ଅନନ୍ତ ଯାତ୍ରୀ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
ପଣ୍ୟହୀନ ମୋର ଏହି ଜୀର୍ଣ୍ଣ ତରିଣୀଟିଅକୂଳ ସାଗରେ ଏକା ଯାଉଅଛି ବାହି,ଘୂର୍ଣ୍ଣବାୟୁ ଚଉପାଶୁଁ ଦେଉଅଛି ପିଟି,ନାହିଁ ଲକ୍ଷ, ନାହିଁଶ୍ରାନ୍ତି, ସାହାନାହିଁ କେହି ।ଆଶା ଓ ନୌରାଶ୍ୟ ମଧ୍ୟେ ଲାଗିଛି ସଂଗ୍ରାମରଙ୍ଗଭୂମି ତହିଁ ପୁଣି ମୋର ହୃଦ ସ୍ଥଳହେଉଛି ଅଶେଷ ଧ୍ୱଂସ,-ସୃଷ୍ଟି ଅବିରାମଅସହ୍ୟ ଯାତନା ସହି ପରାଣ ବିକଳ ।ଜୀବନ ଓ ମରଣର ସନ୍ଧିସ୍ଥଳେ ମୁଁହି,ଦେଖୁଛି ଏ ସମରର ଫଳ ଅନିଶ୍ଚିତ,କ୍ଷଣେ ଏକ ଜିଣେ, ପୁଣି କ୍ଷଣେ ଆନ ଜୟୀ,ପ୍ରଚଣ୍ଡ ପ୍ରହାରେ ମୋର ଗାତ୍ର ଜର୍ଜ୍ଜରିତଅପାର ଜଳଧି ବକ୍ଷେ ଭାସୁଛି ଆକୁଳେଭୀମ କାଳ ଊର୍ମ୍ମିମାଳ ଘେରିଛି ନିରତେଯାଉ ନାହିଁ ବୁଡ଼ି, କିବା ଲାଗୁ ନାହିଁ କୂଳେଏକାକୀ ଅନନ୍ତ ଯାତ୍ରୀ ଅନନ୍ତର ପଥେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ