ଆଶା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୯୧
- ସ୍ଥିତି
- ସାର୍ବଜନୀନ (Public domain)
॥ ୧ ॥
ଏ ଭବ-ଭୈରବ-ବନେ ଶ୍ରାନ୍ତ ଅବସନ୍ନପଥିକ ଏକାକୀ,ଭ୍ରମଇ ହରାଇ ପଥ ନିରାଶ ବିଷଣ୍ଣଦୁଃଖେ ଡାକି ଡାକି ।ସର୍ବଗ୍ରାସୀ ଘୋର ମୋହ ଅନ୍ଧାରେ ମଗନଦିଗ ଦିଗନ୍ତର,ସର୍ବଗ୍ରାସୀ ସ୍ୱାର୍ଥମେଘେ ଆବୃତ ଗଗନଘୋର ଭୟଙ୍କର ।ଈର୍ଷାର ବିକଟ ହାସ୍ୟ ଚପଳା ସ୍ଫୁରଣଧରଷେ ନୟନ,କ୍ରୋଧ ଦ୍ୱେଷ ଗରଜନ ଭୟାବହ ଅତିରୋଧଇ ଶ୍ରବଣ ।ହୁହୁରବେ ବହେ ପାପ- ପ୍ରଳୟ ପବନକମ୍ପେ ବସୁମତୀ,ତ୍ରାସେ ବିକମ୍ପିତ ସ୍ତବ୍ଧ ପାନ୍ଥ-ପ୍ରାଣ-ମନନ ଦିଶଇ ଗତି ।ମାତୃଅଙ୍କ ହରାଇଣ ଶିଶୁ ଅସହାୟଯେସନ ଅନ୍ଧାରେ,କାନ୍ଦଇ ତେସନ ପାନ୍ଥ ହୋଇ ନିରୁପାୟଆର୍ତ୍ତ-ହାହାକାରେ ।॥ ୨ ॥
କାନ୍ଦିଣ ବୋଲଇ, ‘‘ମା’ ଗୋ ଜଗତ ଜନନୀ !ଏ କି ଲୀଳା ତୋର,କାହିଁକି ଝଟିକା-ମୟୀ ଏ ଘୋର ଜନନୀଏ ଅରଣ୍ୟ ଘୋର ?କାହିଁ ଛାଡ଼ିଗଲୁ ମା’ ଗୋ ! ଏ ଭୀଷଣ ବନେଦୁର୍ବଳ ତନୟେ,ପଥ ନ ଜାଣଇ, ନାହିଁ ସାମର୍ଥ୍ୟ ଚରଣେସ୍ତବ୍ଧ ମୁଁ ଭୟେ ।ଶୈଶବେ ଯୌବନେ ମା’ ! କି ଉଜ୍ଜ୍ୱଳ ଦୃଷ୍ଟିଦେଲୁ ଏ ନୟନେ,କେମନ୍ତ ଉତ୍ସାହ ପ୍ରୀତି ବିଶ୍ୱାସର ସୃଷ୍ଟିକି କଲୁ ଏ ଜୀବନେ ।ଏବେ ମା’ ଗୋ ବିଷାଦର ଜୀବନ୍ତ ମରଣେକାହିଁକି ଏ ପ୍ରାଣ,ଏକାନ୍ତ ଅବଶ ଅବ- ସନ୍ନ ଅନୁକ୍ଷଣେହତବୁଦ୍ଧି ଜ୍ଞାନ ।ଏ ମୃତ୍ୟୁ-ସଙ୍କଟେ ମା’ ଗୋ ! ନ ରଖିଲେ ତୁହିଆଉ କେ ରଖିବ ?କାତରେ ବିକଳେ ଆଜି ଡାକୁଅଛି ମୁହିଁଦୀନହୀନ ଜୀବ ।ଏ ଘୋର ଯନ୍ତ୍ରଣା ଆଉ ନ ପାରଇ ସହିଦେ’ ମା’ ଦରଶନ,ପ୍ରକାଶ ଶ୍ରୀମୁଖଜ୍ୟୋତି ଏବେ କୃପା ବହିମୁଁ ଯେ ଅକିଞ୍ଚନ ।’’॥ ୩ ॥
ଏମନ୍ତ ସେ ପାନ୍ଥ ଆହା କାନ୍ଦିଣ କାତରେହୋଇଲା ମୂର୍ଚ୍ଛିତ,ସହସା ଆକାଶ-ବାଣୀ ତା ହୃଦ-କନ୍ଦରେହେଲା ପ୍ରବାହିତ ।ଉଠ ବତ୍ସ, ଅଛି ପାଶେ, ନୟନ ଫିଟାଇଦେଖରେ ତୁ ବାରେ,ଭ୍ରାନ୍ତିବଶେ ମୋର କ୍ରୋଡ଼ ଛାଡ଼ି କାହିଁପାଇଁକାନ୍ଦୁ ନିରାଶାରେ ?ଦେଖରେ ନୟନ ଫେଡ଼ି ମୋ ନୟନପ୍ରଭାଆଶା-ପ୍ରଭାମୟୀ,ବିନାଶୀ ତିମିର-ରାଶି ବିଶ୍ୱାସ ସୁଲଭାବିଶ୍ୱ ଉଜଳଇ ।॥ ୪ ॥
ହୃଦୟର ସ୍ତରେ ସ୍ତରେ ସଞ୍ଚରିଲା କ୍ଷଣେସେ ସ୍ୱର୍ଗ-ସଙ୍ଗୀତ,ଭାଜିଲା ବିଷମ ମୋହ, ଚିତ୍ତ ନବ ପ୍ରାଣେହେଲା ତରଙ୍ଗିତ ।ନୟନ ଉନ୍ମୀଳି ପାନ୍ଥ ଦେଖେ ଆଚମ୍ବିତଅପୂର୍ବ ଦର୍ଶନ,ନାହିଁ ସେ ଅନ୍ଧାର ଘୋର, ବିଲୁପ୍ତ ଚକିତେସେ ଭୈରବ ବନ ।ଆଲୋକ ପ୍ରବାହ ଦଶ- ଦିଶେ ଉଛୁଳଇନାଶି ଅନ୍ଧକାର,ସେ ଆଲୋକ-ସୁଧାପାନେ ପ୍ରାଣେ ଉପୁଜଇଆଶ୍ୱାସ ଅପାର ।ସହସା ଅଗ୍ରତେ ଉଭା ଦେବୀ ପ୍ରଭାମୟୀସହାସ ମୂରତି,ବେନି ପାର୍ଶ୍ୱେ ବେନି ସଖୀ ଦିବ୍ୟ ତୋଜୋମୟୀକରନ୍ତି ଆରତି ।ବାଳାର୍କ କିରୀଟରୂପ ଉଜଳେ ଭୁବନକଜ୍ଜ୍ୱଳ-ଚିକୁରେ,ନିଶାନ୍ତ ତାରକା ବର୍ଷି ପ୍ରଶାନ୍ତ କିରଣନେତ୍ରଯୁଗେ ସ୍ଫୁରେ ।ଚରଣେ କିରଣମୟ ଶତ ଦଳଦଳଉଠଇ ବିକଶି,ସଖୀଏ ନିଅନ୍ତି ତୋଳି ସେହି ଶତଦଳହର୍ଷ ହସି ହସି ।ମହାଦେବୀ ଦେହପ୍ରଭା ଦିଗଙ୍ଗନାଙ୍କରଜଳଦ-ବସନେ,ଇନ୍ଦ୍ରଧନୁ ବର୍ଣ୍ଣୋତ୍ସବ ସୃଜେ ମନୋହରଅନନ୍ତ ଗଗନେ ।ପାରିଜାତ ପୁଷ୍ପମୟ ଶ୍ରୀଅଙ୍ଗୁ ପ୍ରସରିସ୍ୱର୍ଗୀୟ ସୌରଭ,ସକଳ ସନ୍ତାପ ଶ୍ରାନ୍ତି ଅବସାଦ ହରିପୂର୍ଣ୍ଣ କରେ ନଭ ।ମହାଦେବୀ ଆବିର୍ଭାବେ ସ୍ଥାବର ଜଙ୍ଗମ,ପୁଲକ ପୂରିତ,ବିକଶି ଉଠଇ ପୁଷ୍ପ ଗାଏ ବିହଙ୍ଗମଲଳିତ ସଙ୍ଗୀତ ।ଆନନ୍ଦେ ବିହ୍ୱଳ ପାନ୍ଥ ଭକ୍ତି ପୁଲକିତନମଇ ପୟରେ,ଆନତ କରନ୍ତେ ଶିର ପ୍ରଭା ଲୋକାତୀତନୟନେ ସଞ୍ଚରେ ।ସହସା ପ୍ରକାଶେ ମହା- ଦେବୀ ପଦତଳେସ୍ୱରଗ ତୋରଣ,କୋଟି ପ୍ରଭାକର ଜିଣି ମହାତେଜୋ ଜ୍ଜ୍ୱଳେବିଚିତ୍ର ଶୋଭନ ।ତୋରଣ-ଲଲାଟେ ଶୋଭେ ଇନ୍ଦ୍ରଚାପାକାରସ୍ୱର୍ଣ୍ଣ ବର୍ଣ୍ଣାବଳୀ,ଆହା କି ଅମୃତମୟ ଘୋଷଣା ଉଦାରବ୍ରହ୍ମାଣ୍ଡ ଉଜଳି ।‘‘ଭକ୍ତି-ପ୍ରୀତି-ସହଚରୀ- ଆଶା-ଅଧିଷ୍ଠିତଏ ସ୍ୱର୍ଗ ତୋରଣ,ସଦା ଅବାରିତ-ଦ୍ୱାର ପ୍ରଭା-ବିଭାସିତବିଶ୍ୱ-ବିମୋହନ ।ଆସ ଆସ ପାପୀ ତାପୀ ଯେ ଅଛ ଜଗତେସେବି ଦେବୀପଦ,ପ୍ରବେଶ ସ୍ୱରଗଧାମେ ଭୁଞ୍ଜରେ ସନ୍ତତେଅମୃତ ସମ୍ପଦ ।॥ ୫ ॥
ଆବର ଦେଖଇ ପାନ୍ଥ ବେଢ଼ି ଚଉପାଶେସ୍ୱର୍ଣ୍ଣବୀଣା କରେ,ଜ୍ୟୋତିର୍ମୟ ଦେବଦଳ ଗାଆନ୍ତି ଉଲ୍ଲାସେମହାପ୍ରେମ ଭରେ ।‘‘ଜୟ ଜଗଦମ୍ବା ନେତ୍ର- ପ୍ରଭା ମୂର୍ତ୍ତିମତୀଆଶା ପ୍ରଭାମୟୀ,ବ୍ରହ୍ମାଣ୍ଡ ପାବନି ମାତଃ ଜୟ ଭଗବତୀଜୟ ପୁଣ୍ୟମୟି !’’ବାଜଇ ଅମୃତ ବୀଣା ଅମୃତ ଝଙ୍କାରେବହି ଜୟଧ୍ୱନି,ଗମ୍ଭୀରେ ଧ୍ୱନିତ ସେହି ଜୟ-ଜୟକାରେଆକାଶ ଅବନୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ