ବୈତରଣୀ — ଲକ୍ଷ୍ମୀକାନ୍ତ ମହାପାତ୍ର · ସ୍ୱର୍ଣ୍ଣଲିପିମାତଃ ବୈତରଣି, ତୋ ନାମ ସ୍ମରଣେ,କେତେ କେତେ କଥା ପଡ଼ୁଅଛି ମନେ ।କେତେ ନୂଆ ନୂଆ ଭାବର ଲହରୀ,ଖେଳି ଯାଉ ଅଛି ହୃଦୟେ ମୋହରି ।ଶୈଶବର ସେହି ସ୍ୱର୍ଗୀୟ ବାରତା,ଶିଶୁ-ଜୀବନର ସେ ମଧୁର କଥା ।ଉଡ଼ି ବୁଲୁଥିଲା ଉଶ୍ୱାସେ ହୃଦୟଭେଟୁଥିଲା କେତେ ରାଜ୍ୟ ସ୍ୱପ୍ନମୟସେ ମୋହନ ରାଜ୍ୟେ କରି ବିଚରଣ,ଦେଖିଥିଲା କେତେ ସୁଖର ସ୍ୱପନ ।ଶୁଣୁଥିଲା ସେହି ସ୍ଥାନେ ନିତି ନିତି,ଦୂରାଗତ ମୃଦୁ ମଧୁ ବଂଶୀ ଗୀତି ।ସ୍ୱର୍ଗ ସରଳତା, ସ୍ୱର୍ଗର ମାଧୁରୀଥିଲା ଚାରିଦିଗେ ସେହି ରାଜ୍ୟେ ପୂରି ।ସଂସାର ଭାବନା, କୂଟ ନୀତିଚୟ,ନ ଥିଲା ସେ କାଳେ ପରଶି ହୃଦୟ ।ମୋ କ୍ଷୁଦ୍ର ଅନ୍ତର ପବିତ୍ର, ନିର୍ମଳପ୍ରେମ, ସାରଲ୍ୟର ନିତ୍ୟ କ୍ରୀଡ଼ାସ୍ଥଳ,ଭାସି ସ୍ୱପ୍ନମୟ କବିତା-ସାଗରେଉଠୁଥିଲା ନାଚି କ୍ଷଣେ ଆନନ୍ଦରେ ।୨୦।ଶୋଭାରେ ତୋହର ଅଙ୍ଗ ଦେଇ ଢ଼ାଳି,କରିଥିଲା ତୋତେ ସ୍ମୃତିର ସଙ୍ଖାଳି ।ସେକାଳେ ତୋହର ସୁରମ୍ୟ ପୁଲିନ,ଆଶ୍ରା କରି କଟାଇଲି ବହୁଦିନ ।ଶୋଇ ପ୍ରାଣାରାମ ବାଲି-ଆସ୍ତରଣେଭୁଲି ଯାଉଥିଲି ନିଜତ୍ୱ ସେକ୍ଷଣେ ।ଜନନୀର ସ୍ନେହୁଁ ବଳି ସୁଖକରସ୍ନିଗ୍ଧ ପୟଦାନ କରିଲୁ ତୋହର ।ତୋ କୋଳ ଶେଯରେ କରିଣ ଶୟନଫୁଟିଲା ମୋହର ପ୍ରଥମେ ନୟନ ।ବିସ୍ମୃତି ତିମିରୁ ଟାଣି ଆଣି ମୋତେଚିହ୍ନା କରାଇଲୁ ଜଗତ ସଙ୍ଗତେ,ଶୈଶବର କ୍ଷୀଣ ସ୍ମୃତି ମନୋହରଜାଗି ଆଲୋଡ଼ିତ କରଇ ଅନ୍ତର ।ପ୍ରଭାତୁଁ ଉଠିଣ ମାଛରଙ୍କା ଭାଇତୋ କକ୍ଷରେ ଉଡ଼ି ବୁଲିଥାଏ ଧାଇଁତଳକୁ ଅନାଇ ରହି ବାରବାରଝାମ୍ପି ନେଇ ଯାଏ ପଲକେ ଶିକାର ।ପାଣିକୁଆ ତାର ଆହାର ସନ୍ଧାନେଡ଼ୁବମୋରି ଉଠେ ଏକୁଁ ଅନ୍ୟସ୍ଥାନେ ।୪୦।ଆମ୍ବ ଶାଖେ ବସି କପୋତ ଦମ୍ପତିଶୁଣାଅନ୍ତି ଦୁରୁଁ କରୁଣ ଭାରତୀ,ସେକାଳେ ତୋହର ତୀର ତରୁଗଣକରନ୍ତି ତୋ ଦେହେ ଶିଶିର ବର୍ଷଣ ।କୁମ୍ଭାଟୁଆ ବସି ଦୂରବଂଶ ବନେ,କମ୍ପାଏ ଦିଗନ୍ତ ପ୍ରଭାତୀ-ନିଃସ୍ୱନେ ।ଧାନ କିଆରିରେ ଚଷାପୁଅ ଭାଇବୁଲୁଥାଏ ନିଜମନେ ଗୀତ ଗାଇ;ପ୍ରଭାତୁଁ ଉଠିଣ ପାଳ-ଜଗୁଆଳି
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ସମୀରରେ ନିଜ ସ୍ୱର ଦିଏ ଢ଼ାଳି ।
ସେକାଳେ ମୁଁ ତୋଳି ‘‘ସପ୍ତଫେଣୀ’’ ଫୁଲ,
ତୋର କୂଳେ ଖୋଜି ବୁଲେ ‘‘କତକୁଲ’’
ସୈକତେ ‘‘ବାଲୁକା ଠାକୁର’’ ନିର୍ମାଣି,
ପୋତିଦିଏଁ ନାନା ପତ୍ର ପୁଷ୍ପ-ଆଣି
ନବୀନ ରବିର ସ୍ନିଗ୍ଧ କର ରାଶି,
ତୋର ସ୍ୱଚ୍ଛନୀରେ ଉଠେ ଭାସି ଭାସି ।
ମୃଦୁ ହିଲ୍ଲୋଳର ଅଙ୍ଗେ ପ୍ରତିଫଳି
କାଞ୍ଚନ କିରଣ ଉଠଇ ଉଜ୍ଜ୍ୱଳି ।
ଖରାବେଳେ ଯେବେ ତାତିଯାଏ ବାଲି
ଆଉ ତୋ ସୈକତେ ନ ହୁଅଇ ଚାଲି ।୬୦।
ତୋ ତୀର ତୋଟାରେ ବସି ନିରନ୍ତର
ସଖାଙ୍କ ସଙ୍ଗତେ ଖେଳେଁ ବାଲିଘର ।
ତଣ୍ଡି ଚାରିପିଠି ଅବା କେତେବେଳେ
ମତ୍ତ ହୋଇଯାଉଁ ଲୁଚକାଳି ଖେଳେ ।
ସମର୍ପି ତୋଠାରେ ସିନା ଧ୍ୟାନ, ମନ,
କରିଥିଲି ତୋତେ ମୋ ଜୀବ ଜୀବନ;
ଥିଲା ଆଶା, କରି ବାସ ତୋର ତଟେ,
ପୁଜୁଥିବି ତୋତେ ମୋ ମାନସ ପଟେ,
ସ୍ୱପନରେ ଥରେ ନପାରିଲି କଳି
ନିୟତିର ଗତି ଦାରୁଣ ଏଭଳି ।୭୦।
ଦିନକର ଯେବେ ବୁଡ଼ଇ ଆକାଶେ
ଡାହାଣିଆ ଖରା ବାଲି ମାଡ଼ି ଆସେ;
ଶୁଭ୍ରକାଶ ପୁଷ୍ପ ରବିର କିରଣେ
ରଞ୍ଜିତ ହୁଅଇ ରକ୍ତିମ ବରଣେ;
ଟହ ଟହ ଦିଶେ ପ୍ରତିଚୀ ଗଗନ
ତାର ଚିତ୍ରକରୁ ଜଳେ ପକଟନ,
ତୋର ସ୍ୱଚ୍ଛ ନୀରେ ଶତ ଇନ୍ଦ୍ରଧନୁ
ପ୍ରକାଶନ୍ତି ବର୍ଣ୍ଣୋ-ତ୍ସବମୟ ତନୁ,
ନାନା ପକ୍ଷୀ ଉଡ଼ି ଯାଆନ୍ତି ଆକାଶେ,
ତାଙ୍କ ପ୍ରତିବିମ୍ବ ତୋ ଅଙ୍ଗେ ପ୍ରକାଶେ ।୮୦।
ନିଜ ସାଥୀ ସାଙ୍ଗ ମିଳି ଜଣ କେତେ,
ସାଉଣ୍ଟୁଁ ଶାମୁକା ତୋହରି ସୈକତେ ।
ଅଣ୍ଟିରେ ପୂରାଇ ଶାମୁକା ଯେତକ
ମନେ ମନେ ହୋଇଯାଉଁ ବଡ଼ଲୋକ ।
ଶୈଶବର ସେହି ଚାରୁ ଚିତ୍ର-ରେଖା
ଆଜି ସ୍ମୃତିପଟେ ରହିଅଛି ଲେଖା ।
ଲୋଡ଼ି ବୁଲେ ଆଜି ତାପିତ ଅନ୍ତର,
ଅତୀତର ସେହି ସ୍ମୃତି ମନୋହର ।
ସଂସାର-ଅନଳେ ହୋଇଦଗ୍ଧପ୍ରାୟେ,
ସକାତରେ ସ୍ନିଗ୍ଧ ଅତୀତକୁ ଚାହେଁ ।୯୦ ।
ଗୋନାସିକା କରି ଗମ୍ଭୀର ଗର୍ଜନ,
ତୋର ତପ୍ତଧାରା କରେ ବିସର୍ଜନ ।
ଗିରି ଅଙ୍କୁ ଡେଇଁ ପଡି ମହାରୋଷେ,
ବହି ଯାଉ ଥାଉ ଗମ୍ଭୀର ନିର୍ଘୋଷେ ।
ଶୈଳସଙ୍ଗେ ଯୁଝି କାହି ବାଟେ ବାଟେ,
ଫେରାଉ ତୋ ଗତି ଭୀଷଣ କୁହାଟେ ।
ଭେଦି ନାନା ବନ କାନନ କନ୍ଦରା,
ବହୁ ଏଣେ ତେଣେ ପ୍ରକୃତି-ମୁଖରା ।
ଗୋଟି ଗୋଟି ହୋଇ ପାର୍ବତ୍ୟ-କୁଟୀର ।
ମଣ୍ଡିଥାନ୍ତି ଆହା, ତୋର ରମ୍ୟତୀର । ୧୦୦।
ଶାଳତରୁ ତୋର ଜଳ ଦରପଣେ,
ଦେଖନ୍ତି ନିଜର ମୁଖ ସୁଖ ମନେ ।
କେଳି-ସମାକୁଳ କରୀନ୍ଦ ଦମ୍ପତି,
ତୋର ଉପକୂଳେ ମିଳନ୍ତି ଝଟତି ।
ଅରଣ୍ୟ ମହିଷି ଆସି ଦଳେ ଦଳେ,
ପଡ଼ୁଥାନ୍ତି ତୋର ଶୀତଳ ସଲିଳେ ।
ଭୁଇୟାଁରମଣୀ ଗୃହକାର୍ଯ୍ୟ ସାରି,
ମିଲଇ ଆସିତୋ ସୁଶୀତଳ ବାରି ।
ଅଙ୍ଗ ଶୌଚ ଆଦି ସାରି ସଯତନେ,
ହସି ହସି ଘରେ ଫେରେ ସୁଖମନେ ।୧୧୦।
କଳସି କାଖରେ ଧୀରେ ଧୀରେ ଯାଏ,
ରହି ରହି ଥିରେ ପଛକୁ ଅନାଏ ।
କଳସ ଓହ୍ଲାଇ ରଖି ତୋର ତୀରେ
ବନ ଫୁଲଟିଏ ତୋଳି-ନିଏ ଧୀରେ
ଲଜ୍ଜାଭରେ ଥରେ ଏଣେ ତେଣେ ଚାହିଁ,
ଫୁଲଟିକୁ ଦିଏ ଗଭାରେ ଗୁଞ୍ଜାଇ
ଏହିରୂପେ ନାନା ଚାରୁଭଙ୍ଗି ଭରେ,
ହଲି ହଲି ଧୀରେ ଫେରେ ନିଜଘରେ;
ଭୂମିଜ ବାଳକେ ଦଳ ବାନ୍ଧିକରି,
ବୁଲୁଥାନ୍ତି କାହିଁ ମାଛ ଧରି ଧରି ।୧୨୦।
ଟାଙ୍ଗି ଘେନି କରେ କାହିଁ ସାଂଆନ୍ତାଳ,
କାଟଇ ଉତ୍ସାହେ ତୋର ତୀର ଶାଳ ।
ବେଳ ରତରତ ହେଉଥାଏ ଯେବେ,
ଫେରନ୍ତି ସକଳେ ଗୃହଆଡ଼େ ତେବେ ।
ଦଳେ ଦଳେ ବସି କୁଟୀର ପ୍ରାଙ୍ଗଣେ,
ଧୂମ୍ରପାନ କରୁଥାନ୍ତି ସୁଖମନେ ।
କହି ନିଜ ନିଜ ସୁଖ ଦୁଃଖ କଥା,
ହରନ୍ତି ସକଳେ ପରିଶ୍ରମ ବ୍ୟଥା ।
ଏକାଳେ ଘରଣୀ ସୁମଧୂରେ ହସି,
ଥୋଇଦିଏ ଆଗେ ‘‘ହାଣ୍ଡିଆ’’ କଳସୀ । ୧୩୦।
ତହୁଁ ସେ ସକଳେ ମହା ପ୍ରେମ ଭରେ,
ହାଣ୍ଡିଆ ପାନରେ ଲାଗି ଯାନ୍ତି ଖରେ ।
କିଛିକାଳ ପରେ, କରି ସୁରାପାନ,
ଭୁଲି ଯାନ୍ତି ଯେତେ ମାନ ଅପମାନ ।
ସଂସାରର ଦୁଃଖ ସଂସାର ବାରତା,
ତଡ଼ି ଦିଏ ମନୁ ସୁରା ମାଦକତା ।
ସ୍ୱପ୍ନମୟ ଦେଶେ କରି ବିଚରଣ,
ଦେଖନ୍ତି ସକଳେ ଜାଗ୍ରତ ସ୍ୱପନ ।
‘ମାଦଳ’ ପକାଇ କିଏ ସେ ବଜାଏ,
କିଏ ନାନା ରଙ୍ଗେ କେତେ ଗୀତ ଗାଏ ।୧୪୦।
କିଏ ହାସ୍ୟରୋଳେ କମ୍ପାଏ ଗଗନ,
କିଏ ଅବା କରେ ଧରାରେ ଶୟନ ।
ନାରୀଗଣ ତହୁଁ ନାଚି ନାଚି ଆସି,
ତାଳ ସଙ୍ଗେ ବୋଲୁଥାନ୍ତି ‘‘ବାରମାସୀ’’ ।
ସେ ଧ୍ୱନି ଗଗନେ ଉଠଇ ଉଛୁଳି,
ଦୂର ପରବତ ଦିଏ ହୁଳହୁଳି ।
ମାତି ଯାଉ ତୁହି ସେ ସଙ୍ଗୀତ ରୋଳେ,
ନାଚି ଉଠୁ ମୃଦୁ ତରଙ୍ଗ ହିଲ୍ଲୋଳେ ।
ସଭ୍ୟ ଜଗତର ଜୀବନ ସଂଗ୍ରାମ,
ଜାଣି ନାହିଁ କେତେ ତାଙ୍କ ଚାରୁ ଧାମ ।୧୫୦।
ଭବ କୁଟୀଳତା କୁଟୁ ନୀତିଚୟ,
ପରଶି ନାହିଁ ସେ ସରଳ ହୃଦୟ;
ପ୍ରକୃତିର ଚାରୁ ଆଦିମ ସ୍ୱଭାବ,
ସରଳତା ପୂର୍ଣ୍ଣ ସ୍ନିଗ୍ଧ ଶିଶୁଭାବ,
ପ୍ରକଟଇ ତହିଁ ଦୈନିକ ଜିବନେ,
ସ୍ୱଭାବର ଶିଶୁ ଭୂଇଁଆ ଭବନେ ।
ଉତ୍କଳ ସୁଷମା ଗୌରବର ଖଣି,
ଅଟୁ ତୁହି ସିନା ମାତଃ ବୈତରଣି ।
ଯେଣୁ ତୋର ତୀରେ ଦେବ ଉମାପତି,
ଶ୍ରୀକୁଶଳେଶ୍ୱର କରିଲେ ବସତି ।୧୬୦।
କେନ୍ଦୁଝର ବନ ଶୋଭା ଦେଖି ନେତ୍ରେ,
ପ୍ରବେଶୁ ତୁ ତହୁଁ ଶ୍ରୀ ବିରଜାକ୍ଷେତ୍ରେ ।
ଯହିଁ ଆଦିମାତ । ବିରଜା-ମହିମା,
ଘୋଡ଼ାଇ ରଖିଛି ଯାଜପୁର ସୀମା ।
ତହିଁ ତୋର ବକ୍ଷେ ବରାହ ମନ୍ଦିର,
ଟେକି ଅଛି ନିଜ ଅଭ୍ର-ଭେଦୀ ଶିର ।
ସ୍ରୋତସ୍ୱିନୀ-କୁଳେ ତୋର ବଡ଼ ପଣ,
ଧୋଉ ଯେଣୁ ତୁହି ବରାହ-ଚରଣ ।
ତଣ୍ଡୁଳ କଦଳୀ ଅଟେ ଯାର ଭକ୍ଷ,
ଗୟାସୁର ନାଭି ଧରିଛି ତୋ ବକ୍ଷ । ୧୭୦।
ଶତ ଶତ ଯହିଁ ତୀର୍ଥ-ଯାତ୍ରିଗଣ,
କରୁଥାନ୍ତି ପିତୃ ପ୍ରେତଙ୍କ ତର୍ପଣ ।
ଯଯାତି କେଶରୀ ରଖି ଗଲେ ଯଶ,
ସମାପନ କରି ଅଶ୍ୱମେଧ ଦଶ ।
ଉତ୍କଳ ଶିଳ୍ପର ଅପୂର୍ବ କୀରତି,
ଅଶ୍ୱମେଧ ଘାଟେ ଟେକି ଅଛି ଛତି ।
ତହିଁ ସପ୍ତମାତା ବିକଟ ଦର୍ଶନେ,
ଉପୁଜଇ ମହା ଭୀତି ଜନମନେ ।
ଲୋକ-ଜିହାକାଳୀ ମୃମୁଣ୍ଡ-ମାଳିକା,
ଦେଖାନ୍ତି ଜଗତେ ପାପ ବିଭୀଷିକା ।
ସରିତ ଈଶ୍ୱରି, ମାତଃ ବୈତରଣି,
ଉତ୍କଳ-ସରିତ-କୁଳ-ମଥାମଣି ।
ତୋର ଉପକୂଳ ଆଖଣ୍ଡଳେଶ୍ୱର,
ଆଶ୍ରିଲେ ତ୍ୟଜିଣ କୈଳାଶ ଶିଖର ।
ତହିଁ ଗୋ ଜନନୀ ତୋ କରୁଣା ଝରି-
ପଡ଼ୁଅଛି କେତେ ପାପିଙ୍କ ଉପରି,
‘‘ମଣି’’ କୃପାବଳେ ତୋ ପୁଣ୍ୟ ନିର୍ଝର,
ଧୋଇ ଘେନିଯାଏ କଳୁଷ ତାଙ୍କର ।
ସହସ୍ର ସହସ୍ର ନତ୍ରମାଳେ ମାଳେ ।
ଭାସୁଥାନ୍ତି ଯହିଁ ସେ ‘‘ଘଡ଼ିଆମାଳେ’’ । ୧୯୦।
‘‘ରିଘାଗଡ଼’’ ଦୁର୍ଗ ପ୍ରାଚୀନ କନିକା,
ହେଉ ପ୍ରକୃତିର ବିଶାଳ ପରୀଖା;
କୂଳେ ସନ୍ତର୍ପଣେ ମୃଗ ପଲ ପଲ ।
ପିଉ ଥାନ୍ତି ତୋର ବାରି ସୁବିମଳ ।
‘‘କାଳିଗଞ୍ଜଡିଆ’’ ହେନ୍ତାଳ ନିବାଡ଼େ,
ମହାବଳ ତାର ଭୀମ ରଡ଼ି ଛାଡ଼େ ।
ମାଳ ମାଳ ହୋଇ ସିତ ହଂସ ପନ୍ତି,
କେତେ ମନୋହର ଶୋଭା ପ୍ରକାଶନ୍ତି ।
ସରଳୀ ପକ୍ଷୀର ମଧୁର ନିସ୍ୱନ,
ମୁଖରିତ କରେ ତୋର ତୀର ବନ । ୨୦୦।
ଜଳଚର ପକ୍ଷିଗଣ ମୀନ ଆଶେ,
ଚାରିଆଡ଼େ ଉଡି ବୁଲନ୍ତି ଆକାଶେ ।
ଶୁଖୁଆ ପଟଳା ଦଳେ ଦଳେ ଆସି,
ଏଣେ ତେଣେ ବୁଲୁଥାନ୍ତି ଭାସି ଭାସି ।
ଏକ କାଳେ ଏତେ ଶୋଭାର ଦର୍ଶନ,
ଥରେ ଲଭି ଅଛି ଯାହାର ନୟନ ।
ଯେତେଦିନ ଯାଏ ଏହି ଜୀବ ଥିବ,
ସେହି ଚିତ୍ର କାହୁଁ ମନ ପାଶୋରିବ ?
ଶେଷେ ଲୋ ଜନନି, ମିଳୁ ତହିଁ ଯାଇଁ,
‘‘ଧାମରା ମୁହାଣେ’’ ଦେବି ‘‘ଧାମରାଇ’’ ।୨୧୦।
କାନ୍ଦି କାନ୍ଦି ତାଙ୍କ ଅଭୟ ଚରଣେ,
କଚାଡୁ ମସ୍ତକ ରହି କ୍ଷଣେ କ୍ଷଣେ ।
ଘେନିଣ ବିଦାୟ ତାଙ୍କ ଶ୍ରୀପୟରୂ ।
ନିଜ ପତି ଅଙ୍ଗ ଆଲିଙ୍ଗନ କରୁ ।
ତରଙ୍ଗ ରୂପରେ ବଢ଼ାଇଣ କର,
ସଙ୍ଖୁଳି ନିଅଇ ତୋତେ ରତ୍ନାକର ।
ସାଗର ସଲିଳେ ହୋଇଣ ଅସ୍ଥିର,
ମିଶିଯାଏ ତୋର ଶୁଭ୍ର ସ୍ୱଚ୍ଛ ନୀର ।
ମିଶିଯାଏ ଯଥା ଜଳଦ ଅଙ୍ଗରେ,
ବିଦ୍ୟୁଲ୍ଲତା ନାନା ଚାରୁ ଭଙ୍ଗିଭରେ । ୨୨୦।
କଳା ସଙ୍ଗେ ଧଳା କି ଶୋଭା ପ୍ରକାଶେ,
ତେଣେ ଧଳା ମେଘ ନୀଳ ବ୍ୟୋମେ ଭାସେ ।
ପ୍ରକୃତିର ଏହି ଦୃଶ୍ୟ ମହୀୟାନ,
ଏକା ତହିଁ ସିନା ଲଭିଅଛି ସ୍ଥାନ ।
ମାତଃ ବୈତରଣି, ତୋ ପୁଣ୍ୟ ମହିମା
ବଢ଼ାଇଛି ଆଜି ଉତ୍କଳ ଗରିମା ।
ଉତ୍କଳେ ଜନମ, ଉତ୍କଳରେ ଗତି,
ଉତ୍କଳର ତୁହି ନିଜ-ସ୍ୱସମ୍ପତ୍ତି ।
ପୁରାଣ ପ୍ରଖ୍ୟାତ ତୋର ତପ୍ତ ବାରି,
ପୁଣ୍ୟାତ୍ମା କେବଳ ହୋଇଥାନ୍ତି ପାରି ।୨୩୦।
ଧର୍ମପଥେ ଯେହୁ ସଦା ଥାନ୍ତି ରହି,
ସ୍ନେହମୟୀ ରୂପ ଦେଖନ୍ତି ତୋ ତହିଁ ।
ଅଧର୍ମୀ ପାପିଷ୍ଠ ଯେବା ସ୍ୱାର୍ଥ ବ୍ରତୀ,
ଦେଖାଉ ତୁ ତାଙ୍କୁ ଭୀଷଣ ମୂରତି ।
ପାପ ବିଭୀଷିକା ଦେଖି ଅବିରତ,
ପାପିଏ ହୁଅନ୍ତି ପାପରୁ ବିରତ ।
ନିରାଶ ହୃଦୟେ ଉତ୍ସାହ ସଞ୍ଚାରି,
ସନ୍ତପେ ଢଳିବୁ ସ୍ନିଗ୍ଧ ଶାନ୍ତି ବାରି ।
‘‘ଆଶାବୈତରଣୀ’’ ନାମେ କରି ଲୟ,
ଉତ୍ସାହେ ପୂରିବ ଉତ୍କଳ ହୃଦୟ ।୨୪୦।
ବୈତରଣୀ ! ତୋର ପୁଣ୍ୟ ନାମ ସ୍ମରି,
ନବ ଆଶା ପ୍ରାଣେ ଉଠିବ ସଞ୍ଚରି ।
ସେ ଉଦ୍ୟମେ ମାତି ଉତ୍କଳ ସନ୍ତାନ,
ଆଣିବେ ଫେରାଇ ଅତୀତ ସମ୍ମାନ ।
ଭାତିବ ଉତ୍କଳେ ସେ ପୂର୍ବ ଗୌରବ,
ପ୍ରକଟିବ ରବି ଛବି ନବ ନବ ।
ଆଷାଢ଼-ପ୍ରଥମଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ତରଳ କଳଦ ନୀଳ ନଭଃସ୍ଥଳେ
ଆସୁଛନ୍ତି ଭାସି ହେଳେ ଦଳେ ଦଳେ
ଗୁରୁ ଗମ୍ଭୀର ମୃଦଙ୍ଗର ତାଳେ
ଖେଳାଇ ଚପଳା ଉରସେ ।
ଆଷାଢ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ଶ୍ୟାମଳା ପ୍ରକୃତି ସ୍ନିଗ୍ଧ ଅଙ୍ଗରାଗେ;
ହରିତେ ମାଜିଛି ଲପନ ସରାଗେ,
ଝଳି ଉଠେ ଚମ୍ପା, କେତକୀ ପରାଗେ
ଅଙ୍ଗର ଲାବଣ୍ୟ ବିବଶେ
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ହରିତ ପରଦା ଦମକା ପବନେ
ଉଡ଼ିଯାଇ ପ୍ରକୃତିର କ୍ଷଣେ କ୍ଷଣେ,
ବୁଣିଦିଏ ହୀରା; ମରକତ ଧନେ
ଶେଫାଳି ମାଳତୀ ହରଷେ ।
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ଶାନ୍ତ, ମୃଦୁ, ସ୍ନିଗ୍ଧ, ଚାରୁରସଭରା
ପୂର୍ଣ୍ଣ ଯଉବନ ମତ୍ତ ବସୁନ୍ଧରା,
ଉଛୁଳି ପଡ଼େ କି ଆନନ୍ଦ-ପସରା
କେଉଁ ମାୟା-ଯଷ୍ଟି ପରଶେ !
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମ ଦିବସେ,
ନିଦାଘ-ତାପିତ ପଶୁ ପକ୍ଷିକୁଳ ।
ବୃକ୍ଷଲତା ଆଦି ହରଷେ ଆକୁଳ,
ନାଚେ ସ୍ରୋତସ୍ୱିନୀ ଉଛୁଳାଇ କୂଳ,
ନରଖେ ନିଜକୁ ସ୍ୱବଶେ ।
ଆଷାଢ଼ ପ୍ରଥମ ଦିବସେ ।
ଆଜି ଆଷାଢ଼ ପ୍ରଥମଦିବସେ,
ବାଳ, ବୃଦ୍ଧ, ଯୁବା ନର ନାରୀବୟ
କ୍ରୀଡ଼ା-କଉତୁକେ ସକଳେ ଅଥୟ,
ଚିର-ଅବସନ୍ନ ମୋ କ୍ଷୁବ୍ଧ ହୃଦୟ
ନାଚଇ ପରମ ଗଭସେ ।
ଆଷାଢ଼ ପ୍ରଥମ ଦିବସେ ।
ଶ୍ମଶାନରେ ରାଧାନାଥ ।
(କବିବର ରାଧାନାଥଙ୍କର ସମାଧି ସ୍ତୂପସଂଲଗ୍ନ ପ୍ରସ୍ତର ଫଳକର ଆବରଣ ଉନ୍ମୋଚନାର୍ଥ ହୋଇଥିବା ସଭାରେ ଗଠିତ ।)
ହେ ଦେବ, ତୁମ୍ଭରି ଏହି ‘‘କାଠ ଯୋଡ଼ି ତୀର’’
ପାର୍ଶ୍ୱେ ବିଡାନସି,
ଗାଇଲ ମଧୁରେ ଯାର ମହିମା ରୁଚିର
ଯାର ତଟେ ବସି ।
ଉତ୍କଳ-ଭାରତୀ-ଗାଥା ନିରତେ ଗାୟନେ
କାଟି ଦିନଚୟ ।
ଶେଷେ ଏହି ପୁଣ୍ୟକ୍ଷେତ୍ର କାଠଯୋଡ଼ି ତୀରେ
ଲଭିଲ ଆଶ୍ରୟ ।
* ସତୀ କଣ୍ଠ-ବିନିଃସ୍ମୃତ ପୂତ ସ୍ତବପାଠ
ଶୁଭେ ଦିବା ନିଶି,
ପାତିବତ୍ୟ ପୁଣ୍ୟ ଜ୍ୟୋତି ସ୍ଫୁରଇ ଯେ ଠାବେ
ନିତି ଦିଶି ଦିଶି ।
* କାଠଯୋଡ଼ି ତୀରସ୍ଥ ରାଧାନାଥଙ୍କର ସମାଧି ସନ୍ନିକଟରେ କୌଣସି ସହମୃତା ସତୀଙ୍କର ସମାଧି ମନ୍ଦିର ଅଛି ।
ରାଜା, ପ୍ରଜା, ଧନୀ, ଦୀନ, କରନ୍ତି ଶୟନ
ଏକ ଶଯ୍ୟାପରେ,
ସାମ୍ୟବାଦ ମହାନୀତି ହୁଏ ଉଦୋଷିତ
ଅକ୍ଷରେ ଅକ୍ଷରେ,
‘‘ଦରକାର’’ ମହା ସତ୍ୟ ପ୍ରମାଣ ପ୍ରକାଶେ
ସ୍ଥିରକରି ମନ
ଏ ଅନନ୍ତ ଶୟନକୁ ତେବେ କିହେ ଦେବ
କଲ ଆଲିଙ୍ଗନ ?
ଦେଖାଇଲ ଜଗତକୁ, କାଳର ପ୍ରବାହେ
ଯିବାକୁ ଉଜାଣି,
‘‘ଭାଜନ ନୁହନ୍ତି’’ ଯେଡେ ବଳବନ୍ତ ହେଲେ
ଭବେ କେହି ପ୍ରାଣୀ ।
‘‘ଛାର ଅକିଞ୍ଚତକର ସମ୍ମାନ ସକାଶେ
ବ୍ୟସ୍ତ ସଦା ନର’’,
କିନ୍ତୁ ସେ ସମ୍ମାନ ଆସି ହେଲା ତବ, ଦେବ
ଚରଣ କିଙ୍କର ।
ନ ଥିଲହେ ତୁମ୍ଭେସିନା, ବାଣୀ ବରପୁତ୍ର
ସମ୍ମାନ ଆଶାୟୀ,
ଯୋଗ୍ୟପାତ୍ର ଅନୁସରି, ସମ୍ମାନ ତୁମ୍ଭଙ୍କୁ
ଲୋଡ଼ି ନେଲା ଯାଇଁ,
ହନ-ପ୍ରଭ ଉତ୍କଳକୁ ହେ ବୀର-ଅଗ୍ରଣି,
ଦେଖି ପାପମୟ,
ବାଗ୍ଦେବୀ ବିରାଗ ଦେଖି, ସ୍ୱଭାବେ ତୁମ୍ଭର
କାନ୍ଦିଲା ହୃଦୟ ।
ଶୁଭ କ୍ଷଣେ କବି ଶ୍ରେଷ୍ଠ, କଲ ଉତ୍କଳର
ବାଣୀ ଆରାଧନା,
ବିଣାପାଣି ଇଷ୍ଟବର ଲଭିଲ ହେ, କରି
ଅଦମ୍ୟ ସାଧନା ।
ଘୁଞ୍ଚିଗଲା ଉତ୍କଳର ଦୈନ୍ୟ ଅବସାଦ,
ଘୁଞ୍ଚିଲା ବିଷାଦ,
ଉତ୍କଳ-ଗୌରବ-ଗୀତି ଶୁଣାଇଲ କରି,
ଦୁନ୍ଦୁଭି ନିନାଦ ।
‘ଉତ୍କଳ ଭୁବନ ଅଟେ ଶୋଭାର ଭଣ୍ଡାର
ନିଜେ ଅନୁଭବି,
ଭାବୁକ-ମାନସୋଲ୍ଲାସୀ ଚିତ୍ରିଗଲ କେତେ
ସ୍ୱଭାବର ଛବି ।
‘ସଂସାର ନିରୟେ ଅଙ୍ଗ ଢାଳି ଦେଇ ନିତ୍ୟ
କରି ଘୋର ରଣ,
ଚିନ୍ମୟ କବିତା-ରାଜ୍ୟେ କବି-କୁଳ-ଗୁରୋ !
କଲ ବିଚରଣ ।
ଭାଷା ଓ ସାହିତ୍ୟ ଥିଲା ସ୍ୱତନ୍ତ୍ର ଉତ୍କଳ-
ଥିଲା ଛଡ଼ା ଛଡ଼ା,
ଦେଖାଇଲ ଜଗତକୁ ସେହି ଦୁହେଁ ଯାକ
ଏକ ଛାଞ୍ଚେ ଗଢ଼ା ।
ଗଢ଼ିଲ ନବୀନ ଭାଷା, ଅପୂର୍ବ ବିନ୍ଧାଣି,
ନବ ଉତ୍କଳର,
ଆଶ୍ଚର୍ଯ୍ୟ କୌଶଳେ, ସ୍ନିଗ୍ଧ, ସରଳ, ପ୍ରାଞ୍ଜଳ
ସ୍ୱଭାବ-ସୁନ୍ଦର ।
ଆଚ୍ଛାଦିଲ ଜନନୀକୁ ପିନ୍ଧାଇ ରୁଚିର
ନବ ଆଭରଣ,
କି ନୈପୁଣ୍ୟେ ଦେଲ ତାକୁ ନବ ସ୍ଫୁତ୍ତି, ଆଭା
ନବିନ ଭୂଷଣ ।
ଅଦମ୍ୟ ଉଦ୍ୟମେ ତବ ବାଣୀ କୃପାବଳେ
‘ଉତ୍କଳ ମାତାର,
‘ନାମେ ଖ୍ୟାତି ଗ୍ରନ୍ଥେ’ ଦେବ ତବ କୃତି-ପଣେ
‘ପଡ଼ିଗଲା ଗାର’ ।
ତବ ବାଣୀ-ଦତ୍ତ-ବିଣା ଗମ୍ଭୀର ଝଙ୍କାର,
ସେ ମନ୍ଦ୍ର ନିସ୍ୱନ
ଉଛୁଳାଇ ବାୟୁରାଶି ଭେଦୁଥିଲା ଯାଇ
ଅମର ଭୁବନ ।
ସ୍ଫୁରୁଥିଲା ସେ ପ୍ରଗଢ଼ ଗମ୍ଭୀର ପ୍ରକମ୍ପ
ଦିଗ ଦିଗନ୍ତରେ,
ପ୍ରତିଧ୍ୱନି ବାଜୁଥିଲା ଭୁବନେ ଭୁବନେ
ଅନ୍ତରେ ଅନ୍ତରେ ।
କିନ୍ତୁ ଏହି କ୍ଷୀଣ-କଣ୍ଠ-ବିନିଃସୁତ ଗୀତ
କ୍ଷୀଣୁଁ କ୍ଷୀଣତର,
ଭେଦିବକି କେବେ, ଦେବ, ନିଜ ପ୍ରତିବେଶୀ-
ଶ୍ରବଣ ଭିତର !
ଅଛି ଆଶ, ଅଛି ଯେଣୁ କବି ରାଧାନାଥ-
ପଦାଙ୍କ ଆଶ୍ରୟି,
ଧରିଛି ଲେଖନୀ, ସ୍ମରି ତବ ପୁଣ୍ୟ ନାମ
ଭାଷା ଭାବମୟୀ ।
କେ କହେ ହେ, ଉତ୍କଳରୁ ତୁମ୍ଭେ ତିରୋହିତ ?
ନ ହୁଏ ପରତେ ।
ବିରାଜିତ ତୁମ୍ଭେ ଆଜି ଚିନ୍ମୟ ସ୍ୱରୂପେ
ଜୀବନ୍ତ ଜଗତେ ।
ଗାଉଅଛି ଉତ୍କଳର ପ୍ରତି ଘରେ ଘରେ
ସୁମଧୁର ଗୀତି ।
ଶୁଣୁଅଛି ଉତ୍କଳୀୟ କର୍ଣ୍ଣ ଡେରି ସେହି
ସ୍ୱର ନିତି ନିତି,
କଟାଏ ମୁଁ କେତେକାଳ ନିତ୍ୟ ତବ ସହ
ବାକ୍ୟ ଆଳାପନେ
‘ଅନୁଭବେ ମୋ ପାଶରେ ଉପସ୍ଥିତ ତୁମ୍ଭେ
ଶୟନେ ସ୍ୱପନେ
କେତେ ଶିକ୍ଷା ଦେଇଯାଅ କେତେ କଥା କହି
ଗୋପନେ ଗୋପନେ ।
‘କାଳଭାଳେ ଭୁଙ୍ଗୁର’ ଏ ସମାଧି-ମନ୍ଦିର
ହୋଇଯିବ ଲୀଳ;
ଉଡ଼ିବ ଉତ୍କଳେ ତବ ଗୌରବ-କେତନ
ରହି ଚିରଦିନ,
ଅନନ୍ତ ଶୟନେ ଦେବ ଶୋଇ ଦେଖୁଅଛ
ପ୍ରକୃତିର ଖେଳ
‘ତଟିନୀ ପଠାର ଶୁଭ୍ର କାଶ ପୁଷ୍ପ ଶୋଭା
ତରଙ୍ଗର ମେଳ ।
ଅନନ୍ତ-ଉଦାର ବ୍ୟୋମ ଚନ୍ଦ୍ରାତପ ତଳେ
ବାଲି ଆସ୍ତରଣେ
ନୀଳଗିରିମାଳା ଶୃଙ୍ଗେ ମେଘର କୌତୁକ
ଉଦାସ ନୟନେ ।
କାଠଯୋଡ଼ି-ବୀଚିମାଳ-ସଙ୍ଗମେ ଶୀତଳ
ମଳୟ ପବନ;
ନରାଜ ଶିଖରୁ ବହି ସେବିବ ସନ୍ତତେ
ତୁମରି ଚରଣ ।
ଗାଇବ ପବିତ୍ର ନାମ କାଠଯୋଡ଼ି ତବ
ତରଙ୍ଗର ରୋଳେ,
ସ୍ଫୁରିବ ତୁମ୍ଭର, ଦେବ, ଅକ୍ଷୟ କୀରତି
ପବନ-ହିଲ୍ଲୋଳେ ।
ଥାଅ ଦେବ, ତବ ନାମ ହୋଇଛି ଖୋଦିତ
ଅମର ଅକ୍ଷରେ
ଯେତେଦିନ ଥିବ ଭାଷା, ବିରାଜିବ ତାହା
ଉତ୍କଳ-ବକ୍ଷରେ ।
ଶ୍ରୀ କ୍ଷେତ୍ର ।
ଜଗତ-ଜୀବନ ଦିନମଣି ରବି
ପ୍ରକାଶି ଜଗତେ ଅଭିନବ ଛବି
ମଣ୍ଡିଣ ଜଗତ ସୁବର୍ଣ୍ଣ କିରଣେ;
ସଜାଇ ଧରଣୀ ନବ ଆଭରଣେ,
ମୃତ ଜଗତକୁ ନିଦ୍ରାରୁ ଉଠାଇ,
ନବୀନ ଉଦ୍ୟମ ଉତ୍ସାହେ ମତାଇ
ଜଗତର ଯେତେ ନାଶି ଦୁଃଖ ରାଶି,
ପ୍ରଭାତେ ନମନ୍ତି ତୋହ ପଦେ ଆସି ।
ଯୋଗ ନିଦ୍ରା ଯହିଁ ଅନାଦି ପୁରୁଷ,
ନାଶ ଯାଏ ଯାହା ପରଶେ କଳୁଷ,
ଯାର ଗର୍ଭୁଁ ଜାତ ହେଲେ ସୁଧାକର,
ସୁଧା-ପ୍ରସୂ ସେହି ରତ୍ନର ଆକର,
ନାହିଁ ଯାର ଅନ୍ତ ନାହିଁ ଯାର ଆଦି,
ହ୍ରାସ-ବୃଦ୍ଧି-ହୀନ ସେହି ବାରାନିଧି
ବଢ଼ାଇ ନିଜର ତରଙ୍ଗ-ଅଧର.
ଦାସ ପ୍ରାୟେ ଚୁମ୍ବେ ତୋହର ପୟର ।
ଉତ୍ତାଳ ତରଙ୍ଗ ଉଠାଇ ସାଗର,
ବଜ୍ର ସମ କରି ଶବ୍ଦ ଭୟଙ୍କର,
ଉଦ୍ଗାରିଣ ଫେନ ଗ୍ରାସିବାକୁ ଧରା
ମହା ଆଡ଼ମ୍ବରେ ଆସୁ ଥାଇ ପରା ।
ଶୁଭ୍ର କଳମାଳା ମୁକ୍ତା-ହାରସମ,
ଦିଶୁଥାନ୍ତି ଆହା କେଡ଼େ ମାନୋରମ ।
ଇନ୍ଦ୍ରଧନୁ-ବର୍ଣ୍ଣ ନିଜ ଅଙ୍ଗେ ବହି,
ଶୋଭୁଥାନ୍ତି ନାନା ଶକ୍ତି ପୁଞ୍ଜି ତହିଁ
ଆର୍ଯ୍ୟ ଗୌରବର ବିଜୟ-କେତନ,
ଉତ୍କଳ-ଶିଳ୍ପର ନିଜ ନିକେତନ,
ସମୟ-ସାଗର-ତରଙ୍ଗ-ଆଘାତେ
କାଳର କରାଳ ମହା ଝଞ୍ଜାବାତେ
ହୋଇ ବିପର୍ଯ୍ୟସ୍ତ ଅବଶିଷ୍ଟ ଯାହା
ଅଛି ତୋର, ତହିଁ ଅଛି ସିନା ତାହା ।
କେନ୍ଦ୍ର ସ୍ଥଳି ସାମୁଦ୍ରିକ ବାଣିଜ୍ୟର,
ରାଜନୈତିକର ସୁଦୃଢ଼ ଶିଖର,
ଅର୍ଦ୍ଧ ଚନ୍ଦ୍ରାଙ୍କିତ ବିଜୟ ନିଶାଣ,
ଉଡ଼ାଇ ଭାରତେ ଧରିଣ କୃପାଣ
ହିମାଚଳଠାରୁ କୁମାରିକା ଯାଏ,
କମ୍ପାଇଲେ ଯେବେ ଯବନ ରାଜାଏ,
ସେକାଳେ ଉତ୍କଳ-ଗୌରବ-ଭାସ୍କର
ଗଜପତି-ଗୌଡ଼େଶ୍ୱର-ବଂଶଧର
ତୋର ତହିଁ ସ୍ୱାଧୀନତା-ବୈଜୟନ୍ତ୍ରୀ,
ଉଡ଼ାଇ ରଖିଲେ ଅପୂର୍ବ କୀରତି ।
ସହସ୍ର ସହସ୍ର ତୀର୍ଥ-ଯାତ୍ରିଗଣ,
‘ଜୟ ଜଗନ୍ନାଥ’ କରି ଉଚ୍ଚାରଣ,
ଶତ ବାଧା ବିଘ୍ନ କରି ଅବହେଳା,
ଜଗନ୍ନାଥ ସ୍ୱାମୀ ନାମେ ବାନ୍ଧି ଭେଳା,
ଭୁଲି କ୍ଷୁଧା-ଜ୍ୱାଳା ଭୁଲିଣ ପିପାସା,
ଭୁଲି ପଥଶ୍ରମ ଧରି ଏକ ଆଶା,
‘ଜୟ ଜଗନ୍ନାଥ’ ଗୀତ ଗାଇ ଗାଇ,
ତୋହରି ଆଡ଼କୁ ଯାଉଛନ୍ତି ଧାଇଁ ।
ସାମ୍ୟବାଦିତାର ଉଡ଼ୁଛି, ନିଶାଣ;
ପଣ୍ଡିତ ପାଷଣ୍ଡ ସକଳେ ସମାନ ।
ବ୍ରାହ୍ମଣ ଚଣ୍ଡାଳ ବସି ଏକାସନେ
କରନ୍ତି ଆହାର ଆନନ୍ଦିତ ମନେ ।
ଜାତି ଧର୍ମ ର୍ବିଶେଷେ ସର୍ବଜନ
ଏକାଧାରେ ବସି କରନ୍ତି ଭୋଜନ ।
ଶ୍ରୀହସ୍ତ ବଢ଼ାଇ ଜଗତ ଗୋସାଇଁ
ପାପୀଙ୍କୁ ଡାକନ୍ତି ନିସ୍ତାରିବାପାଇଁ ।
ଧନ୍ୟରେ ଶ୍ରୀକ୍ଷେତ୍ର ତୋର ବଡ଼ପଣ
ଉତ୍କଳ ମାତ ର ତୁହି ସାର ଧନ ।
ତୋଲାଗି ଉତ୍କଳ ବିଖ୍ୟାତ ଜଗତେ,
ନୋହିଲେ ରହିଣ ଥାଆନ୍ତା ଗୁପତେ ।
ଜାଗୁ ଏ ଉତ୍କଳ ତୋ ଧର୍ମ କୁହାଟେ,
ଚାଲନ୍ତୁ ସରବେ ଏବେ ସତ ବାଟେ ।
ତୋର ସାର ଶିକ୍ଷା ଶିଖା ଉତ୍କଳରେ,
ତରନ୍ତୁ ଓଡ଼ିଆ ତୋ ଧର୍ମ-ବଳରେ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ