ଜନ୍ମଭୂମି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଭକ୍ତକବି ମଧୁସୂଦନଙ୍କ ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୩
- ସ୍ଥିତି
- ସାର୍ବଜନୀନ (Public domain)
ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମିତୋହରି ସନ୍ତାନ ଆମ୍ଭେ ଅଟୁ ସରବେତୋର ଶ୍ରୀ ଚରଣ ସେବା ପାଇଁ ମନ ପ୍ରାଣ ଦେବାଗାଇବା ତୋହର ନାମ ଆନନ୍ଦରବେ ।ତୋ ଆନନ୍ଦେ ହୋଇବା ସୁଖିକାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖି ॥
ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତରମସ୍ତକରେ ହିମାଳୟ ପର୍ବତବରଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀଚରଣରେ ବିରାଜିତ ମହାସାଗର ।ବିନ୍ଧ୍ୟ ଗିରିବର କଟିରେଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ॥
ଜନମିଲେ ତୋ କୋଳରେ କେତେ ସୁରବୀର ନରେରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜ୍ଜୁନମହାକବି ବେଦବ୍ୟାସ ବାଲମୀକି କାଳିଦାସଗାଇଲେ ପବିତ୍ର କଣ୍ଠ ତୋହରି ଗୁଣ ।ଚୈତନ୍ୟାଦି ମହାତ୍ମା ଜନେପ୍ରଚାରିଲେ ବିଭୁନାମ ଆନନ୍ଦମନେ ॥
କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀକେତେ ବୀରନାରୀ କେତେ ବୀର ଜନନୀସମସ୍ତେ ଦୁହିତା ପଦ୍ମିନୀ ସାବିତ୍ରୀ ସୀତାଦୁର୍ଗାବତୀ ଆଦି କେତେ ବୀର ରମଣୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ