ଅର୍ଚ୍ଚନା
କୁନ୍ତଳା କୁମାରୀ ସାବତ · ଭାଗ ୨ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଦୁର୍ବାଦଳ
ଦୁର୍ବାଦଳେ ତୋ’ ଅଙ୍କ-କୋମଳ ମଞ୍ଜୁଳ ଶ୍ୟାମ ଆଉ;ପବିତ୍ର ତୋହର ଅମଳ କମଳଚରଣେ ଫେନିଳ ସିନ୍ଧୁ,ମାଆ ଗୋ ପୟରେ ମାଗେ ତୋହରି ଆଶିଷ ଅମୀୟ ବିନ୍ଦୁ !ଜନନୀ ! ତୋହରି ଚାରୁ ଚିତ୍ରୋତ୍ପଳା,ପୂଣ୍ୟତୋୟା କାଠଯୋଡ଼ୀ,ଭୁବନେଶ୍ୱରେ ତୋ’ ଏକାମ୍ରକାନନ, ସୁନ୍ଦର କଟକ ପୁରୀ;ରମ୍ୟ ତୋହର ଶତ ଗିରିବନତୋହରି ଆଶିଷ ମାଗେ,ଦିଅ ଗୋ ଜନନୀ ! ଦିଅ ଗୋ ଆଜି ଐକ୍ୟ କର୍ମ୍ମଯୋଗେ ।ଆଜି ହେ ଶାରଦ-ଲକ୍ଷ୍ମୀ ତୋହରିପୟର ପୂଜିବି ମାତଃ,ତରୁମୂଳ ଝରା ଶେଫାଳୀ-ମାଳାରେସଦ୍ୟ-ଶିଶିର ସ୍ନାତ ।କାଶ-କୁସୁମ ଶୁଭ୍ର ଚନ୍ଦନ,ଶୀତ ଚାନ୍ଦିନୀ ନେତ୍ରନନ୍ଦନ,ବିଶ୍ୱବନ୍ଦନ-ପଦ-କୋକନଦେଦେବି ଅର୍ଘ୍ୟ ସନ୍ଧ୍ୟା ପ୍ରାତଃ ।ମାନସେ ପୀୟୁଷ ହରଷ ଭରିଅଦୃଶ୍ୟ ସୋମ-ସୁମନ ସରି,ନଦୀ-ନିର୍ମ୍ମଳ-ଜଳ ମୁକୁତା ଧାରେ,ଶ୍ରୀପଦ ପୂଣ୍ୟ ଶରଧାସାରେ,ଆଦରେ ଧୋଇବି,ଶସ୍ୟ ଶ୍ୟାମଳ ଆସ୍ତରଣେଆସନ ଥୋଇବି,ବ୍ୟଜନିବ ଆସି ସେବକ ସମସ୍ନିଗ୍ଧ ମୃଦୁଳ ବାତ !ଆସ ଆସ ଭାଇ ଭଉଣୀର ଡାକେଆଉ ନ ରହିବା ଅଳସେ,ଲାଞ୍ଛନା-ବେଦନା ଦୈନ୍ୟ ଅବହେଳିକରିବା କରମ ହରଷେ ।ନୁହେ ଏ ଜୀବନ ଅସାର ଖେଳନା,ଏ ଜୀବନ ପରା ଆନନ୍ଦ-ଚେତନା,ଶକତି ସାଧନା ଶକ୍ତି ବନ୍ଦନାସଙ୍ଗୀତେ ଜୀବନ ବିଳସେ ।ଶକ୍ତି ରଙ୍ଗମଞ୍ଚେ ଆସ ଆସ ଧାଇଁ,ହେବା ବଡ଼ ବିଶ୍ୱେ ଶକ୍ତି ଦେଖାଇ,ଶକ୍ତି ପୂଜା ଧର୍ମ ଶକ୍ତି ପୂଜା କର୍ମ୍ମ,କିପାଇଁ ବସିଛ ବିରସେ ?ଉଠ ବୀର ଭାଇ, ଉଠ ହେ ସାଧକ,ଉଠ ଆତ୍ମତ୍ୟାଗୀ, ବିଶ୍ୱର ସେବକ,ଗଲା ବହି ଦିନ, ଗଲା ବହି ଦିନ,ଲାକେ କିପାଁ ବସ ଅବଶେ ?ବହୁଥାଉ ବହୁଥାଉ ଦିବସ ରଜନୀଝର ଝର ମର୍ମ୍ମଭେଦୀ ନୟନ-ଝରଣାମଉନେ ମରିବି, କିଛି ନ କହିବି,ଦେବି ତୋ’ ଦୁଆରେ ଧାରଣା ।ସରିଛି ସର୍ବସ୍ୱ, ମୁଁ ଆଜି ସୁଦୀନ,ତୋ’ ଚିନ୍ତାରେ ମୋର ତନୁ ହେଲା କ୍ଷୀଣ,ତୋ’ ମାଟିରେ ମିଶି ହେବି ଶେଷେ ଲୀନ,ଊଣା ନ ହେବ ମୋ’ କାନ୍ଦଣାଖଣ୍ଡ ଖଣ୍ଡ ତୋର ସୁକୋମଳ ଅଙ୍ଗ,ଭାଇ ଭାଇ ଛିନ୍ନଭିନ୍ନ ଏ କଳିଙ୍ଗ,କେ ରହିଲେ କାହିଁ କେହି ଲୋଡ଼େ ନାହିଁସହୁଛୁଁ କେବଳ ଯନ୍ତ୍ରଣା ।ଦେଖି ତା’ ଦୁର୍ଦ୍ଦଶା ଉଡ଼େ ମୋ ହଂସା,ମୁଖେ ନାହିଁ ଭାଷା, ନାହିଁ ମୋ’ ଭରସା,ଏଡ଼େ ବଡ଼ ଜାତି ଆଲିଙ୍ଗିରେ କ୍ଷିତି,ପ୍ରାଣ କେ ଧରିବ କହନା !ଜନନୀ ତୋହର ମୋହନ ମୂରତିମୋ’ ପରାଣ-ପ୍ରୀତିଚନ୍ଦନ,ଜନନୀ ମୋହର ଘନ ଗିରିବନମୋ’ ପାରିଜାତକ ଚନ୍ଦନ ।ମଞ୍ଜୁଳ ମନ୍ଦାର ତୋର କାନଫୁଲ,ତୋ’ ଶ୍ୟାମ-ସରସେ ସୁଧାନନ୍ଦ ଠୁଳ,ତୋର ମହାନଦୀ ଭବ ବିଷ୍ଣୁପଦା,ତୋ’ ସିନ୍ଧୁ ଇନ୍ଦିରା-ସଦନ ।ତୋ’ ମନ୍ଦିରମାଳା ମୋ’ ନେତ୍ରସଙ୍ଖାଳି,ପୁଣ୍ୟ ତୋର ପୁରୀ ଚକ୍ରତୀର୍ଥ ବାଲି,ଦୁର୍ଗ ବାରବାଟୀ ବୀରସୃଷ୍ଟ ମାଟିକପାଳ-ତିଳକ-ରଚନ ।ବେଦନାରେ ତୋର ପ୍ରାଣ ମା କାତର,ଝରେ କି ଗୋ ମାତ, ତୋ’ ଅଶ୍ରୁ ନିର୍ଝର,ପଦେ ପ୍ରାଣ ବାନ୍ଧି ତୋ’ ସଙ୍ଗେ ମୁଁ କାନ୍ଦିସାରିବି ସଂସାର ଜୀବନ ।ବିଶ୍ୱ-ଚନ୍ଦନୀୟା ବାଣି ! ତୋର ଚରଣେଆଣିଛି ଚରଣ-ଡାଲା ସଜ ସୁମନେ ।ହାତରେ ପିନ୍ଧାଇ ତୋରଲଭିବି ତୃପ୍ତି ଅପାର,ଶୋଭିବ ପ୍ରେମମନ୍ଦାର ଚାରୁ ଚରଣେ ।ପ୍ରେମମଲ୍ଲୀମାଳେ ଗଳା,ଭୁଲିବ ମୁକୁତାମାଳା,ଯିବ ଏ ଜୀବନ ମୋର ପାଦ ଅର୍ଚ୍ଚନେ ।ମାଳତୀମୁକୁଟ ଗୁନ୍ଥିସଜାଇବି କେଶପନ୍ତି,ବସାଇବି ରାଣୀ ମୋର ହୃଦଆସନେ ।କେତକୀ ବକୁଳ ଗନ୍ଧେଗୋଳାପ ପଦ୍ମ ଆନନ୍ଦେଛନ୍ଦିବି ଶ୍ରୀଅଙ୍ଗ ଚମ୍ପାଚୂତ ବନ୍ଧନେ ।ତରାଟ ତୁଳସୀ ମାଳି,କୁନ୍ଦ ଶେଫାଳୀ ନିଆଳିସଜାଇବି ଅର୍ଘ୍ୟଥାଳୀ ଚୂଆ ଚନ୍ଦନେ ।ହେଲେ ମୁଁ ଦୀନ ଉତ୍କଳ ! ଦୀନ ଉଜ୍ୱଳ !ମୋ ଭରସା ସିନା (୩)ଓଡ଼ିଆ ବଳ ।ଓଡ଼ିଆର ଦେହେ ଯେ ଶୋଣିତ ବହେ,ଓଡ଼ିଆ ପରାଣେ ଯେ ପ୍ରୀତି ଶୋହେ,ସେ ତ ମୋ’ ସମ୍ୱଳ (୩)ପୂର୍ଣ୍ଣ ସମ୍ୱଳ !କିପାଁ ଦୁର୍ବଳ ମୁଁ କିପାଁ ଦୁର୍ବଳ !ହେଲେ ମୁଁ ଦୀନ ଉତ୍କଳ ।୧।ହେଲେ ମୁଁ ହୀନ ଓଡ଼ିଶା ! ହୀନ ଓଡ଼ିଶା!ମୋ ’ ଭରସା ସିନାଓଡ଼ିଆ ଭାଷା;ଓଡ଼ିଆ ବଦନେ ଓଡ଼ିଆ ସଦନେ,ରଚନେ ପଠନେ, ଯେ ଜାଣି ସ୍ୱନେ,ସେ ତ ମୋ‘ ସାଧନ (୩)ପୂର୍ଣ୍ଣ ସାଧନ;କିପାଁ ନିର୍ଦ୍ଧନ ମୁଁ କିପାଁ ନିର୍ଦ୍ଧନ,ହେଲେ ମୁଁ ହୀନ ଓଡ଼ିଶା ।ନବବର୍ଷେନିଶାନ୍ତ ସମୀର ବହିଗଲା ଧୀରେ,କୁଆତାରା ହୀରା-ହସ ଲିଭିଲା,ପୂର୍ବାଶା ସିନ୍ଦୂର ଦୁଆର ମୁକୁଳିଉଛୁଳିଲା ପ୍ରେମ-ପ୍ରବାଳ-ଲୀଳା ।ନବ ବରଷର ନବୀନ ଅତିଥିଉଭା ଗଗନରେ ମୋହନ ବେଶେ,କଳିଙ୍ଗ କୁଟୀରେ ଜାଗିଲା ମଧୁରେପ୍ରଭାତ ସଙ୍ଗୀତ ହର୍ଷ ଆବେଶେ ।ମନ୍ଦିରେ ଶୁଭିଲା ଶୁଭ ଶଙ୍ଖ ସ୍ୱନପାହାନ୍ତା ପବନ ମୃଦୁହିଲ୍ଲୋଳେ ।ଘନବନବୀଥି ପଡ଼ିଲା ଉଛୁଳିତରଳ କାକଳି କୋମଳ ରୋଳେ ।ସାରା ସୃଷ୍ଟି ଆଜି ହରଷ ଆଧାରନବବର୍ଷ ଶୁଭ ପର୍ବ ପାଳନେ,ବସିଲା ବିଶାଳ ଆନନ୍ଦ ବଜାରବିଶ୍ୱରାଜ ସଭା-ଶୋଦନ-ସଦନେ ।ଅପସରା ପରା ଖେଳିଲେ ଅବିରଜ୍ୟୋତିଃ-ସୀମନ୍ତିନୀ ଉଷା ଅଙ୍ଗନେ,ଚମ୍ପାଗୋରା ତୋରା ତରୁଣ ତପନବସିଲା ଅର୍ଣ୍ଣିବ ସ୍ୱର୍ଣ୍ଣ ଆସନେ ।ଅମଳ ଆନନ୍ଦ ସିନ୍ଧୁ-ସୁଧା ସ୍ନାନସାରି ଶୋଭେ ରବି ରୁଚିର ହାସ,କନକ-କାରଣ- ବାସ କଭକ୍ଷେୟପାଦେ ପଦ୍ମ-କାନ୍ତି ଉଷା ବିଳାସ ।ଜୀବନ ସ୍ପୃନ୍ଦନ ଜାଗିଲା ମୋହନ,ନନ୍ଦିଲା ଆନନ୍ଦେ ନିଖିଳ ଧରା,ବନ୍ଦିଲା ବହନେ ନବ ରବି ଛବିଅତୁଳ ଅମଳ ଜ୍ୟୋତି-ପସରା ।ଗାଇଲେ କଳିତ କଣ୍ଠେ ସୁଲଳିତଜ୍ୟୋତି ଜନ୍ମତିଥି ନବୀନ ଗାନ ।ଉଭା-ଶୋଭା-ଫୁଲଗଭା ହେମପ୍ରଭାଅମରାଏ ତୋଳି ଅମୀୟ ତାନ ।ଉଷା ସୁଷମାରେ ଶୋଭିଲା ସ୍ୱରଗପ୍ରେମ ହେମ କମ-କମଳ କାନ୍ତି,ଚକିତ ଚଞ୍ଚଳ ଚିତ୍ତ ଚରାଚରନିରେଖିଲେ ନବ ମଙ୍ଗଳ ଶାନ୍ତି ।ଲୁହ ଝରା ଜ୍ୟୋତି ମୋତି ହିମପନ୍ତିସରମ ସୁନ୍ଦରସ୍ନେହ କୋମଳସରସ-ଶ୍ୟାମଳ ଘନ ଦୁର୍ବାଦଳପାତିଲା ପୃଥିବୀ ପଥେ ଅଞ୍ଚଳ ।ଅମ୍ୱୁଜ-ବରଣ- ଗୁରୁ ଚୁମ୍ୱନରଆଶେ ବିଳସିଲେ କୁଞ୍ଜ କିଶୋରୀ,ରଚିଲେ ରଭସେ ଫୁଟା ଫୁଲ-ପାଶମନ୍ଦାର, ମଲ୍ଲୀକା, କେତକୀ ଗୋରୀ ।ଜଳ ଢଳ ହିଆ ନବ ଅରବିନ୍ଦଅଶ୍ରୁ ଟଳ ମଳ ସଜ ଗୋଳାପ,ବିପିନ-ବରଳ ବର୍ଷରାଜ ସ୍ତୃତିଭୃଙ୍ଗ-ମୃଦଙ୍ଗରେ କଲେ ଆଳାପ ।ନିବିଡ଼ ଉଲ୍ଲାସେ ପଳାଶ, ଶାଳ୍ମଳୀ,ଛୁରୀକ, ଅଶୋକ, ନାଗକେଶର,ରଙ୍ଗ ଚରଣର ଲାଳସୀ ରଙ୍ଗଣୀଢାଳିଲେ ବାସନାଶିକ୍ତ ଅନ୍ତର ।ବିଶ୍ୱ ବୀଣା ତାନେ ବାଜିଲା ସହସାଚମ୍ପା ଚୂତ କୁଞ୍ଜେ ପଞ୍ଚ ଲହରୀ,ମରମେ ମମ୍ମରି ମୃଦୁଳ ମଳୟମୁଦେ ନିମିଷକେ ଗଲା ସଞ୍ଚରି ।ନବ ବରଷର ନବୀନ ହରଷେସଜାଡ଼ିଲେ ସର୍ବେ ଅର୍ଚ୍ଚନାଥାଳୀ,କି ଦେବୁ ଲୋ ପାଦେ ଆଜି ତୁ ଉତ୍କଳ,ଚିତ୍ତ ଚିର ରକ୍ତ ପକା ଲୋ ଢାଳି ।ତୁଚ୍ଛା ସଜବାଜ ନ ପିନ୍ଧ ଲୋ ଲୋକେଛିନ୍ନ ପୁରାତନ ମଳିନ ଶାଢ଼ୀ,ପଡ଼ିଥା ପତର କୁଡ଼ିଆ କୋଣରେକେଶ ବେଶ ହାସ ହରଷ ଛାଡ଼ି ।ପରଦେଶୀୟାର ବସନ ଭୂଷଣେବିଳାସିନୀ ବେଶେ ନ ହୁଅ ବାଇ,ପକା ମନେ ତୋର ପୁରୁବର ଶିରୀକି ଥିଲୁ କ ହେଉ ତୁ କାହିଁପାଇଁ ?କାହିଁ କୁଶ କରେ କନକ କଙ୍କଣକାଚ ଚୁଡ଼ି ପଟେ ଏଡ଼େ ଆଦର,କୁଙ୍କୁମ କସ୍ତୁରୀ କେତକୀ କର୍ପୂରଛାଡ଼ିଲୁ ରସିଣ ପର ଅତର ।ତୁଟିଛୁ ତୋହର ଫୁଟା ପଦ୍ମ ଶୋଭାକିମ୍ପା ସାବୁନରେ ଘଷୁ ତୋ ମୁଖ,ନ ବୋଳ ଅଳତା ଦୁର୍ବଳ ଚରଣେ,ରୋଗଶେଯେ ପଡ଼ି ରହିଥା ମୂଳ ।ଜରାଜୀର୍ଣ୍ଣ ଶୀର୍ଣ୍ଣ ଶିରୀ ତୁ ଦୁଃଖିନୀ,ନିଃସ୍ୱ ନିଃସମ୍ୱଳ ନିତି ଲାଞ୍ଛିତା,ବାଞ୍ଛିତେ ବଞ୍ଚିତା ପର ପଦାନତାମଉନେ କବାଟ କୋଣେ ପଡ଼ିଥା ।ଥାଉ ଥାଉ ତୋର ଚନ୍ଦନ-ରଚନାନ ସଜାଡ଼ି ଆଉ ବନ୍ଦନ ଦେବୀ,ଦୀର୍ଘଶ୍ୱାସ ଉଠୁ ଦୀର୍ଘ ମନ୍ଦିରେଜୀର୍ଣ୍ଣ ପ୍ରତିମା ପଞ୍ଚରାଭେଦି ।ନ ଖଞ୍ଜ ଆୟାସେ ରୁକ୍ଷ କର୍କଶଭଙ୍ଗା ଖଞ୍ଜଣୀରେ ବିକଳ ସ୍ୱର,ନୀରବ ନିର୍ଜନ ଦେଉଳ ମୂଳରୁକରୁ ହାହାକାର ଫଟା ପଥର ।କାନ୍ଦୁ କଲ୍ଲୋଳିନୀ ସିକତା ଶୟନେଜଳୁ ବେଣା-ବନେ ଅନଳ ଶିଖା,ବରଶୁଷ୍କ ସରେ କାନ୍ଦୁ ଲୋ ସଫରୀ,କାନ୍ଦୁ ହତଶିରୀ କ୍ଷୀଣ ଚିଳିକା ।ଯା ନୀଳ ବେଣୀରେ ନ ଶୋଭେ ତରଣୀ,ଚମ୍ପାଫୁଲ ଶ୍ରେଣୀ ସୁଷମା ଜିଣି,ଆଉ ତ ଓଡ଼ିଆ ଦୂର ବିଦେଶରୁନ ଆଣେ କୁବେର ଭଣ୍ଡାର କିଣି ।ଶିବ ଶିରୀପତି ସରଳା ପାର୍ବତୀପୟର ପରଶେ ପୂତ ବିମଳ,ତରଙ୍ଗ ତରଳା ଚାରୁ ଚିତ୍ରୋତ୍ପଳଲୀଳା ଶତଦଳ ରମ୍ୟ ଉତ୍କଳ ।କୋଳେ ଯା’ ଜନମ ଐର ଅରିନ୍ଦମପୁରୁଷ ଉତ୍ତମ, ଭୀମ, ଯଯାତି,କେଶରୀ କରୀ ଯା’ ବାହନ ଆଜି ସେତପନର ତଳେ ଅଧମ ଜାତି ।ଶିଳାଶିଳ୍ପ ଛଳେ ଛନ୍ଦି କାବ୍ୟକଳାକବିତାରେ ରଚି କୌଶଳ କାରୁପାରାବାର ପର- ପାରେ ଯା’ ସଭ୍ୟତାଶୋଭିଲା ମନ୍ଦିର ମଣ୍ଡପେ ଚାରୁ,ଆଜି ସେ ବର୍ବର ଆଜି ସେ କିଙ୍କର,କା’ ପ୍ରାଣ ପାଷାଣ ସହିବ ଆଉ?ଅଳସ ବିଳାସୀ ଆମେ ଲୋ ସରବେ,କୋଟିକଷ୍ଟ ନିକି ଅଙ୍ଗେ ନିଭାଉ !ଗଲା ଧର୍ମ୍ମ କର୍ମ୍ମ ସାଧନ ଭଜନ,ନେଲେଣି ମେଲାଣି ଶିରୀଶାରଦା,ଅନ୍ନପୂର୍ଣ୍ଣା ମାତା ଅନ୍ନ ଅଭାବରେବସି ଶମଶାନେ ବାହୁନେ ସଦା ।ଶୈଳମାଳ ତେଜି ଜ୍ୱର ମେଲେରିଆକମଳ ପ୍ରଫୁଲ୍ଲ ପଲ୍ୱଳେ ପଶିପଲ୍ଲବ-ପାଟଳ ପଲ୍ଲୀସୁଷମାସାରିଲାଣି ସବୁ, ଦେଖୁଛୁ ବସି ।ଲକ୍ଷେ ରାଜାଙ୍କର ମଉଡ଼ମଣିରରାଇଜର ଲୋକେ ମଶାଣିମଡ଼ା,ଦୁର୍ଭିକ୍ଷ ବନ୍ୟା- ବିପତ୍ତି କଲାଣିଲକ୍ଷେ ପରଜାଙ୍କୁ ରାଇଜଛଡ଼ା ।ପୋଡ଼ ବେଲପଣା ଗଜାମୁଗ କନ୍ଦ,ଚକଟା ଛତୁରେ ନ ବଳେ ମନ,ତଳସୀର ତଳେ ମନ୍ତ୍ର ବିସୋରିଛିନ୍ନ ଚିତ୍ତଁ ଉଠେ ଘନ ରୋଦନ ।କୃପା-ସିଂହାସନ ଟଳିବ କି ହେଳେ,ଢାଳେ ଚାହିଁବେ ସେ ଶ୍ରୀହରି ଥରେ ?ଓଡ଼ିଆର ଦଶା ଓଡ଼ିଆର ଆଶାହେବ କି ସଫଳ ଏ ଜଗତରେ ?ଚରଣେ ମାଗୁଣି ଏତିକି ହେ ହରିନବ ବରଷର ଶୁଭ ଆଶିଷେ,(ଯେହ୍ନେ) ଛିନ୍ନ ସୁଷମା ଭିନ୍ନ କଳିଙ୍ଗଅଚିରେ ଆନନ୍ଦେ ଏକାଠି ମିଶେ ।ଦୂର୍ବାଦଳନନ୍ଦନ ମନ୍ଦାରେ କାହୁଁ ବା ପୂଜିବିଅଛି, ଯୋଡ଼ିଏ ତୁଳସୀ ପତର,ସୁନା, କୁନ୍ଦୁରୁ ମୁଁ କାହୁଁ ଆଣିବି ଗୋ,ନାହିଁ ମୋ, ଚନ୍ଦନ, ଅତର ।ଦୁବ, କୋଳିପତ୍ର, ଆତପ ତଣ୍ଡୁଳେସଜାଡ଼ିଛି ପୂଜାସମ୍ଭାର,ହୀରା ମୁକୁତା ମୁଁ କାହୁଁ ପାଇବି ଗୋ,ଗୁନ୍ଥିଛି ସୁମନ ସୁହାର ।ପନୀରେ କାହୁଁ ବା ସଞ୍ଚିବି, ଲୋଚନ-ସଲିଳେ ରଖିଛି ତିନ୍ତାଇ,ଜଣାନାହିଁ ବଡ଼-ପଣିଆ ମୋତେ ଗୋ,ଅଛି ନିର୍ମଳ ପ୍ରୀତି ବଢ଼ାଇହୃଦୟ ମନ୍ଦିରେ ଆଜି ଆନନ୍ଦରେଆସିଲ କି ଦେବ ସୁମନ ?କେ ତୁମେ ହେ ବନ୍ଧୁ, କେ ତୁମେ ଅତିଥି,କେ ତୁମେ ମୋ’ ପ୍ରିୟ ସୁଜନ !ମୁଖ ଚିହ୍ନା, ଚିହ୍ନା, ତଥାପି ଅଜଣା,କ୍ଷଣେ ମନକିଣା ତହିଁ କି ବେଦନା,ସାରା ଜୀବନର ଯାତନା ମଧୁରକଲାଣି ମରମ ଦହନ ।ମହାନ ମୋହନ ମୁରତି ନୟନେ,ଥକା ମୋ’ ଚରଣ, ନ ଚାଲେ ଅୟନେ,ଶୟନେ, ସ୍ୱପନେ, ଗୋପନେ ଗୋପନେଜପିଥିଲି ସାରା ଜୀବନ !ଅଧବାଟେ କାହୁଁ ଆସି ମିଲିଗଲ,ଲୋଚନୁଁ ଆନନ୍ଦ ଅଶ୍ରୁ ବୁହାଇଲ,ହରିଲ ନିମିଷେ ପ୍ରଣୟ ପରଷେପରାଣ-ପାତକ ବନ୍ଧନ !ମୋ’ ସ୍ନେହ ରତନ ଆଦରେ ଯତନେଦେଲି ମୁଁ ମଉନେ ଶ୍ରୀପଦ-ବନ୍ଦନେ,ପ୍ରୀତିର ବନ୍ଧନେ ବାନ୍ଧ ନିଶିଦିନେହେ ମନନୟନ-ନନ୍ଦନ !ବେହାଗ ଖମ୍ୱାଳ – ଦେଓରାମୋର ନିଭୃତ ଗୋପନ ମରମେଆସଇ କେ ଆସଇ,ପ୍ରେମ ମୋହନ ମଧୁର ପରଶେରସଇ କେ ରସଇ!ଏହି ଅପାର ସୁନ୍ଦର ସଂସାରେ,ପୟର ସଧୀର ସଞ୍ଚାରେଆସଇ କେ ଆସଇ !ଚାରୁ ତାରକା-କୁସୁମ-ସୁହାସେହସଇ କେ ହସଇ,ସୁଧା ବସନ୍ତ ଅନିଳ ହିଲ୍ଲୋଳେ,ସାଗର ସୁନୀଳ କଲ୍ଲୋଳେଭାସଇ କେ ଭାସଇ !ମୋର ଅସ୍ଫୁଟ ଗୋପନ ରୋଦନେ,ଆସଇ କେ ଆସଇ !ବେହାଗ ଖାମ୍ୱାଜ-କାଓ୍ୟାଲିତବ ପ୍ରେମ ପାଇଁ ତୃଷିତ ହେ ବନ୍ଧୁ,ତୃଷିତ ମୋ’ସାରା ପରାଣ,ଶକତି, ମୁକତି, ବିତ୍ତ ବିଭୂତିରେନ ହେବ ଏ ଦୁଃଖ ବାରଣ ।ସପତ ସୁରଗ ଭୋଗଲାଗି ପ୍ରଭୁନାହିଁ ମୋ’ ତିଳେକ ବାସନା,ବିନା ତବ ଧ୍ରୁବ-ଶିବ ପଦପ୍ରାନ୍ତନାହିଁ ମୋର ଆନ ସାଧନା ।ନ ଚାହେଁ ମୁଁ ରମ୍ୟ ରତନ କନକ,କି ହେବ ଅସାର ମୁକୁତା ମାଣିକ,ବିନା ପାଦୋଦଳ ନ ମେଣ୍ଟିବ ଦଳ,ଶୁଷ୍କ ମୋ’ କଣ୍ଠ-ରସନା !ବାହାର-ଏକତାଲାଆସ ମୋର ପ୍ରାଣେ ହେ ଶକ୍ତି ମୋହରଜ୍ୟୋତିର୍ମୟ ଶ୍ୟାମସୁନ୍ଦର,ନିବିଡ଼ ଜଳବ-ମାଳାରେ ବରଷିବିଜୁଳି ପ୍ରବଳ ପୁଲକେ ଉଚ୍ଛ୍ୱସିବ୍ୟାପ ମୋ’ ହୃଦୟ-ଅବନୀ-ଅମ୍ୱର ।କନକ-କିରଣେ ରବି- ତାରକାରହର ମୋ’ ଅନ୍ତର ଗର୍ବ ଅନ୍ଧକାର,ଭାଙ୍ଗିଯାଉ ଲଭି ଚରଣ-ପ୍ରହାରତୁଚ୍ଛ ଅହଂକାର-ଉନ୍ନତ ଶିଖର ।ତବ ଶ୍ରୀମହିମା ନଭୋନୀଳିମାରେଫୁଟିଉଠୁ ମୋର ଅନ୍ତରେ ବାହାରେ,ଲାଜ ଅପମାନ ଲଭୁ ଅବସାନହୃଦପଦ୍ମେ ପାର ଆସନ ସୁନ୍ଦର ।ସିନ୍ଧୁ-ଖାମ୍ୱାଜ-କାଓ୍ୟାଲିକେବେ କରିଥିଲି ମନାହୃଦପଦ୍ମେ ଆସନ,ମୋ’ ନିଜ କର-ରଚନାବସିବେ ମୋ’ ପ୍ରିୟତମ !ବିଶାଳ ବିଶ୍ୱର ରାଜା,ଘେନିବେ ମୋ’ ତୁଚ୍ଛ ପୂଜା,ଏ ତ ମୋର ଅହଂକାରଦେବମାନବ-ବନ୍ଦନ !ପଦ ଧରି ଡାକେ ହରି,ହୀନ ମନେ ନ ବିଚାରିଆସ ମୋ’ ଦୀନ କୁଟୀରେ,ଆସ ମୋ’ ମନମୋହନ !ନୁହେଁ ଯିବି ମୁଁ ସୁନ୍ଦର,ଦରିଦ୍ର ଛାର ଇତର,ବିତର କରୁଣା କର,ତବ ପ୍ରୀତି ପୁଣ୍ୟଧନ ।ମିଶ୍ର କାନାଡ଼ା- ଏକତାଲାପ୍ରେମ କରେଁ କିପାଁ କହିବି ଗରବେ,ପ୍ରେମ କରିବା ମୋ’ କରଣୀ,ପ୍ରେମ ଅଧିକାର ଦେଲ ବୋଲି ସଖାକୃତାର୍ଥ ମୁଁ ଦୀନ ପରାଣୀ ।ପାରକଉଡ଼ି ମୋ’ ନାହିଁ ବୋଲି ବନ୍ଧୁ,କଲି ଯା ଆରତେ ମାଗୁଣି,ସେ ନୁହେଁ ମୋ’ ଟାଣ ମୋ’ ଗରବପଣଦେଲ ଯଦି ପଦ-ତରଣୀ ।ଭବ-ବିପିନେ ମୁଁ ବୁଲି ମନୋଭ୍ରମେକାନ୍ଦିଲି ତିନ୍ତାଇ ଧରଣୀ,ସେତିକି ନୁହେ ମୋ’ ବଡ଼ିମାପଣିଆଦେଖାଇଦେଲ ଯେ ସରଣୀ ।କିଙ୍କର ବୋଲି କି ଦରପ ମୋହରବଢ଼ାଇ ଶ୍ରୀମୁଖ ଖଟଣି,‘‘ଆପଣାର ଲୋକ’’ ବୋଲି ଯା’ କହିଲ,କରିନେଲ କର-ସାରଣୀ ।ମିଶ୍ରକାନାଡ଼ା – ଏକତାଲାଅକୂଳ ସାଗରେ ଭସାଇଲି ତରୀଶ୍ରୀପଦ ସୁମରି ହେ !ମଲେ ତ ମରିବି, ତାରିଲେ ତରିବି,ଯାହା ଇଚ୍ଛା କର ହରି ହେ !(୧)ଚଉଦିଗେ ଦେଖ ବିଶ୍ୱାଳ ବିସ୍ତାର,ଭୀଷଣ ଏ ଭବ ମହାପାରାବାର,ଦୁଃଖ-ଝଞ୍ଜାଘନେ କମ୍ପେ ଅପଘନ,କେହି ନାହିଁ ସାହା ମୋହରି ହେ ।(୨)ପ୍ରେମ-ନାଉରି ! କର ମୋତେ ପାରିଦୀନନାଥ ନାମ ସାର୍ଥକ ବିଚାରି,ମୋ’ ପରି ସୁଦୀନ ଭବେ କେହି ଆନଅଛି କି କରୁଣା ବିତରି ହେ ?(୩)ଅକୂଳ ଅତଳେ ନାବ ଟଳମଳ,କାତରେ ପରାଣ ଅନ୍ତରେ ବିକଳ,ଶେଷ ଆଶା ମୋର ସୁଦୟା ତୁମରନୋହିଲେ ଗ୍ରାସିବ ଲହରୀ ହେ ।କାନାଡ଼-ଏକତାଲାଦୁଃଖ ଦେଉ ମୋତେ ଦୁଃଖରୁ ଯେସନେଲଭିବି ମୁଁ ଚିର ତରାଣ,ସଂଶୟ-ଡ଼ୋରେ ଗୁନ୍ଥି ଅବିଶ୍ୱାସ,ଧରୁ ମୋର ମୀନ-ପରାଣ । ଧ୍ରୁ-ଭବ-ମାୟାଜାଳେ ରହିଛି ମୁଁ ବୁଡ଼ି,ମୋ’ ଚିର-ସମ୍ପଦ ପ୍ରେମାନନ୍ଦେ ହୁଡ଼ି,ନେଇ ମୋତେ ଧରି, ମୋ’ ହୃଦୟ ଚିରିଦଳି କାଢ଼ୁ ତପ୍ତ ଶୋଷିତ ବିଷାଣ ।୧।ମରି ମୁଁ ଜୀଇବି ତୋ’ ପ୍ରେମଲାଗି,ପାଇବି ସରବ ତ୍ୟାଗି,ହଜିବ ଯା’ ମୋର ହରିବ ଯା’ ତୋର,ପୂରଣ କରିବୁ ହେ ଜଗତରାଣ ।୨।ଆସିଲି ବିକି ଗୋ ପାଦରେ ତୁମରପ୍ରେମମୟ ମୋର ହୃଦୟ,ନ ମୂଲାଇ ତୁମେ ଛଡ଼ାଇନେଇ ଗୋକାହି ମୁଁ ହେଉଛି ଅଥୟ ।ଆସିଲି ପୂଜି ମୁଁ ପୟର ତୁମ୍ଭର,ସୁନ୍ଦର ମୋ’ ମନୋକମଳେ,ଗାଇଲି ବସି ମୁଁ ଦୁଆରେ ତୁମରଦିବାନିଶି ଦୁଃଖରାଗିଣୀ,ଶୁଣିବା କଥା ତ ଦୂରେ ଥାଇ, ତୁମେଭାଙ୍ଗିଦେଲ ମୋ ଖଞ୍ଜଣୀ ।ଘୁଞ୍ଚିଆସିଲି ମୁଁ ଯେତେ କତି କତିତେତିକି କରିଲ ପର ଗୋ,ଯେତେ ବନ୍ଧୁପଣ ଭିଆଣ କରିଲିତେତିକି କରିଲ ଦୂର ଗୋ ।ତେବେ କିନ୍ତୁ ସଖା ନଯିବି ବାହୁଡ଼ି,ଜାଣିଛି ମୁଁ ତୁମ ଛଳନା,ଉପର କଠୋର ବେଭାରେ ଭିତରପ୍ରୀତିଟି କରିଛି କଳନାକଟୁ ବଚନର ଅନ୍ତରାଳେ ଲୁଚିରହି ନ ପାରୁଛି ହସଟି,ମନର ପରଖ ମନ ସିନା ସଖା,ସୁନାର ପରଖ କଷଟି ।ଭୈରବୀ – ଏକତାଲାଆଦର ସୁଧୀରେ ଡାକିଲି ପ୍ରଭୁ ହେ,ଆଦର ତ ହେଲା ମଳିନ,ଝରିଗଲା କେତେ ଅଶ୍ରୁ ଶିଶିର,ଶୁଖିଲା ତ ଚିତ୍ତ-ନଳିନ ।ଦ୍ୱାରେ ଦ୍ୱାରେ ବୁଲି ଏ ଭିକାରୀ ଦଶା,କାନ୍ଦି କାନ୍ଦି ଲାଜେ ହେଲାଣି ବିବଶା,ନ ଶମିଲା ତୃଷା, ନ ପୂରିଲା ଆଶା,ଅନାଇ ତପତ ପୁଲିନ ।ଧୂଳି ମୁଠା ଘେନି ଥିଲ କି ହେ ଗଢ଼ି,କିପାଁ ଫୁଟାଇଲ ହୃଦ କୁନ୍ଦକଢ଼ି,ଝଡ଼ିଲା ଅକାଳେ, ସଢ଼ିଲା ଜଞ୍ଜାଳେ,ଧୂଳିରେ ତ ହେଲା ବିଲୀନ ।ବଡ଼ ଆଶା କରି ଆସିଥିଲି ପ୍ରଭୁ,ପଦଟିଏ କଥା ଶୁଣିବି,ବଡ଼ ଆଶା କରି ବସିଲି ଦୁଆରେନୟନ ପୂରାଇ ଚାହିଁବିତୁମ ଦାସ-ଦଳେ ମୁଁ ସବୁଠୁଁ ଊଣା,ତେଣୁ କି ବାଞ୍ଚିତ ନ ହେଲା କରୁଣା ?ଆସିଥିଲି ମନେ ଘେନି ଯା’ ଫୁରୁଣା,(ଏବେ) ନିରାଶେ ଲେଉଟି ଚାଲିବି ।ଥାଉ ଥାଉ ତବ ପ୍ରେମିକପଣିଆ,ମୁଁ ଥିବି ସଂସାର ଜଞ୍ଜାଳ ଅଳିଆ,ମୋ’ ନୀଚପଣରେ ଥିବି ମଉନରେ(ତହିଁ) ଜୀବନ ସଫଳ ମଣିବି ।ପାଏ ଯଦି ପ୍ରଭୁ ଚାଖଣ୍ଡକ ଭୁଇଁଶ୍ରୀଚରଣ-ପଦ୍ମ ଛାୟାରେ,ଆଉ ନ ଭୁଲିବି, ଦୂରେ ପଳାଇବି,ଅସାର ସଂସାରମାୟାରେ ।(୧)ମଣିବି ଜୀବନ ଚରମ ସାର୍ଥକ,ହୃଦୟୁଁ ତୁଟିବ ବୃଥା ଭୟ ଦକ,ପିଇ ପାଦୋଦକ ଭୁଲିବି ମୋ ଶୋକ,ଲଭିଛି ନିତି ଯା କାୟାରେ ।(୨)ବହି କେତେ କ୍ଳେଶ କେତେ ପଥ ଚାଲିକେତେ ମରୁଭୂମି ଦୁଃଖ-ତପ୍ତ ବାଲି,କେତେ ଭୀମ ବାରି ନଦୀ ସିନ୍ଧୁ ପାରିପାଇଛି ତୋହରି ଦୟାରେ ।(୩)ଏବେ ତୋ’ ଚରଣେ ସେବକର ସ୍ଥାନ,ଅକୁଣ୍ଠିତେ ପ୍ରଭୁ କର ମୋତେ ଦାନ,ସେ ମୋ ମହାମାନ, ସେ ରାଜସମ୍ମାନ,ସେତିକି ଆଶା ମୋ’ ହିଆରେ ।ନିବିଡ଼ ଘନତାମସୀ ରାତ୍ରି,ହୁଅ ସଙ୍ଗୀ ମୋର ଦୁର୍ବଳ ଯାତ୍ରୀ ।ଆକାଶେ କଳା ନୀରଦ ଭାସେ,ଦିଗ୍ବଳୟ କୋଳେ ବିଜୁଳି ହସେ,ନିରାଶ ପ୍ରାଣ, କମ୍ପିତ ତନୁ,ବୁଡ଼ିବ ତରୀ ଭାବନା ଭାରେଗଭୀର ଏ ଭୀମ ସାଗର ତଳେ ।ହୁଅ ସଙ୍ଗୀ ମୋର ଭବଭୟହର,ଦୁର୍ବଳ ମୁହିଁ ଯାତ୍ରୀ,କ୍ଷୁବ୍ଧ ସାଗର, କ୍ଷୁଦ୍ର ତରଣୀ,ଝଞ୍ଜା-ଭୀଷଣ ରାତ୍ରୀ ।ଚତୁର ବଣିଆ ପରାଭବ-ବଜାରେ,ମଉଜେ ମାରିଛ ମନ କିଣାବିକାରେ ।କାହିଁ ଲାଭ କାହିଁ ତୁଟି,କାହିଁ ହସ ଉଠେ ଫୁଟି,କାହିଁ ବିଷାଦ ଭ୍ରୁକୁଟୀ,କାହିଁ ବା ସର୍ବସ୍ୱ ହାରେ ।୧।ଆସନ୍ତି ଖାତକ ଛଳେଦାଣ୍ଡେ କେତେ ଦଳେ ଦଳେ,ଅସଲ ଜଣକ ଚିହ୍ନା,ନ ପଡ଼େ ଏଡ଼େ ଧନ୍ଦାରେ ।୨।ତା ମୁଖ ଦେଖିବା ଲାଗିଆଖି ମୋ ରହିଛି ଜାଗି,ହେବି ମୁଁ ସର୍ବସ୍ୱତ୍ୟାଗୀଦେଖିଲେ ବଦନ ବାରେ ।୩।ଛାଡ଼ି ଏ ଭବପସରାଧାଇଁଯିବି ପଛେ ତ୍ୱରାସକଳ ଅନର୍ଥ-ସରାସେ ପ୍ରେମ-ମନ୍ଦିର-ଦ୍ୱାରେ ।୪।ଲୁଟିଖାଇ କେ ମୋ’ ଧନ,ତହିଁ ନ ହେବି ଉଚ୍ଛନ୍ନ,ସେ ହବ ମୋ’ ଜ୍ଞାନ ଧ୍ୟାନମୋ ସରବ ସଂସାରେ ।୫।ଖଟ୍ ଭୈରବୀ – ଏକତାଲାସେ ତ ଆଦରର ଧନମଣି,ମୋ’ ପ୍ରାଣରତନ, ହୃଦୟମୋହନ,ପୂର୍ଣ୍ଣ ପ୍ରେମ-ସୁଧା-ଖଣି । ଧ୍ରୁବ ।ପରମସୁନ୍ଦର ପ୍ରେମ-ପ୍ରଭାକରମୋ’ ଆତ୍ମାକମଳ, ବନ୍ଧୁ ସୁବିମଳ,ମୋର ସର୍ବସାର ଶକତି ଆଧାରପୂଣ୍ୟମୟ ଗୁଣମଣି ।୧।ପବନେ ଉଛୁଳେ ତା’ ସୁରଲହରୀ,ଫୁଲେ ଫୁଲେ ଫୁଟେ ତା’ ରୂପମାଧୁରୀ,ବାତୁଳ କଲା କି ଅତୁଳ ଆନନ୍ଦେ,ମନ ମୋର ନେଲା କିଣି ? ।୨।କି କହିବି ଆଉ ନ ଆସଇ କଥା,ଚରାଚରେ ପରା ବାଜଇ ମୋ’ ବ୍ୟଥା,ପୁଲକ ଆକୁଳେ ଭାସେ ନେତ୍ରଜଳେଦିବାନିଶି ଗୁଣ ଗୁଣି ।୩।ଅସାର ସଂସାରେ ନାହିଁ ମୋର ଆଶ,ମାଗେଁ ଶୀତଛାୟା ଶ୍ରୀପଦ ସାରସ,ସେ ଏକା ମୋ ଧନ, ସେ ଏକା ମୋ’ ଧନଚିତ୍ତେ ପ୍ରେମଚିନ୍ତାମଣି !ସିନ୍ଧୁ ଖାମ୍ୱାଜ୍ - ଜଲଦ ଏକତାଲାସୁନ୍ଦରେ ସୁନ୍ଦରେ ହୃଦୟ ମୋହରହେଉ ନାଥ ଚିରସୁନ୍ଦର !ମଧୁରେ ମଧୁରେ ହୃଦୟ ମୋହରହେଉ ନାଥ ଚିରମଧୁର । ଧ୍ରୁ୧(୧)କ୍ଷୁଦ୍ର ମୁହିଁ ପ୍ରଭୁ ଯଦି ବଳହୀନ,ନୁହେଁ ତୁ କୃପା କରଣେ ନିଉନ,ମଉନେ ବସିବି ଚରଣ ନଳିନ-ତଳେଚିର ତବ କିଙ୍କର ।(୨)ଭୁଲାଇବ ମୋତେ କି ଦେଇ ହେ ପ୍ରଭୁ,ତୃଣ ତୁଲ୍ୟ ମଣେ ତୁମ ବିନା ସବୁ,ହେ ଭୁବନେଶ୍ୱର ତୁମେ ମୋ’ ଈଶ୍ୱର,ମୋ ଚରମ ଶାନ୍ତିସାଗର ।(୩)ଚାହେଁ ନାହିଁ ନାଥ ମାନ ଗଉରବ,ଚାହେ ନାହିଁ ସୁଖସମ୍ପଦ-ଗରବ,ସବୁ ତ ଝରିବ ତବ ଅସରନ୍ତି ଦିଅ ପ୍ରେମସୁଧା ନିର୍ଝର ।ବେହାଗ ଖମ୍ୱାଳ – କୱାଲିସକାଳରୁ ସଞ୍ଜେ ତୁମରି ଲାଗି ମୁଁଅନାଇ ବସିଛି ପଥେ,ଛାତି ଥରେ ଥରେ ଆଖି ଝରଝରେଆସିଲ ଆସିଲ ସତେ । ଧ୍ରୁ ।ସାରା ପରାଣଟା ତୃଷାରେ ପୁରିସାରା ମରମଟା ହେଉଛି ଝୁରି,ଶିରାରେ ଶିରାରେ ଚମକେ ବିଜୁଳିଛଳିକୁ ଛଳିଲ ପରା,ଝିମି ଝିମି ଦେହ ଗୋଟାକ ମୋହରି,ଅବିଶ୍ୱାସ ଘରେ ତ୍ୱରା ।ତୁଚ୍ଛାକୁ ତୁଚ୍ଛାକୁ କାନ୍ଦିବସେ ମାନେଜୀବନ ରହିବ ସତେ,ଏତେ ଦୁଃଖ ଯଦି ଦେବ ଭାଳିଥିଲ,ବେଳୁ ନ କହିଲ ମୋତେ !ସିନ୍ଧୁ ଆଡ଼ାଠେକାକହରେ ମନ ଥରେ,ମନେ ସେ କି ନ ପଡ଼େ ରେ ?ହେରି ଅଗୁଣ ଛବି ସ୍ମରୁ କିରେ ମୁଖରବି,ଲୋଚନୁ ପଡ଼େ ସ୍ରବି,ଦ୍ରବି ଅନ୍ତର ଅଶ୍ରୁରେ ।ପଥେ ହେଲା ପଥହରା,ଖୋଜିବୁଲୁ ବିଶ୍ୱସାରା,ନ ଲଭି ପ୍ରାଣପ୍ରିୟପଥପ୍ରାନ୍ତେ ତୁ ବସୁ ରେ ।ନୀଳ ଗଗନ ଚାହିଁକାହିଁ ଯାଉ ମନ ଧାଇଁ,କିଏ ତୋ ହୃଦସାଇଁକାହା ପାଦେ ତୁ ରସୁ ରେ ?ତୃଣ ତୁ କରୁ ଜ୍ଞାନ,ସରବସଂସାର ମାନ,ସେ ତୋର ଜ୍ଞାନ,କାହା ଶରଣ ପଶୁ ରେ ?ବେହାଗ ଖାମ୍ୱାଜ – କୱାଲିଆସିଲା କେ ଏ ନିଶୀଥେ ମୋହରି କୁଟୀରତ୍ୱାରେ ,କି ଘେନି ପୂଜିବି ପାଦ ମାଗିବି ମୁଁ କାହାଠାରେ ?ମଳିନ ହୃଦୟଭୂଇଁ, ପୀଡ଼ିତ କାତର ମୁହିଁ,ଆସନଟି ସୁଦ୍ଧା ନାହିଁ ଏ ଭଗନ କୁଡ଼ିଆରେ ।ଦୀନେ ଅତି ଦୀନତମ ଜାଣିଛ କି ପ୍ରିୟତମ,ଅଛି ମୋ ମନ-ସୁମନ ନୟନଭରା ଆସାରେ ?ଦେବି ମୁଁ ଚରଣେ ଢାଳି, ଯାହା ଜୀବନ ସଙ୍ଖାଳି,ଦୀନତା ହୀନତା ମୋର ହଜିବ ହେ ପୂର୍ଣ୍ଣତାରେ ।କହ କୋକିଳ, କି ଗାନ ଗାଉ ହରଷେ ?ଆକୁଳ ବ୍ୟାକୁଳ ହିଆ,ନିମିଷେ ପରାଣନିଆ,ନୀଚେ ମନ ଥେୟା ଥେୟାଭାବଉଲ୍ଲାସେ;କହ ତୋ’ ପଞ୍ଚମ ତାନେ,କି ସୁଧା ବରଷେ କାନେ,ଉଭା କି ବସନ୍ତ ପ୍ରାଣେମୋହନ ବେଶେ ? ୧।ଦିଶେ ଦିଶେ ଫୁଲରାଶି,ଦିଶେ ଦିଶେ ବାଜେ ବାଜେ ବଂଶୀ,ଉନ୍ମତ୍ତ ପରାଣ ମୋରପ୍ରେମ ଆବେଶେ;ଯବି କି ରହିବି ଘରେ,ତନୁ ଥରେ, ଆଖି ଝରେ,ଚଞ୍ଚଳେ ଚମକେ ଚିତ୍ତଲାଜ ପରଶେ ୨।ଆସ ଆସ ବୁଲି ଦକ୍ଷିଣା ପବନ,ଚୁମ୍ୱି ଧୀରେ ଫୁଲଶିରେ ମହକି ମୋ ହୃଦବନ ।ଫୁଟିଉଠୁ ଶଶୀ-ହାସ,ଝରିପଡ଼ୁ ଫୁଲବାସ,ଗଗନେ ଗହନେ ରସି ପରଶ ମୋ’ ପ୍ରାଣମନ,ଜାଗୁ ଜୀବନେ ମୋହନ ମୂରତିଟି ଘନ ଘନ ।ବାଜୁ ମରମେ ସେ ବୀଣା,ଚଉଦ ଭୁବନକିଣା.ଆକୁଳ ଅଧୀର ହିଆ ଲଭୁ ଆନନ୍ଦ-ବନ୍ଧନ,ଅରପୁ ପୟରପଦ୍ମେ ଆତ୍ମା ମୋ’ ସର୍ବସ୍ୱ ଧନ ।କହ ମନ କାହା କଥା ଭାବୁ ବିରଳେ?କିଏ ସେ ତୋ’ ପ୍ରାଣସଖା,କା’ ପାଦେ ତୋ ଚିତ୍ତ ଯୋଖା,ଚମକେ ପୁଲକେ ଚିତ୍ତେ ପ୍ରେମ ଉଚ୍ଛୁଳେ ।କାହାର ସେ ରୂପ ତୋରା,କୋଟି ଭୂବନ-ପାସୋରା,ରବି ଶଶି ତାରକାରେ ଛବି ଉଜ୍ଜ୍ୱଳେ ।ନୀରବେ ନୟନାସାରେଗୁନ୍ଥକି ମୁକୁତାହାରେ,ଅରପି ଗଳାରେବାରେ ଚାହିଁବୁ ଭୋଳେ ?ନୁହେଁ ଦିନକର ପ୍ରୀତି,ଜନ୍ମ ଜନ୍ମ ଗଲା ବିତି,ତୁ ତାହାର ସେ ତୋହର ଯୁକ୍ତ ଯୁଗଳେ ।ଆହା! ଶୁଣିଲି ସତେ କି ଗାନ,ସ୍ୱରଟି ରହିଲା ମରମରେ ଜାଗି, ଭୁଲିଗଲି କଥାମାନ ।କେଉଁ ଦୂରବନେ ବାଜିଲା ବୀଣା.କାନେ ନ ପଶୁଣୁ ମରମକିଣା,କେତେ ଯେ ବିଷାଦ, କେଡ଼େ ଅବସାଦ,ଶୁଣି ସେ ଲଳିତ ତାନା ।୧।ମୋ’ ଜୀବନକୁଞ୍ଜେ ରାଗିଣୀ ତା’ର,ଗଗନେ ପବନେ ଶୁଣେ ସେ ସ୍ୱର,ଭ୍ରମର ଗୁଞ୍ଜନେ କୋକିଳ ପଞ୍ଚମେତା’ ସୁକଣ୍ଠ କରେ ଜ୍ଞାନ ।୨।ଜାଗ୍ରତେ ସ୍ୱପନେ କରମ ଧ୍ୟାନେ,ଶୁଣେ କି ତା’ସ୍ୱର ବାଜୁଛି କାନେ,ନୀର ଝରେ ଝରେ, ପତର ମର୍ମ୍ମରେଚମକିଉଠେ ମୋ’ ପ୍ରାଣ ।୩।ଅଦୃଶ୍ୟ ସେ କା’ର ଅଙ୍ଗୁଳି ସ୍ୱର୍ଶେ,ବାଜିଉଠେ ହୃଦ-ତନ୍ତ୍ରୀ କି ହର୍ଷେ ?ସ୍ୱର ଦେଇ ତହିଁ ଗାଏ କେ ଗୋପନେ,କରି ନବ ଜୀବ ଦାନ ।୪।ଦୁଆରେ ଆସି ତୁମେ ଡାକିଗଲ ବାରମ୍ୱାର,ଶୁଣି ନ ଶୁଣିଲା ପରି ରହିଲି ମଉନେ,ଯାଚିଦେଇ ହାତେ ଆଣି ଆନନ୍ଦସମ୍ଭାର,ଚାହିଁ ନ ଦେଖିଲି, ମଥା ରହିଲା ନିଊନେ,ତଳେ ନିବେଶିଲି ଆଖି ମାୟାଭୋଳେ,ଶୁଣି ନ ପାରିଲି ଡାକ ଭବଗୋଳେ,ଡାକିଲ ନେବାକୁ କୋଳେ,ଫେରି ନ ଚାହିଁଲି ଡୋଳେ,ଏବେ ବଞ୍ଚିବି କହ କିପରି ତୁମ ବିହୁନେ ? ୧।ଏବେ ମନ ମାୟା ଭ୍ରମ ହେଲା ଛିନ୍ନଖୋଜିବୁଲେ ଚରାଚରେ ପଦଚିହ୍ନ;ଏବେ ମୋ’ ଝରୁଛି ଲୁହ,ବକ୍ଷ ବିଦାରୁଛି କୋହ,ଏବେ ଆସ ସଖା ହୃଦେ, ଆସ ଡାକେ କରୁଣେ ।ପାର ଯଦି କଳି ମୋର ହୃଦୟର ଆକୁଳତା,ସରମେ ଚରଣତଳେ କହିବି ମରମ କଥା ।ପୋଛିଦେବ ଯଦି ମୋର ନୟନର ଅଶ୍ରୁଜଳ,ଲିଭାଇବ ଯଦି ମୋର ଅନ୍ତରର ଦାବାନଳ,ତେବେ ନାଥ ଚରଣର ଜୀବନରେ ମରଣରେଥିବି ବନ୍ଧା, ଥିବି ନିତି ତରୁପଦେ ଲତା ଯଥା ।ସିଞ୍ଚିଦେବ ଯଦି ପ୍ରାଣେ ସଞ୍ଜିବନୀ ସୁଧାଧାର,ଫୁଟାଇବ ହୃଦ-ବନେ ନବ ଆଶା-ଫୁଲହାର,ତେବେ ନାଥ ଚରଣରେ, ଜୀବନରେ ମରଣରେରହିବି ଚିତ୍ତ ଆଶ୍ରିତ ତେଜି ଜଗତ ମମତା ।ମୋର ବ୍ୟର୍ଥ ନୟନଧାରାକଠିନ ତୋହରି ପାଷାଣ ପରାଣେବାଜି ନ ବାଜଇ ପରା,ହସେ ନିଜ ମନେ, କାନ୍ଦେ ନିଜ ମନେନିଜ ଗାନେ ଆତ୍ମହରା ।ନିଜର ବେଦନା ନିଜେ ମୁଁ ସଞ୍ଚେ,ନିଜ କରମରେ ମରେଁ ବା ବଞ୍ଚେ,ବୁଲେ ମିଛେ ମିଛେ ଦୁଆରେ ଦୁଆରେସହି କେତେ ଶୀତ ଖରା ।ତେବେ ତବ ଦୟା ନୋହିଲା ତିଳେକ,କେତେ ସହିବ ଏ ଅଧମ ସେବକ,କେତେ ବହିବି ମୁଁ ଏ ବିଶ୍ୱ -ବଜାରେଲାଜର ମଳିନ ପସରା ?ଯାହା ଥିଲା ମୋର ଶୁଝିଲି ତୋ ଦେଣାପାଉଣା କାହିଁ ମୋ’ କହ ରେ,ମୋ’ ଠାରୁ ମୋହର ସକଳ ଘେନିଣଛଳନା କି ପାଇଁ କହ ରେ !ଶୁଝିଲି ତୋ’ ଋଣ କରୁଣା ଆଶାରେ,ବୁଡ଼ାଇ ମାରୁ ତୁ କିପାଁ ନିରାଶାରେ ?ବସିବି ଦୂଆରେ କେତେ ଦିନ ଆଉ,ଝରୁଛି ମୋ ଆଖି ଲୁହ ରେ !ମଧୁର ବଚନେ ହରିଲୁ ମୋ ମନ,ଏବେ ନିଜରୂପ କରୁ ତୁ ଗୋପନ,ଅନାଇଁ ଅନାଇଁ ହୁଏଁ ମୁଁ ଉଚ୍ଛନ୍ନ,ଚିନ୍ତାତାପେ କିପାଁ ଦହ ରେ ?ହରଷେ ପୂରିଛି ବିଶ୍ୱ,ପୂରିଛି ସାରା ପରାଣ,ଦେଖେଁ ସେ ଦିନେ ଯେ ଦିନେତମସୁଁ ଲଭେ ତରାଣ ।ଯାହାକୁ ମଣେ ମୁଁ ଦୁଃଖ,ସେ ତ ମୋ ପରମ ସୁଖ,ପିତା ପାଣି ପାନେ ପରା,ଛାଡ଼େପୀଡ଼ା ଅଙ୍ଗମାନ ।ଥିଲି ଅବା ସୁନାଖଣ୍ଡ,ଅନଳେ ଦେଲି କି ଦଣ୍ଡ,ଖାଦ-କଳଙ୍କ ଛଡ଼ାଇଦେଲ କି ରମ୍ୟ ରସାଣ ?ସ୍ତବ୍ଧ ଗଭୀର ମଧ୍ୟ ନିଶାରେ ଡାକିଲେପ୍ରଭୁ ଆସିବ କି,ପର୍ଣ୍ଣ କୁଟୀରେ ମାଟିରେ ଲୋଟି କାନ୍ଦିଲେପ୍ରଭୁ ଶୁଣିବ କି ?ତୁଙ୍ଗ-ଶିଖରୀ-ଉଚ୍ଚ ଶିଖରେ,କ୍ଷୁବ୍ଧ-ତରଙ୍ଗ-ଭୀମ ସାଗରେ,ଘନ ବିପନେ ଡାକିଲେ ଦିନେ ଆସିବ କି ?ଅଶ୍ରୁ-କାତର ମ୍ଳାନ ମୁଖେ ଧ୍ୟାୟିଲେ ଦୁଃଖ ନାଶିଦ କି ?ରୋଗେ ଶୋକେ ସୁଖେ ହରଷେ,କୁଟୀରେ, ହର୍ମ୍ମ୍ୟେ, ଦେଶେ, ବିଦେଶେ,ଆସିବ ପ୍ରାଣେ ଶାନ୍ତି-ବେଶେ,ସରବ ଶାନ୍ତି ହରିବ କି,ଭବ-ବିଜନ-କଣ୍ଟକ ବନେଚାଲିଲେ ହାତ ଧରିବ କି ?ପ୍ରେମ ପରଶେ କଳୁଶ ନାଶିର୍ବଳ ଆତ୍ମା ତୋଷିବ କି,ସର୍ବେ ତ୍ୟାଗ କରିବେ ଯେ ଦିନେସେ ଦିନେ ପାଶେ ବସିବ କି ?ବରଷ ବରଷ ପଥ ପରିଶ୍ରମିହରଷେ ପୟରେ ମିଳିଲି,ନଦୀ ସିନ୍ଧୁ ସଙ୍ଗେ ମିଶିଲା ପରାଏସକଳ ଦୁଃଖ ମୁଁ ଭୁଲିଲି ।ଶତଦଳ ଦଳେ କନକ କିରଣ,କୁମୁଦେ ଚାନ୍ଦିନୀ-ସୁଧା ବରଷଣ,ଫୁଲ କୋଳେ ଅବା ହିମବିନ୍ଦୁ ଶୋଭା,ତବ ପ୍ରେମ ହୃଦେ ଲଭିଲି ।୧।ତବ ପ୍ରେମ ସାର, ସରି କି ଭୁବନେ,ସାଗର ଶୋଭିତ ସେ କେଉଁ ରତନେ ?ଖଣିକି ମଣିରେ ଜିଣେ ପ୍ରେମଜ୍ୟୋତି,ଉପମା କାହିଁ ନ ପାଇଲି ।୨।ସଫଳ ଆନନ୍ଦ, ସଫଳ ଜୀବନ,ଦେବତା ସଙ୍ଗେ ଏ ମଙ୍ଗଳ ମିଳନ,ଭକତି, ମୁକତି, ମିଶି ମୋକ୍ଷ, ଶାନ୍ତି,ପଦତଳ ଧୂଳି ହୋଇଲି ।୩।ଦଗଧ ମରୁପ୍ରାନ୍ତରେ, ତାପିତ ତୃଷିତ ଅନ୍ତରେମାୟା-ମରୀଚି-ଭ୍ରାନ୍ତ, କ୍ଷୀଣ କ୍ଷୁଦ୍ର ପାନ୍ଥ,ଚାଲି ଚାଲି ତତଲା ବାଲିରେପୟର ଯୋଡ଼ିକ ଶ୍ରାନ୍ତ,ବଡ଼ ଦୀନ ଦୁର୍ବଳ,ଶେଷ ପଥ-ସମ୍ବଳ,ଆରତି ଏଥି ଶୁଣିବ କେହି(ଏତ) ନିର୍ଜ୍ଜନ ଏକାନ୍ତ,ତବ କୃପା ଦୁଆର,କରୁଛି ଜୁହାର !କହ ଆଉକେତେ ଦୂର(ପ୍ରଭୁ) ଅନାଥ ନାଥ !ଜୀବ ଯଦି ଯିବ ଛାଡ଼ିକୃପା କରି କି ହେବ ହେ !ଚାହୁଁ ଚାହୁଁ ନ ପାଇବି, ନ ଚାହିଁଲେ କି ଦେବ ହେ ?ବଞ୍ଚିଥିବି ଯେତେ ଦିନ,ନିତି କଷଣେ ମୁଁ କ୍ଷୀଣ,ଧୂଳିରେ ହେଲେ ବିଲୀନ,ଦୟା ଢାଳି କି ହେବ ହେ ?ଅବା ଆଶିଷ-ଆସାରହରିବ ଅଗ୍ନି ଚିତାର,ହେବି ଯହିଁ ଭସ୍ମସାରତହିଁ କି ଲାଭ ହେବ ହେ ?କଡ଼ାକର ମୂଲ ନାହିଁ ମୋରକି ଦେଇ ମୂଲାଇବ,ଚିର ଅପୂର୍ଣ୍ଣ ମୁଁ ପ୍ରଭୁକି ଦେଇ ତୁଲାଇବ ?ସବୁ ମୋର ଅଧାଅଧି,ମାୟାମୋହେ ଛନ୍ଦାଛନ୍ଦି,ତିଳେ ପ୍ରୀତି ନାହିଁ ପ୍ରାଣେକି ଦେଖି ଭୁଲାଇବ ?ଶିରେ ମୋ ସହସ୍ର ଧନ୍ଦା,କରଚରଣ ମୋ ବନ୍ଧା,କଠିନ ଭାବ-ନିଗଡ଼େକି ବାଟେ ବୁଲାଇବ ?ଦୂର ପଥ ଧାଇଁ ଆସିଛି ହେ ବନ୍ଧୁବ୍ୟଗ୍ର ଚଞ୍ଚଳ ଚରଣେ,ତବ ସ୍ନେହାଞ୍ଚଳେ ମୁଞ୍ଚିବି ଲୋଚନବେନି ମୋ’ ଭରସା ପରାଣେ ।ସଞ୍ଚିଛି ସୁହାଗେ ଅନୁରାଗରାଶି,ବଞ୍ଚିଛି ତୁମ୍ଭରି ଆଦର ପ୍ରତ୍ୟାଶି,କେତେ ଯାଏ ଫେରି କେତେ ଆସି ଆସିଲାଜ-ବିଜଡ଼ିତ ଚରଣେ ।ସାରା ସଞ୍ଜେ ବସି ବିଫଳ ରୋଦନ,ଆକାଶେ ଭାଷିଲି ହୃଦୟ ବେଦନ,ସମୀରେ ସରାଗେ କଲି ନିବେଦନନିରାଶା-ଦଗଧ ପରାଣେ ।ସହି ନ ପାରିଲି ଆଉ ଏ ଯାତନା,ଧାଇଁଲି ତୋ ପାଶେ ଆକୁଳ ଉନ୍ମନା,ଏବେ ଯା’ ବିହିତ କର ତୁ ଦଇତକରିବି ମଉନେ ମରଣେ ।ହେଲେ ମୁଁ କ୍ଷୁଦ୍ର କମଳ, କ୍ଷୁଦ୍ର କମଳ ହେ,ହେ ପ୍ରେମ-ମଞ୍ଜୁଳ, ହେ ରବି ଉଜ୍ଜ୍ୱଳ,ମୋ’ ଭରସା ସିନା ଚରଣତଳ,ହେ ପ୍ରେମ-ବିମଳ !ଦୀନ ଶତଦଳ, ହସ ଢଳ ଢଳ, ପୂର୍ଣ୍ଣ ପରିମଳପ୍ରେମ ପ୍ରଫୁଲ୍ଲ,ଭରସା ସିନା ହେ ଚରଣତଳ,ମୋ’ ରବି ଉଜ୍ଜ୍ୱଳହେ ପ୍ରେମ-ନିର୍ମଳ !ପଙ୍କଖାତେ ଲୋଟି ଉଠିବି ତ ଫୁଟି,ରବିକର ଲଭି, ମୋହନ ଛବିଭରସା ସିନା ହେ ଅମୃତ-କର,ହେ ରବି ସୁନ୍ଦର,ହେ ପ୍ରେମ-ସୁନ୍ଦର !ହେଲେ ମୁଁ କ୍ଷୁଦ୍ର ପୁଷ୍କର,ହେ ପ୍ରେମମଧୁର, ହେପ୍ରେମଉଦାର,ମୋ’ ଭରସା ସିନା ଅମୃତ କର ହେ,ହେ ପ୍ରିୟ ସୁନ୍ଦର !ତୁମରି ଅରୁଣ ହିରଣ-ହରଷହିଲ୍ଲୋଳେ ମାନସ-ମୃଣାଳେହସିବ ଉଜ୍ଜ୍ୱଳ ସ୍ନେହେ ଢଳ ଢଳଭକତି କମଳ କି ଲୋଳେ!ଏତିକି କରୁଣା ନୋହୁ ଊଣା ବନ୍ଧୁ,ଝରିପଡ଼ୁ ତୋର ଅଶ୍ରୁ ହିମବିନ୍ଦୁ,ଶୋଭିବ ସୁନ୍ଦର ମନୋଇନ୍ଦୀବରରବି-ଖର-କରମାଳେ ।ଦଳେ ଦଳେ ତାର ସୁଷମା-ଲହରୀନୀଳ ଜଳ କୋଳେ ପ୍ରେମାବଶେ ଥରିଶତ ପ୍ରତିବିମ୍ୱ ସରାମ୍ୱୁ ଚୁମ୍ୱନେସରଜିବ ଇନ୍ଦ୍ରଜାରେ ।ମିଛେ ଅଭିମାନେ ମନର ଗୁମାନେକାନ୍ଦେ ହୃଦେ କର ହାଣି,ନିଶିଦିନ ମୋତେ ରଖିଛ ମନରେଭୁଲେ ତାହା ଜାଣି ଜାଣି ।ଦୁନିଆ ଯାକର ଜଞ୍ଜାଳରାଶିଗୋଟାଏ ମୁଁ ରୋଷେ ମୋ ସୁଖ ନାଶି,କେତେ କକର୍ଥନା ଦାରୁଣ ଯନ୍ତ୍ରଣାଗଦାଏଁ ପରାଣେ ଆଣି ।୧।ତବ ସ୍ୱଚ୍ଛ ପ୍ରେମେ ବୋଳେ କେତେ କାଳି,ମନୋବଳ ଦୁଃଖ-ଦାବାନଳେ ଜାଳିଦିଏଁ କେତେ ଗାଳି, ମରେଁ କେତେ ଭାଳି,ଅବିଶ୍ୱାସ ଆଣେ ଟାଣି ।୨।ତଥାପି ତୁମରି ନାମ ଜପାମାଳି,ତବ ଶ୍ରୀଚରଣ ଜୀବନସଙ୍ଖାଳି,ଚାହେଁ ଆଶା ପଥ ହୋଇ ମୁଁ ଉଷତବୁହାଇ ତପତ ପାଣି ।୩।ଫୁଟିଉଠୁ ପ୍ରଭୁ ପରାଣ-ବେଦନାକନକ କେତକୀ-କୁସୁମେ,କଣ୍ଟା କୋଣେ କୋଣେ ସୁବାସ ବିତରିରହୁ ଅନ୍ତରାଳେ ମଉନେ ।ନୟନ କାହାରି ନ ଦେଖୁ ତା ଶିରା,ମଧୁ ଚୋରି ଭୃଙ୍ଗ ନ କରୁ ଗୁଞ୍ଜରି,ଦୂରେ ଦୂରେ ଯାଉ ସମୀର ସଞ୍ଚରିକମ୍ପାଇ କୋମଳ ବଦନେ ।ହୃଦୟ ତାହାର ଲାଜ-ଆବରଣେହେବ ନିବେଦିତ ଦେବତା ଚରଣେ,ଝରି ସ୍ୱର୍ଣ୍ଣ-ରେଣୁ ପଦରେଣୁ ସଙ୍ଗେମିଶିବ ପ୍ରେମାଲିଙ୍ଗନେ ।ସତକୁ ଲୁଚାଇ ନିଜକୁ ବଞ୍ଚାଇମିଛର ପସରା ଧରିଛି,କୁରୁପ ଯତନେ ଲୁଚାଇ ରତନେଆନ ବେଶ ଅଙ୍ଗେ ବହିଛି ।ଛଦ୍ରମ ଛଳନା ଚିର ବ୍ୟବସାୟ,ହୀନତା ଢାଙ୍କିବା ନିତି ଅଭିପ୍ରାୟ,ଆନ ସ୍ୱରେ କଥା କହି ସୁଗମ୍ଭୀରେନିଜର ମହତ୍ତ୍ୱ ବହିଛି ।୧।ନୁହେ ଯେଡ଼େ ଉଚ୍ଚ ତାହୁଁ ବଡ଼ ମାନ,ସାରା ବିଶ୍ୱେ ଲୋଡ଼େ ନୃପେଶ ସମ୍ମାନ,ଉଠାଇ ଗଗନେ ଅହମିକା-ଶିଖାସରବେ ଚରଣେ ଦଳିଛି ।୨।ତୁମରି ଆଗରେ ପଡ଼ିଲି କି ଧରା,ଚହଟ ଚିକ୍କଣ ପୋଛିଗଲା ତ୍ୱରା,ଲାଗେ ଥକାମରା, ନ ଚାଲେ ଚରଣ,କହ ମୁଁ କିପରି ବଞ୍ଚିବି ? ୩।ତୁମରି ଦୟାର ଏବେ ମୁଁ ଭିକାରୀ,ନ ଦିଅ ଘଉଡ଼ି କର୍କଶେ ଧିକ୍କାରି,ଚାଲି ବିଷଛୁରୀ ହୃଦୟ କତୁରିବଡ଼ପଣ ମୋର ହଜିଛି ।୪।ପ୍ରାଣ-ପଲ୍ୱକେ ପ୍ରଭୁ ! ଆଉ ତ ନ ଫୁଟେକମ କମଳକଳିକା,କି ଘେନି ଥୋଇବି, ପୂଜା ସଜାଡ଼ିବି,ରଚିବି ରମ୍ୟ ମାଳିକା । ଧ୍ରୁ ।ନନ୍ଦ-ନନ୍ଦନ ଗନ୍ଧ ହିଲ୍ଲୋଳେ,ନ ରଞ୍ଜେ ଉଜ୍ଜ୍ୱଳ କାଞ୍ଚନ-ମଞ୍ଜୁଳ,ରବି ରୁଚିର କର-ତୂଳିକା ।ଉଡ଼ି ପଳାଇଛି ଆନନ୍ଦ-ଅଳି,ନାହିଁ ସେ ଝଳି, ନାହିଁ କାକଳି,ଶୂନ୍ୟ କୋକିଳ କାନନସୁଳୁ,ଶୁଖିଛି ପ୍ରୀତି ମଲ୍ଲିକା ।ସଫଳ ମୋହର ବିଜୟଗର୍ଦେ ଭାଗ ଦସାଇବ ଆସି କି,ସଂଯତ ଏଦେ ନ କର କିପାଁ ମୋ ତୀବ୍ର ଦାସନାରାଶି କି ?ବହୁଦୂର ପଥ ଚାଲିବି ଆୟାସେ,ପ୍ରତି ପଦକ୍ଷେପେ କଣ୍ଟକ ପରାସେ,ଛିଣ୍ଡିବ ଅଙ୍ଗ-ବସନ ଖଣ୍ଡିକକଣ୍ଟାବାଡ଼େ ବାଜି କି ?ଖାଇବି କେତେ ମୁଁ ବରଷା ଖରା,ଲୁହେ ଯିବ ତିନ୍ତି ତପତ ଧରା,ଦୂରେ ଦୂରେ ଥିବ, କଥା ନ କହିବଛଳି ମୋ’ ଯାତନାରାଜିକି ?ଶେଷେ ପହୁଞ୍ଚିବି ବାଞ୍ଛିତ ବନ୍ଦରେ,ଧରିବ ସଙ୍ଗ କି ପ୍ରେମହୁନ୍ଦରେ,ପକାଇ ଫାନ୍ଦେ, କପଟ ଛନ୍ଦେ,ପଦତଳେ ଦେବ ବାନ୍ଧି କି ?ଚିର ଜୀବନ ମୋ ଅଶ୍ରୁ-ଅର୍ଜ୍ଜିତ,ଫଳେ ଶେଷେ ହେବି ବଞ୍ଚିତ ବର୍ଜ୍ଜିତ,ଥିବ ଯା ସଞ୍ଚିତ କଞ୍ଜଚରଣେଦେବି ମୁଁ ଆନନ୍ଦେ କାନ୍ଦି କି ।ଲୋଡ଼ା ନାହିଁ ମୋର ମଣିଭୂଷଣ ଗୋ,ସୁବାସେ ନୋହିବି ସଜ,ଲୋଡ଼ା ନାହିଁ ମୋର ବିଶ୍ୱ ଐଶ୍ୱର୍ଯ୍ୟ,ମାଗେଁ ମାତ୍ର ପାଦରଜ ।ଲୋଡ଼ା ନାହିଁ ମୋର କୀରତି-କେତନଉଚ୍ଚ ସ୍ତବସ୍ତୁତି ଦାଣ୍ଡରେ,ମାଗେଁ ମାତ୍ର ତବ କରତପଣିଆମୋର ହୃଦ-ଧରାଖଣ୍ଡରେ ।ସଖା ! ପୋଛିଦେବୁ ଅଶ୍ରୁଧାର,କୁଟୀରଦୁଆରେ ଅତିଥି ତୋହରିକରିବୁ ମୋତେ କି ଦୂର,ସଖା, ହେବୁ କି ଏଡ଼େ ନିଷ୍ଠୁର ?ଆସିଅଛି ସଖା ମୁଁ ଦୀନ ବେଶେ,ବିରସ ବଚନେ ଦୁଃଖ ଆବେଶେ,ଯୁଗ ଯୁଗ ମୋର ଆଖି ଝର ଝର,ମର୍ମ୍ମବ୍ୟଥା ହାହାକାର,ଦେଖି ପାରିବୁ କି କରି ଦୂର ?ଯେତେ ପଳାଇବୁ ଯିବି ଗୋଡ଼ାଇ,ନିରମଳ ପ୍ରୀତି ଦେବି ବଢ଼ାଇ,ପାଦେ ଲୋଟିଯାଇ କରିବି ଗୁହାରି‘‘ତାରପ୍ରଭୁ ମୋତେ ତାର !’’ତେବେ, ପାରିବୁ କି କରି ଦୂର ?କାନ୍ଦିବ ଗୋପନେ ତୋ କମଳ ଆଖି,ବହିବ କରୁଣା ସାର ।ଯେତେ କରୁଥିବ ମନା ମୁଁ ଆସିବିତୁମରି ଦୁଆର କତିକି,ତୁମ ଗାଳିମାଡ଼ ସହିବା କାରଣେଦୃଢ଼ କରିଥିବି ଛାତିକି ।ଫୁଲ ଚାନ୍ଦ ବେନି ହସନ୍ତି କାନ୍ଦନ୍ତି,ଫୁଲ ଚାନ୍ଦ ସରି ହୋଇବି,ତୁମ ଗଞ୍ଜଣାକୁ, ତୁମ ଲାଞ୍ଚନାକୁପିଠି ପତାଇଣ ସହିବି ।ମୃତ୍ୟୁରୂପେ ଯଦି ଆସିବି କତିକିସୁଖେ ମୁଁ ଘେନିବି କୋଳରେ,ଆଦରେ ମରଣ ବରଣ କରି ଗୋମରିବି ଚରଣ ତଳରେ ।କରିବି କିପରି ସେବାନ ଜାଣେ କେଉଁ ଧରଣ,କାହୁଁ ଆଣିବି ମୁଁ ଅନ୍ନକରବି ପରିବେଷଣ ?ଆଣିବି ଅବା ମୁଁ ଜଳବିଦାରି ମୋ ମର୍ମ୍ମସ୍ଥଳ,ବହିବ ରୁଧିର ଧାର,ତହିଁ ଧୋଇବ ଚରଣ ।୧।ମୋ ଆଶା କାମନାରାଶିପ୍ରେମ-ଆଳୀରେ ପରଷିଦୂରେ ଠିଆ ହୋଇ ହସିଦେଖିବି ତୃପ୍ତ ଭୋଜନ ।୨।ଅଞ୍ଚଳେ ପୋଛିବ ହାତ,ଧରିବି ପୟର ପ୍ରାନ୍ତ,ବସିବି ବାଟ ଓଗାଳିକରି ଗମନ ବାରଣ ।୫।ମୋର ବହିଯାଉ ଅଶ୍ରୁଧାର,ଅଭିମାନେ ଜଡ଼ି ପଡ଼ିଥିବି ପାଦେ,ଅଛି ସ୍ନେହ ଅଧିକାର ।ମରମେ ମରି ମୁଁ ଗାଇବି ଗାନପରଶି କାହାର ହୃଦତନ୍ତ୍ରୀମାନ,ନିଜେ ସେ ଆକୁଳ ହୋଇବ ବ୍ୟାକୁଳବୁହାଇ ନୟନାସାର ।୧।କେତେ ଟାଣପଣ କରିବ ସଖା,ଦୂରେ ଦୂରେ ଘୁଞ୍ଚି ବଢ଼ିବ ଦକା,ଏତେ ପ୍ରେମ ସଞ୍ଚି, ନ ପାରି ମୂରୁଛିବଢ଼ିବି ହୃଦୟ-ଭାର ।୨।ସରମେ ମରି ମୁଁ ଚରଣ-ତଳେଭାସେ ଆଜି ସଖା ନୟନ-ଜଳେ,ମରମର କଥା, ପରାଣର ବ୍ୟଥାତୁମେ ସିନା ବୁଝିପାର ।୩।କିପରି କହିବି ପ୍ରଭୁ,ଆନନ୍ଦ ରାଜେ ଭୁବନେ,ଆନନ୍ଦ ନ ପାଏ କାହିଁପାଇଛି ପରା ସ୍ୱପନେ ।ନିତି ବହି ଦୁଃଖରାରଭାଙ୍ଗେ ମଝିପିଠି ହାଡ଼,ନିତି ମୋ ଖଟଣି ସାର,ନିତି ଲୋତକ ଲୋଚନେ ।ନିତି ଆକାଶ ଅନ୍ଧାରି,କରାଳ ବିଜୁଳି ମାରି,ଭୀଷଣ ବଜ୍ର ପ୍ରହାରିଘୋଟେ ମହାମେଘ କ୍ଷଣେ ।ଶତ ରୋଗ, ଶୋକ, ଜରାକରେ ପ୍ରାଣ ଦରମରା,ବହି ବେଦନାପସରାଜଳେଁ ମୁଁ ଶତ ଦହନେ ।ନାହିଁ ଯଦି ପ୍ରଭୁ ଭିକ୍ଷୁକ ସ୍ମାନତବ ଦିବ୍ୟ ସ୍ୱର୍ଗସଭାରେ,ଏତିକି କରୁଣା କର ତେବେ ବାରେବସିବି ବାହାରେ ।ନାହିଁ ମୋର ଜ୍ୟୋତିର୍ମୟ ସାଜ,ସମ୍ୱଳ ମୋର ମଳିନ ଲାଜ,ନତ ମସ୍ତକେ ଦୂରେ ଦୂରେ ଦୀନ,ଜଗିବି ଦୂଆରେ ।୧।ନାହିଁ ମୋର ଉଚ୍ଚପଦମାନ,ତୁଚ୍ଛ ଅତି ମୁଁ, ସବୁଠୁଁ ସାନ,ନତ ନୟନେ କବାଟ କୋଣେରହିବି ଅନ୍ଧାରେ ।୨।ତୁମରି ଆଦେଶେ ନେଲି ମୁଁହି ବହିଦୁଆରେ ଦୁଆରେ କହିବି,ଆନ କରମର ଆଶା ନ ରଖିଣତୁମରି ସେବକ ରହିବି ।ସନ୍ତାନ ଯଦି ନ ମଣ ଅଧମେ,ଦୁଆରେ ବସିବି ମଳିନ ସରମେ,ସଖା ହେବା ମୋର ନାହିଁ ଅହଙ୍କାର,କିଙ୍କର ନାମ ବହିବି ।କର ଯେତେ ଘୃଣା, ନ ଦିଅ ବେତନ,ବଢ଼ାଇବି ସେବା କରି ମୁଁ ଯତନ,ତବ କଥାପଦ ମୋ ରାଜସମ୍ପଦ,ମୁଖ ଦେଖି ସବୁ ସହିବି ।ତୁମେ ମୋର ବନ୍ଧୁ,ତୁମ ବିନା କେ ଦେବ ହେ ଭକ୍ତି-ପ୍ରେମ ମଧୁ ?ତୁମେ ମୋର ସଖା,ତୁମ ବିନା ଘୁଞ୍ଚିବ କି ମୋ ଜଞ୍ଜାଳ ଦକା ?ତୁମେ ମୋର ପ୍ରିୟ,ତୁମ ବିନା ପାଇବି କି କରୁଣା ଅମୀୟ ?ତୁମେ ମୋର ପତି,ତୁମ ବିନା ତ୍ରିଭୁବନେ ନାହିଁ ଅନ୍ୟ ଗତି ।ତୁମେ ମୋର ନାଥ,ତୁମ ବିନା ଦୁର୍ବଳର କେ ଧରିବ ହାତ ?ତୁମେ ମୋର ରାଜା,ତୁମେ ବିନା କେ ପାଇବ ମୋ ପରାଣପୂଜା ?ତୁମେ କର୍ଣ୍ଣଧାର,ତୁମ ବିନା କେ ତାରିବ ଭବ-ପାରାବାର ?ହେ ଭବସାଗର ମାଝି,କୂଳେ ଲଗା ତୋ ନାହା,ନାହିଁଟି ପାର କଉଡ଼ି,ନେ’ ଅଛି ଯାହା ।ଆସୁଛି ମାଡ଼ି ଅନ୍ଧାର,ଜଳ ଥଳ ଏକାକାର,ଜଳିଉଠୁଛି ବିଜୁଳି, ହୁଅ ତୁ ସାହା ।ମୁଁ ଦୀନ ବାଟୋଇ ଜଣେ,ଭ୍ରମେ ପଶିଲି ଏ ବଣେ,କାହିଁ ଯିବି, କି କରିବି, ନ ଦିଶେ ରାହା ।ପଛକୁ ଚାହିଁଲେ ବଣ,ଆଗେ ସାଗର ଭୀଷଣ,ଆକାଶେ ମେଘ ଅନ୍ଧାର, ଥରୁଛି କାୟା,ବିସର୍ଜି ଦେଲିଣି ଆଜି ପରାଣମାୟା ।ଆହେ ଅପାର କୃପାସାଗର,ପରମ-ମୁକ୍ତି ମୋହର,ମଳିନ, ଚରଣ- ନଳିନତଳେଆସିଛି ସାହସ ବହି,ମୁଁ ଅତି ପାତକୀ କଳୁଷ କଳଙ୍କୀ(ମୋତେ) ଅନାଥ ହେ ଦୟା ବହି ।ତୋଷ ଘେନି ଯଦି କରିବ ବିଚାରହୋଇପାରିବ କି ଛିଡ଼ା,କାହୁଁ ନିବାରିବି ଦେବ ଯଦି ଦେବ !ଲକ୍ଷ ଯାତନା ପୀଡ଼ା ?ଯାହା ଭଲ ଦିଶେ କର,ହେ କୋଟି ଭୁବନେଶ୍ୱର !ମୁଁ ହୀନ, ମୁଁ ଦୀନ ରହିବି ମଉନେତବ ଦଣ୍ଡ-ପ୍ରହାର ସହି !ଶେଷେ ତବ ଦୟା ପ୍ରେମ ଝରଝର,ଶୀତଳିବ ମୋର ତୃଷିତ ଅନ୍ତର,ସଫଳ ଜୀବନ ହେବ ଶ୍ରୀଚରଣ-ମଙ୍ଗଳ ମିଳନେ ରହି ।ପ୍ରେମ-ପୀୟୁଷ କାନ୍ତି ହେ,ମୋର ପରମ ଶାନ୍ତି ହେ,ଦୟା ବହି ଦୀନ ହୃଦୟ ନାଶ ସରବ ଭ୍ରାନ୍ତି ହେ!ନିତି ଯାଅ ଏହି ପଥେ,ନିତି ନତନେତ୍ରେ ମୋତେଦେଖପ୍ରାସାଦ ଦୁଆରେ, ବସିଛି ଭିକ୍ଷା ଆଶାଙ୍ଗେକ୍ଷୀଣଅଙ୍ଗେ ବହି ଅଶେଷ ଶ୍ରାନ୍ତି ହେ ।ତବ ମଧୁର ବଚନ ପଦେଶୁଣିବା ଶରଧା ପୂରିଛି ହୃଦେ,ଲାଜେ ନ ଫିଟେ ଅଧର, ଅପାର ଦୟାସାଗରବୁଝ ମୋ ମଉନ ମିନତି କ୍ଳାନ୍ତି ହେ ।ସୁନ୍ଦର ବିଶ୍ୱେଶ୍ୱର ବାରେ ଅନାଅ,ମୋ ମନ ସୁଦୀନ ଦୁଃଖେ ବାରେ କି ଚାହଁ ।ମୁଁ ସିନା ମାନବ ହୀନ, ତୁମେ ତ ମହାମହିମ,ନପାରିଲେ ଉଚ୍ଚେ ଉଠି ତୁମେ ଓହ୍ଲାଅ ।ସହସ୍ର ସୂର୍ଯ୍ୟକିରଣ ଯଦି ସ୍ୱର୍ଣ୍ଣ ସିଂହାସନ,ମୋ ହୃଦ-କାରାରେ ବନ୍ଦି ଦଣ୍ଡେକ ରହ ।ସରବ କ୍ଷିତି-ସମ୍ପତ୍ତି,ଲଭି ତୃପ୍ତ ନୁହେ ମତି,ବିନା ପାଦପଦ୍ମ ପ୍ରଭୁ ଚିତ୍ତ ଅଥୟ ।ଦିବାନିଶି ପ୍ରଭୁ ଚିନ୍ତେ ମୁଁ ଚରଣ,(ତୁମେ) ଭୁଲେ କ୍ଷଣେ ଭାଳି ବସ କି ?ପ୍ରାଣାନ୍ତ କରି ମୁଁ ପ୍ରେମ କରେଁ(ତୁମେ) କ୍ଷଣମାତ୍ର ସ୍ନେହ ବହ କି ?ଦିବାନିଶି ମୁଁ ତ ତୁମରି ପ୍ରୟାସୀ,ଦିବାନିଶି ମୁଁ ତ ବୁଲଇ ଉଦାସୀ,ହୃଦପୂର୍ଣ୍ଣ ଆଶା, ଆକୁଳ ପିପାସା,ବୁଝି ହେ ବୁଝି ନ ପାର କି ? ।୧।ବୃଥା କିପାଁ ତେବେ ପ୍ରେମେ ଆଡ଼ମ୍ୱର,ତପନ ତାରକା ବେଶ ମନୋହର,ଶଶି-ହାସେ ହସି, ଫୁଲବାସେ ମିଶିବିଜୁଳିରେ ଉଠ ଝଟକି ? ୨।କହ କିପାଁ ଆସି ଲୁଚି ଦେଖିଯାଅ,ଧରିଲାବେଳକୁ କେଣିକି ପଳାଅ,ଏ ପ୍ରେମଚାତୁରୀ, ମୋ ହୃଦକତୁରୀ,ରକ୍ତ ଝରଝରେ ବୁଝ କି ? ୩।ପ୍ରଭୁ ପ୍ରଭୁ କରି କଲି ମୁଁ ଗୁହାରି,ନ ଶୁଣିଲ ଦୟା କରି ଗୋ,ଶ୍ରୀ ଚରଣ ଧରି ଦୁଃଖ ଜଣାଇଲିନ ଶୁଣିଲ ଦୁଃଖହାରୀ ଗୋ ।ନେଇଥିଲି ତୋଳି କୋଳେ କୃପା କରି,(ଯେବେ) ପଡ଼ିଥିଲି ପାଦ ଧରି ଗୋ,ମରମରେ ମରି ସରମରେ ସରିପ୍ରେମର ଭିକାରୀ ପରି ଗୋ ।ଏବେ ମୁଁ ତୁମରି ସେ ଚରଣ ଧରିବୁହାଉଛି ଅଶ୍ରୁବାରି ଗୋ,ପୂରୁବର ପରି କିପାଁ କୃପା କରିନ ଶୁଣୁଛ କୃପାକରୀ ଗୋ ?ଦିଅ ପ୍ରାଣସରି ପ୍ରେମାମୃତ ଭରିଡାକେ ଯଦି ଅନୁସରି ଗୋ,କେଉଁ ଦୋଷ ଧରି ନ ଚାହୁଁଛ ଫେରି,ଚିନ୍ତେ ଦିବା-ବିଭାବରା ଗୋ ।ନେଉଟାଇ ନିଅ ନେଉଟାଇ ନିଅତବ ଯାତନାର ଦାନ,ସରବ କଷଣ ଦୂରେ ଯାଉ ମୋର,ଦୁଃଖ ଲଭୁ ଅବସାନ । ଧ୍ରୁ ।ବିତ୍ତ ବିଭବରେ ନ ବଳାଏଁ ମତି,ସୁନ୍ଦରସଂସାରେ ନାହିଁ ଆସକ୍ତି,ମାଗେଁ ନିତି ପରା ପାଦତଳ ଧୂଳି,ସେତିକି ଚାହେଁ ମୋ ପ୍ରାଣ ।୧।ନ ଜାଣେଁ ମୁଁ ଧର୍ମ କରମ ସାଧନା,ଜପ ତପ ଜ୍ଞାନ ଧିଆନ ଧାରଣା,ତବ ନାମ ଘୋଷି ତୋଷ ମୋ ମାନସ,ସେତିକି ମୋ ପୂଜା ଗାନ ।ଯେତେ ପଥ ଦେବ ଚାଲିବି ଧୀରେ,ଦେବ ଯେତେ ଭାର ବହିବି ଶିରେ,ହସ ହସ ମୂଖ ହୋଇବ ମୋହରଲଭି ତବ ଦାସ ସ୍ଥାନ ।ତବ ମଙ୍ଗଳ ଇଚ୍ଛା, ମଙ୍ଗଳମୟଜୀବନେ କର ହେ ପୂର୍ଣ୍ଣଦିଅ ଯାତନା, ବହିବି,--ଦିଅ ବେଦନା, ସହିବି –ଗର୍ବ କର ହେ ଚୂର୍ଣ୍ଣ ।ପାଦଧୂଳି ତଳେ ରଖ ହେ ଚାପି,ନତ ଶିରେ ମୋର ଆସନ ସ୍ଥାପିବିଶ୍ୱଜନେ ବିତର ସୁଖସମ୍ଭାର,ମୋତେ ଦୁଃଖେ କର ହେ ପୂର୍ଣ୍ଣ,ଅହମିକା କରି ଚୂର୍ଣ୍ଣ ।୧।ରାଜସିଂହାସନେ ବସାଅ ଆନେ,ରଖ ମୋତେ ପ୍ରଭୁ ସେବକ ସ୍ଥାନେ,କର ମୋର ଅନ୍ତର ରକ୍ତଜର୍ଜର,ମୋତେ ଆଘାତେ କର ହେ ଚୂର୍ଣ୍ଣ,ପ୍ରେମପୀୟୁଷେ ପୂର୍ଣ୍ଣ ।୨।ଦୋଷ ଧରି ଯଦି କରିବୁ ବିଚାରକର ତୁ ବିହିତ ଶାସନ ।ଯେତେ ଦେବୁ ମୋତେ ଦାରୁଣ ଯନ୍ତ୍ରଣା,ବଢ଼ିବ ତେତିକି ମୋପ୍ରତି କରୁଣା,ଫାଟି ମୋ ଶରୀର ଝରିଲେ ରୁଧିରଝରିବ ତୋହରି ଲୋଚନ ।୧।ଯେତେ ଭାର ଦେବୁ ବହିବି ସବୁ,ବ୍ୟଥାରେ କଥା ନ କହିବି ପ୍ରଭୁ,ଆଦରେ ଆଉଁସି- ଦେବୁ ମୋର ପିଠିଦେଖି ମୋ କାତର ବଦନ ।୨।ଯେତେ ଦେଉଥିବୁ ମରମେ ପୀଡ଼ା,ତେବେ ପାଦତଳେ ହୋଇବି ଛିଡ଼ା,ମଉନେ ଘେନିବି ତୋ ବଚନ ଶିରେକୋଳେ ଟାଣିନେବୁ ବହନ ।୩।ଭୈରବୀ – ଏକତାଳସରବ ଭ୍ରାନ୍ତି ପରପାରେ ଘେନିସରସ ଶାନ୍ତି ନିବାର,ଶାନ୍ତ କିରଣେ ଧ୍ୱାନ୍ତ ବିନାଶିପରମ-କାନ୍ତି ବିସ୍ତାର ।ଦୂରେ ଯାଇ ମୋର ମଳିନ ବାସ,ଘୁଞ୍ଚୁ ବେଦନା, ଛଳନା ବାସ,ହର ଅବସାଦ ହୃଦ-ବିଷାଦଶୁଭ ଶକତି ସଞ୍ଚାର ।୧।ଫିଟାଇ ନିଅ ମୋ’ ମୋହ ଆବରଣ,ବିନାଶ ସରବ ଅନ୍ୟ ଶରଣ,(କର) ଧନ୍ୟ ଜୀବନ ନିତ୍ୟ ନବୀନ,ସିଞ୍ଚ ସ୍ୱରଗ ଆସାର ।୨।ବହୁ ସାଧନାର ପରେ ଯଦି ପ୍ରଭୁଆସିଛ ହୃଦ-ସଦନେ,ବସ ବସ ବନ୍ଧୁ ମୋ ହାତ ରଚିତପ୍ରେମ-ଚନ୍ଦନ ଚର୍ଚ୍ଚିତ ଆସନେ ।ଘେନ ହାତଗୁଚ୍ଛା ମଲ୍ଲୀଫୁଲ ହାର,ତିନ୍ତିଛି ଯା’ ଝରି ଲୋଚନ ଆସାର,ସୁପ୍ରୀତି-ତୁଳସୀ ଭକତି-ଥାଳିରେ,ଘେନ ହୃଦୟଟି ଉପହାର ।୧।ଆସ ମୋ ପ୍ରାଣର ପରମ ସୁନ୍ଦର,ଘୁଞ୍ଚିଯାଉ ଦୁଃଖ, ଦୈନ୍ୟ ଅନ୍ଧାର,ଉଦ ମୋ ଗଗନେ ପ୍ରେମ ନବଭାନୁବିନାଶି ବିଷାଦ ଅବସାଦ ମନୁ,ହୁଏଁ ମୁଁ ଉନ୍ନତ, ଚିର କର୍ମରତପବିତ୍ର ପୟର ଦର୍ଶନେ ।ବିଶ୍ୱ ଆଜିବନ୍ଦେ ଚରଣଜନ-ମନ-ମୋହନ ।ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା,ବନ ଉପବନ ନୟନ କାରା,ଶୁଭ୍ର ସ୍ୱଚ୍ଛ ସରିତ ଧାରାପାଦ ପୂଜନେ ନିମଗନ ।ଗାଏ କୋକିଳ, ଗାଏ ଅଳି,ଗାଏ ସାଗର ଲହରୀ ତୋଳି,ଗାଏ ଗିରି ଶିଖର ଲତା-ମର୍ମ୍ମରେ,ଗାଏ ମୃଦୁଳ ପବନ ।ମୋ ହୃଦୟ ଆନନ୍ଦେ,ଗାଏ ପୁଲକଛନ୍ଦେପାଦ-ପଦ୍ମ ଗନ୍ଧ କୋଟି ବିଶ୍ୱରନ୍ଧ୍ରପୂର୍ଣ୍ଣ ଆଜି, ଛିନ୍ନ ଆଜିମାୟା ମୋହ ବନ୍ଧନ ।ନିବୃତ୍ତ ଚିତ୍ତ କ୍ରନ୍ଦନ,ହର୍ଷ ହୃଦ ସ୍ୱନ୍ଦନମିଶେ ନନ୍ଦ-ନନ୍ଦନମୁରଲୀ ତାନେ ମୋହନ ।ଇମନ୍ କଲ୍ୟାଣ- ତେଓରାହୃଦୟମନ୍ଦିରେ ଚିର ସୁନ୍ଦର,ରାଜ ଚିର ରାଜ ହେ ।ପରାଣଛନ୍ଦେ ଗାଅ ଆନନ୍ଦେ,ମାନସ-ମୁରଳେ ବାଜ ହେ ।ଧ୍ରୁ ।ନୀଳ ପୟୋଧି ଲୋଳ କଲ୍ଲୋଳେ,ମନ୍ଦ ମାରୁତ ଗନ୍ଧ-ହିଲ୍ଲୋଳେ,ପିକ ପଞ୍ଚମେ, ଅଳି ଗୁଞ୍ଜନେ,ବୀଣା ବଂଶୀରେ ବାଜ ହେ ।୧।ନୈଶ ଅମ୍ୱର ତାରକା-ଶଶୀ,ପ୍ରଫୁଲ୍ଲ ପୁଷ୍ପ-ସୁଷମାରାଶି,ଶତ ନିର୍ଝର ଗିରିପ୍ରାନ୍ତର-ଶୋଭା-ବିଭାରେ ରାଜ ହେ ।୨।ତବ ମଙ୍ଗଳ ପୁଣ୍ୟସ୍ପର୍ଶେଜାଗୁ ଅନ୍ତର ଅମଳ ହର୍ଷେ,ହଜୁ ସନ୍ତାନ ଦୁଃଖଦୈନ୍ୟତୀବ୍ର ଯାତନ ଲାଜ ହେ ।୩।ତବ ବିନା ବନ୍ଧୁ ନାହିଁ ଆନ ଭବେହେ ଭବସିନ୍ଧୁତାରଣ !ତବ ବିନା ଶୁଭ-ବରାଭୟ ଧାମନାହିଁ ମୋ ଅନ୍ୟ ଶରଣ ।ଗତି କି ହେବ ମୋର ମୁଁ ଅତି ପାତକୀ,ତବ ଦୟାସନ ତଳେ ତନୁ ବିକି,ମୋର ମାଗୁଣି ଏତିକି,ମତି ନିତି ମୋର ଥାଉ ଅନୁସରିକମଳକାନ୍ତି ଚରଣ ।୧।ହର ମୋ ଦୂରିତ, ହରଷ ଏ ଚିତ୍ତ,ଲଭୁ ଦୀପ୍ତି, ଶକ୍ତି, ମୁକ୍ତି, ଶାନ୍ତି ବିତ୍ତ,ମୋର ଏ ଦୀନ ଜୀବନପରମ କୃତାର୍ଥ ପିଇ ପଦସୁଧାହେବ ମରଣ ବାରଣ ।ଅପରାଧୀ ବୋଲି ପ୍ରିୟତମ ତବଯଦି ନ ପାଇବି କ୍ଷମା,କଠିନ କରପରଶେ ପ୍ରଭୁ,କର ମୋରେ ମାର୍ଜନା ।ପାପ କଳଙ୍କରେ କଳଙ୍କିତ ଦେହ,ହେରି ଊଣା ଯଦି ହୁଏ ତବ ସ୍ନେହ,ପୂତ ପ୍ରେମବାରି ଢାଳି ଦିଅ ଧୋଇ,କର ଦୂର ହୃଦ ଆବର୍ଜନା ।୧।ଯଦି ମୁଁ ଅଧମ ଅସ୍ପୃଶ୍ୟ ତର,ଯୋଗ୍ୟ ନୁହେଁ ତବ ଅଙ୍କ ଆସନର,ନିଜ ଦୟାଗୁଣେ ହେ କରୁଣାକରକର କଞ୍ଜଶ୍ରୀଚରଣୁଁ ବର୍ଜନା ।କହି ଦେ କହି ଦେ ଆଜିକେଉଁ ବାଟେ ଯିବି ହରି,ବହି ନେ ବହି ନେ ମୋରବୋଝ ଭାରି ଏ ଗଣ୍ଠିରି ।ପଥଶ୍ରାନ୍ତ ପାନ୍ଥ ପରା,ଘେରିଲାଣି ଦୁଃଖ-ଜରା,ଚାଲି ଚାଲି ଦରମରା,ବସେ ମୁଁ ବାଟ ଅଧରେନିରାଶେ ସରି ।ଭାଙ୍ଗିଲାଣି ଆଶାବାଡ଼ି,ଅନ୍ଧାର ଆସଇ ମାଡ଼ି,କି କରିବି କି କରିବି,କାନ୍ଦେ ନୟନ ଆବରିହତାଶେ ଭରି ।ନାହ ଆଉ ଆଶା ଆନ,ଆକୁଳେ ଡାକୁଛି ପ୍ରାଣ,ଏ ବିପଦେ ଶ୍ରୀପଦେ,ନ ରଖିଲେ ଯିବି ମରି,ଶୁଣ ହେ ହରି ।ମୋତେ ଯଦି ଆପଣାର କରିବ ଏଥରଖର୍ବ କର ମୋର ସର୍ବ ଗର୍ବ-ଆଡ଼ମ୍ୱର । ଧ୍ରୁ ।(୧)ତୁମ ନାମ କାହିଁ କହିବି କାହାକୁ,ନିଜ ନାମ ଗାଇ ବୁଲଇ ତୁଚ୍ଛାକୁ,ନିଜ ବଡ଼ପଣ ପ୍ରଚାରି ପ୍ରଚାରିସାରିଲି ଆୟୁଷ ମୋହର ।(୨)କାହିଁ ଦେଖିବି ଶ୍ରୀପାଦ-ପଦ୍ମ ଶୋଭା,ନିଜ ରୂପ ମୋର ହେଲା ମନୋଲୋଭା,ମୋ ଶୋଭାପସରା ଘେନି ଦ୍ୱାରେ ଦ୍ୱାରେବୁଲଇ ଯାମିନୀ-ବାସର ।କୂଳେ ଲଗାଅ !ଭାସିଗଲି ଭବାର୍ଣ୍ଣବେ କଟାକ୍ଷେ ଚାହଁ । ଧ୍ରୁ ।ଜୀର୍ଣ୍ଣ ତରୀ ଆଶ୍ରାକରି,ହେଉଥିଲି ଭବ ପାରି,ମଝି ସାଗରେ ବୁଡ଼ୁଛି, ନାହିଁ ସହାୟ ।୧।ଏ ଦୁଃଖ ସମୟେ କି ହରି,ରହିବ ହେ ଧୈର୍ଯ୍ୟ ଧରି ?ଭାସିଲି, ଭାସିଲି ଡାକେ,ପ୍ରାଣ ବଞ୍ଚାଅ ।୨।ତରୀରେ ଭରା ପାତକ,ବୋଝ ଯେ ମୋର ଅନେକ,କି କରିବି, କି ମରିବି,ବାରେ ଅନାଅ ।୩।(କୂଳେ ଲଗାଅ)ତୁମେ ଯଦି ଦେଖା ନ ଦେବ ଜୀବନେଯିବି ମୁଁ ମରଣେ ହଜି,ତୁମେ ଯଦି କଥା ନ କୁହ ମରମେସରମେ ଯିବଟି ମଜ୍ଜି !ତୁମ ପରିବାରେ ମୁଁ ସବୁଠୁଁ ସାନ,ତଥାପି ତୁମରି କୋଳରେ ସନ୍ତାନ,ରାଜସିଂହାସନ ନ ଥିଲେ କରମେଲଭିବି ତ ପାଦେ ସ୍ଥାନ ।ନ ପୂରିବି ଯଦି ମୋର ଆଶାରାଶି,ମୋ କାମନା ମୋତେ ପକାଇବ ଗ୍ରାସି,ମୋ ଆତ୍ମନିଗ୍ରହ ହରି ତବ ଶାନ୍ତିରଚିବ ଭବେ ଶ୍ମଶାନ ।ରଖ ଯଦି ମୋତେ ବନ୍ଦୀକାରାଗାରେ,ତିନ୍ତିବ ନିଜର ଉଷ୍ଣ ଅଶ୍ରୁଧାରେ,ପଙ୍ଗୁ ମୋ ଜୀବନ ଭାଙ୍ଗିବ ତୁମରିସ୍ୱାଧିନତା ଅଭିମାନ ।ସାରା ବିଶ୍ୱ ଯଦି ତୋଷିବ କୃପାରେ,ମରୁଥିବି ମୁହିଁ ତୃଷାରେ କୃପାରେ,ଆତ୍ମତୋଷ କେଭେ ନ ଜାଣିବ ପ୍ରଭୁ,ବ୍ୟର୍ଥ ହେବ ସୃଷ୍ଟିମାନ ।ଏଣିକି ବିଚାର କର ଦୟାମୟ,ଦୟା ନୁହେଁ, ଦିଅ ତୁମରି ଅଭୟ,ମୋ ମରଣେ ତବ ନାହିଁ ତ ଗୌରବ,ସନାତନ ଅପମାନ ।ସମ୍ୱର ସମ୍ୱର ଲୀଳା ଲୀଳାମୟ,ଅଶ୍ରୁରେ କିପାଇଁ ହେଉଛି ଅଥୟ ?ମୋ ପ୍ରହାରକ୍ଳେଶେ ବେଦନାଜର୍ଜରକାନ୍ଦୁଛି ତୁମରି ପ୍ରାଣ ।ଯଦିବା ସହୁଛି ମୋ ନିଜ ବେଦନା,ଦେଖି ନ ପାରିବି ତବ ଏ ଯାତନା,କି ହେବି ହେ କୁହ, ମୋତେ କିପାଁ ଚାହଁ,କିପାଁ ନିମ୍ନେ ଅଭିଯାନ ?ମୋ ଲାଗି କିପାଇଁ ଏତେ ଦୀର୍ଘଶ୍ୱାସଫୁଲେ ଫୁଲେ ବାଜେ ପ୍ରାଣର ପରାସ,ନୀଳାକାଶ ଛଳେ ନୀଳେନ୍ଦୀନୟନେଘନୁଁ ଝରେ ଅଶ୍ରୁଦାମ ।ଚଉଦଭୁବନ ଥିଲେ ହେଁ ତୁମର,ମୋ ବିନା ପୂରିବ କାହିଁ କଳେବର,କଣିକାଏ ଊଣା ହେଲେ କି ହେ ପ୍ରଭୁ,ହେବ ପୂର୍ଣ୍ଣ ଭଗବାନ ?କିଏ ବା ପୂଜଇ ମଣିମୁକୁତାରେହୀରକ କନକ ହାରେ,ଅଶ୍ରୁଫୁଲ ମୁଠା ଘେନି ମୁଁ ଗୁନ୍ଥୁଛିତୁମ ରାଜସଭାଦ୍ୱାରେ ।ବହୁକାଳରୁ ମୁଁ ରହିଛି ଧାରୁଆ,କି ଘେନି ଶୁଝିବି, ଶୂନ୍ୟ ମୋ ଫରୁଆ,କରଚରଣ ମୋ କରଷିବ ତବକେଦାର ଶୀତ ଖରାରେ ।୧।ଚିର ଦରିଦ୍ର ମୁଁ, ନାହିଁ ତହିଁ ଲାଜ,ପିନ୍ଧାଅ ମୋ ଦେହେ ସେବକର ସାଜ,ରାତି ପାହାନ୍ତିରୁ ଲାଗିବି, କରମେସେବିବି ରୁଧିର ଧାରେ ।୨।ଏତିକି ମାଗୁଣି, ବରଷାଅ ପାଣି,ଦୟାଧାରାରୂପେ ପିଏଁ ମୁଁ ତା’ ପାଣି,ବହି ତବ ବାୟୁ ପରଶୁ ମୋ ତନୁଶୀତଳି ଦୀର୍ଘ ଦିବାରେ ।୩।କୋଟି କଣ୍ଟା ପଛେ ବିନ୍ଧୁ ମୋ’ ଶରୀରେ,ତିନ୍ତୁ ପଛେ ବାସ ତପତ ରୁଧିରେ,ଅମୃତ ଶ୍ରୀକରେ ଛୁଇଁଯାଅ ବାରେ,ହେବି ଅମର ଧରାରେ ।୪।ରାତି ଅଧରେ,ଯଦି ଜାଗେ ଅଧରେ,ତବ ସ୍ୱରସୁଧା ମଧୁରେ ଧୀରେ,ଉଠିବି ଶେଯ ଛାଡ଼ି,ଗାଇବି ଗୀତ ଧାଡ଼ି –ପୁରୁଣା ବୀଣାରେ ମୋର କ୍ଷୀଣ ଅଙ୍ଗୁଳିରେପରଶିବ ନାଥ ତବ ମରମ ମଝିରେ ।୧।ରାତି ଅଧରେଯଦି ଡାକ ଦୁଆରେ,ହାତ ମାରି ସଖା ମଧୁରେ ଧୀରେ,ଉଠିବି ଶେଯ ଛାଡ଼ି,କବାଟ କୀଳା କାଢି,ଚାହିଁବି ସରାଗେ ପଥେ ନୀରବ ନିଶିରେ,ଆସବି ମିଶିଯିବ ପ୍ରାଣେ ପଲକ ମଝିରେ ।୨।ଭକ୍ତକବି ଶ୍ରୀ ଯୁକ୍ତ ମଧୁସୂଦନ ରାଓବାହାଦୁରଙ୍କ ଉଦ୍ଦେଶ୍ୟେ(୧)କହିବି କହିବି କଥା ନ ଆସଇ କଣ୍ଠେ,ଶୁଣିବି କି ମର୍ମବାଣୀ ସୁନ୍ଦର ବୈକୁଣ୍ଠେ ?କୁଣ୍ଠିତ ଅନ୍ତରେ କେତେ ଉଦେ ଭାବରାଶି,ପ୍ରକାଶି ନ ପାରି ଝୁରେ ପତ୍ର, ଲେଖ, ମସୀ ।ଅତି ଶୈଶବରୁ ତବ ଆଦର୍ଶେ ମୋହରବିତ୍ରିତ, ବିମ୍ୱିତ କ୍ଷୁଦ୍ର ଜୀବନମୁକୁର ।ପଢ଼ି କ୍ଷୁଦ୍ର ‘‘ଛାନ୍ଦମାଳା’’ ଶିଶୁମନୋହରୀଅମୃତ ଆନନ୍ଦେ ମୋର ଦିନ ନିଏ ହରି ।ତବ ‘‘ବୋଧୋଦୟେ’’ ସୀତା ଶ୍ରୀରାମ ଚରିତ୍ରହୃଦୟେ ଆଦର୍ଶ ମମ ରଚିଲା ପବିତ୍ର ।‘ସର୍ବଗୁଣ ଅଳଂକୃତା’ ଜାନକୀ ସୁନ୍ଦରୀଧୀର କର୍ମ୍ମବୀର ରାମ ଦିବ୍ୟ ଶୋଭା ଧରିଉଦିଲେ ମୋ ଆଖିପଥେ ଆଦର୍ଶେ ମହାନ,ସେ ଶୁଭ ପ୍ରେରଣା ଲାଗି ଜାଗିଲା ପରାଣ ।‘ବାଲ୍ୟକାଳୁ ଧର୍ମ୍ମଧନ କରିବି ସଞ୍ଚୟ’ଏ ଅମର ବାଣୀ ତବ ଦେଲା ପରିଚୟ ।ମଧୁର କବିତା-ମଧୁ- କବି-ଅରବିନ୍ଦ !ନିରତେ ରତ କି ପାନେ ମୋ ମନ-ମିଳିନ୍ଦ !ପଙ୍କେ ପଦ୍ମ ସରି ଆତ୍ମା ଫୁଟିଲା ଆନନ୍ଦେ,ବାଜିଲା ମାନସ-ବୀଣା ନବ ନବ ଛନ୍ଦେ ।(୨)କେ ଆସେ କେ ଯାଏ ତାହା ଧରଣୀ ନ ଜାଣେ,ଜାଗେ କିନ୍ତୁ ତବ ନାମ ସହସ୍ର ପରାଣେ ।ତରୁଣ ଉତ୍କଳ ଯଦି ଧର୍ମ୍ମ କର୍ମ୍ମ ଲଭେ,ସେ ତବ ପ୍ରସାଦେ ଦେବ! ତୁମରି ଗୌରବେ ।ଘରେ ଘରେ ଶିଶୁ ତବ ପଞ୍ଚାମୃତ ସରିକାବ୍ୟ, କବିତା ସାହିତ୍ୟ ପିଅନ୍ତି ଆଦରି ।ଜ୍ୱଳନ୍ତ ଜୀବନ୍ତ ଏକ ପ୍ରମାଣ ଏ ତବ,ମୋ କାବ୍ୟ-କବିତାମାଳି ତୁମରି ବିଭବ ।ମୋ’ ହାତ ରଚିତ କ୍ଷୁଦ୍ର ଚମ୍ପାଫୁଲମାଳାଘେନି ମୁଁ ଅଇଲି ତେଣୁ କ୍ଷୁଦ୍ର ପୂଜାଡ଼ାଲାଉଦ୍ଦେଶେ ପ୍ରଣମି ତବ ଶ୍ରୀ ପାଦସୁନ୍ଦରେଶରଧାର ଉପହାର ଦେଲି ଭକ୍ତିଭରେ ।ଉର୍ଦ୍ଧ୍ୱୁଁ ଝାଡ଼ିଦିଅ ଧୂଳି, ହେବି ମୁଁ କୃତାର୍ଥ,ଗୁରୁଦେବ ପଦ ସେବି ଲଭି ପରମାର୍ଥ(୩)ଆବାଲ୍ୟ ଦର୍ଶନ ଆଶା ନ ପୂରିଲା, ନାହିଁ,ଯାପିବି ଜଗତେ ଦିନ ଆଦର୍ଶ ଧିଆଇ ।ଅମର କବିତା ତବ ମୋ’ କୋମଳ ମନେଆଙ୍କିଦେଲା କି ଆଦର୍ଶ କହିବି କେସନେ ?ଆଜି କବିତାରେଣୁ କଲି ସମ୍ୱୋଧନ,କବିକୁଳେ ‘‘ଗୁରୁ’’ ମମ ହେ ମଧୁସୂଦନ !ସୁଦୂର ସ୍ୱରଗୁଁ ଦେବ, ଶୁଭାଶିଷ ଝରିସାର୍ଥକ କରୁ ଏ କ୍ଷୁଦ୍ର ଲେଖନୀ ମୋହରି ।