ବଳରାମ ଦେବ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୭୯୬
- ସ୍ଥିତି
- ସାର୍ବଜନୀନ (Public domain)
(ରାଗ ବଙ୍ଗଳାଶ୍ରୀ)ଦିନକରେ ନବ- କମଳିନୀ ସଙ୍ଗେଭ୍ରମର ବିଳାସ ଚାହିଁ,ରାଗଯୁକ୍ତ ହୋଇ ଅସ୍ତାଚଳ କୋଳେପହୁଡ଼ିଲେ ଦିନସାଇଁ ।କୁମୁଦିନୀ ପ୍ରେମ ପରୀକ୍ଷା ମାନସେଆସି ଆସି ଗୋପନରେ,ଆଚମ୍ବିତେ ବିଧୁ ପରକାଶ ହୋଇଗଲେ ମଧ୍ୟ-ଗଗନରେ ।କୁମୁଦିନୀ କାନ୍ତ- ବିରହ ବିଧୁରେହୋଇଥିଲା ମ୍ଳାନମୁଖୀ,କାନ୍ତ ଦରଶନେ ପ୍ରସନ୍ନ ବଦନେବିକଶିଲା ହୋଇ ସୁଖୀ ।ପତିପରାୟଣା ପ୍ରଣୟ ସୁଧାଂଶୁହୋଇ ଆହ୍ଲାଦିତ ମନ,ପ୍ରେମ ଗଦଗଦେ ଶୀତଳ କୋମଳକରେ କଲେ ଆଲିଙ୍ଗନ ।ମର୍ତ୍ତ୍ୟ ନିବାସିନୀ ପ୍ରେମେ ବଶ ଚନ୍ଦ୍ରଦେଖିବାକୁ ତାରାମାନେ,ଳଜ୍ଜାଭରେ ମୁଖ ଦେଖାଇ ନପାରିଲୁଚିଗଲେ ଅପମାନେ ।ବିପଦ ସମ୍ପଦ ଚିରସ୍ଥାୟୀ ନୁହେଁଘୂର୍ଣ୍ଣମାନ ଭାବଚକ୍ରେ,କ୍ଷଣକେ ବିପଦ କ୍ଷଣକେ ସମ୍ପଦବିପଦ ପୁଣି ଦଣ୍ଡକେ ।ସୁଧାକର କ୍ଷଣେ କୁମୁଦିନୀ ନେତ୍ରେଲଗାଇ ଅମୃତାଞ୍ଜନ,କ୍ଷଣକରେ ପୁଣି ଛାଡ଼ିଗଲେ ଦେଇସେ ନେତ୍ରେ ନୀହାର ବନ ।ନିଶୀଥରେ ଯାଇ ବାରୁଣୀ ମନ୍ଦିରେଶୋଇଲେ ତାରକାପତି,କୁମୁଦିନୀ ଦୁଃଖ- ଦଶା ଦେଖି ହସି-ଉଠିଲେ ତାରକାପନ୍ତି ।ନିବିଡ଼ ତିମିର- ଚୟ ଆଚ୍ଛାଦିଲାକ୍ଷଣକେ ଅବନୀଗାତ୍ରେ,ପ୍ରକୃତି ଭବନେ ଭାଗ୍ୟ-ଦୀପ କି ସେଲିଭିଗଲା ଅକସ୍ମାତେ ?ସୌଭାଗ୍ୟ ସମୟ ସ୍ପର୍ଶ କଲେ ଲୋକେଚୂନା ପାଲଟଇ ସୁନା,ଅଭାଗ୍ୟ ସମୟ ଉପଗତ ହେଲେସୁନା ହୋଇଯାଏ ଚୂନା ।ହେଉଥିଲା ଯାହା ମନୋମୁଗ୍ଧକରନୟନ-ପୀରତିକର,ଏବେ ହେଲା ତାହା କ୍ଷଣିକ ଭିତରେଅତିଶୟ ଭୟଙ୍କର ।ଗୁଳ୍ମ-ଗୁଚ୍ଛ ବ୍ୟାଘ୍ର ଭଲ୍ଲୁକ ପରାଏନୟନକୁ ହେଲେ ପ୍ରତେ,ଯେଉଁ ବିଭୀଷିକା ମୂର୍ତ୍ତି ମନେପଡ଼େସେ ନାଚେ ନୟନାଗ୍ରତେ ।ରାତ୍ରିର ବିହ ଙ୍ଗମେ ରାବ କଲେଭୀଷଣ ବିକଟ ସ୍ୱନେ,ଯା’ଶୁଣିଲେ ଭୂତ ପ୍ରେତାଦି ଅଳୀକଶଙ୍କା ଉପୁଜଇ ମନେ ।ହେଲା ଏ ସମୟେ ଅତି ଭୟାନକଚିତ୍ରେତ୍ପଳା-ତୀରବନ,ତିମିର ତହିଁରେ ହୋଇଗଲା ସୂଚିବଦନ ଅଭେଦ୍ୟ ଘନ ।ନୀରବ ଅବନୀ ସାଇଁ ସାଇଁ ସ୍ୱନଶ୍ରବଣ କଣ୍ଟକ ହେଲା,ଉଲୂକ ଶବଦ ଥରେ ଥରେ ଜନ୍ତୁହୃଦୟ କମ୍ପାଇ ଦେଲା ।ଯେତେବେଳେ ଶୁଭେ ଶାର୍ଦ୍ଦୂଳ-ତ୍ରାସିତମାତଙ୍ଗ ଆରତ ସ୍ୱନ,କାନନ କମ୍ପାଇ ଦିଏ କେତେବେଳେଶାର୍ଦ୍ଦୂଳ ଘୋର ଗର୍ଜନ ।ସର୍ବ ନରନାରୀ ନିଦ୍ରା ଅଭିଭୂତଏକାଳେ ଚାଉଁର ପୂରେ,ମୂଷାମାନେ କେଳି କରୁଥିଲେ ଭୟହୃଦୟରୁ ଥୋଇ ଦୂରେ ।ପଲ୍ଲିକି ମୁଖର କରୁଥିଲା ସୁପ୍ତ-ମାନବ ନାସିକା-ଧ୍ୱନ,ତାଳକ୍ରମେ ପଡ଼ି ଉଠୁଥିଲା କି ତା’ସୁଷୁପ୍ତି ସଙ୍ଗୀତମାନ ।ସମସ୍ତ ପଲ୍ଲିଟି ଅନ୍ଧକାରମୟଆଲୁଅ କରିଛି କିଏ,ଗୋଟିଏ ମାତର କୁଟୀରେ ଜଳୁଛିକ୍ଷୀଣଲୋକ ଦୀପଟିଏ ।ପଲ୍ଲବ ଆସନେ ନିଃଶଙ୍କ ହୃଦୟେତହିଁ ମଧ୍ୟେ ଯୁବା ଜଣେକନ୍ଦରେ କେଶରୀ ପ୍ରାଏ ବସି କିସଭାବୁଛନ୍ତି ମନେ ମନେ ।ପାଶେ ପଡ଼ିଅଛି ପ୍ରକାଣ୍ଡ ଧନୁକଉଜ୍ଜ୍ୱଳ ଶାଣିତ ଶର,ଫଣୀ ଚୂଡ଼ ଶୋଭା ମଣି ପ୍ରାଏ ତାହାପ୍ରଦୀପାଲୋକେ ଭାସ୍ୱର ।ଅପର–ପାର୍ଶ୍ୱରେ ଝଟକେ କଟାରତୀକ୍ଷ୍ଣଧାର ତରବାର,ଶମନଦେବତା ଭୟେ ପଳାଇବଦୀପ୍ତିକି ଚାହିଁଲେ ଯା’ର ।ଏ ଘୋର ତାମସୀ ରଜନୀରେ ଏକାବସିଛନ୍ତି କେଉଁ ବୀର ?ସୁଗଭୀର ଚିନ୍ତା- ସାଗରେ ମଗନପରାଏ ମାନସ ଧୀର ।ଦେଖି ମନେ ହୁଏ ଗୋଦାବରୀ ତାର-କୁଟୀର –ବାସୀ ଲକ୍ଷ୍ମଣ;ଅଗ୍ରଜ ସେବାରେ ସମସ୍ତେ ନିଶି କିକରୁଛନ୍ତି ଜାଗରଣ ?କିବା ବୀରବୃନ୍ଦ ମୁକୁରତନସତ୍ୟବୀର ଧନଞ୍ଜୟଆଚରନ୍ତି ତପ ଇନ୍ଦ୍ରନୀଳ-ଶୈଳ-କନ୍ଦରେ ହୋଇ ନିର୍ଭୟ ।ପାଠକ !ଯେତେବେଳେ ହେଲା କୌରବ ପାଣ୍ଡବେମହାଭୟଙ୍କର ରଣ;ସେ ରଣ ତୀର୍ଥରେ ଝାସି ସ୍ୱର୍ଗେ ଗଲେଭାରତର ବୀରଗଣ ।ବ୍ରହ୍ମଶାପାନଳେ ଭାରତ ଗୌରବ-ଯଦୁବଂଶ ଗଲେ ନାଶ;କେଶବ ବିରହେ ପାଣ୍ଡୁସୁତମାନେଛାଡ଼ିଲେ ସଂସାର ଆଶ ।କେତେକାଳପରେ ପାପିଷ୍ଠ ଦାନବେଅବୀରା ଦେଖି ଧରଣୀଉଦ୍ଘାଟନ କଲେ ଅବାଧ୍ୟେ ତାଙ୍କରମନୋମତ କୁସରଣି ।ନାନା ପରକାର ଅତ୍ୟାଚାର କଲେଆର୍ଯ୍ୟ ଦ୍ୱିଜଗଣ ପ୍ରତି;ଭୟେ ବିପ୍ରବୃନ୍ଦ ଅର୍ବୁଦ ଶିଖରୀଶିଖରେ କଲେ ବସତି ।ସେଠାରେ ନ ହେଲା ଅଦମ୍ୟ ଦାନବଅତ୍ୟାଚାର ନିବାରିତ,ପୃଷ୍ଠ କରି ତାହା ବ୍ରାହ୍ମଣମଣ୍ଡଳଯଜ୍ଞେ ନିବେଶିଲେ ଚିତ୍ତ ।ଯଜ୍ଞକୁଣ୍ଡ ମଧ୍ୟୁଁ ବୀରବର ଜନ୍ମିକରିବେ ଦାନବ ନାଶ;ଦାନବୋତ୍ପୀଡ଼ିତ ଦ୍ୱିଜ ମାନବରଏହିମାତ୍ର ଅଭିଳାଷ ।ବୀତିହୋତ୍ର କୁଣ୍ଡ ଚଉପାଶେ ବସିସମସ୍ତେ ମଣ୍ଡଳାକାରେ,ଆଶୁତୋଷ ତୋଷ କଲେ ଅବିଶ୍ରାନ୍ତମନ୍ତ୍ରପୂତ ଘୃତଧାରେ ।ଯଜ୍ଞ ଅବସାନେ ଅନଳକୁଣ୍ଡରେକ୍ରମେ ବୀର ତିନିଜଣ,ଜନମିଲେ କିନ୍ତୁ ନ ପାରିଲେ କରିଦାନବଙ୍କୁ ଧରଷଣ ।ତା’ ଦେଖି ବଶିଷ୍ଠ ବଦ୍ଧ ପଦ୍ମାସନେସମାସୀନ ହୋଇ ଆପେ,ମନ୍ତ୍ରପାଠ କରି ଅମରଗଣଙ୍କୁଆହୂତି ଦେଲେ ଅମାପେ ।ଦେଖୁଁ ଦେଖୁଁ ସେହି ଯଜ୍ଞ-ଅନଳରୁତୁର୍ଭୁଜ ବୀର ଜଣେ;ବାହାରିଲେ, ଚାରି କର ଶୋଭେ ଚକ୍ରଗଦା ଖଡ୍ଗ ଶରାସନେ ।ସ୍ଥୂଳୋନ୍ନତ ତନୁ ପ୍ରଶସ୍ତ ଲଲାଟବର୍ମାବୃତ କଳେବର;ପୃଷ୍ଠଭାଗେ ଯେଉଁ ତୂଣୀର ଲମ୍ବିଛିପୂର୍ଣ୍ଣ ହୋଇଅଛି ଶର ।ହେଲେ ଚତୁର୍ଭୁଜ ଚୌହାନ ନାମରେଅଭିହିତ ବୀରୋତ୍ତମ,ନାଶିଲେ ଦୁର୍ଜ୍ଜୟ ଦୈତ୍ୟକୁଳ କରେରବି କରେ ଯଥା ତମ ।ଅକ୍ଷୟ କୀରତି- ମୀନ ଅରଜିଲେତାଙ୍କ ବଂଶଧରଗଣ;ଅକ୍ଷୁଷ୍ଣ ଭାବରେ କଲେ ବହୁକାଳଭାରତରେ ରାଜପଣ ।ଆର୍ଯ୍ୟ ଗଉରବ ଗୋଧୂଳି ତପନପୃଥୁ ହେଲେ ଦିଲ୍ଲୀଶ୍ୱର,ଇତିହାସେ ଅଛି ଅକ୍ଷୟ ଅକ୍ଷରେକୀର୍ତ୍ତିରାଜି ଏହାଙ୍କର ।ଆର୍ଯ୍ୟମାନଙ୍କର ଭାଗ୍ୟ ଚକ୍ର କାଳ-କ୍ରମେ ହେଲେ ଆବର୍ତ୍ତନ,ଭାରତ-ଜନନୀ ଭାଗ୍ୟେ ଲେଖାଥିଲାତା’ ପତି ହେଲେ ଯବନ ।ପରାଧୀନଠାରୁ ମୃତ୍ୟୁ ଶ୍ରେୟଃ ଜାଣିଚୌହାନ ପୁଙ୍ଗମ ଗଣେ,ସ୍ୱାଧୀନତା ରତ୍ନ ରକ୍ଷଣ ଲାଳସେପ୍ରାଣ ଦେଲେ ରଣାଙ୍ଗନେ ।ରମାଇ ନାମରେ ଶିଶୁ ଜଣେ ତାଙ୍କଛାଡ଼ି ନିଜ ରାଜ୍ୟ ଆଶ,ପାଟଣାକୁ ଆସି ବ୍ରାହ୍ମଣ –ମନ୍ଦିରେସ୍ୱଚ୍ଛନ୍ଦରେ କଲେ ବାସ ।ଏ କାଳେ ପାଟଣା ରାଜା-ସିଂହାସନେଥିଲେ ନାହିଁ ନରପତି;ଆଠଜଣ ପ୍ରଜା ଦିନେ ଦିନେ ବସିରାଜକାର୍ଯ୍ୟ ବିଚାରନ୍ତି ।ଲେମ୍ବୁଟିଏ ମାତ୍ର ଅଧିଷ୍ଠିତ ଥାଏରାଜ ସିଂହାସନ ପରେ;ଯାହା ପାଳି ପଡ଼େ ରାଜପଣ କରେଲେମ୍ବୁଟିଏ ଧରି କରେ ।ସେହି ଅଷ୍ଟଜଣ ମଲ୍ଲିକ ନାମରେହେଉଥିଲେ ଅଭିହିତ,‘ଆଠମଲ୍ଲିକରେ ଲେମ୍ବୁ ରାଜା’ ବୋଲିଅଦ୍ୟାପି ହୁଏ କଥିତ ।ସିଂହାସନେ ବସି ଲେମ୍ବୁ ଧରିଥିଲେକିବା ବଡ଼ କିବା ସାନ;ଯାହାକୁଯେମନ୍ତ ଆଜ୍ଞା ଦିଅନ୍ତି ତା’କଦାପି ନ ହୁଏ ଆନଏହିରୁପେ ହେଉ ଥାଏ ପାଟଣାରରାଜକାର୍ଯ୍ୟ ସମ୍ପାଦିତସମୟ କ୍ରମରେ ବୃଦ୍ଧ ବିପ୍ରଙ୍କରପାଳି ହେଲା ଉପସ୍ଥିତ ।ପୀଡ଼ିତ ଥିବାରୁ ଶିଶୁ ରମାଇଙ୍କୁପଠାଇଦେଲେ ସ୍ଥବିର,ସିଂହାସନେ ବସି ବିଚିତ୍ର ରାଜତ୍ୱକଲେ ସେ ରମାଇ ବୀର ।ପ୍ରଥମେ ଅପର ସପ୍ତ ମଲ୍ଲିକରେମସ୍ତକ ଖଡ୍ଗେ ଛେଦି,ସେ ସପ୍ତ ମସ୍ତକୋ ପରେ ବନାଇଲେରାଜସିଂହାସନ ବେଦି ।ଅଦଭୁତ କର୍ମ ଦରଶନେ ସେହିସପ୍ତ ବର୍ଷ ବାଳକର,ରାଜଲକ୍ଷ୍ମୀ ସହ ଭାଗ୍ୟଲକ୍ଷ୍ମୀ ଆସିଯୋଡ଼ିଲେ କର ପତର ।ସେହି ଦିନୁ ବୀର ସିଂହାସନେ ବସିଏକା କଲେ ରାଜପଣ;ଭକ୍ତିସହକାରେ ବିଷ୍ଣୁ ପ୍ରାୟେ ତାଙ୍କୁପୂଜିଲେ ପରଜାଗଣ ।ନରସିଂହ ଦେବ ବଳରାମ ଦେବନାମେ ବେନି ସହୋଦର,ସେ ଚୌହାନ କୁଳ- ପ୍ରଦୀପ ରମାଇଦେବଙ୍କର ବଂଶଧର ।ଅଙ୍ଗ ତରଙ୍ଗିଣୀ ଦକ୍ଷିଣ ଭୂଖଣ୍ଡେନରସିଂହ ଅଧୀଶ୍ୱର;ଉତ୍ତର ଅବନୀ ପଡ଼ିଲା ଭାଗ୍ୟରେବଳରାମ ଦେବଙ୍କର ।ଏହିଟି ଅଟନ୍ତି ସେହି ବଳରାମବସି ଭାବୁଛନ୍ତି ମନେ;କି ଉପାୟ ରାଜ୍ୟ ସ୍ଥାପନ କରିବେନିବିଡ଼ ନିର୍ଜ୍ଜନ ବନେ ।ଯାଇଥିଲେ ପରା ଆଖେଟକୁ ଆଜିମହାନଦୀ ହୋଇ ପାର;ଶ୍ୱାନକୁ ଶଶକ ଆକ୍ରମଣ କଲାଦେଖି ହେଲେ ଚମତ୍କାର ।ତେତିକି ବେଳରୁ ଭାବି ଭାବି ବୀରପାଉ ନାହାନ୍ତି ତା’ କୂଳ,ଭାଗ୍ୟଦେ ବୀ ତାଙ୍କୁ ଅନୁକୂଳ କିମ୍ବାହୋଇଛନ୍ତି ପ୍ରତିକୂଳ ।ନିଶି ଆସି ହେଲା ଚତୁର୍ଥ ପ୍ରହରବିରଳ ହୋଇଲା ଧ୍ୱାନ୍ତ;ସଧୀରେ ବହିଲା ଚିତ୍ରୋତ୍ପଳ ନୀରଆଲିଙ୍ଗ ଶୀତଳ ବାତ ।ବସି ବସି ବୀର ବିଶାଳ ନୟନନିମୀଳିତ ହେଲା ଭୋଳେ;ଏକାଳେ ସ୍ୱପନ- ରାଜ୍ୟେ ବିଚରିଲେମୃଗୟା –ବିନୋଦୀ ବୀର;ମୃଗ ଅନ୍ୱେଷଣେ ଭ୍ରମୁ ଭ୍ରମୁ ଗଲେଚିତ୍ରୋତ୍ପଳା ନଦୀତୀର ।ମୃଗ ଲାଳସାରେ ଇତସ୍ତତଃ ଚାହୁଁପଡ଼ିଗଲା ବୀର ଲକ୍ଷ୍ୟେ;ପଥର ଉପରେ ଜଳୁଅଛି ଏକପଦୀପ ତଟିନୀବକ୍ଷେ ।ପ୍ରଦୀପ ନିକଟେ ପରିଦୃଶ୍ୟ ହେଲାସୀମାନ୍ତିନୀ ରି ଜଣେ,ହରିତ ଅମ୍ବର ପିନ୍ଧି ବସିଥିଲାଉତ୍ତରାସ୍ୟେ ପଦ୍ମାସନେ ।ମସ୍ତକରେ କିସ ଝଟକଇତା’ରପାହାନ୍ତିଆ ତାରା ପରି ।ଦେଖି ବଳାରାମ ପୁଲକିତ ଗାତ୍ରଅନିମେଷ ହେଲା ନେତ୍ର,ବିସ୍ମୟ-ତରଙ୍ଗେ ପରିପ୍ଳୁତ ହେଲାପ୍ରଶସ୍ତ ହୃଦୟ-କ୍ଷେତ୍ର୍ ।ଏ କି ଚମତ୍କାର! ବୋଲି କେତେ ଅବାଚିନ୍ତାକଲେ ମନେ ମନେ;କେଉଁ ଦେବତା ଏ କାହିଁକି ବସିଛିନଦୀଗର୍ଭେ ନିକାଞ୍ଚନେ?ଅଳଙ୍କାରହୀନ କରି ଆସିଛି କିସ୍ୱର୍ଗଳକ୍ଷ୍ମୀ ସୁରଧାମ ?କିବା ଜଳଦେବୀ ବିଜେ କରିଛନ୍ତି‘ଚିତ୍ରୋତ୍ପଳ ’ ଏହା ନାମ ?ଚିତ୍ରୋତ୍ପଳା-ସ୍ୱଚ୍ଛ ପବିତ୍ର ସଲିଳେଅବଗାହାନେ କି ଉଷାଆସିଅଛି ଅବା ଅଳଙ୍କୃତା ହୋଇକାବ୍ୟତାରା ଶିରୋଭୂଷା ?ଅବା କୃଷ୍ଣପ୍ରିୟା ଶକ୍ରାଜିତ –ସୁତାଶିରେ ସ୍ୟମନ୍ତକମଣି;ମୋ’ ନେତ୍ର ପବିତ୍ର କଲେ ଦେଖା ଦେଇସୁନ୍ଦରୀବୃନ୍ଦ ଅଗ୍ରଣୀ ।ଯେ ହେଉ ସେ ହେଉ ସମୀପକୁ ଯାଇତୋଷିବ ନୟନଦ୍ୱୟ;ଦେବୀ ହେଲେ ପାଦେ ପୂଜିବି ଆନନ୍ଦେହେଳେ ନେବି ପରିଚୟ ।ନିର୍ଭୟ ଭାବରେ ବୀରୋଚିତ ହୃଦେଏତେ ଭାବି ବୀରବର;ତଟିନୀ ଗର୍ଭକୁ ଉତୁରି ସୁନ୍ଦରୀ-ନିଗେ ହେଲେ ଅଗ୍ରସର ।ପାର ହୋଇଯାଇ ଅବିଳମ୍ବେ ଶୁଭ୍ରଶିଶିର-ସିକ୍ତ-ପୁଳିନ;ଦେଖିଲେ ଗଭୀର ନୀଳ ଜଳରାଶିହୋଇଅଛି ସମ୍ମୁଖୀନ ।ଅତି ଭୟାନକ ଅହୋରାତ୍ର ଯାହାନକ୍ରକୁଳ ସଞ୍ଚରଣେ,ଝାମ୍ପ ଦେଇ ବୀର ଅକୁତୋ-ଭୟରେପାର ହେଲେ ସନ୍ତରଣେ ।ଜଳ-ଜର୍ଜ୍ଜରିତ କଳେବର ଯାଇସୁନ୍ଦରୀ ମଗରେ ଠିଆହୋଇ ପାଚାରିଲେ, ‘‘କହ ତୁ କିଏ ସେ,ନାରୀର କି ଏଡ଼େ ହିଆ ?ନୋହୁ ତୁ ମାନବୀ ଦାନବୀ କିନ୍ନରୀନିଶ୍ଚେ ହୋଇଥିବୁ ଦେବୀ,ତୋତେ ଦେଖି ଆଜ ଚରିତାର୍ଥ ହେଲିତୋ ପୂଜାକୁ ମୁଁ କି ଦେବି ?ସ୍ୱର୍ଗ-ବିଳାସିନି! ନନ୍ଦନ-ବିହାରଛାଡ଼ି କହ କେଉଁ ମନେ ?ନୀଗର୍ଭେ ଆସି ପାଷାଣେ ବସିଛୁନିର୍ଜନ ବେତସ ବନେ ?ବଳରାମ ବାକ୍ୟେ ପ୍ରସନ୍ନା ସୁନ୍ଦରୀକହିଲେ ଅଳପ ହସି,ଅକଳଙ୍କ ଚନ୍ଦ୍ର- ମଣ୍ଡଳରୁ କି ସେପୀୟୂଷ ପଡ଼ିଲା ଖସି !‘‘ଆଦ୍ୟୋପ୍ରାନ୍ତ ସବୁ ବର୍ଣ୍ଣନା କରୁଛିଶୁଣ ସବୁ ବଳାରାମ,ଜଗତର ଅତି- ଜନନୀ ମୁହଟିଁସର୍ମଲାଈ ମୋର ନାମ ।କୈତବ ରୂପରେ ବହୁକାଳ ଗଙ୍ଗାଚିତ୍ରୋତ୍ପଳା ନାମବହି;ପୂର୍ବ ପୟୋଧିରେ ମିଶୁଛନ୍ତି ଏହିମହେନ୍ଦ୍ର କାନ୍ତରେ ବହି ।‘‘ସ୍ୱଚ୍ଛ ସୁମଧୁର ସଲିଳ ଏହାରପାପା-ତାପ କରେ ନାଶ,ଏହାର ପବିତ୍ର ମିଶୁଛନ୍ତି ଏହିକାଳରୁ କରିଛି ବାସ ।ଏହାର ପବିତ୍ର ନିର୍ମଳ ସଲିଳେବନବାସ କାଳେ ସ୍ନାନକରିବା ମାନସେ ଜାୟାନୁଜ ସଙ୍ଗେଆସିଥିଲେ ରଘୁରାଗ ।ନର ଅବତାର ନାରାୟଣଙ୍କରଚରଣେ କରି ଅର୍ଚ୍ଚନା,ପାଦଚିହ୍ନ ଏଥି ଦେଇଯିବା ପାଇଁବିନୟେ କଲେ ପ୍ରାର୍ଥନା ।ପରସନ୍ନ ହୋଇ ପଦଚିହ୍ନ ଦେଇଭାବଗ୍ରାହୀ ରଘୁବୀର,ଏଠାରୁ ଶବରୀ ନାରାୟଣ ଦେଇଗଲେ ଗୋଦାବରୀ ତୀର ।ଅଭୟା ଶ୍ରୀରାମ- ଚଣ୍ଡୀ ରଖିଗଲେପଥେ ଇବ ନଦୀକୂଳେ,ଅଭୟାଦାୟିନୀ ହୁଅନ୍ତି ସେ ଘୋରବିପଦେ କ୍ଷତ୍ରିୟକୁଳେ ।ସେଦିନ ପ୍ରତ୍ୟହ ନିଶା ଅବସାନେଅବଗାହି ଏହି ପାଦ;ବିବିଧ କାନନ କୁସୁମରେ ପୂତ (ପୂଜା)ଗ୍ରହଣ କରେଁ ପ୍ରସାଦ ।ଆଜି ହୋଇଥିଲା ଶ୍ରୀରାମ-ନବମୀରାଘବ ଜନ୍ମ –ବାସର,ଶ୍ରୀପଦ ଅର୍ଚ୍ଚନା ସଙ୍ଗ ସମୟରେଆସିଅଛୁ ବୀରବର ।ଏତେ କହି ‘ଦେଖ’ ବୋଲି ପଦଚିହ୍ନଦେଖାଇ ଦେଲେ ସତ୍ୱରେ,ଦେଖି ବଳାରାମ ସାଷ୍ଟାଙ୍ଗ ପ୍ରଣାମକଲେ ଅତି ଭକ୍ତିଭରେ ।ଉଠି ସେହିରୂପେ ପ୍ରଣିପାତ କରିଦେବୀଙ୍କଚରଣତଳେ;ଆଣ୍ଠୁ ମାଡ଼ି ବସି କୃତାଞ୍ଜଳିପୁଟେସବିନୟେ ସ୍ତୁତି କଲେ ।‘‘ଜୟ ଚରାର ଜଗତ-ଜନନୀଜୟ ରାଜରାଜେଶ୍ୱରୀ;ଆରତୀ ଆରତ ଘୋର ତରଙ୍ଗିଣୀତରଣେ ତୋ’ ପଦ ତରୀ ।ଅମଳ କମଳ ଚରଣଯୁଗଳେଶରଣ ଗଲି ଆକୁଳେ,ଶରଣରକ୍ଷଣୀ ଲଗାଅ ବହନସଙ୍କଟ –ସାଗରକୂଳେ ।ବିପନ୍ନ ବିପଦ- ଦାବାଗ୍ନି-ନାଶିନୀତୋହୋ କୃପା କାଦମ୍ବିନୀ,କୃପାକର ମୋତେ ଅଘ-ମରଦିନୀଅଭୟ ବର-ଦାୟିନି !ଭାଗ୍ୟବଳେ ଆଜ ଦର୍ଶନ କରି ତୋ’ଅଭୟ-ଚରଣଦ୍ୱୟ ,ଭାନୁକରେ ତମ- ସଂହତି ପ୍ରାୟେ ମୋ’ପାପରାଶି ହେଲା କ୍ଷୟ ।ନିଶ୍ଚୟ ଜାଣିଲି ଆଜି ହେଲା ମୋରପୂର୍ବ-ପୁଣ୍ୟ ଫଳଦୋୟ,ଏତେ କାଳେ ଯାହା ପାଇଲି ଜନନୀତୋହେ ଶୀଚରଣାଶ୍ରୟ ।ଉଦ୍ୟାନରେ ମୋର କଳପ ପାଦପଥୋଇ ଦେଇଅଛି ବିଧି,ତୋହେ କୃପା ହେଲେ ଶରଣବତ୍ସଳେଲୋଡ଼ା ଆଉ କେଉଁ ସିଦ୍ଧି ।ପାହିଲା ମୋହୋର ଦୁଃଖ-ବିଭାବରୀଆସିଲା ସୁଖ-ପ୍ରଭାତ,ତୋ’ କୃପା-ମିହିର ଉଦୟ ହେଉ ମୋ’ଭାଗ୍ୟାକାଶେ ଜଗନ୍ମାତ !ଚୌହାନ ବଂଶଜ ନୃପନନ୍ଦନ ମୁଁଏଣୁ ଯୋଡ଼ି କରପତ୍ରଛାମୁରେ ଜଣାଏ ଶ୍ରୀଛାମୁରୁ ମୋତେଆଜ୍ଞା ହେଉ ରାଜଛତ୍ର ।ପ୍ରତିଦିନ ତୋର ଶ୍ରୀପଦ-ପଙ୍କଜକରୁଥିବ ଦରଶନ,ଯହିଁ ଥିଲେ ତୋର ପରସାଦ ବିନାକରିବି ନାହିଁ ଭୋଜନ ।‘‘ଏହି ନିୟମରେ ଚଳିବେ ଆବରଯେତେ ମୋର ବଂଶଧର,ଚିରସ୍ଥାୟିନୀ ତୋ’ କୃପା ହେଉ ମୋରବଂଶେ ଦିଅ ଏହି ବର ।ପରସନ୍ନେ ଦେବୀ ସହାସ୍ୟେ ଭାଷିଲେ,‘‘ଜାଣିଅଛି ତୋର ମନ,ରାଜକୁମାର ତୁ ରାଜତ୍ୱ ନିନ୍ତେକରିଅଛୁ ଆଗମନ ।ମୋ ପ୍ରିୟ କାନନେ ମୃଗୟା କଲୁ ତୁମୋହୋ ଆରାଧନା ବିନା,ପୋଷିତ ଶଶକ ତୋହୋ କୁକୁରକୁତେଣୁ ଆକ୍ରମିଲା ସିନା ।ଦେଖି ତୋ’ ସାହସ ପରସନ୍ନ ହେଲିମୋତେ ସେବି ରାଜ୍ୟ କର,ସତ୍ୟ ନ୍ୟାୟ ଧର୍ମ ସର୍ବତ୍ର ଜୟରହୃଦେ ଲେଖ ଷଡ଼କ୍ଷର ।ଏହା ବଳେ ରାମ ତ୍ରିପୁରବିଜୟୀରାବଣକୁ କଲେ ଧ୍ୱଂସ;ଭାରତ ଭୀଷଣ ସମରେ ପାଣ୍ଡବେନାଶ କଲେ କୁରୁବଂଶ ।ରାଜା ବୋଲି ଅହଂ- କାରନ କରିବୁନହରିବୁ ପରଦାର,ନିରୀହ ସାଧବ ପରଙ୍କାଜ ପ୍ରତିନକରିବୁ ଅତ୍ୟାଚାର ।ଏ ଘୋର କାନନ ପରିଣତ ହେଉମନୋହର ରାଜ୍ୟରୂପେ,ମହାରାଜା ହୋଇ ପୂଜିତ ହୁଅ ତୁଚତୁର୍ଦ୍ଦିଗ ଚାରି ଭୂପେଶ୍ରୀରାମ ପ୍ରସାଦ ଧର ବତ୍ସ, ତୋତେବିଧି ହେଉ ଅନୁକୂଳ –’’ବୋଲି ବଳରାମ- ହସ୍ତେ ଦେଲେ ଦେବୀସୁବାସ ଧବଳ ଫୁଲ ।ଏ କାଳେ ଚାଉଁର- ପୁରେ ଚୁଡ଼ାକୁଟାଢେଙ୍କିଗରଜିଲା ଘନେ,ସୁଷୁପ୍ତି ଭଞ୍ଜନ ହୋଇଗଲା ତାହାପଡ଼ିବାରୁ ବୀର କର୍ଣ୍ଣେ ।ଉଠି କରି ବୀର ଚୌଦିଗେ ଚାହିଁଲେନେତ୍ର ଉନ୍ମୀଳନ କରି;ପଲ୍ଲବ ଆସନେ ଆସୀନ ଆପଣେନାହିଁ ସେ ଶୁଭ ସୁନ୍ଦରୀ ।ଶଯ୍ୟା ତେଜି ବୀର ତରତରେ କରିପ୍ରାତଃକୃତ୍ୟ ସମାପନ ,ସ୍ୱପ୍ନନ ଦର୍ଶିତ ସ୍ଥାନେ ପ୍ରବେଶିଲେକରି ନାବ ଆରୋହଣ ।ଚୌଦିଗେ ଗଭୀର ଶ୍ୟାମ ଳ ସଲିଳହୋଇଅଛି ପ୍ରବାହିତ,ମଧ୍ୟରେ ପ୍ରସ୍ତର- ଖଣ୍ଡ ହୋଇଅଛିମାନବ ପଦଲାଞ୍ଛିତ ।ପ୍ରବାହ କମ୍ପିତ ବେତସ-ବଲ୍ଲରୀ-ସମାକୀର୍ଣ୍ଣ ଚଉପାଶେ,ଚିତ୍ରୋତ୍ପଳା କିବା ବାମର ଢାଳଇପଦାଙ୍କରେ ପ୍ରେମାଚ୍ଛ୍ୱାସେ ।ଚାହିଁ ବଳରାମ ବନ୍ଦିଲେ ସପତବାର କରି ପ୍ରଦକ୍ଷିଣ,ସେହି ଦିନୁ ଯାଇ ନାନା ଉପଚାରେପୂଜା କଲେ ପତିଦିନ ।(ଭିନ୍ନ ଛନ୍ଦରେ ଲିଖିତ)ଲୋହିତ ବସନା ଉଷା ଉଜ୍ଜ୍ୱଳବରନା ।ଗୋଟିଏ ଉଜ୍ଜ୍ୱଳ ରତ୍ନ କୁନ୍ତଳ ଶୋଭନା ॥
ଶୁଭେ ପଦ ପକାଇଲା ଅବନୀ ଉପରେ ।ଜଗତରୁ ପଳାଇଲା ତମ ତରେତରେ ॥
ପ୍ରକୃତି ଯେ ଅନର୍ଗଳ ତିମିର ଗରଳେ ।ଘାରି ହୋଇ ପଡ଼ିଥିଲା ଅବନୀମଣ୍ଡଳେ ॥
ବିହଙ୍ଗମ ସ୍ୱନ ମନ୍ତ୍ରେ ଉଷା କି ଝାଡ଼ିଲା ।ବଦନେ ସଲିଳ ସିଞ୍ଚି ସ୍ନେହେ ଉଠାଇଲା ॥
ଚିତ୍ରଭାନୁ ପୂଜିବାକୁ ବେନି ସହଚରୀ ।ତୋଳିଲେ ବିବିଧ ଫୁଲ ବିପିନେ ବିଚରି ॥
କାଲି ଭୃଙ୍ଗ ବିନୋଦିନୀ ନଳିନୀ ବଦନ ।ଚାହିଁ ରାଗେ ଯାଇଥିଲେ ଦେବ ବିକର୍ତ୍ତନ ॥
ସେହି ରାଗ ଦୃଷ୍ଟି ଆଜ ନଳିନୀ ଉପରେ ।ବାତେ ଯା’ ନଳିନୀ ଥରେ ଭୟେ ସିନା ଥରେ ॥
ଲମ୍ପଟ ଷଟ୍ପଦ ଯାହା ସରୋଜିନୀ ଅଙ୍କେ ।ବଳାତ୍କାରେ ପଶିଥଇଲା ପଡ଼ିଲା ଆତଙ୍କେ ॥
ବାନ୍ଧି ରଖିଥିଲା ତାକୁ ଚତୁରୀ ପଦ୍ମିନୀ ।କାନ୍ତ ଆଗେ ହୁଡ଼ି ହେଲା ବିରହ ମାନିନୀ ॥
ତା’ ଦେଖି ତରଣି ରାଗଭାବ ତେଜି ଖରେ ।ଶିଶିର ଲୋତକ ତା’ର ପୋଛିଲେ ସ୍ୱକରେ ॥
ସ୍ୱକରେ ତରଙ୍ଗ ବିମ୍ବେ ରତନ ନୂପୁର ।ଗଢ଼ି ତା’ପୟରେ ମଣ୍ଡି ମାନ କଲେ ଦୂର ॥
ଦେବୀ ବରେ ଉତ୍ସାହିତ ବୀର ବଳରାମ ।ଚିତ୍ରୋତ୍ପଳା ଉତ୍ତର କୂଳରେ କଲେ ଧାମ ॥
ଆଦ୍ୟେ ସମଲାଇ ମୂର୍ତ୍ତି କରି ପ୍ରତିଷ୍ଠାନ ।ପୂଜା କଲେ ମାନି ସ୍ୱପ୍ନ ପ୍ରତିଜ୍ଞା ବିଧାନ ॥
ନଗର ବସତି କଲେ କଟାଇ କାନନ ।ଦୂର ଦୂର ଦେଶୁ କରି ପ୍ରଜା ଆନୟନ ॥
ଆପଣା ହସ୍ତରୁଦେଇ ପରଜାଙ୍କୁ ଧନ ।ପୁତ୍ର ସମେ ସ୍ନେହ କରି ତୋଷୁଥାନ୍ତି ମନ ॥
ବଳରାମ ଦେବଙ୍କର ଭୁଜ ପରାକ୍ରମେ ।ଚତୁର୍ଦ୍ଦିଗେ ରାଜ୍ୟସୀମା ବୃଦ୍ଧି ହେଲା କ୍ରମେ ॥
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟ
ଗଙ୍ଗାଧର ମେହେର
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ