ଉପସଂହାର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଗଙ୍ଗାଧରଙ୍କ ଗଦ୍ୟାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୬
- ସ୍ଥିତି
- ସାର୍ବଜନୀନ (Public domain)
ବିକ୍ରମ ସିଂହ ବରପାଲି ଇଲାକାକୁ ଆପଣାର ପିତା ସମ୍ବଲପୁରର ରାଜା ବଳିଆର ସିଂହଙ୍କଠାର ଭରଣପୋଷଣ ନିମନ୍ତେ ପାଇଥିଲେ । ତାଙ୍କର ବଂଶଧରମାନେ ସମ୍ବଲପୁରର ପରବର୍ତ୍ତୀ ରାଜାମାନଙ୍କଠାରୁ ନିଜର ଭରଣପୋଷଣର ଅପ୍ରତୁଳତା ପୂରଣ ନିମନ୍ତେ ନାନାପ୍ରକାର ସାହାଯ୍ୟ ମଧ୍ୟ ପାଉଥିଲେ । ସମ୍ପ୍ରତି ବରପାଲିର ଆୟର ପ୍ରାୟ ତୃତୀୟାଂଶ ନାନାପ୍ରକାରରେ ଗଭର୍ଣ୍ଣମେଣ୍ଟ ନେଉଅଛନ୍ତି । ଅବଶିଷ୍ଟ ଅର୍ଥରେ ବରପାଲିର ଅଧୀଶ୍ୱରଙ୍କର ନିର୍ବାହ ହେବା କଥା । ତହିଁରେ ନୃପରାଜ ସିଂହ ମର୍ଯ୍ୟାଦାନୁରୂପ କାର୍ଯ୍ୟ କରି ଚଳିପାରିବା କଷ୍ଟ । ତଥାଚ ସେ ଔଦାର୍ଯ୍ୟର ବଶବର୍ତ୍ତୀ ହୋଇ ସ୍ୱକୀୟ ବ୍ୟୟସଂକୋଚଦ୍ୱାରା ଦେଶହିତକର କାର୍ଯ୍ୟରେ ଅଜସ୍ର ଅର୍ଥ ବ୍ୟୟ କରୁଅଛନ୍ତି ଏବଂ ତାହାଙ୍କର ବଂଶବ୍ୟାପିନୀ ରାଜଭକ୍ତିକୁ ପରିପୁଷ୍ଟ କରିଅଛନ୍ତି । ତହିଁର ପୁରସ୍କାର ସ୍ୱରୂପ ‘‘ରାୟ ବାହାଦୁର” ଉପାଧି ଦ୍ୱାରା ସମ୍ମାନିତ ହୋଇଅଛନ୍ତି । ତାହାଙ୍କର ସଦିଚ୍ଛା ସବୁ କାର୍ଯ୍ୟରେ ପରିଣତ ହୋଇପାରିଲେ ତାହାଙ୍କର ସମ୍ମାନ ନିଃସଂଶୟ ଅଧିକତର ବର୍ଦ୍ଧିତ ହେବ । କିନ୍ତୁ ତେତିକିରେ ତାହାଙ୍କର ଔଦାର୍ଯ୍ୟପୂର୍ଣ୍ଣ ସତ୍କାର୍ଯ୍ୟର ଫଳ ଶେଷ ହେବ ନାହିଁ । ସେ ସର୍ବକର୍ମଫଳପ୍ରଦ ପରମେଶ୍ୱରଙ୍କଠାରେ ଅବଶ୍ୟ ଅମୂଲ୍ୟ ଅତୁଲ୍ୟ ଫଳଲାଭ କରି କୃତକୃତ୍ୟ ହେବେ ।
ସେ ପୁତ୍ରପୌତ୍ରାଦି ସହିତ ସୁଖ-ସ୍ୱାସ୍ଥ୍ୟ ଘେନି ଚିରଜୀବୀ ହେଉନ୍ତୁ ଏବଂ ତାହାଙ୍କର ପରବର୍ତ୍ତୀ ଜୀବନ ପରୋପକାରସାଧନରେ ନିଯୁକ୍ତ ଥାଉ । ତାଙ୍କର ସୁକାର୍ଯ୍ୟଦ୍ୱାରା ନ୍ୟାୟର ଗୌରବ ରକ୍ଷିତ ହେଉ ଜଗଦୀଶ୍ୱରଙ୍କଠାରେ ଏହାହିଁ ଅନ୍ତିମ ପ୍ରାର୍ଥନା ।
କିଂବଦନ୍ତୀ
ସମ୍ବନ୍ଧିତ ରଚନା
ପାଣୁ ମିଶ୍ରେ
ଗୋଦାବରୀଶ ମିଶ୍ର
ଭାଇ ଭାଗ
ଗୋଦାବରୀଶ ମିଶ୍ର