ଆନନ୍ଦର ଜୟ
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ଆନନ୍ଦ, ଆନନ୍ଦ, ବୋଲି ମଲି ଖୋଜି ଖୋଜିଏଣେ ତେଣେ ଅନ୍ଧପରି ଅଣ୍ଡାଳି ଅଣ୍ଡାଳି,ପ୍ରକୃତ-ଆନନ୍ଦାଧାର-ପରଶ ବରଜି ।ହୃଦୟେ ନିରାଶା-କୃଷ୍ଣ-ବହ୍ନି-ଶିଖା ଜ୍ୱାଳି ।ଆନନ୍ଦର ନିକେତନ ବିଭୁଙ୍କ ସଂସାରଅଛି କିରେ କେବେ କାହିଁ ନିରାନନ୍ଦବିୁନ୍ଦୁ ?ଅନନ୍ତ ଆନନ୍ଦମୟ ମହା ପାରାବରଶାଶ୍ୱତ, ଚିନ୍ମୟ, ନିତ୍ୟ, ମହାନନ୍ଦ ସିନ୍ଧୁ ।ଆନନ୍ଦେ, ଆନନ୍ଦେ ଗଢ଼ା ମାନବର ଦେହ ।ଆନନ୍ଦର ସଂଘର୍ଷଣେ ମାନବ ଜୀବନ ।ନିତ୍ୟାନନ୍ଦମୟ ଦେଖ, ମାନବର ଗେହଆନନ୍ଦହିଁ ସତ୍ୟ, ଦୁଃଖ ଅଳୀକ ସ୍ୱପନ ।ଦୁଃଖ କୃଷ୍ଣ ଅଶ୍ରୁ ଅଛି ତୋହରି ଅନ୍ତରେ,ତୋ ହୃଦୟେ ଅଛି ମଧ୍ୟ ଆନନ୍ଦର ଖଣି;ଯାହାଇଚ୍ଛା ବାଛିନିଅ ଆପଣା ମତରେସଂସାରକୁ ନିନ୍ଦୁ କିପାଁ ଦୁଃଖମୟ ମଣି ?ଆନନ୍ଦର ପରଚକ୍ଷୁ ଆକ୍ଷିରେ ଲଗାଇ,ଆନନ୍ଦ-ଅଞ୍ଜନେ ରଞ୍ଜି ନୟନ ତୋହରଦେଖରେ ଦେଖରେ ବାରେ ସଂସାରକୁ ଚାହିଁବିଶ୍ୱଭରା ମହାନନ୍ଦେ ପୂର୍ଣ୍ଣ ଚରାଚର ।ବିଚ୍ଛେଦ-ସନ୍ତାପ ନାହିଁ ହତାଶା ଦୁର୍ଗତିନାହିଁ ଶୋକ ନାହିଁ ରୋଗ ନାହିଁ ମୃତ୍ୟୁ ଭୟ;ଘୋଷୁଛି ମଙ୍ଗଳମୟ ବିଭୁଙ୍କ କୀରତି,ଦେଖରେ ବ୍ରହ୍ମାଣ୍ଡଯାକ ଆନନ୍ଦର ଜୟ,ଶିଶୁକେଉଁ ଫୁଲ୍ଲ କୁସୁମର ଲାବଣ୍ୟ ନିଗାଡ଼ିକେ ବୋଳିଛି ଶିଶୁର ଆନନେ ?ଆସିଛି ଦେବତା କେଉଁ ସ୍ୱର୍ଗରାଜ୍ୟ ଛାଡ଼ିଭ୍ରମିବାକୁ ଏ ମର ଭବନେ ?କେଉଁ ମୁଗ୍ଧ ଚନ୍ଦ୍ରମାର କୌମୁଦୀ ଆହରିଲିପିଛି କେ ତାର ଚାରୁ ହାସେ ?କେଉଁ ସୁର ବୀଣା ତାନ କେ ଦେଇଛି ଭରିତା ମଧୁର ମୃଦୁ ମୃଦୁ ଭାଷେ ?କିଏ ସେ ରଞ୍ଜିଛି ତାର ସୁନ୍ଦର ନୟନକେଉଁ ସ୍ନିଗ୍ଧ ସୁଧାରସ ଛାଣି ?ତରଳ ତାରକା ସମ ସଦା ଛନ ଛନସୁକୁମାର ସରଳ ଚାହାଣୀ ?କେଉଁ ତଟିନୀ-ତରଙ୍ଗ-ଲଳିତ-ଭଙ୍ଗିମାଅଙ୍ଗେ ତାର କେ ଥୋଇଛି ଆଣି ?ସେ ଶିରୀ ସେ ମାଧୁରୀର ନାହିଁ ତ ସେ ସୀମାଅତୁଲ୍ୟ ତା’ ପ୍ରତି ଅଙ୍ଗ ଠାଣି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ