୍ରି ଶିଖର ବାସୀ ।୧।ମହାବାହୁ ଟେକା ଶ୍ୱେତପଦ୍ମ ଚକାନୟନକୁ ନିତି ଚାହିଁ ।ମଜ୍ଜାରେ ପୁଲକ ପୁରୁଥାଇ ରଙ୍କ-ନିଧି, ଦୁଃଖୀଜନ – ସାଇଁ । ୨।ମଙ୍ଗଳ ଆଳତି ଅବକାଶ କାଳେଗରୁଡ଼ ପଛରେ ଥାଇ ।ମୋହି ହେଉଥିବି ପ୍ରତି ନିଶାନ୍ତରେତୁମ୍ଭ ଗୁଣ ଗାଥା ଗାଇ ।୪।ମଞ୍ଜୂଳ ବଡ଼ସିଂ- ହାର ବେଶ ଦେଖିମାରୁଥିବି କକ୍ଷ ତାଳି ।ମରୁଆ ଦୟଣା ମାଳିଆଙ୍କୁ ଏତେଅଳି କରେ ବନମାଳୀ ।୪।(ରାଗ – ପରଜ । ତାଳ – ଆଦି)ଜଣାଣଇଚ୍ଛାମୟ ଶ୍ରୀହରି ! ଶ୍ରୀଛାମୁରେ ଅଛି ଅନୁସରି ହେ !କି ଛାର ମୋହର, ଦୁଃଖ ବିଶ୍ୱମ୍ବର ! ତୁମ୍ଭେ ଥିଲ- ଚକ୍ର ଧରି ହେହେ ବିପତ୍ତି ପତି ହରିଛ ବିପତ୍ତି କେତେ କାହାର ଆଦରି ହେ ।ଗଣନାଥ କରି ନ ପାରିବେ ଧରି ଖଡ଼ି ଖଡ଼ିକାରେ ସାରି ହେ ।୧।ମହାମହା ସଙ୍କଟରୁ ସ୍ୱଭକ୍ତଙ୍କୁ ରଖିଛ ହେଲେ ଉଦ୍ଧାରି ହେ!ଶୁଣିଛି ଶ୍ରୁତିରେ ନିହିଛି ଶ୍ରୁତିରେ ବର୍ଣ୍ଣାବଳୀ ସରି ସରି ହେ ।୨।ବାରଣ ତାରଣ ମୃଗ ନିସ୍ତାରଣ ଧ୍ୱଜା ଉଡ଼େ ବସୁନ୍ଧରୀ ହେ ।ମଜ୍ଜା ନିବାରଣ କାରଣ କାରଣ ବୋଲି ପୁଣି ପଡ଼େ ହୁରି ହେ ।୩।ଦାରିଦ୍ର୍ୟ ଭଞ୍ଜନ ମାନସ ରଞ୍ଜନ ଆରତ ଗଞ୍ଜନକାରୀ ହେ ।ସନ୍ତାପନାଶନ ଶୋକ ବିଧ୍ୱଂସନ ବନମାଳୀ କର ପାରି ହେ ।୪।(ରାଗ – ଭୈରବ । ତାଳ- ଆଠତାଳି)ପ୍ରଭାତୀଉଠ ହୋ କାହ୍ନୁ କେଶବ ହରି ।ମୁକୁନ୍ଦ ମାଧବ ମୁରାରି । ଘୋଷା ।ପାହିଲା ନିଶୀ କାକ ଦେଲେ ଡାକ ।ନନ୍ଦ ସିଂହଦ୍ୱାରେ ବ୍ରଜ ବାଳକ ।୧।ଡାକନ୍ତି ଉଠ ରାମ ବନମାଳୀ ।ଉଠ ଗୋପୀନାଥ ନେବା ବାଛୁରୀ ।୨।କାଲି ଉପବାସ ବତ୍ସା ଧେନୁର ।ପଡ଼ିଲୁ ବଳା ଅଘାର ଆଗର ।୩।ତୁ ନାଥ ଜୀବଦାନ ଦେଇ ରଖୁ ।କେତେ ନିଦ୍ରା ଯାଉ କମଳ- ଚକ୍ଷୁ ।୪।ବତ୍ସା ଧେନୁମାନେ ଅସ୍ଥିର ହେଲେ ।କ୍ଷୀର ନ ପାଇ ହମାଁ ରାବ କଲେ ।୫।ଦୁହୁଣୀ ବେଳ ହୋଇଛି ଉଛୁର ।ପହୁଡ଼ ଭାଙ୍ଗ ହୋ ସାରଙ୍ଗଧର ।୬।ଯହିଁ ଡ଼ାଳ ଦେଲେ ବ୍ରଜ ବାଳକ ।ନିଦ୍ରା ତେଜିଲେ ଶ୍ରୀ ପଙ୍କଜ ମୁଖ ।୭।ମୁଖ ପଖାଳି ଗୋଗୋଷ୍ଠେ ବିଜୟେ ।ବନମାଳୀ ଦାସ ସେ ପାଦ ଧ୍ୟାୟେ ।୮।(ରାଗ – ପୁନ୍ନାଗ । ତାଳ- ଝୁଲା)ଯୁଗଳ – ଭଜନରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ରଟରେ ।ଦେଖୁଦେଖୁ ତୁଟିଯିବ ଏ ତୋ ମାଟି ଘଟରେ । ଘୋଷା ।ଯମୁନା- ପୁଳିନ କେଶୀ ଘାଟ ବଂଶୀବଟରେ ।ଚଳିଯା ତୁ ତହିଁ ଏ ଜଞ୍ଜାଳ ଛାଡ଼ି ଝରରେ ।ନିଭୃତ- ନିକୁଞ୍ଜ- ସୁଞ୍ଜ ସେ କାଳିନ୍ଦି ତଟରେକୁଟୀର ବନାଇ ରାଇ ଶ୍ୟାମ ପଦେ ଖଟରେ ।୨।ଶ୍ୟାମାଞ୍ଜନୀ ଗୁଞ୍ଜମାଳା ଘେନ ବକ୍ଷ- ପଟରେ ।ବ୍ରଜଧୂଳି ଅଙ୍ଗେ ବୋଳି ରଙ୍ଗେ କର ନାଟରେ ।୩।ବୃଥା ଦାରା ପୁତ୍ର ସ୍ନେହେ ହେଉ ଲଟପଟରେଘାଣ୍ଟି ନୁହଁ ଏଣିକି ଏ ମିଥ୍ୟାଭାବ- ନଟରେ ।୪।ମାୟା- ମୋହ- ଜାଲେ ପଡ଼ି ନୁହଁ ଛଟପଟରେ ।ଦାରୁଣ ବିଷୟ ମୁଞ୍ଜ ଜାଣି କାଳ କୂଟରେ ।୫।ନ ଲାଗୁ ତୋପରେ ଜନ୍ତୁପତି ଯମ ଲଟରେ ।ବୋଲେ ବନମାଳୀ ଗୁରୁ- ବଚନୁ ନ ହଟରେ ।୬।(ରାଗ – ମଙ୍ଗଳ ବରାଡ଼ି । ତାଳ- ପହପଟ)କେତେ ଛନ୍ଦ ଜାଣଲୋ ସହିକେତେ ଛନ୍ଦ ଜାଣେଲୋ ସହିନନ୍ଦରାଜାର ଟିକି ପିଲାଟି ।ଟିକି ପିଲା ବୋଲି ଯାହାକୁ ବୋଲନ୍ତିଚିରି ପକାଇଲା ବକାର ପାଟି ॥
ଜନମକାଳେ ଏନ୍ତୁଡିଶାଳେ କୁଆଁ କୁଆଁହୋଇ ରାବିଲା ଛଳେ ।ରହିଣ କୋଳରେ କ୍ଷୀର ସହିତରେପୁତନା ଅସୁରୀ ପ୍ରାଣ ନେଲାଟି ॥
ନ କରିଣ ଦକା ନାଶିଲା ଆଶଙ୍କାଚନ୍ଦନ ପଟିଆ ଚିତ୍ତ ଚମକା ।ଶକଟା ଧେନୁକା ବକା ସର୍ପ ଦଳିବନର ଅନଳ ଗିଳିଦେଲାଟି ॥
ଇନ୍ଦ୍ର ବିବାଦେ ନିର୍ଘାତ ନାଦେଶିଳା ବରଷିଲା ଅତି ପ୍ରମାଦେ ।ଦେଖିଛ ତ ହାଦେ ବିନା ଅବସାଦେମନ୍ଦର ଗିରିକି ଟେକି ଥିଲାଟି ॥
ସ୍ନାହାନ କାଳେ ଯମୁନା ଜଳେନନ୍ଦ ବୁଡିଗଲା ବୋଲି ଅଥଳେ ।କଉତୂକ କରି ତାହାଙ୍କୁ ଉଦ୍ଧରିଗୋପରେ ପତାକା ଉଡ଼ଇଲାଟି ॥
ସେଦିନ କଂସ ହୋଇଣ ରୋଷକଲେ ପଦ୍ମ ପାଇଁ ଦେଲା ଆଦେଶ ।ପଦ୍ମ ତୋଳା ରସ- କରିଣ ପ୍ରକାଶବଳେ ଛଳେ କାଳି ଦଳିଦେଲାଟି ॥
ବିସ୍ତାରି ପାଟି ଖଇଲା ମାଟି,ମାଆ ଯଶୋବନ୍ତୀ ଛାଟରେ ପିଟି,ଆକଟନ୍ତେ ଥରେ ତା ପେଟ ଭିତରେ,ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି ॥
କେ ଜାଣେ ଲୋ ମା ! ତାହାର ମହିମାବତ୍ସା ହରିନେଲା ସେ ବେଦବ୍ରହ୍ମା ।କହେ ବନମାଳୀ ତାକୁ ପୁଣି ଛଳିଲକ୍ଷେ ଧେନୁବତ୍ସା ଜାତ କଲାଟି ॥
ତୋ ଲାଗି ଗୋପଦାଣ୍ଡ ମନାତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ।ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା ॥
ନିତି ଏହି ବାଟେ ଯାଉ ରେ କାଳିଆ,ନିତି ଏହିବାଟେ ଯାଉ ।ହାଟରେ କଉଡି ମାଗିଲେ କାଳିଆମୂରଲୀ ବଜାଉ ଥାଉ ରେ ।୧।ତୁହି ଗୋପପୁରେ ରଜାରେ କାଳିଆତୁହି ଗୋପପୁରେ ରଜା ।କେମନ୍ତ ସଜରେ ମୂରଲୀ ବଜାଉ,ଆହୁରି ଟିକିଏ ବଜା ରେ ।୨।କୁହି ବଡ଼ଘର ପୁଅରେ କାଳିଆ!ମୁହିଁ ବଡ଼ଘର ବୋହୂ ।ସରମ ତୋ ମୁଖେ ନାହିଁରେ କାଳିଆ !ତୁହି ଅଟୁ ନନ୍ଦଚାଟ ।ମଥୁରା ହାଟକୁ ଦଧି ବିକିଗଲେନିତି ମାଗୁଥାଉ ଘାଟ ରେ ।୪।କହଇ ବଲ୍ଲଭାନନ୍ଦ ଏ ରସରେ,ଶୁଣ ଆଗେ ସଖୀବୃନ୍ଦ ।ଯମୁନା କୂଳରେ ମୂରଲୀ ବଜାଏତୁମ୍ଭ ଘେନି କୃଷ୍ଣଚନ୍ଦ୍ରରେ ॥
କି ଲାଜ ପାଇଲି ଆଜକି ଲାଜ ପାଇଲି ଆଜ ବାନ୍ଧବୀ,କି ଲାଜ ପାଇଲି ଆଜ । (ଘୋଷା)କି ଲାଜ ପାଇଲି ଆଜ ବାନ୍ଧବୀ,କି ଲାଜ ପାଇଲି ଆଜ ।ଉରେ ଚିର ଦେଇ ତର ନ ସହଇଆଗରେ ନାଗର ରାଜରେ ॥
ଚଉଦିଗେ ଚାହିଁ କେଣେ କେହିନାହିଁ ନିଛାଟ ଘାଟକୁ ଗଲି ।ଅଙ୍କରେ କୁଙ୍କୁମ ବୋଳି ହେଉଥିଲିଉତ୍ତରେ ଅମ୍ବର ଚୋଳି ରେ ॥
ପାଣି ପଲ୍ଲବରେ ଘେଡ଼ଣା ନ ଯାଇବର୍ତ୍ତୁଳ ତର ଉଜର ।ଯେତେ ଯତ୍ନ କଲେ ମହା ମହୀଧରତାଙ୍କର ନିକି ସରୋଜରେ ॥
ପାଖେ ଘୋଡ଼ଇଲେ ଆରପାଖେ ଦିଶେଉପାୟ କିଛି ନ ଦିଶେ ।ମୁଖ ଅବନତ- କଲେ ସେ ଉନ୍ନତପୟୋଧର ବେନି ଠେସେ ରେ ॥
କୁନ୍ତଳ ଉହାଡ଼ି…. ରଖନ୍ତି ମୁଁ ଅବା,ବାନ୍ଧିଥିଲି ବେଣୀ ଟେକି ।ବୋଲେ ବନମାଳୀ ଶୁଣ ଠାକୁରାଣୀଜଳେ ଲୁଚିଥାନ୍ତ ଟେକି ରେ ॥
ରାଗସଙ୍ଗିନୀରେ ଚାହାଁ ବେଣୁପାଣିକିଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି ।ପଦ ।ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭାନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳିସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ ।୧।ଭଲା ତାର ଯେଉଁ ନୟନ ଠାରସେ କି ମାର ବୀର କାମ କୁଠାରଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀଚଉଦପୁରେ କେ ନ ଥିବେ ଦେଖି ।୨।ଧନ୍ୟ ତାର ଯେଉଁ ମୁରୁକି ହସାସତେ କି ସେ ସୁଧା ନୀର ବରଷାଚାହିଁଦେଲେ ଥରେ ଥରି ମନ୍ମଥରେଧଇର୍ଯ୍ୟ ଗୁମାନ କେ ପାରେ ରଖି ।୩।ଦାସ ବନମାଳୀ ବୋଲେ ଗୋ ଶୁଣଗୋପ ନନ୍ଦସୁତ ମୋହନ ଗୁଣକୁଳବତୀ ବ୍ରତ କରିବାକୁ ହତନୂଆ ମଦନ ସେ ବରଜେଟିକି ।୪।ମଣି ବିମାନେ ଗୋବିନ୍ଦମଣି ବିମାନେ ଗୋବିନ୍ଦ ।ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ ॥
ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ ।ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧।ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ ।ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ ।୨।ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ ।କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩।ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ ।ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ ।୪।ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ ।ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ ।୫।ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେଜଗନ୍ନାଥ ହୋକିଛି ମାଗୁନାହିଁ ମୁଁ ତୋତେଧନ ମାଗୁନାହିଁ ଜନ ମାଗୁନାହିଁମାଗୁଛି ଶରଧା- ବାଲିରୁ ହାତେ । ଘୋଷା ।ଆନ ଦରଶନ ନ ଲୋଡେ ନୟନଏକା ତୋହ ଦେଖା ବିନାଶୁଣିବାକୁ କାନ ନ ଇଚ୍ଛଇ ଆନ ତୁମ୍ଭ ଚରିତେ କାମନା ॥୧॥
ରସନା ନ ବାଞ୍ଛେ ଗ୍ରାମ୍ୟଗୀତ ଗାଇବାକୁ ରଜନୀ ଦିବସ ।ତୁମ୍ଭ ନାମାବଳୀ କେବଳ ଶଙ୍ଖାଳି ହୋଇଥାଉ ପୀତବାସ ॥୨॥
ନାସା ମୋର ତୃପ୍ତ ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ।ତବ ଛଡ଼ାମାଳ ତୁଳସୀ କୁସୁମ, ଚନ୍ଦନ, କର୍ପୂର ଧ୍ୟାନେ ॥୩॥
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ, ହରେକୃଷ୍ଣ ଜପୁଥାଉ ।ବୋଲେ ବନମାଳୀ ମୋ ବେନି ଚରଣତୋ ତୀର୍ଥ ଭ୍ରମଣେ ଧାଉଁ ॥୪॥
ଜୟଗୀତିଜୟ ଜଗନ୍ନାଥ ହେ ଯଶୋଦା କୁମର ।ଶ୍ରୀମତି ଚିତ୍ତ-ଚାତକ ନୂତନ ଜଳଧର ॥
ଶିରେ ଶିଖିପୁଚ୍ଛ ଚୂଡା ଗୁଚ୍ଛ କିଆପତ୍ର ବେଢାସତୀଙ୍କ ବରତ ଛଡା ମୂରଲୀ ନଟବର ।ନିତ୍ୟ ସତ୍ୟ ପୂର୍ଣ୍ଣାନନ୍ଦ ଗୋକୁଳ ରକ୍ଷଗୋବିନ୍ଦପାଦ ଅରବିନ୍ଦେ ଭକ୍ତ ଭ୍ରମର ନିକର ।ଶେଷ ଯା ମହିମା ଲେଶ ନ କରି ପାରନ୍ତି ଶେଷଯା ନାମ ଜପି ମହେଶ ମୃତ୍ୟୁକୁ କଲେ ଦୂର ।ଲବଣ ଜଳଧି ତଟ ନୀଳାଦ୍ରୀ ନାମ ପ୍ରକଟକଳପ ବଟ ମୂଳେ କି ଲାଗିବ ନାବ ମୋର ।କହେ ବନମାଲୀ ଦାସ ଶ୍ରୀଗୁରୁ ଚରଣେ ଆଶସତେ କ୍ଷେତ୍ରବୋସେ ଶେଷ ଜୀବନ ଯିବ ମୋର ।ଦୁଃଖ ନିବେଦନଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି ।ହେଲେ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ॥
ଲକ୍ଷ ଯୋଜନରେ ଗଜ ଡାକିଲା ହେ ଦେବରାଜ ।ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି ॥
କୁରୁପତି ସଭାସ୍ଥଳେ ଦ୍ରୌପଦୀ ଆତଙ୍ଗ କାଳେ ।କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ॥
ବଳବନ୍ତ ପ୍ରଭୁ ବୋଲି ବେଳେ ମୁଁ ଯେ ଆଶ୍ରୟ କଲି ।ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି? ।୩।ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ ।କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ॥
ଜଣାଣମଣିମା ହେ ଏତିକି ମାଗୁଣି ମୋର ।ମରଣ କାଳରେ ଦରଶନ ଦେବକଳାମୁଖ କଳାକାର ।ଘୋଷା ।ମଥାରେ ଥିବ ମୋ ତୁମ୍ଭ ଛଡାମାଳ,ମୁଖରେ ଥିବ ତୁଳସୀ ।ମନେ ମନେ ଭାଳି ରଟି ହେଉଥିବିନିଳାଦ୍ରୀ ଶିଖର ବାସୀ ॥
ମହାବାହୁ ଟେକା ଶ୍ୱେତପଦ୍ମ ଚକାନୟନକୁ ନିତି ଚାହିଁ ।ମଜ୍ଜାରେ ପୁଲକ ପୂରୁଥାଉ ରଙ୍କ-ନିଧି ଦୁଃଖିଜନ - ସାଇଁ ।୨।ମଙ୍ଗଳ ଆଳତି ଅବକାଶ କାଳେ ଗରୁଡ ପଛରେ ଥାଇ ।ମୋହି ହେଉଥିବି ପ୍ରତି ନିଶାନ୍ତରେତୁମ୍ଭ ଗୁଣ ଗାଥା ଗାଇ ।୩।ମଞ୍ଜୁଳ ବଡସିଂ- ହାର ବେଶ ଦେଖିମାରୁଥିବି କକ୍ଷ ତାଳି ।ମରୁଆ ଦୟଣା ମାଳିଆଙ୍କୁ ଏତେଅଳି କରେ ବନମାଳୀ ।୪।ଜଣାଣଦୁଃଖନାଶନ ହେ ସୁଖ ନ ପାଇଲି ଦିନେ ।ବେଳକୁ ବେଳତ ପ୍ରବଳ ହେଉଛିବିଜୁଳି ଯେସନେ ଘନେ ॥
ଅନାଥର ନାଥ ନୀଳଗିରି ନାଥ ଜଗନ୍ନାଥ ଲକ୍ଷ୍ମୀ ସାଇଁ ।ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ ॥
ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ ।ଯେଣୁ କହି ତୁମ୍ଭେ ଦୟା ନ କଲ ପ୍ରଭୁ ଆତଙ୍କନାଶନ ॥
ଏଡେ ନିଷ୍ଠୁରତା ହେଲ ମୋହ ଭଳି ଦୁଃଖୀଜନ ହୀନଠାରେ ।ହୀନଜନମାନେ ଗୁହାରି କରନ୍ତି ନଶୁଣ କି ତୁମ୍ଭେ ବାରେ ॥
ପୋଡୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟଏଡେ ବଡ ପ୍ରଭୁ ଥାଉଁ ।ବନମାଳୀ ବୋଲେ ଚଞ୍ଚଳ ମୋ ମନ ପଦ୍ମପାଦେ ତୁମ୍ଭ ରହୁ ॥
କୃଷ୍ଣ କେଶବ ହରିକୃଷ୍ଣ କେଶବ ହରିମାଧବ ଦଇତାରିକଞ୍ଜନୟନ ପ୍ରଭୁ କୁଞ୍ଜବିହାରି ॥ଘୋଷା ॥
ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳବରଜସୁତମେଳ ବକାଅଇରିଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ରସାରଙ୍ଗଧାର ରସରାଜ ମୁରାରି ॥୧॥
ବାଳିଭ୍ରାତ-ମଇତ୍ର ମାଳୀ-ସୁଦାମା-ମୁକ୍ତଦରନାଶନ ଦାବାନଳଆହାରୀବିଷ୍ଣୁ ପରମାନନ୍ଦ ଆଦିକନ୍ଦ ସୁରେନ୍ଦ୍ରବ୍ରହ୍ମାଣ୍ଡନାଥ ବଳିଦ୍ୱାର-ଭିକାରୀ ॥୨॥
ରୁଞ୍ଜଗୁଞ୍ଜମାଳିଆ ଆମ୍ବଜାମୁଡାଳିଆକାଳିଦଳିଆ କୁଜସୁନ୍ଦରକାରୀକେଳିପୁଚ୍ଛଚୂଳିଆ ଧେନୁବୃନ୍ଦଚାଳିଆନୀପମୂଳିଆ ବାଙ୍କ ମୁରଲୀଧାରୀ ॥୩॥
ସତ୍ୟସୁଖଦାୟକ ନିତ୍ୟସ୍ଥଳନାୟକଘେନିମା ଚିତ୍ତେ ମୋର ଏହି ଗୁହାରିଭାବଇ ବନମାଳୀ ଏ ନାମ କଣ୍ଠେ ମାଳୀକରି ମୋ ଜୀବ ଯିବ ସତେ ବାହାରି ॥୪॥
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେଏହି ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ! ଏହି ଅଳି ଶ୍ରୀଛାମୁରେ ।ଶ୍ରୀରଙ୍ଗା ଚରଣ ସେବାରେ ମୋ ମନରହିଥାଉ ନିରନ୍ତରେ ॥
ଦାନା କନା ପଛେ ମନା ହେଉ ମତେନୀଳଚକ୍ର ବାନା ଚାହିଁ ।ସୁଖୀ ହେଉଥିବି ଅଖିଳ ପତି ହେନିର୍ଦ୍ଦୟ ହୋଇବ ନାହିଁ ।୧।ବାରମାସେ ତେର ଯାତ୍ରା ଦେଖୁଥିବିଶ୍ରୀକ୍ଷେତ୍ରେ ହୋଇ ଭିକାରୀ ।ସାଧୁ ସନ୍ଥଙ୍କର ବୋଲାଇ କିଙ୍କରମାଗୁଥିବି ମାଧୁକରୀ ।୨।ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ ।ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩।ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା ।ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।ଦୁଃଖ ଜଣାଣଆହେ ପ୍ରଭୁ କଳାଶ୍ରୀମୁଖ ।କାଳଯାକ ଭଜି ନ ଗଲା ଦୁଃଖ । ଘୋଷା ।କିଅବା ଛାମୁରେ ଜଣାଇବି ମୁହିଁ ସାକ୍ଷାତେ ମୋ ଦୀନ ଅବସ୍ଥା ଦେଖତେଣୁ ଶ୍ରୀଛାମୁକୁ ଯାଇ ନ ପାରଇଖଣ୍ଡିଏ ତ ମୋର ନଥାଇ ଭେକ ।୧ ।ସାହୁଙ୍କ ଜଞ୍ଜାଳ କୁଟୁମ୍ୱଙ୍କ ଗୋଳ ଅନ୍ତର ବେଦନା ସବୁ ଅଧିକ ।କା ଆଗେ କହିବି କେ କଷ୍ଟ ଫେଡ଼ିବସଂସାରେମୋ ପରି ନାହିଁ ନିରେଖ । ୨ ।ମନ ମଧ୍ୟେ ମୋର ହରଷ ନ ଥାଇ ହୃଦୟ ମଧ୍ୟରେ ସଦା ବିମୁଖ ।ଚଉବର୍ଗ ଦାନି ଆଶ୍ରେକରି ମୁଁ ଯେ କାହିଁରେ ଆଉ ନ ପାଇଲି ସୁଖ । ୩ ।ବାତଚକ୍ର ପ୍ରାୟେ ମନ ଭ୍ରମୁଥାଇ ଦଣ୍ଡେ ନ ରହଇ ତୁମ୍ଭରି ପାଖ ।କହେ ମନମାଳୀ ଶଙ୍ଖରେ ପୂରାଇ ଚକ୍ର ଉହାଡ଼ି ଘୋଡ଼ାଇଣ ରଖ । ୪ ।(ରାଗ...ଝଁ ଝୋଟ, ତାଳ....ଝୁଲା)ଶ୍ରୀନାମାବଳୀକୃଷ୍ଣ କେଶବ ହରି ମାଧବ ଦଇତ୍ୟାରି ।କଞ୍ଜନୟନ ପ୍ରଭୁ କୁଞ୍ଜ ବିହାରି । ଘୋଷା ।ଗୋବିନ୍ଦ ନନ୍ଦବାଳ ବସୁଦେବ ଦୂଲଳବରଜସୁତ ମେଳ ବର ଅଇରି ।ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ରସାରଙ୍ଗଧର ନିରାକାର ମୁରାରି ।୧।ବାଳିଭ୍ରାତ ମଇତ୍ର ମାଳିସୁଦାମା ମୁକ୍ତଦରନାଶନ ଦାବାନଳ ଆହାରି ।ବିଷ୍ଣୁ ପରମାନ୍ଦ ଆଦିକନ୍ଦ ସୁରେନ୍ଦ୍ରବ୍ରହ୍ମନାଥ ବଳିଦ୍ବାର ଭିକାରୀ ।୨।ରଞ୍ଜଗୁଞ୍ଜମାଳିଆ ଆମ୍ୱଜାମୁଡ଼ାଳିଆକାଳିଆ କୁଜ ସୁନ୍ଦରକାରୀ ।୩।କେକୀପୁଚ୍ଛଚୂଳିଆ ଧେନୁ ବୃନ୍ଦଆଳିଆନୀପମୂଳିଅ ବାଙ୍କମୂରଲୀଧାରୀ ।ନିତ୍ର ସୁଖଦାୟକ ନିତ୍ୟ ସ୍ଥଳନାୟକି ଘେନିମାଚିତ୍ତେ ମୋର ଏହି ଗୁହାରି ।ଭାବଇ ବନମାଳୀ ଏ ନାମ କଣ୍ଠେମାଳି କରି(ରାଗ: ରସ କଦମ୍ୱ, ତାଳ- ଆଠତାଳି)ଚନ୍ଦନ ଯାତ୍ରାମଣି ବିମାନେ ଗୋବିନ୍ଦ !ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା ।ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ ।ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ ।୧।ସଙ୍ଗରେ ପଞ୍ଚପାଣ୍ଡବ ଳଭନ୍ତି ଆନନ୍ଦ ।ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛାନ୍ଦ ।୨।ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ ।କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ ।୩।ବଡ଼ଦାଣ୍ଡ ଉଛୁଳଇ ଗହ ଗହ ନାଦ ।ଶଙ୍ଖଭେରୀ ତୁରୀ ଘଣ୍ଟା କାହାଳି ଶବଦ ।୪।ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ ।ଗୁପନ ବିଜୟେ ଆହା ଗୋପୀ – ଦ୍ୱଦ- ଚାନ୍ଦ ।୫।ନବାନୁରାଗକେତେ ଛନ୍ଦ ଜାଣେ ଲୋ ସହି ! ନନ୍ଦରାଜାର ଟିକି ପିଲାଟି ।ଟିକି ପିଲା ବୋଲି ଯାହାକୁ ବୋଲନ୍ତିଚିରି କାଇଲା ବକାର ପାଟି । ଘୋଷା ।ଜନମକାଳେ ଏନ୍ତୁଡ଼ି ଶାଳେକୁଆଁ କୁଆଁ ହୋଇ ରାବିଲା ଛଳେ ।ରହିଣ କୋଳରେ, କ୍ଷୀର ସହିତରେପୁତନା ଅସୁରୀ ପ୍ରାଣ ନେଲାଟି ।୧।ନ କରିଣ ଦକା, ନାଶିଲା ଆଶଙ୍କାଚନ୍ଦନ ପଟିଆ ଚିତ୍ତ ଚମକା ।ଶକଟା ଧେନୁକା, ବକା ଦର୍ପଦଳିବନର ଅନଳ ଗଳିଦେଲାଟି ।୨।ଇନ୍ଦ୍ର ବିବାଦେ ନିର୍ଘାତ ନାଦେ,ଶିଳା ବରଷିଲା ଅତି ପ୍ରମାଦେ ।ଦେଖିଛ ତ ହାଦେ ବିନା ଅବସାଦେସ୍ନାହାନ କାଳେ ଯମୁନା ଜଳେ,ନନ୍ଦ ବୁଡ଼ିଗଲା ବୋଲି ଅଥଳେ ।କଉତୂକ କରି, ତାହାଙ୍କୁ ଉଦ୍ଧରି,ଗୋପରେ ପତାକା ଉଡ଼ଇଲାଟି ।୪।ସେଦିନ କଂସ ହୋଇଣ ରୋଷ,କଲେ ପଦ୍ମପାଇଁଦେଲା ଆଦେଶ ।ପଦ୍ମ ତୋଳା ରସ- କରିଣ ପ୍ରକାଶ,ବଳେ ଚଳେ କାଳି ଦଳିଦେଲାଟି ।୫।ବିସ୍ତାରି ପାଟି ଖଇଲା ମାଟି,ମାଆ ଯଶୋବନ୍ତି ଛାଟରେ ପିଟି,ଆକଟନ୍ତେ ଥରେ ତା ପେଟ ଭିତରେ,ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି ।୬।କେ ଜାଣେ ଲୋ ମା ! ତାହାର ମହିମାବତ୍ସା ହରିନେଲା ସେ ବେଦବ୍ରହ୍ମା ।କହେ ବନମାଳୀ ତାକୁ ପୁଣ ଛଳିଲକ୍ଷେ ଧେନୁବତ୍ସା ଜାତ କଲାଟି ।୭।(ରାଗ – କାଫି । ତାଳ- ଝୁଲା)ଘାଟଲୀଳା(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା !ତୋ ଲାଗି ନ ଯିବି ଯମୁନା ରେ କାଳିଆ ସୁନା । ଘୋଷା ।ନିତି ଏହି ବାଟେ ଯାଉ ରେ କାଳିଆ !ନିତି ଏହିବାଟେ ଯାଉ ।ହାଟରେ କଉଡ଼ି ମାଗିଲେ କାଳିଆ !ମୂରଲୀ ବଜାଉ ଥାଉ ରେ ।୧।ତୁହି ଗୋପୁରେ ରଜା ରେ କାଳିଆ !ତୁହି ଗୋପୁରେ ରଜା ।କେମନ୍ତ ସଜରେ ମୂରଲୀ ବଜାଉ,ଆଉରି ଟିକିଏ ବଜା ରେ ।୨।କୁହି ବଡ଼ଘର ପୁଅରେ କାଳିଆ !ମୁହିଁ ବଡ଼ଘର ବୋହୂ ।ସରମ ତୋ ମୁଖେ ନାହିଁରେ କାଳିଆ !ତୁହି ଅଟୁ ନନ୍ଦଚାଟ ।ମଥୁରା ହାଟକୁ ଦଧି ବିକିଗଳେନିତି ମାଗୁଥାଉ ଘାଟ ରେ ।୪।*କହଇ ବ୍ଲଭାନନ୍ଦ ଏ ରସରେ,ଶୁଣ ଆଗେ ସଖୀବୃନ୍ଦ ।ଯମୁନା କୂଳରେ ମୂରଲୀ ବଜାଏ,ତୁମ୍ଭ ଘେନି କୃଷ୍ଣଚନ୍ଦ୍ରରେ ।୫।(ରାଗ – ସାବେରୀ । ତାଳ- ଝୁଲା)