ଆକାଶ ଦୀପ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୩
- ସ୍ଥିତି
- ସାର୍ବଜନୀନ (Public domain)
ଘନ ଘନ କଳା ବଉଦ ତୁରିତେଘୋଟିଯାଏ ଯେବେ ଗଗନ-ପଟେ,ଝୁପୁ ଝୁପୁ ହୋଇ ବରଷାର ଧାରାଗାଆଁ ବିଲ ବନେ ଝରଇ କେତେ ।ଟୁପୁ ଟୁପୁ ଟୁପୁ ଟୋପି ଶବଦେ ତାଆକାଶ ଅବନୀ ପାତାଳ ପୂରି,ନିଦ ଲାଗି ଆସେ ପାହାନ୍ତି ରାତିକି;ଯାଏ ହୃଦେ କେତେ ସପନ ଖେଳି ।ମେଘ ଘଡ଼ଘଡ଼ି ବିଜୁଳି ଝଟକେକମ୍ପି ଯାଉଥାଏ ଆକାଶ ମହୀ;ବିଧୁତାରକା ଯେ ନିତି ରଜନୀରେ,ସେ କୋଟି ସମ୍ପଦୁ ଗୋଟିଏ ନାହିଁ ।ବରଷା ଯାମିନୀ କଜଳ ତିମିରଦଶ ଦିଗ ଯାକ ଥାଏଟି ଭରି;ଘରୁ ଆସି ପଦା ଅନାଇ ଦିଅନ୍ତେ,ବାହା ଚିତ୍ତ ଭୟେ ନ ଯିବ ଥରି ?ସେତେବେଳେ ଏତେ ବାଆ ପାଣି ମାଡ଼େମେଘମାଳା କୋଳେ ମଥା ଫୁଲାଇ,ଘଡ଼ଘଡ଼ି ନାଦ ବିଜୁଳି ଝଟକସବୁ ସହି, କିଏ ଏକାଟି ତହିଁ ?ସୁନୀଳ ଗଗନ କୁଆତାରା ପରିଅବନୀ ଆକାଶେ ବିକଶି ହେଲେ,କଳା ମେଘମାଳେ ସରଗ ସମ୍ପଦେଢଳଢଳ କିଏ ପବନେ ଢଳେ ?ଜଳ ଜଳ ଜଳ, ଆକାଶ ଦୀପ ରେ,ନ ମାନି ତିଳେ ଏ ପାଣି ପଥର;ଯେତେ ତେଜେ ଆସେ ବରଷା ବତାସି,ତେତେ ବଳି ତେଜେ ଦିଗୁଣ ଜଳ ।ନିମିଷ ଯୁଗଳେ ପାହିଯିବ ରାତି,ବିତିଯିବ ଏ ଯେ ପବନ ପାଣି;ପାହାନ୍ତି ପାଟଳେ ଉଦେ ହେବ ରବି,ସରଗ ସୁବର୍ଣ୍ଣ ସମ୍ପଦ ଜିଣି ।ସେତେବେଳେ ସିନା ଏ ରାତିଟା ଯାକଜଳିବା ସାର୍ଥକ ହେବ ତୋ ଯାଇ;ଏ ମର ଅବନୀ ଟିକି ଦୀପଟି ତୁଅନନ୍ତ ଆତପେ ମିଳିବୁ କାହିଁ ।ଜଳ ଜଳ ଜଳ, ଆକାଶ ଦୀପ ରେ,ନିମିଷୁ ନିମିଷେ ପ୍ରସାରି କାୟା,ଯେତେ ଯେତେ ଆସେ ବରଷା ବତାସି,ତେତେ ଦୂରେ ଯାଇ ପଡ଼ୁ ତୋ ଛାୟା ।ଧନ୍ୟ ତୁମେ ବିଶ୍ୱେ, ବିଧବା ନାରି ଗୋ,ହରାଇଥିବା କି ନିଧିଟି ପାଇଁ,ବହି ନିତି ଏତେ ଭାଳେଣି ପରାଣେମରମ ଧିଆନେ ବସିଛ ଚାହିଁ ।ଜାଳି ଦେଇଅଛି ପ୍ରଣୟ ପ୍ରଦୀପ,ରମଣୀ ପରାଣ-ତଇଳେ ଭରି;ଭାଗ୍ୟେ ଯଦି ସେହୁ ଦେଖା ଦେବ ଦୂରେ,ପାଶେ ଯାଇ ପୁଣି ମିଳିବ ବୋଲି ।କି ନିଧି ଜୀବନେ ଦେଇଛ ହରାଇ,ଯା ଲାଗି ସାଧନା ଧିଆନ ଏତେ ?କେତେ ଶିରୀ ଆହା ଜୀବନେ ସମ୍ପଦ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ