ଅବସାଦ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ରାଗ-ବଙ୍ଗଳାଶ୍ରୀନ ଲୋଡ଼େଁ ତାହାକୁ ପୁଣି ଦେଖିବାକୁସେ କି ଥିବ ଚିରଦିନ?ଦେଖୁଛି ନିତାନ୍ତ ସକଳ ପଦାର୍ଥହେଉଛନ୍ତି ଛିନ୍ନ ଭିନ୍ନ ।ଜନ୍ମିଲେ ମରଣ ବିଧିର ବିଧାନକାହାକୁ ନ ଅଛି ଜଣା?ଯାଇଛି ଯା ଛାଡ଼ି ନ ଆସେ ବାହୁଡ଼ି,ବୃଥା କିପାଇଁ ଶୋଚନା?କେଉଁ ଆକର୍ଷଣ ନ ମାନି ବାରଣମନେ ପଡ଼େ ନିରନ୍ତରେ?ଚୁମ୍ବକ ଶଳାକା ଉତ୍ତର ଦିଗକୁଧାଏଁ ପ୍ରକୃତି ବଶରେ ।ଦେଲେ ମୁଁ ଜୀବନ ଆଉ ସେହି ଧନକେବେ ବାହୁଡ଼ିବ ନାହିଁ,ଏହା ଜାଣି ଶୁଣି ଅଜ୍ଞାନରେ ପୁଣିଶୋକ କରିବି କିପାଇଁ?ମୋହଠାରୁ ସେ ତ ଅନନ୍ତ ଅନନ୍ତଦୂରେ ଅଛି ବ୍ୟବଧାନ?ସେ କି ଜାଣୁଅଛି ନ ପାରି ମୁରଛିବସି କରୁଅଛି ଧ୍ୟାନ ।କି ହେବ ଚିନ୍ତାରେ ଶ୍ମଶାନ ଚିତାରେଆକାଶେ ଯାଇଛି ଉଡ଼ି,ପ୍ରକୃତିର ଲୀଳା କରି ଅବହେଳାଆସିବ କି ସେ ବାହୁଡ଼ି?କ୍ଷଣକ ଭଙ୍ଗୁର ପ୍ରଣୟ-ଅଙ୍କୁରଭାଙ୍ଗିଗଲେ ତଳେ ପଡ଼ି,କାହାରି ବଳରେ ଆଉ ସେ ମୂଳରେହୋଇ କି ପାରିବ ଯୋଡ଼ି?ସୌନ୍ଦର୍ଯ୍ୟର ତୃଷା ପ୍ରଣୟ-ପିପାସା ।ତୃପ୍ତ ହୋଇଅଛି କାହିଁ?ସଫଳ କାମନା ସଂତୃପ୍ତ ବାସନାଜଗତେ ମିଳଇ ନାହିଁ ।ଜାଣିଲି ଜଗତ ମାନବ ସମସ୍ତମୋହ-ମଦିରାରେ ମତ୍ତ,ଯେ ନ ଚାହେଁ ଥରେ ତାକୁ ତ ପ୍ରେମରେଭାଳୁଥାଆନ୍ତି ସନ୍ତତ ।ପବିତ୍ର ଭାବରେ ଆପଣା ମନରେବସି ତୁମ୍ଭେ ପ୍ରାଣାୟାମେଚିନ୍ତା କଲେ ଥରେ ପ୍ରଭୁଙ୍କ ପାଶରେଭେଟିବ ଅନନ୍ତ ଧାମେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି